ବରଗଡ଼ ଦେଇ ଚାଲିବ କୋରାପୁଟ-ପୁରୀ ଏକ୍ସପ୍ରେସ୍‌: ଶ୍ରୀକ୍ଷେତ୍ରକୁ ଶ୍ରାବର ଶ୍ରୀକ୍ଷେତ୍ର ସହ ଯୋଡ଼ିବ

ବରଗଡ଼,୧୫।୫(ପ୍ରେମାନନ୍ଦ ଖମାରୀ):ଆଗାମୀ ଦିନରେ କୋରାପୁଟ-ପୁରୀ ଭାୟା ନରାଜ, ସମ୍ବଲପୁର, ବରଗଡ଼, ଏକ୍ସପ୍ରେସ ଟ୍ରେନ୍‌ ଚଳାଇବା ପାଇଁ ପୂର୍ବତଟ ରେଳପଥ ନିଷ୍ପତ୍ତି ନେଇଛି। ଏଥିପାଇଁ ରେଳ ମନ୍ତ୍ରଣାଳୟ ସ୍ବୀକୃତି ପ୍ରଦାନ କରି ସାରିଛି ବୋଲି ବରଗଡ଼ ଜିଲା ରେଳ ଉପଭୋକ୍ତା ସଂଘ ସଭାପତି ପ୍ରଦୀପ ଦେବତା ସୂଚନା ଦେଇଛନ୍ତି। ତେବେ କେବେଠାରୁ ଏହି ଟ୍ରେନ୍‌ ଚାଲିବ, ଏହା ପରେ ଘୋଷଣା ହେବ ବୋଲି ସେ କହିଛନ୍ତି। ଏହି ଟ୍ରେନ୍‌ ଚଳାଚଳ କଲେ ଶ୍ରୀକ୍ଷେତ୍ରକୁ ଶାବର ଶ୍ରୀକ୍ଷେତ୍ର ସହ ଯୋଡ଼ିବ। ଏହି ଟ୍ରେନ୍‌ ଦ୍ୱାରା ଉପକୂଳ, କେନ୍ଦ୍ର, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାକୁ ରେଳ ଦ୍ୱାରା ଯୋଡ଼ାଯାଇ ପାରିବ। ଏହା ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଏକ ପୁରୁଣା ଦାବି ଥିଲା। ପୂର୍ବରୁ ହୀରାଖଣ୍ଡ ଏକ୍ସପ୍ରେସ୍‌ ଜଗଦଲପୁର-କୋରାପୁଟ-ରାୟଗଡ଼ା- ବିଜୟନଗରମ-ଭୁବନେଶ୍ୱର ଆନ୍ଧ୍ରପ୍ରଦେଶ ଦେଇ ଚାଲୁଛି। ତେଣୁ ଦକ୍ଷିଣ ଓଡ଼ିଶାର ଲୋକେ ସମ୍ବଲପୁର ଦେଇ ପୁରୀକୁ ଏକ ଟ୍ରେନ୍‌ ଚଳାଇବା ପାଇଁ ଦାବି ଜଣାଇ ଆସୁଥିଲେ। ତେବେ ଏହି ଟ୍ରେନ୍‌ ଚଳାଚଳ ନିଷ୍ପତ୍ତି ହେବା ପରେ ନିଶ୍ଚିତରୂପେ ଏହା ଲୋକମାନଙ୍କ ମନରେ ଖୁସି ଆଣିଦେଇଛି। କିନ୍ତୁ ଏହା ଉଭୟ ଦିଗରୁ ତିନିଦିନ ଲେଖାଏ ଚାଲିବା ପରିବର୍ତ୍ତେ ଦୈନିକ ଚାଲିବା ନିଷ୍ପତ୍ତି ନିଆଗଲେ ଆହୁରି ଭଲ ହୋଇଥାଆନ୍ତା ବୋଲି ଦେବତା ପ୍ରକାଶ କରିଛନ୍ତି। ତଥାପି ଏହି ନିଷ୍ପତ୍ତିକୁ ବରଗଡ଼ ଜିଲା ରେଳ ଉପଭୋକ୍ତା ସଂଘ ସ୍ବାଗତ କରୁଛି ବୋଲି ସେ କହିଛନ୍ତି। ଉଭୟ ଦିଗରୁ ଆସୁଥିବା ଟ୍ରେନ୍‌ର ବରଗଡ଼ ରୋଡ଼ ଷ୍ଟେଶନ ସମୟ ପ୍ରାୟ ଦିନ ୨ଟା ୧୦ ମିନିଟ ହେବାର ସମ୍ଭାବନା ରହିଛି। ଜୁନ ମାସରେ ରାୟଗଡ଼ା ଡିଭିଜନ କାର୍ଯ୍ୟକାରୀ ହୋଇ ପିଟ୍‌ଲାଇନ ନିର୍ମାଣ ହେଲେ ଆହୁରି ନୂଆ ଟ୍ରେନ୍‌ ଚାଲିବାର ସମ୍ଭାବନା ରହିଛି। କିନ୍ତୁ ବରଗଡ଼ ଓ ବଲାଙ୍ଗିରବାସୀଙ୍କ ବହୁତ ଦିନର ଦାବି ଭୁବନେଶ୍ୱରକୁ ଏକ ସକାଳୁଆ ଇଣ୍ଟରସିଟି ଚଳାଚଳ ଏପର୍ଯ୍ୟନ୍ତ ପୂରଣ ହୋଇ ନାହିଁ। ସେଥିପାଇଁ ଆସନ୍ତା ମାସରେ ବରଗଡ଼ ଓ ବଲାଙ୍ଗୀର ଷ୍ଟେଶନରେ ରେଳରୋକୋ ଆନ୍ଦୋଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇ ଏବେ ତାର ପ୍ରସ୍ତୁତି ଚାଲିଛି ବୋଲି ବରଗଡ଼ ଜିଲା ରେଳ ଉପଭୋକ୍ତା ସଂଘର ସଭାପତି ଦେବତା ସୂଚନା ଦେଇଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ହାଇଜମ୍ପରେ ସ୍ବର୍ଣ୍ଣପଦକ ଜିତିଲେ ରୁକ୍ମିଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଭଞ୍ଜନଗର,୬।୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବାହାଡ଼ାପଦର ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ରୁକ୍ମିଣୀ ବିଷୋୟୀ ରାଜ୍ୟସ୍ତରୀୟ ହାଇଜମ୍ପ ପ୍ରତିଯୋଗିତାରେ ସ୍ବର୍ଣ୍ଣପଦକ…

ସେଣ୍ଟ୍ରାଲ ମୁମ୍ବାଇର ବସ୍‌ ଡିପୋରେ ଭୟଙ୍କର ଅଗ୍ନିକାଣ୍ଡ

ମୁମ୍ବାଇ,୧୦।୫: ସେଣ୍ଟ୍ରାଲ ମୁମ୍ବାଇର ଏକ ବସ୍‌ ଡିପୋରେ ସୋମବାର ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡlରେ ଗୋଟିଏ କି ଦୁଇଟି ନୁହେଁ, ୧୦ଟି ବସ୍‌ ପୋଡ଼ି ପାଉଁଶ…

ହୋଟେଲରୁ ଫିଲ୍ମ ନିର୍ଦ୍ଦେଶକଙ୍କ ମୃତଦେହ ଜବତ, ପୋଲିସର ତଦନ୍ତ ଜାରି

ଭୁବନେଶ୍ୱର,୫।୧୦(ତ୍ରିନାଥ ମହାନ୍ତି): ଭରତପୁର ଥାନା ଅଧୀନ କଳିଙ୍ଗ ବିହାର ଅଞ୍ଚଳରେ ଥିବା ଏକ ହୋଟେଲ୍‌ରୁ ଫିଲ୍ମ ନିର୍ଦ୍ଦେଶକ ଏସ୍‌.କେ. ମୂରଲୀଧରନଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ଖବର…

ଥାଇଲାଣ୍ଡରେ ବନ୍ୟା, ୩୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

ବ୍ୟାଙ୍କକ୍‌, ୫।୧୦: ଥାଇଲାଣ୍ଡରେ ପ୍ରବଳ ବର୍ଷା ଏବଂ ଆକସ୍ମିକ ବନ୍ୟା ଆସିବା ନେଇ ଚେତାବନୀ ଜାରି କରାଯାଇଛି। ସେପ୍ଟେମ୍ବର ୧୬ରୁ ଦେଶବ୍ୟାପୀ ବନ୍ୟା ଯୋଗୁ ମୃତ୍ୟୁସଂଖ୍ୟା ୩୧କୁ…

ବଡ଼ ସଫଳତା:୫ ଶାବକ ଜନ୍ମଦେଲା ଭାରତରେ ଜନ୍ମିତ ଚିତା

ନୂଆଦିଲ୍ଲୀ,୫ା୧୦:ଭାରତରେ ଜନ୍ମିତ ଚିତା ସୋମବାର ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ୫ଟି ଶାବକ ଜନ୍ମ ଦେଇଛି, ଯାହାକି ପ୍ରୋଜେକ୍ଟ ଚିତା ପାଇଁ ଏକ ବଡ଼ ସଫଳତା। ଶାବକମାନଙ୍କ…

ଛାତ୍ର ସଂସଦ ନିର୍ବାଚନ ଘୋଷଣା: ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଉତ୍ସବର ମାହୋଲ

ଭବାନୀପାଟଣା, ୫।୧୦ (ଉତ୍ତମ କୁମାର ଦାଶ): ଦୀର୍ଘ ୮ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆନୁଷ୍ଠାନିକ ଘୋଷଣା ହେବା ପରେ…

ମୋବାଇଲ୍‌ଠାରୁ ଦୂରେଇ ରହିବାକୁ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଲେ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି, ୫।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଡିଗ୍ରୀ କଲେଜ ପରିସରରେ ସେବା ସଂକଳ୍ପ ଅଭିଯାନ ଆନୁକୂଲ୍ୟରେ ଯୁକ୍ତ ୩ ଛାତ୍ରୀଛାତ୍ରଙ୍କୁ ନେଇ…

ଟିମ ଇଣ୍ଡିଆରୁ ବାଦ ପଡ଼ିବା ପରେ ବଡ଼ ନିଷ୍ପତ୍ତି ନେଲେ ସୂର୍ଯ୍ୟକୁମାର: ଏବେ କରିବେ ଏହି କାମ

ମୁମ୍ବାଇ,୫।୧୦: ଭାରତୀୟ ଟି-୨୦ ଦଳର ଅଧିନାୟକ ପଦ ହରାଇବା ସହ ଜାତୀୟ ଦଳରୁ ବାଦ ପଡ଼ିବା ପରେ ନିଜ ଫର୍ମ ଫେରାଇବା ପାଇଁ ଘରୋଇ କ୍ରିକେଟକୁ ଫେରୁଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?