Posted inଖେଳ

ଚେନ୍ନାଇ ଟେଷ୍ଟରେ ପରାଜୟ: ବୋଲର୍‌ଙ୍କୁ ସବୁ ଦୋଷ ଦେଇ ଏଭଳି କହିଲେ କୋହଲି

ଚେନ୍ନାଇ,୯।୨: ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଲଜ୍ଜାଜନକ ପରାଜୟ ହାସଲ କରିଛି ଭାରତୀୟ ଟିମ୍‌। ଦୀର୍ଘ ୨୨ ବର୍ଷ ପରେ ଚେନ୍ନାଇରେ ଦଳ ଟେଷ୍ଟ ମ୍ୟାଚ୍‌ ହାରିଛି। ଏହାକୁ ନେଇ ଅଧିନାୟକ ବିରାଟ କୋହଲି ପ୍ରତିକ୍ରିୟା ରଖି ସବୁ ଦୋଷ ବୋଲର୍‌ଙ୍କୁ ଦେଇଛନ୍ତି।

କୋହଲି କହିଛନ୍ତି, ଇଂଲଣ୍ଡ ଦଳ ଭାରତଠାରୁ ଭଲ ପ୍ରଦର୍ଶନ କରିଛି। ଏହାର ପରିଣାମ ତାଙ୍କୁ ମିଳିଛି। ଏଭଳି ସମୟରେ ବୋଲର୍‌ମାନଙ୍କ ଉପରେ ବିଶ୍ୱାସ କରାଯାଇଥାଏ। ସେମାନେ ବ୍ୟାଟ୍ସମ୍ୟାନ୍‌ଙ୍କ ସହ ଏକଜୁଟ୍‌ ହୋଇ ଉଲ୍ଲେଖନୀୟ ପ୍ରଦର୍ଶନ କରିବା ଉଚିତ। ହେଲେ ତାହା ହେଲା ନାହିଁ। ଯୋଜନାଗୁଡ଼ିକୁ ଠିକ୍‌ ଭାବେ ପ୍ରଣୟନ କରାଯାଇପାରିଲା ନାହିଁ। ଦଳ ହିସାବରେ ଭୁଲରୁ ଶିଖି ଆସୁଛୁ। ଟେଷ୍ଟ କ୍ରିକେଟ ଏକ ଚକ୍କି ପରି। ଇଂଲଣ୍ଡ ଏଥିପାଇଁ ପ୍ରସ୍ତୁତ ଥିଲା। ଖେଳାଳିମାନଙ୍କ ପ୍ରଦର୍ଶନ ପ୍ରଶଂସନୀୟ ଥିଲା। ଫିଲ୍ଡିଂ ଭଲ ହେବା ସହ ଦୃଢ଼ ମାନସିକତା ଯୋଗୁ ଭାରତକୁ ହରାଇବାରେ ସଫଳ ହୋଇଛି ଦଳ। ହେଲେ ଭାରତୀୟ ଟିମ୍‌ ନିଜ ଭୂଲ ସୁଧାରିବା ସହ ପୁଣିଥରେ ପ୍ରତ୍ୟାବର୍ତ୍ତନ କରିବ ବୋଲି ସେ କହିଛନ୍ତି।

ପ୍ରକାଶ ଯେ, ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଇଂଲଣ୍ଡ ଦଳ। ପ୍ରଥମ ପାଳିରେ ଦଳ ୫୭୮ ରନ୍‌ କରିଥିଲା। ଏହାର ଜବାବରେ ଭାରତୀୟ ଟିମ୍‌ ୩୩୭ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ୨୪୧ରନ୍‌ର ଅତିରିକ୍ତ ରନ୍‌ ସହ ଇଂଲଣ୍ଡ ଦ୍ୱିତୀୟ ପାଳି ୧୭୮ ରନ୍‌ କରି ଅଲ୍‌ଆଉଟ୍‌ ହୋଇଥିଲା। ପରେ ଭାରତୀୟ ଟିମ୍‌ ଦ୍ୱିତୀୟ ପାଳି ୧୯୨ରନ୍‌ରେ ସମାପ୍ତ ହୋଇଥିଲା। ଫଳରେ ୨୨୭ରନ୍‌ର ଲଜ୍ଜାଜନକ ପରାଜୟ ହାସଲ କରିଛି ଦଳ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଖୁସିରେ ଝୁମି ଉଠିଲେ ଧୋନୀଙ୍କ ସ୍ତ୍ରୀ-ଝିଅ

ଶାରଜା,୧।୧୦: ଆଇପିଏଲ ୨୦୨୧ର ୪୪ତମ ମ୍ୟାଚରେ ଚେନ୍ନାଇ ହାଇଦ୍ରାବାଦକୁ ୬ ଉଇକେଟରେ ପରାସ୍ତ କରିଛି। ଏହା ସହିତ ସିଏସକେ ପ୍ଲେ ଅଫରେ ପହଞ୍ଚିବାରେ ପ୍ରଥମ ଦଳ...

୯ ବର୍ଷରେ ପ୍ରଥମ ଥର

ନୂଆଦିଲ୍ଲୀ,୭।୧୧: ଚଳିତ ଟି୨୦ ବିଶ୍ୱକପ୍‌ରେ ନ୍ୟୁଜିଲାଣ୍ଡ ତା’ର ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ଆଫଗାନିସ୍ତାନକୁ ହରାଇ ଦେଇଛି। ମ୍ୟାଚ୍‌ର ଏଭଳି ଫଳାଫଳ ଯୋଗୁ ସେମିଫାଇନାଲ ଦୌଡ଼ରୁ ବାଦ୍‌...

‘କ୍ରୀଡ଼ା ଏକତା ସୂତ୍ରରେ ବାନ୍ଧିଥାଏ’

ଭୁବନେଶ୍ୱର, ୧୮ା୨ (କ୍ରୀଡ଼ା ପ୍ରତିନିଧି): ଓଡ଼ିଶାରେ କ୍ରୀଡ଼ା ଭିତ୍ତିଭୂମି ବଢ଼ିବାରେ ଲାଗିଛି। ରାଜ୍ୟ ସରକାର କ୍ରମାଗତ ଦ୍ୱିତୀୟ ଥର ପାଇଁ ହକି ବିଶ୍ୱକପ୍‌ ଆୟୋଜନ କରିଛନ୍ତି।...

ଖ୍ବାଜାଙ୍କ ଶତକ: ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୨୫୫/୪

ଅହମ୍ମଦାବାଦ୍‌,୯।୩: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ସିରିଜର ଚତୁର୍ଥ ଟେଷ୍ଟ ମ୍ୟାଚ ଗୁରୁବାର ଠାରୁ ଅହମ୍ମଦାବାଦରେ ଖେଳାଯାଉଛି। ଟସ ଜିତିବା ପରେ ପ୍ରଥମେ ବ୍ୟାଟିଂ...

ମୁମ୍ବାଇ ଇଣ୍ଡିଆନ୍ସ ଚାମ୍ପିୟନ

ମୁମ୍ବାଇ,୨୬।୩: ମୁମ୍ବାଇର ବ୍ରାବୋର୍ନ ଷ୍ଟାଡିୟମରେ ଖେଳାଯାଉଥିବା ମହିଳା ପ୍ରିମିୟର ଲିଗର ପ୍ରଥମ ସିଜନର ଫାଇନାଲ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ୭ ଉଇକେଟରେ ବିଜୟୀ ହୋଇଛି। ଫଳରେ...

ଆଇପିଏଲ୍‌-୧୪: ମୁମ୍ବାଇ-ବାଙ୍ଗାଲୋର ଉଦ୍‌ଘାଟନୀ ମ୍ୟାଚ

* ଏପ୍ରିଲ ୯ରେ ଆରମ୍ଭ, ମେ’ ୩୦ରେ ଫାଇନାଲ * ବିନା ଦର୍ଶକରେ ୬ଟି ଭେନ୍ୟୁରେ ମ୍ୟାଚ୍‌ ନୂଆଦିଲ୍ଲୀ,୮।୩(ପି.ଟି.)- ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର...

ଟେଷ୍ଟ ସିରିଜ: ଈଶାନ୍ତ ଆଉଟ, ୧୧ରେ ରୋହିତଙ୍କୁ ନେଇ ନିଷ୍ପତ୍ତି

ସିଡ୍‌ନୀ,୨୮।୧୧ (ପି.ଟି.): ଆଗାମୀ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍‌ରୁ ଭାରତର ସବୁଠାରୁ ଅଭିଜ୍ଞ ବୋଲର ଈଶାନ୍ତ ଶର୍ମା ବାଦ୍‌ ପଡିଛନ୍ତି। ସିରିଜ ବେଳକୁ ସେ ମ୍ୟାଚ୍‌...

ଜାହିରଙ୍କୁ ପଦ୍ମଶ୍ରୀ ସମ୍ମାନ

ନୂଆଦିଲ୍ଲୀ,୨୬।୧- ପୂର୍ବତନ ଭାରତୀୟ ପେସର ଜାହିର ଖାଁଙ୍କୁ ରବିବାର ଦେଶର ଚତୁର୍ଥ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଶ୍ରୀରେ ଭୂଷିତ କରାଯାଇଛି। ୨୦୧୫ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର...

Advertisement
Archives

Model This Week