Posted inଖେଳ

ବର୍ଷେ ଭିତରେ ଏତିକି ଟଙ୍କା ରୋଜଗାର କରିଛନ୍ତି କୋହଲି

କ୍ରମାଗତ ପଞ୍ଚମ ବର୍ଷ ପାଇଁ ଫୋର୍ବସର ଶ୍ରେଷ୍ଠ ୧୦୦ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଖେଳାଳିଙ୍କ ମଧ୍ୟରେ ଭାରତୀୟ ଅଧିନାୟକ ବିରାଟ କୋହଲି ସ୍ଥାନ ପାଇଛନ୍ତି। ସେ ଏଭଳି କରିବାରେ ଏକମାତ୍ର କ୍ରିକେଟର ଅଟନ୍ତି। ଗତବର୍ଷ ପ୍ରାୟ ୧୯୭ କୋଟି (୨୬ ମିଲିୟନ ଡ଼ଲାର) ସହିତ ୬୬ତମ ସ୍ଥାନରେ ରହିଥିବା କୋହଲି ଚଳିତବର୍ଷ ୫୯ ନମ୍ବର ସ୍ଥାନରେ ପହଞ୍ଚିନ୍ତି । ତାଙ୍କର ରୋଜଗାର ପ୍ରାୟ ୩୨ କୋଟି ଟଙ୍କା ବୃଦ୍ଧି ପାଇଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଅଧିନାୟକ କୋହଲି ମଧ୍ୟ ୧୨ ମାସ ମଧ୍ୟରେ ପ୍ରାୟ ୨୨୯ କୋଟି ଟଙ୍କା (୩୧.୫ମିଲିୟନ ଡ଼ଲାର) ରୋଜଗାର କରିଛନ୍ତି। ଏଥିମଧ୍ୟରୁ ପ୍ରାୟ ୨୫କୋଟି (୩.୫ମିଲିୟନ ଡଲାର୍‌) ଦରମା ଏବଂ ପ୍ରାୟ ୨୦୪ କୋଟି (୨୮ମିଲିୟନ ଡଲାର୍‌) ବିଜ୍ଞାପନରୁ ଆସିଛି। କୋହଲି ୧୮୯ କୋଟି ରୋଜଗାର ସହିତ ୨୦୧୯ ରେ ୧୦୦ ତମ ସ୍ଥାନରେ ରହିଥିଲେ।
ମିକ୍ସଡ ମାର୍ଶଲ ଆର୍ଟ (ଏମ୍‌ଏମ୍‌ଏ) କିମ୍ବଦନ୍ତୀ କନୋର ମ୍ୟାକଗ୍ରେଗୋର ହେଉଛି ବିଶ୍ୱର ୧୫ର ସର୍ବାଧିକ ବେତନ ପ୍ରାପ୍ତ ଖେଳାଳି ଯିଏକି ପ୍ରାୟ ୧୫୧୭ କୋଟି ଟଙ୍କା (୨୦୮ ନିୟୁତ) ରୋଜଗାର କରିଛି। କିମ୍ବଦନ୍ତୀ ଫୁଟବଲର୍‌ ଲିଓନେଲ ମେସି ୯୧୯ କୋଟି (୧୨୬ ନିୟୁତ)ରେ ଦ୍ୱିତୀୟ ଏବଂ କ୍ରିଷ୍ଟିଆନୋ ରୋନାଲଡୋ ୮୭୫ କୋଟି (୧୨୦ ନିୟୁତ) ତୃତୀୟ ସ୍ଥାନରେ ଅଛନ୍ତି। ଶ୍ରେଷ୍ଠ ଶତକ ମଧ୍ୟରେ ନାଓମି ଓସାକା ଏବଂ ସେରେନା ୱିଲିୟମ୍ସ କେବଳ ଦୁଇଜଣ ମହିଳା ଖେଳାଳି ଅଛନ୍ତି। ଦୁହେଁ ଟେନିସର। ଓସାକା ୪୦୨ କୋଟି ଟଙ୍କା (୫୫.୨ ନିୟୁତ) ସହିତ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ମହିଳା ଖେଳାଳି । ୨୫୯କୋଟି (୩୫.୫ ମିଲିୟନ) ସହିତ ସେରେନା ୪୪ ନମ୍ବରରେ ଅଛନ୍ତି। ନୋଭାକ ଜୋକୋଭିକ ୫୨୩ ନମ୍ବରରେ ୨୪୩କୋଟି (୩୩.୪ ମିଲିୟନ) ଏବଂ ରାଫେଲ ନାଡାଲ ୧୯୩ କୋଟି (୨୬.୫ ମିଲିୟନ) ରେ ୯୨ ନମ୍ବରରେ ଅଛନ୍ତି। ଗତ ଥର ୬୧୨ କୋଟି (୮୪ ନିୟୁତ) ଟପିଥିବା ରୋଜର ଫେଡେରର ସପ୍ତମ ସ୍ଥାନକୁ ଖସି ଆସିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବାଲ୍ୟବନ୍ଧୁ, BJP ବିଧାୟକଙ୍କୁ ନେଇ ଆଣିଲେ ବଡ଼ ଅଭିଯୋଗ! ଛାନିଆ ହୋଇଗଲେ….

ମୁମ୍ବାଇ,୧୩।୯: ମହାରାଷ୍ଟ୍ରର ଭାୟନ୍ଦରରେ ଜମି ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲ୍ୟବନ୍ଧୁ ଅସଗରଅଲି ଭୋରା ତାଙ୍କୁ ଭେଟିଛନ୍ତି । ୮ ସେପ୍ଟେମ୍ବରରେ ୮୧ ବର୍ଷୀୟ ଭୋରା…

ପଶ୍ଚିମବଙ୍ଗରେ ବନ୍ଦ ହେଲା ୨୫୨ ମଦ୍ରାସା

କୋଲକାତା,୧୩ା୯: ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଚାଲୁଥିବା ଇସ୍‌ଲାମୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ସମୀକ୍ଷା କରିବା ପରେ ୨୫୨ ମଦ୍ରାସାକୁ ବନ୍ଦ କରିବା ପାଇଁ ନୋଟିସ ଜାରି କରିଛନ୍ତି। ଯାଞ୍ଚ ପ୍ରକ୍ରିୟାର…

ବ୍ୟବସାୟିକ ଜାହାଜ ଉପରେ ଆକ୍ରମଣ: ଭାରତୀୟ ନାବିକ ନିଖୋଜ

ନୂଆଦିଲ୍ଲୀ,୧୩ା୯: ଓମାନ ଉପକୂଳରେ ବ୍ୟବସାୟିକ ଜାହାଜ ଏମ୍‌ଟି ଏଲ୍‌ ଗାଇଆ ଉପରେ ଆକ୍ରମଣ ହେବାରୁ ଜଣେ ଭାରତୀୟ ନାବିକ ନିଖୋଜ ହୋଇଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ରବିବାର ସ୍ପଷ୍ଟ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି

ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା; BRICS ନେତା କହିଲେ…

ନୂଆଦିଲ୍ଲୀ, ୧୩ା୯ : ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି) ବର୍ତ୍ତମାନ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି । ଏହାକୁ ନେଇ ବ୍ରିକ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?