Posted inଖେଳ

ବର୍ଷେ ଭିତରେ ଏତିକି ଟଙ୍କା ରୋଜଗାର କରିଛନ୍ତି କୋହଲି

କ୍ରମାଗତ ପଞ୍ଚମ ବର୍ଷ ପାଇଁ ଫୋର୍ବସର ଶ୍ରେଷ୍ଠ ୧୦୦ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଖେଳାଳିଙ୍କ ମଧ୍ୟରେ ଭାରତୀୟ ଅଧିନାୟକ ବିରାଟ କୋହଲି ସ୍ଥାନ ପାଇଛନ୍ତି। ସେ ଏଭଳି କରିବାରେ ଏକମାତ୍ର କ୍ରିକେଟର ଅଟନ୍ତି। ଗତବର୍ଷ ପ୍ରାୟ ୧୯୭ କୋଟି (୨୬ ମିଲିୟନ ଡ଼ଲାର) ସହିତ ୬୬ତମ ସ୍ଥାନରେ ରହିଥିବା କୋହଲି ଚଳିତବର୍ଷ ୫୯ ନମ୍ବର ସ୍ଥାନରେ ପହଞ୍ଚିନ୍ତି । ତାଙ୍କର ରୋଜଗାର ପ୍ରାୟ ୩୨ କୋଟି ଟଙ୍କା ବୃଦ୍ଧି ପାଇଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଅଧିନାୟକ କୋହଲି ମଧ୍ୟ ୧୨ ମାସ ମଧ୍ୟରେ ପ୍ରାୟ ୨୨୯ କୋଟି ଟଙ୍କା (୩୧.୫ମିଲିୟନ ଡ଼ଲାର) ରୋଜଗାର କରିଛନ୍ତି। ଏଥିମଧ୍ୟରୁ ପ୍ରାୟ ୨୫କୋଟି (୩.୫ମିଲିୟନ ଡଲାର୍‌) ଦରମା ଏବଂ ପ୍ରାୟ ୨୦୪ କୋଟି (୨୮ମିଲିୟନ ଡଲାର୍‌) ବିଜ୍ଞାପନରୁ ଆସିଛି। କୋହଲି ୧୮୯ କୋଟି ରୋଜଗାର ସହିତ ୨୦୧୯ ରେ ୧୦୦ ତମ ସ୍ଥାନରେ ରହିଥିଲେ।
ମିକ୍ସଡ ମାର୍ଶଲ ଆର୍ଟ (ଏମ୍‌ଏମ୍‌ଏ) କିମ୍ବଦନ୍ତୀ କନୋର ମ୍ୟାକଗ୍ରେଗୋର ହେଉଛି ବିଶ୍ୱର ୧୫ର ସର୍ବାଧିକ ବେତନ ପ୍ରାପ୍ତ ଖେଳାଳି ଯିଏକି ପ୍ରାୟ ୧୫୧୭ କୋଟି ଟଙ୍କା (୨୦୮ ନିୟୁତ) ରୋଜଗାର କରିଛି। କିମ୍ବଦନ୍ତୀ ଫୁଟବଲର୍‌ ଲିଓନେଲ ମେସି ୯୧୯ କୋଟି (୧୨୬ ନିୟୁତ)ରେ ଦ୍ୱିତୀୟ ଏବଂ କ୍ରିଷ୍ଟିଆନୋ ରୋନାଲଡୋ ୮୭୫ କୋଟି (୧୨୦ ନିୟୁତ) ତୃତୀୟ ସ୍ଥାନରେ ଅଛନ୍ତି। ଶ୍ରେଷ୍ଠ ଶତକ ମଧ୍ୟରେ ନାଓମି ଓସାକା ଏବଂ ସେରେନା ୱିଲିୟମ୍ସ କେବଳ ଦୁଇଜଣ ମହିଳା ଖେଳାଳି ଅଛନ୍ତି। ଦୁହେଁ ଟେନିସର। ଓସାକା ୪୦୨ କୋଟି ଟଙ୍କା (୫୫.୨ ନିୟୁତ) ସହିତ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ମହିଳା ଖେଳାଳି । ୨୫୯କୋଟି (୩୫.୫ ମିଲିୟନ) ସହିତ ସେରେନା ୪୪ ନମ୍ବରରେ ଅଛନ୍ତି। ନୋଭାକ ଜୋକୋଭିକ ୫୨୩ ନମ୍ବରରେ ୨୪୩କୋଟି (୩୩.୪ ମିଲିୟନ) ଏବଂ ରାଫେଲ ନାଡାଲ ୧୯୩ କୋଟି (୨୬.୫ ମିଲିୟନ) ରେ ୯୨ ନମ୍ବରରେ ଅଛନ୍ତି। ଗତ ଥର ୬୧୨ କୋଟି (୮୪ ନିୟୁତ) ଟପିଥିବା ରୋଜର ଫେଡେରର ସପ୍ତମ ସ୍ଥାନକୁ ଖସି ଆସିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୋହଲିଙ୍କ ‘ବିରାଟ’ ପ୍ରଶଂସକ ଏହି କ୍ରିକେଟରଙ୍କ ଝିଅ: କହିଲେ, ‘ମୁଁ ବିରାଟ କୋହଲି’

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ପ୍ରଶଂସକ କେବଳ ଭାରତରେ ନୁହେଁ, ସାରା ବିଶ୍ୱରେ ଅଛନ୍ତି। ଏହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ଅଷ୍ଟେଲିଆରେ।...

କୋହଲୀ ନୁହେଁ, ହେଡେନଙ୍କ ପସନ୍ଦ ଧୋନୀ

ନୂଆଦିଲ୍ଲୀ,୧୧।୧୨: ଶେଷ ହେବାକୁ ଯାଉଛି ବର୍ଷ ୨୦୨୦। ଏହାସହ ଏକ ଦଶନ୍ଧି ସମୟ ବିତିଯିବ। ତେବେ ଗତ ୧୦ ବର୍ଷ ମଧ୍ୟରେ ଅନେକ କିଛି ବଦଳିଛି।...

୮୪ ବଲ୍‌ରେ ଫାଇନାଲ୍‌ ଆଭିମୁଖ୍ୟ ବଦଳାଇଦେଲା ନ୍ୟୁଜିଲାଣ୍ଡ

ସାଉଥମ୍ପଟନ,୨୧।୬: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ର ଫାଇନାଲରେ ନ୍ୟୁଜିଲାଣ୍ଡ ନିଜର ଆଭିମୁଖ୍ୟକୁ କଡାକଡି କରିଛି। ମ୍ୟାଚର ତୃତୀୟ ଦିନରେ ଦଳ ୮୪ ଟି ବଲରେ ୩୬ ରନ...

ଭାରତୀୟ ଆର୍ଚେରୀ ଆସୋସିଏଶନ ସସ୍‌ପେଣ୍ଡ

କୋଲକାତା, ୯ା୮ (ପି.ଟି.)-ବିଶ୍ୱ ଆର୍ଚେରି (ଡବ୍ଲ୍ୟୁଆଇ) ଗୁରୁବାର ଭାରତୀୟ ଆର୍ଚେରି ଆସୋସିଏଶନ (ଏଏଆଇ)କୁ ସସ୍‌ପେଣ୍ଡ କରିଛି। ଏଏଆଇରେ ଦୁଇ ପରସ୍ପର ବିରୋଧୀ ଗୋଷ୍ଠୀ ସମାନ୍ତରାଳ ନିର୍ବାଚନ...

କ୍ଲାସିକୋ ଲାଗି ମୁତୟନ ହେବେ ୩ ହଜାର ପୋଲିସ

ବାର୍ସିଲୋନା,୧୪।୧୨(ଏଏଫ୍‌ପି)- ଆସନ୍ତା ସପ୍ତାହରେ ରିଅଲ ମାଡ୍ରିଡ୍‌ ଓ ବାର୍ସିଲୋନା ମଧ୍ୟରେ ଖେଳାଯିବାକୁ ଥିବା କ୍ଲାସିକୋ ମ୍ୟାଚ୍‌ର କାର୍ଯ୍ୟସୂଚୀରେ କୌଣସି ପରିବର୍ତ୍ତନ ହେବ ନାହିଁ। ଏଥିନେଇ ପ୍ରାୟ...

ବିବାଦରେ ପାକିସ୍ତାନ କ୍ରିକେଟର୍‌ ଶାଦବ

ଦୁବାଇ, ୧୨।୨- ପାକିସ୍ତାନ ସୀମିତ ଓଭର କ୍ରିକେଟ ଦଳର ପ୍ରମୁଖ ଖେଳାଳି ଶାଦବ୍‌ ଖାନ୍‌ ବିବାଦ ଘେରକୁ ଚାଲି ଆସିଛନ୍ତି। ଜଣେ ମହିଳାଙ୍କୁ ବ୍ଲାକମେଲ୍‌ କରିବା...

ବିଶ୍ୱ ଚାମ୍ପିୟନ ସ୍ପ୍ରିଣ୍ଟର କୋଲ୍‌ମ୍ୟାନ୍‌ ସସ୍‌ପେଣ୍ଡ

ଓ୍ବାଶିଂଟନ, ୧୭ା୬ (ଏପି): ଡ୍ରଗ୍ସ ଟେଷ୍ଟ ବେଳେ ଅନୁପସ୍ଥିତ ଯୋଗୁ ଆଥଲେଟିକ୍ସ ଇଣ୍ଟିଗ୍ରିଟି ୟୁନିଟ୍‌ (ଏଆଇୟୁ) ୧୦୦ମିଟର ବିଶ୍ୱ ଚାମ୍ପିୟନ ଖ୍ରିଷ୍ଟିଆନ କୋଲ୍‌ମ୍ୟାନଙ୍କୁ ସାମାୟିକ ସସ୍‌ପେଣ୍ଡ...

ଆଜି ଭାରତ-ଓ୍ବେଷ୍ଟଇଣ୍ଡିଜ ପ୍ରଥମ ଦିନିକିଆ: ଜାଣନ୍ତୁ କେବେ, କେଉଁଠି ଦେଖିବେ ଏହି ମ୍ୟାଚ୍‌… 

ନୂଆଦିଲ୍ଲୀ,୨୭।୭: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ଗୁରୁବାର ଖେଳାଯିବ। ଭାରତୀୟ ସମୟ ଅନୁଯାୟୀ ଏହି ମ୍ୟାଚ ସା୭ ଟାରୁ ଆରମ୍ଭ ହେବ।...

Advertisement
Archives

Model This Week