ଆପଣଙ୍କ ବିଧାୟକଙ୍କୁ ଜାଣନ୍ତୁ

ବାଲେଶ୍ୱର ଜିଲା ବାଲେଶ୍ୱର ବିଧାନସଭା ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ମାନସ କୁମାର ଦତ୍ତ। ୨୦୨୪ ନିର୍ବାଚନରେ ସେ ବିଜେଡିର ପୂର୍ବତନ ବିଧାୟକ ସ୍ବରୂପ କୁମାର ଦାସଙ୍କୁ ୨୮ହଜାର ୬୨୬ ଖଣ୍ଡ ଭୋଟ୍‌ ବ୍ୟବଧାନରେ ପରାସ୍ତ କରି ପ୍ରଥମଥର ବିଧାୟକ ହୋଇଛନ୍ତି। ମୋଟ୍‌ ୧ଲକ୍ଷ ୭୫ହଜାର ୫୬୦ ଖଣ୍ଡ ଭୋଟ୍‌ରୁ ମାନସ ୮୯ହଜାର ୩୬୦ ଖଣ୍ଡ ଭୋଟ୍‌ ପାଇଥିବା ବେଳେ ସ୍ବରୂପଙ୍କୁ ମିଳିଥିଲା ୬୦ହଜାର ୭୩୪ ଭୋଟ୍‌।
ମ୍ୟୁନିସିପାଲିଟି ଅନ୍ତର୍ଗତ ୱାର୍ଡ଼ ନଂ.-୧୧ ଚୌକିବଜାରରେ ୧୯୯୧ ଜୁନ୍‌ ୨୨ରେ ମାନସଙ୍କ ଜନ୍ମ। ମା’ ପ୍ରେମଲତା ଦତ୍ତ ଓ ବାପା ମଦନମୋହନ ଦତ୍ତଙ୍କର ସେ ଏକମାତ୍ର ପୁତ୍ର। ବାଲେଶ୍ୱର ଜିଲା ସ୍କୁଲରେ ମାଟ୍ରିକ ପରେ ସେ ବଳାଙ୍ଗୀ କଲେଜରୁ ବାଣିଜ୍ୟରେ ଯୁକ୍ତ୨ ଉତ୍ତୀର୍ଣ୍ଣ ହୋଇଥିଲେ। ଏହାପରେ ସେ ମୟୂରଭଞ୍ଜ ଜିଲା ବାରିପଦାର ଏମ୍‌ପିସି କଲେଜରେ ଯୁକ୍ତ ୩ ବାଣିଜ୍ୟରେ ନାମ ଲେଖାଇଥିଲେ। ଏହାପରେ ମଧ୍ୟପ୍ରଦେଶର ସାଗର ଜିଲାସ୍ଥିତ ସ୍ବାମୀ ବିବେକାନନ୍ଦ କଲେଜ ଅଫ୍‌ ଆର୍ଟସରେ ଇଣ୍ଟେରିୟର ଡିଜାଇନ୍‌ ପାଠ୍ୟକ୍ରମରେ ଦେଢ଼ବର୍ଷ ଶିକ୍ଷାଲାଭ କରିଥିଲେ। ୨୦୧୩ରେ ଦିଲ୍ଲୀର ଏକ ଘରୋଇ କମ୍ପାନୀରେ ଚାକିରି କରିଥିଲେ। କିଛି ମାସ ପରେ ସେଠାରୁ ଆସି ଭୁବନେଶ୍ୱରରେ ଡିଜାଇନ୍‌ ବ୍ୟବସାୟ ଆରମ୍ଭ କଲେ। ପରବର୍ତ୍ତୀ ସମୟରେ ବାଲେଶ୍ୱରରେ ଡିଜାଇନ୍‌ ବ୍ୟବସାୟ ଚାଲୁ ରଖିଥିଲେ। ବିଶ୍ୱ ହିନ୍ଦୁ ପରିଷଦ ଓ ଆର୍‌ଏସ୍‌ଏସ୍‌ରେ ଯୋଗଦେଇ ଦୀର୍ଘବର୍ଷ କାର୍ଯ୍ୟ କରିଥିବା ମାନସ ଛାତ୍ରନେତା ଭାବେ ୨୦୧୨ରେ ଏବିଭିପିର ନଗର ପ୍ରମୁଖ ଦାୟିତ୍ୱରେ ରହିଥିଲେ। ୨୦୧୪ରେ ଭାଜପାର ଜିଲା ଆଇଟି ସଂଯୋଜକ ଏବଂ ରାଜ୍ୟ ଯୁବମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ଭାବେ ମନୋନୀତ ହୋଇଥିଲେ।
ମଦନମୋହନ ୨୦୧୯ ମସିହାରେ ଭାଜପା ବିଧାୟକ ଭାବେ ଏହି ନିର୍ବାଚନମଣ୍ଡଳୀରୁ ବିଜୟୀ ହୋଇଥିଲେ। ୨୦୨୦ ଜୁନ୍‌ ୧୭ରେ ତାଙ୍କର ଦେହାନ୍ତ ହୋଇଥିଲା। ଏହାପରେ ଏହି ଆସନ ପାଇଁ ୨୦୨୦ ନଭେମ୍ବର ୩ରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଭାଜପାରୁ ମାନସ ବିଧାୟକ ପ୍ରାର୍ଥୀ ଭାବେ ଲଢ଼ିଥିଲେ। ବିଜେଡିର ସ୍ବରୂପଙ୍କଠାରୁ ୧୩ହଜାର ୩୫୧ ଖଣ୍ଡ ଭୋଟ୍‌ ବ୍ୟବଧାନରେ ସେ ପରାସ୍ତ ହୋଇଥିଲେ। ନବାଗତ ହୋଇଥିଲେ ମଧ୍ୟ ସେ ଏହି ଉପନିର୍ବାଚନରେ ଦ୍ୱିତୀୟ ସ୍ଥାନରେ ରହିଥିଲେ। ପରାସ୍ତ ହେବା ସତ୍ତ୍ୱେ ସେ ଲୋକଙ୍କ ସହ ସମ୍ପର୍କ ରଖି ବାଲେଶ୍ୱରର ବିକାଶ ପାଇଁ ଅଣ୍ଟା ଭିଡ଼ିଥିଲେ। ୨୦୨୪ ନିର୍ବାଚନରେ ଭାଜପା ପ୍ରାର୍ଥୀ ଭାବେ ବିଜୟୀ ହୋଇ ସେ ପ୍ରଥମଥର ବିଧାୟକ ହୋଇଛନ୍ତି। ବାପା ସ୍ବର୍ଗତ ମଦନ ମୋହନଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ଜନସାଧାରଣ ତାଙ୍କୁ ସୁଯୋଗ ଦେଇଛନ୍ତି।

ଜନସେବା, ନୀତି, ଆଦର୍ଶ ତାଙ୍କୁ ରାଜନୀତିରେ ପ୍ରବେଶ କରାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟଶୈଳୀ ତାଙ୍କୁ ଅନୁପ୍ରାଣିତ କରିଥିଲା। ବାଲେଶ୍ୱରର ବିକାଶ ପାଇଁ ସେ ମନ ବଳାଇଥିଲେ। ବାପାଙ୍କ ମୃତ୍ୟୁ ପରେ ଦଳ ତାଙ୍କୁ ସୁଯୋଗ ଦେଇଥିଲା। ତେଣୁ ବାଲେଶ୍ୱରକୁ ମହାନଗର ନିଗମ କରାଇବା ତାଙ୍କର ଲକ୍ଷ୍ୟ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନାର ସଫଳ ରୂପାୟନ ପାଇଁ ସେ ପ୍ରତିଶ୍ରୁତିବଦ୍ଧ। ଯୁବତୀଯୁବକଙ୍କ ପାଇଁ ରୋଜଗାର, ଶିକ୍ଷା ଓ ସ୍ବାସ୍ଥ୍ୟସେବାର ଉନ୍ନତି ଏବଂ କୃଷିର ବିକାଶ ପାଇଁ ତାଙ୍କର କାର୍ଯ୍ୟଧାରା ବଜାୟ ରହିବ। ବାଲେଶ୍ୱରରେ କୃଷି ମହାବିଦ୍ୟାଳୟ ଓ ଗବେଷଣା କେନ୍ଦ୍ର, ଆଦର୍‌ରତା ଓ ଉତ୍ତାପ ନିୟନ୍ତ୍ରିତ ଗୋଦାମ ପ୍ରତିଷ୍ଠା ପାଇଁ ସେ ଅଗ୍ରାଧିକାର ଦେବେ ବୋଲି ବିଧାୟକ ମାନସ କହିଛନ୍ତି।
ରିପୋର୍ଟ-ବାଞ୍ଛାନିଧି ଦେ


Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

‘ବରିଷ୍ଠ ନାଗରିକ ଦେଶର ଅମୂଲ୍ୟ ସମ୍ପଦ’

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିଶନ ଶକ୍ତି ଭବନଠାରେ ଗୁରୁବାର ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?