Posted inଖେଳ

ଶୀର୍ଷ ସ୍ଥାନ ଠାରୁ ୮ ପଏଣ୍ଟ ଦୂରରେ କୋହଲି

ଦୁବାଇ, ୨୬।୫: ଭାରତୀୟ ଅଧିନାୟକ ବିରାଟ କୋହଲି ଦିନିକିଆ ବ୍ୟାଟ୍ସମ୍ୟାନଙ୍କ ର଼୍ୟାଙ୍କିଙ୍ଗ୍‌ର ଶୀର୍ଷ ସ୍ଥାନଠାରୁ ମାତ୍ର ୮ ପଏଣ୍ଟ ପଛରେ ଅଛନ୍ତି। ବର୍ତ୍ତମାନ ସର୍ବାଧିକ ୮୬୫ ପଏଣ୍ଟ ସହ ଶୀର୍ଷରେ ରହିଛନ୍ତି ପାକିସ୍ତାନ ଅଧିନାୟକ ଅଧିନାୟକ ବାବର ଆଜାମ। ଦ୍ୱିତୀୟ ସ୍ଥାନରେ ଥିବା କୋହଲିଙ୍କ ପାଖରେ ଅଛି ୮୫୭ ପଏଣ୍ଟ। ଆଇସିସି ପକ୍ଷରୁ ବୁଧବାର ପ୍ରକାଶ ପାଇଥିବା ଦିନିକିଆ ଖେଳାଳିଙ୍କ ର଼୍ୟାଙ୍କିଙ୍ଗ୍‌ ଏହା ଦର୍ଶାଇଛି। କୋହଲିଙ୍କ ପଛକୁ ତୃତୀୟ ସ୍ଥାନରେ ରହିଛନ୍ତି ଭାରତୀୟ ସୀମିତ ଓଭର କ୍ରିକେଟ ଦଳର ଉପଅଧିନାୟକ ରୋହିତ ଶର୍ମା (୮୨୫)।

ବୋଲରଙ୍କ ତାଲିକାରେ ଟପ୍‌-୧୦ରେ ଏକମାତ୍ର ଭାରତୀୟ ଭାବେ ସ୍ଥାନ ପାଇଛନ୍ତି ଯଶପ୍ରୀତ ବୁମରା। ସେ ୬୯୦ ପଏଣ୍ଟ ସହ ତାଲିକାର ୫ମ ସ୍ଥାନରେ ଅଛନ୍ତି। ତାଲିକାର ଶୀର୍ଷରେ ରହିଛନ୍ତି ନ୍ୟୁଜିଲାଣ୍ଡ ପେସର ଟ୍ରେଣ୍ଟ ବୋଲ୍ଟ (୭୩୭ ପଏଣ୍ଟ)। ବାଂଲାଦେଶର ମେହିଦି ହାସନ (୭୨୫), ଆଫଗାନିସ୍ତାନର ମୁଜୀବ ଉର ରେହମାନ (୭୦୮) ଓ ନ୍ୟୁଜିଲାଣ୍ଡର ମ୍ୟାଟ ହେନରି (୬୯୧) ଟପ୍‌-୪’ରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସମାଲୋଚନା ଦ୍ୱାରା ପ୍ରଭାବିତ ହୁଏ ନାହିଁ: ସିନ୍ଧୁ

ନୂଆଦିଲ୍ଲୀ,୨।୧(ପି.ଟି.)- ସମାଲୋଚନା ମୋତେ ପ୍ରଭାବିତ କରେନାହିଁ। ପ୍ରଶଂସକଙ୍କ ଆଶା ଦ୍ୱାରା ମଧ୍ୟ ଆଦୌ ପ୍ରଭାବିତ ହୁଏ ନାହିଁ ବୋଲି ବିଶ୍ୱ ଚାମ୍ପିୟନ ତଥା ଭାରତୀୟ ମହିଳା...

ବ୍ରୋଞ୍ଜ ସହ ଶୁଟର୍‌ ଦୀପକଙ୍କୁ ଅଲିମ୍ପିକ ଯୋଗ୍ୟତା

ଦୋହା, ୫।୧୧ (ପି.ଟି.)- ଏଠାରେ ଚାଲିଥିବା ୧୪ତମ ଏସିଆନ ଚାମ୍ପିୟନଶିପ୍‌ ଶୁଟିଂ ପ୍ରତିଯୋଗିତାର ପୁରୁଷ ୧୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ଭାରତର ଦୀପକ କୁମାର...

ଭୂସ୍ଖଳନରେ ୨ ଭାରତୀୟ ମହିଳା କ୍ରିକେଟର୍‌ଙ୍କ ମୃତ୍ୟୁ

ଶିଲିଂ, ୨୬।୯: ମେଘାଳୟରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୨ ଜଣ ମହିଳା କ୍ରିକେଟର୍‌ଙ୍କ ବିୟୋଗ ଘଟିଛି, ଯାହାକି କ୍ରୀଡ଼ାଜଗତକୁ...

ପ୍ରଥମ ଶ୍ରେଣୀ କ୍ରିକେଟରୁ ଓ’କିଫିଙ୍କ ଅବସର

ସିଡ୍‌ନୀ, ୬ା୪ (ଏପି)-ଅଷ୍ଟ୍ରେଲିଆର ପୂର୍ବତନ ଟେଷ୍ଟ ସ୍ପିନର ଷ୍ଟିଫେନ୍‌ ଓ’କିଫି ପ୍ରଥମ ଶ୍ରେଣୀ କ୍ରିକେଟରୁ ତାଙ୍କର ଅବସର ଘୋଷଣା କରିଛନ୍ତି। ଆସନ୍ତା ଘରୋଇ ସିଜନ ପାଇଁ...

ଚର୍ଚ୍ଚାରେ ପ୍ରଜ୍ଞା ଓଝାଙ୍କ ଟୁଇଟ୍‌

ହାଇଦ୍ରାବାଦ, ୨୦।୪- ଇଂଲଣ୍ଡରେ ଆସନ୍ତା ମାସରୁ ଆରମ୍ଭ ହେବାକୁ ଥିବା ଆଇସିସି ବିଶ୍ୱକପ୍‌ ଲାଗି ନିକଟରେ ବିରାଟ କୋହଲିଙ୍କ ନେତୃତ୍ୱରେ ୧୫ଜଣିଆ ଭାରତୀୟ ଦଳ ଘୋଷଣା...

ଗୋଟିଏ ଦିନ ୩୦୯ ରନ୍‌ କରି ଚମକାଇ ଥିଲେ ଏହି ବ୍ୟାଟ୍ସମ୍ୟାନ୍‌: ୯୧ ବର୍ଷ ହେଲାଣି ଭାଙ୍ଗିନି ରେକର୍ଡ

ବ୍ରିସ୍‌ବେନ୍‌,୧୯।୧୧: ଭାରତୀୟ କ୍ରିକେଟ ଟିମ୍‌ ବିପକ୍ଷରେ ଅଷ୍ଟ୍ରେଲିୟ ଦଳ ସଂଘର୍ଷ କରିବା ଭଳି ଘଟଣା ବହୁତ୍‌ କମ୍‌ ଦେଖିବାକୁ ମିଳିଛି। ଉଭୟ ଦଳର ମ୍ୟାଚ୍‌ ଭିତରେ...

ଆଇପିଏଲ୍‌-୧୪: ଚେନ୍ନାଇର ନୂଆ ଜର୍ସି ଉନ୍ମୋଚିତ

ଚେନ୍ନାଇ,୨୫।୩(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୧୪ତମ ସଂସ୍କରଣ ପାଇଁ ୩ଥର ଟାଇଟଲ ଜିତିଥିବା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ତା’ର ନୂଆ ଜର୍ସି ଉନ୍ମୋଚନ...

ଚାରିବର୍ଷ ପରେ ଟପ୍ସରେ ସାନିଆ ସାମିଲ

ନୂଆଦିଲ୍ଲୀ, ୮।୪(ପି.ଟି.)- ଭାରତୀୟ ମହିଳା ଟେନିସ ତାରକା ସାନିଆ ମିର୍ଜା ସରକାରଙ୍କ ଟାର୍ଗେଟ ଅଲିମ୍ପିକ୍‌ ପୋଡିୟମ ସ୍କିମ୍‌ (ଟପ୍ସ)ରେ ସାମିଲ ହୋଇଛନ୍ତି। ୪ ବର୍ଷ ବ୍ୟବଧାନରେ...

Advertisement
Archives

Model This Week