କ୍ରିଷ୍ଣା ବିକାଶ ଗ୍ରୁପର ଅଭୂତପୂର୍ବ ସଫଳତା: ଶିକ୍ଷାନୁଷ୍ଠାନ ପାଇଁ ଗୌରବ ଆଣିଲେ ୬୦ଜଣ ଛାତ୍ରୀଛାତ୍ର

ବରଗଡ଼,୨୬୬(ପ୍ରେମାନନ୍ଦ ଖମାରୀ):ଚଳିତବର୍ଷ ପ୍ରକାଶିତ କମନ୍‌ ୟୁନିଭର୍ସିଟି ଏଣ୍ଟ୍ରାନ୍ସ ଟେଷ୍ଟ(ସିୟୁଇଟି) ପରୀକ୍ଷାରେ କ୍ରିଷ୍ଣା ବିକାଶ ଗ୍ରୁପ ଅନ୍ତର୍ଗତ ବରଗଡ଼ ସହର ଉପକଣ୍ଠ ବିକାଶ ଆବାସିକ ବିଦ୍ୟାଳୟ ଓ ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀଛାତ୍ର ଅଭୂତପୂର୍ବ ସଫଳତା ଅର୍ଜନ କରି ଶିକ୍ଷାନୁଷ୍ଠାନ ପାଇଁ ଗୌରବ ଆଣିଛନ୍ତି। ଉକ୍ତ ପରୀକ୍ଷାରେ ୬୦ଜଣ ଛାତ୍ରୀଛାତ୍ର ସଫଳ ହୋଇଛନ୍ତି ବୋଲି ବିକାଶ ଆବାସିକ ବିଦ୍ୟାଳୟର ମ୍ୟାନେଜିଂ ଡାଇରେକ୍ଟର ବିବେକ ଦାଶରୀ ପ୍ରକାଶ କରିଛନ୍ତି। ବିକାଶ ଆବାସିକ ବିଦ୍ୟାଳୟର ସିନିୟର ସେକେଣ୍ଡାରୀ ଅଧ୍ୟକ୍ଷ ଚିତରଞ୍ଜନ ପତି ସବିଶେଷ ବିବରଣୀ ଦେଇ ଜଣାଇଛନ୍ତି, ଉକ୍ତ ଶିକ୍ଷାନୁଷ୍ଠାନର ଜିଜ୍ଞାସା ଜ୍ୟୋତିର୍ମୟୀ ମହାପାତ୍ର ୯୦୮.୫, ଶ୍ରୀପର୍ଣ୍ଣା ଦାଶ ୯୦୭.୫, ସୁଶ୍ରୀ ରିୟା ଦାଶ ୮୯୭.୯, ସମୀକ୍ଷା ସାହୁ ୮୫୨.୫, ପ୍ରିୟଙ୍କା ଜାଲାନ ୭୭୮.୫, ଆଶୀର୍ବାଦ ପଣ୍ଡା ୭୬୧.୨, ରାଜ ଚୌଧୁରୀ ୭୫୭.୪, ରୋନକ ରାଜ୍‌ ପୁରୋହିତ୍‌ ୭୫୨.୩, ଜନ୍ନତ ପରୀ ୭୧୩.୩, ନୈନା ସାହୁ ୭୦୨.୧, ଆଦ୍ୟଷ୍ମିତା ଖଟୁଆ ୭୦୧.୫, ସମୀକ୍ଷା ପାଣ୍ଡେ ୬୯୮.୩, ଆଦ୍ୟାଶା ସାହୁ ୬୯୭.୪, ସ୍ବାତୀ ଦାଶ ୬୯୫.୭, ଦବ୍ୟାରାଣୀ ଭରଦ୍ୱାଜ ୬୮୮.୫ ମାର୍କ ରଖିଛନ୍ତି। ସେହିପରି ନିଳଞ୍ଜନା ପଣ୍ଡା ୬୭୬.୯, ସ୍ବପ୍ନିଳ ମୁଣ୍ଡ ୬୫୮.୪, ଶୀତଲ ପାଢ଼ୀ ୬୫୪.୭, ଶୁଭଙ୍କର ସାହୁ ୬୫୩.୧, ତନ୍ମୟୀ ମେହେର ୬୪୯.୯, ଆକାଂକ୍ଷା ପଟେଲ ୬୪୩.୭, ଆର୍ୟନ ଖୁଣ୍ଟିଆ ୬୩୫.୪, ପ୍ରତିକାଂଶୁ ଶତପଥୀ ୬୨୯.୭, ନିରଞ୍ଜନ ଖୁଣ୍ଟିଆ ୬୨୯.୩, ଜତୀନ ଚୌଧୁରୀ ୬୨୬.୯, ସନ୍ଦିପ କୁମାର ନାୟକ ୬୨୩, ଆର୍ଦ୍ରାସିକ୍ତା ମିଶ୍ର ୬୧୯.୫, ଆଦ୍ୟାଶା ଖୁଣ୍ଟିଆ ୬୧୫.୧, ମୋହିତ ରଞ୍ଜନ ଜୋଶୀ ୬୧୩.୨, ଆର୍ୟନ ପଟେଲ ୬୦୫.୯, ସଞ୍ଜନା ମାରାଣ୍ଡି ୬୦୪.୯, ସ୍ମିତି ମାହତୋ ୬୦୨.୫ ମାର୍କ ରଖି ଦିଲ୍ଲୀ ୟୁନିଭର୍ସିଟିରେ ନାମ ଲେଖାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ବୋଲି ଅଧ୍ୟକ୍ଷ ପତି ସୂଚନା ଦେଇଛନ୍ତି। ୨୦୨୫ ପରୀକ୍ଷାଫଳରେ ୨୪ଜଣ ଛାତ୍ରୀଛାତ୍ର ଦିଲ୍ଲୀ ୟୁନିଭର୍ସିଟିରେ ନାମ ଲେଖାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବାବେଳେ ଚଳିତବର୍ଷ ୬୦ଛାତ୍ରୀଛାତ୍ର ନିର୍ଦ୍ଧାରିତ କଟ୍‌ଅଫ୍‌ ମାର୍କ ଉପରେ ଥିବା ସିଟ୍‌ ପାଇବେ ବୋଲି ଆଶା କରାଯାଉଥିବା ସୂଚନା ଦିଆଯାଇଛି। କ୍ରିଷ୍ଣା ବିକାଶ ଗ୍ରୁପର ଚେୟାରମ୍ୟାନ ଡି. ମୂରଲୀ କ୍ରିଷ୍ଣା ସିଇୟୁଟି ପରୀକ୍ଷା ପାଇଁ ସ୍କୁଲରେ ପ୍ରସ୍ତୁତି ପ୍ରଣାଳୀକୁ ବୋର୍ଡ଼ ସହିତ ଇଣ୍ଟିଗ୍ରେଟେଡ୍‌ କରି ୨ବର୍ଷ ମଧ୍ୟରେ ଜାତୀୟସ୍ତରରେ ଏହି ଉଚ୍ଚକୋଟୀର ସଫଳତା ଆଣି ପାରିଥିବାରୁ ଅନୁଷ୍ଠାନର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ, ଶିକ୍ଷକ, ଅଧ୍ୟକ୍ଷ ଶିଶିର ପ୍ରସାଦ ରାଉଳ, ଚିତରଞ୍ଜନ ପତି, ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ନାରାୟଣ ରଥଙ୍କୁ ଅଭିନନ୍ଦନ ଓ ସାଧୁବାଦ ଜଣାଇଛନ୍ତି। କ୍ରିଷ୍ଣା ବିକାଶ ଗ୍ରୁପର ମ୍ୟାନେଜିଂ ଡାଇରେକ୍ଟର ବିବେକ ଦାଶରୀ, ଟ୍ରଷ୍ଟି ଦାଶରୀ ରାମ ତୁଳସୀ, ଡାଇରେକ୍ଟର ଟୁ ଚେୟାରମ୍ୟାନ ଅଫିସ୍‌ ଲୋକେଶ ଦାଶରୀ, କ୍ରିଷ୍ଣା ବିକାଶ ସମୂହର ଡାଇରେକ୍ଟର ଡ. ସମରେନ୍ଦ୍ରନାଥ ପଣ୍ଡା ସଫଳ ଛାତ୍ରୀଛାତ୍ରଙ୍କୁ ଅଭିନନ୍ଦନ ଜଣାଇବା ସହିତ ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

ଲଗାଣ ବର୍ଷା ପାଇଁ କାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୫।୯: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶନିବାର) ରାଜ୍ୟର ୫ଟି ଜିଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଆଖିଆଗରେ…

ପାଣି ସୁଅରେ ଭାସିଗଲା କାର, ଦୁଇ ଘଣ୍ଟା ଫସିଲେ ୨ ଜଣ

ଉଦଳା, ୨୫/୯(ସନ୍ତୋଷ ବାଛିନୀ): ଅଚାନକ ରାସ୍ତାରେ ପାଣି ପ୍ରବାହିତ ହେବାରୁ ପାଣି ସୁଅରେ ଏକ କାର ଭାସିଯାଇଥିବାବେଳେ ଏଥିରେ ଥିବା ଦୁଇ ଜଣ ପ୍ରାୟ ଦୁଇ ଘଣ୍ଟା…

ମୋରମ ରାସ୍ତାରେ ଦବୁଛି ଗାଡ଼ି: ରାଇକିଆ-ସିମନବାଡ଼ି ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ

ରାଇକିଆ, ୨୫।୯ (ପ୍ରଦୀପ ବେହେରା): ତିନି ଦିନ ଧରି ଲଗାଣ ବର୍ଷା ଯୋଗୁ କନ୍ଧମାଳ ଜିଲା ରାଇକିଆ ବ୍ଲକ ସୁଗଡ଼ବାଡ଼ି ପଞ୍ଚାୟତ ଅନ୍ତର୍ଗତ ମୁରୁଡ଼ିକୁପୁଡ଼ା ନିକଟରେ ରାଇକିଆ-ଦାରିଙ୍ଗବାଡ଼ିକୁ…

ଦଶହରା-ବାଲିଯାତ୍ରା ପୂର୍ବରୁ ମାଣିକେଶ୍ୱରୀ ପୀଠରେ ସୁରକ୍ଷା ଚିନ୍ତା: ଅଚଳ ସିସିଟିଭି, ଭଙ୍ଗା ପ୍ରାଚୀର ଓ ଲାଇଟ୍‌

ଥୁଆମୂଳରାମପୁର, ୨୫।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ଅତି ପୁରାତନ ତଥା ରାଜାରାଜୁଡ଼ା ଅମଳର ପ୍ରସିଦ୍ଧ ପୀଠର…

ଲଗାଣ ବର୍ଷାରେ ବେହାଲ ଥୁଆମୂଳ ରାମପୁର: ଧସିଲା ପାହାଡ଼, ଗଛ ପଡ଼ି ରାସ୍ତା ଅବରୋଧ

ଥୁଆମୂଳ ରାମପୁର, ୨୫।୯ (ଦୁର୍ଗା କୀର୍ତ୍ତି): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ‘ରେଡ୍‌ ୱାର୍ଣ୍ଣିଂ’ ଜାରି ହୋଇଥିବା ବେଳେ ଥୁଆମୂଳ ରାମପୁର ବ୍ଲକ୍‌ରେ…

କବାଡ଼ିରେ ଭାରତର ଦବଦବା: ପୁରୁଷ, ମହିଳା ଦଳ ଫାଇନାଲରେ

ନାଗୋୟା, ୨୫ା୯:ଭାରତର ଉଭୟ ପୁରୁଷ ଓ ମହିଳା ଦଳ ଏସିଆନ ଗେମ୍ସ କବାଡ଼ି ପ୍ରତିଯୋଗିତାର ଫାଇନାଲରେ ପ୍ରବେଶ କରିଛନ୍ତି। ଉଭୟ ଦଳ ସେମାନଙ୍କ ସ୍ବର୍ଣ୍ଣ ପଦକ ବଜାୟ…

ବିଶେଷ ଫରକ ପଡ଼ିବ ନାହିଁ, ବିରାଟ-ରୋହିତଙ୍କ ଦିନିକିଆରୁ ଅବସରକୁ ନେଇ ଏ କ’ଣ କହିଦେଲେ ସେହ୍ବାଗ

ନୂଆଦିଲ୍ଲୀ,୨୫।୯: ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ ସେପ୍ଟେମ୍ବର ୨୭ରୁ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ୍‌ରେ ଆଉ ଥରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?