Posted inଜାତୀୟ

କୋଲକାତା ବଳାତ୍କାର ମାମଲା: ପଲିଗ୍ରାଫ ଟେଷ୍ଟରେ ସଞ୍ଜୟଙ୍କୁ ପଚରାଗଲା ଏହି ପ୍ରଶ୍ନ, ଉତ୍ତର ଶୁଣି ଆଶ୍ଚର୍ଯ୍ୟ ହୋଇଗଲା ସିବିଆଇ

କୋଲକାତା,୪।୯: କୋଲକାତା ଆର୍‌.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ମହିଳା ଡାକ୍ତରଙ୍କୁ ବଳାତ୍କାର ଏବଂ ପରେ ହତ୍ୟା ମାମଲାର ରହସ୍ୟ ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସାମ୍ନାକୁ ଆସିନାହିଁ। ଏହି ଘୃଣ୍ୟ ବଳାତ୍କାର ଓ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟଙ୍କ ସିବିଆଇ ପଲିଗ୍ରାଫ ଟେଷ୍ଟ କରିଥିଲା, କିନ୍ତୁ ଏଥିରେ ଆହୁରି ଅନେକ ପ୍ରଶ୍ନ ଉଠିଛି।

ପଲିଗ୍ରାଫ ଟେଷ୍ଟରେ ପ୍ରଥମେ ସରଳ ପ୍ରଶ୍ନ ପଚରାଯାଏ, ଯେପରିକି ତୁମର ନାମ କ’ଣ, ତୁମେ କେଉଁଠାରେ ରୁହ, କେଉଁ ଖାଦ୍ୟ ତୁମେ ପସନ୍ଦ କର। ଉତ୍ତରଗୁଡ଼ିକ କେବଳ ହଁ କିମ୍ବା ନାରେ ଦିଆଯାଏ। ସୂଚନାନୁସାରେ, ସିବିଆଇ ଅନୁଭବ କରୁଛି ଯେ ସଞ୍ଜୟଙ୍କ ପଲିଗ୍ରାଫ ଟେଷ୍ଟ ଏହାର ସମାଧାନ ପରିବର୍ତ୍ତେ ତଦନ୍ତକୁ ଆହୁରି ଜଟିଳ କରିଛି।

ପଲିଗ୍ରାଫ ଟେଷ୍ଟରେ ସଞ୍ଜୟଙ୍କୁ ପଚରାଯାଇଥିବା ପ୍ରଶ୍ନ…

ପ୍ରଶ୍ନ: କାହାକୁ ବଳାତ୍କାର କରିଛନ୍ତି?
ଉତ୍ତର- ନା
ପ୍ରଶ୍ନ: ଆର୍‌.ଜି କର ହସ୍ପିଟାଲ ଯାଇଥିଲେ?
ଉତ୍ତର- ହଁ ଯାଇଥିଲି
ପ୍ରଶ୍ନ: କାହିଁକି ଯାଇଥିଲ?
ଉତ୍ତର-କାମ ପାଇଁ
ପ୍ରଶ୍ନ: ସେଠାରେ ଆଉ କିଏ ଥିଲେ?
ଉତ୍ତର-୩ୟ ମହଲାରେ କେହି ନଥିଲେ
ପ୍ରଶ୍ନ: କ’ଣ ତୁମେ ତାଙ୍କର(ଟ୍ରେନି ଡାକ୍ତର)ଙ୍କ ନାକ, ମୁହଁ ଦବାଇଥିଲ?
ଉତ୍ତର- ହଁ
ପ୍ରଶ୍ନ: ସେତେବେଳେ ତୁମ ସାଙ୍ଗରେ ଆଉ କିଏ ଥିଲେ?
ଉତ୍ତର-କେହି ନୁହେଁ
ପ୍ରଶ୍ନ: ତୁମେ ବଳାତ୍କାର କରିଛ କି ନାହିଁ ସଠିକ୍‌ ଭାବେ କୁହ?
ଉତ୍ତର- ନା


Enter your email to get our daily news in your inbox.

All Right Reserved By Dharitri.Com

ବିଧାୟିକାଙ୍କୁ ଆଲିଙ୍ଗନ କରିବାକୁ ଉଦ୍ୟମ କଲେ ବରିଷ୍ଠ କଂଗ୍ରେସ ନେତା: ଆଉ ତା’ପରେ ଘଟିଲା…, ଦେଖନ୍ତୁ VIDEO

ଥିରୁଭାନନ୍ତପୁରମ୍‌,୮ା୫:କେରଳମ୍‌ ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟାଳୟରେ ଗୁରୁବାର ଅନୁଷ୍ଠିତ ବିଧାୟକ ଦଳ ବୈଠକରେ ଜଣେ ବରିଷ୍ଠ ନେତାଙ୍କ ଅସ୍ବାଭାବିକ ଆଚରଣ ଏବେ ଚର୍ଚ୍ଚାକୁ ଆସିଛି। ବୈଠକ ଆରମ୍ଭ…

୧୧ରୁ କେନାଲ ପାଣି ବନ୍ଦ, ତେଜିଲା ଅସନ୍ତୋଷ: ଗର୍ଭଣୀ ଅବସ୍ଥାରେ…

ବରଗଡ଼,୮।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ମୁଖ୍ୟ କେନାଲରେ ଆଉ ମାତ୍ର ୩ଦିନ କେନାଲ ପାଣି ଆସିବ। ଆସନ୍ତା ୧୧ତାରିଖରୁ ଏହି କେନାଲରେ ପାଣି ଯୋଗାଣ ବନ୍ଦ ରହିବ। ବରଗଡ଼ ଜଳସେଚନ…

ତାମିଲନାଡୁରେ ବଡ଼ ଟୁଇଷ୍ଟ, DMK-AIADMK ଗୋଟିଏ ମୁହୂର୍ତ୍ତରେ ଗଠନ କରିପାରନ୍ତି ସରକାର! କିଏ କିଙ୍ଗମେକର? ଜାଣନ୍ତୁ…

ଚେନ୍ନାଇ,୮।୫: ତାମିଲନାଡୁରେ କ୍ଷମତା ପାଇଁ ଲଢ଼େଇ ଜୋରଦାର ଚାଲିଛି। ରାଜ୍ୟରେ କିଏ ସରକାର ଗଠନ କରିବ ତାହା ଆକଳନ କରିବା କଷ୍ଟକର। ସାମ୍ପ୍ରତିକ ନିର୍ବାଚନରେ, ଥାଲାପତି ବିଜୟଙ୍କ…

Video: ବିମାନ ଭିତରେ ଯାତ୍ରୀଙ୍କ ବ୍ୟବହାର ଦେଖି କାହିଁକି ରାଗିଗଲେ ମହୁଆ? ଜାଣନ୍ତୁ ଏହାର ଅସଲ କାରଣ

କୋଲକାତା,୮।୫: ତୃଣମୂଳ କଂଗ୍ରେସ ଲୋକ ସଭା ଏମପି ମହୁଆ ମୋଇତ୍ରା ଗୁରୁବାର ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) ନିକଟରେ ଏକ ଆନୁଷ୍ଠାନିକ ଅଭିଯୋଗ ଦାଖଲ କରିଛନ୍ତି।…

ପଶ୍ଚିମବଙ୍ଗର ୬୫% ନବନିର୍ବାଚିତ ବିଧାୟକଙ୍କ ନାମରେ ଆପରାଧିକ ମାମଲା, ୬୧% କୋଟିପତି: ADR

ନୂଆଦିଲ୍ଲୀ,୮ା୫(ପି.ଟି.): ପଶ୍ଚିମବଙ୍ଗର ନବନିର୍ବାଚିତ ବିଧାୟକମାନଙ୍କ ମଧ୍ୟରୁ ୬୫%ଙ୍କ ନାମରେ ଆପରାଧିକ ମାମଲା ରହିଥିବା ନାମାଙ୍କନପତ୍ର ଦାଖଲ ବେଳେ ସେମାନେ ସତ୍ୟପାଠରେ ଦେଇଥିବା ଘୋଷଣାରୁ ଜଣାପଡ଼ିଛି। ପୂର୍ବ ନିର୍ବାଚନ…

୭୭ ବର୍ଷ ପରେ ବିକାଶର ନୂଆ ସୂର୍ଯ୍ୟୋଦୟ: କେନ୍ଦୁଗୁଡ଼ା-କନ୍ଦାଗୁଡ଼ା ଗ୍ରାମବାସୀଙ୍କ ମଧ୍ୟରେ ଖେଳିଗଲା ଖୁସିର ଲହରୀ

ଥୁଆମୁଳ ରାମପୁର,୮।୫(ଦୁର୍ଗା କୀର୍ତ୍ତି): ଦେଶ ସ୍ବାଧୀନତାର ୭୭ ବର୍ଷ ପରେ ବି ଯେଉଁଠି ଶିକ୍ଷା, ସୱାସ୍ଥ୍ୟ ଓ ରାସ୍ତା ସାତସପନ ଥିଲା, ସେଠାରେ ଆଜି ବିକାଶର ନୂଆ…

ଇରାନ ସହ ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କୁ ଲାଗିଲା ବଡ଼ ଝଟକା, ଆମେରିକା କୋର୍ଟ କହିଲେ…

ଓ୍ବାଶିଂଟନ,୮।୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରମୁଖ ଅର୍ଥନୈତିକ ନୀତିକୁ ଏକ ବଡ଼ ଝଟକା ଲାଗିଛି। ଗୁରୁବାର, ଏକ ଫେଡେରାଲ କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା…

କିଏ ହେବେ ବଙ୍ଗଳାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ? ଆଜି ଅମିତ ଶାହାଙ୍କ ସହ ଭାଜପା ବିଧାୟକମାନଙ୍କ ବୈଠକ ପରେ ନିଷ୍ପତ୍ତି

କୋଲକାତା,୮ା୫: ଶୁକ୍ରବାର ସକାଳେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କୋଲକାତାରେ ପହଞ୍ଚିଛନ୍ତି । ସେ ନବନିର୍ବାଚିତ ଭାଜପା ବିଧାୟକମାନଙ୍କ ସହିତ ଏକ ବୈଠକ କରିବେ । ସୂତ୍ର ଅନୁଯାୟୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri