ବୟସବାଦକୁ ନେଇ ଜାଣନ୍ତୁ କ’ଣ କହିଲେ ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅମିର ଖାନ୍‌ ଏବଂ ଅଭିନେତ୍ରୀ କରୀନା କପୁର ଖାନ୍‌ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ‘ ଲାଲ୍‌ ସିଂ ଚଡ୍ଡା’ ଅଗଷ୍ଟ ୧୧ରେ ପ୍ରେକ୍ଷାଳୟରେ ରିଲିଜ୍‌ ହେବ। ଯାହାକୁ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବଢିବାରେ ଲାଗିଛି। ଏକ ଦଶନ୍ଧି ପରେ କରୀନା-ଅମିରଙ୍କୁ ପରଦାରେ ଦେଖିବାକୁ ମିଳିବ। ହେଲେ ଏବେ କରୀନା ଫିଲ୍ମ ପ୍ରେମୋଶନରେ ଲାଗିପଡ଼ିଛନ୍ତି। ତେବେ ଦୁଇଥର ଗର୍ଭଧାରଣ ଏବଂ ତାଙ୍କ ଦାମ୍ପତ୍ୟ ଜୀବନ କାର୍ଯ୍ୟରେ କରୀନାଙ୍କର ଦୃଷ୍ଟିକୋଣ ବଦଳାଇ ନାହିଁ। ଏବେ ବି ତାଙ୍କର ସିନେମା ପାଇଁ ଆଗ୍ରହ ରହିଛି। ।
ନିକଟରେ ଏକ ସାକ୍ଷାତକାରରେ ଏ ସମ୍ପର୍କରେ ଅଭିନେତ୍ରୀଙ୍କୁ ପଚରାଯାଇଥିଲା, ବଲିଉଡ୍‌ରେ ବୟସବାଦ ଅଛି ଏବଂ ଏକ ନିର୍ଦ୍ଧିଷ୍ଟ ବୟସରୁ ଅଧିକ ହେଲେ ମହିଳାଙ୍କୁ ଇଣ୍ଡଷ୍ଟ୍ରିରେ କାମ କରିବା କଷ୍ଟକର ହୋଇପଡେ କି? ଯାହାର ଉତ୍ତରରେ କରୀନା କହିଛନ୍ତି ଯେ, ମୁଁ ଭାବୁଛି ଏହା କେବଳ ସୋସିଆଲ ମିଡିଆରେ ଅଛି। କିନ୍ତୁ ତାହା ବାସ୍ତବ ଜୀବନରେ ନୁହେଁ। ଏହାକୁ ନେଇ ଅନେକ ଆଲୋଚନା ହୁଏ। ଲୋକେ ଏ ବିଷୟରେ ପ୍ରବନ୍ଧ ଲେଖନ୍ତି,ବିତର୍କ କରନ୍ତି। କିନ୍ତୁ ବାସ୍ତବରେ, ଯଦି ତୁମେ ଦକ୍ଷ, ତେବେ କାମ ପାଇବ। ଯଦି ତୁମେ ଭଲ ଦେଖାଯାଉଛ, ତୁମେ କାମ ପାଇବ। ଯଦି ତୁମେ ନିଜେ ଠିକ୍‌ ଅଛ, ତେବେ ତୁମେ କାମ ପାଇବ।
ସେ ଆହୁରି ମଧ୍ୟ କହିଛନ୍ତି, ଆଜି ମୁଁ ଭାବୁଛି ସମସ୍ତେ ବହୁତ ଭଲ କାମ କରୁଛନ୍ତି। ବୟସ କେବଳ ଏକ ସଂଖ୍ୟା ଏବଂ ଲୋକମାନେ ଭିନ୍ନ ଭିନ୍ନ ଚରିତ୍ରରେ କାମ କରୁଛନ୍ତି। ମୁଁ ମଧ୍ୟ ଗର୍ଭବତୀ ଥିବା ସମୟରେ କାମ କରୁଥିଲି। ବର୍ତ୍ତମାନ ଆଲିଆ ଗର୍ଭବତୀ ଅଛନ୍ତି ଏବଂ ସେ ମଧ୍ୟ କାର୍ଯ୍ୟ କରୁଛନ୍ତି ଏବଂ କାର୍ଯ୍ୟ ଜାରି ରଖିଛନ୍ତି। ତେଣୁ ସୀମା ଭାଙ୍ଗିବା ଏବଂ ଚ୍ୟାଲେଞ୍ଜ୍‌ ନେବା ବ୍ୟକ୍ତିଙ୍କ ଉପରେ ନିର୍ଭର କରେ ବୋଲି ଅଭିନେତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଡିକଲଙ୍କ କ୍ରମାଗତ ଦ୍ୱିତୀୟ ଶତକ, ଭାରତ ୩୦୦/୫

କଲମ୍ବୋ, ୨୩ା୮- ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରବିବାରଠାରୁ ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ ପ୍ରଥମ ଦିନ…

ସମବାୟ ସମିତିରୁ ରାତିରେ ସାର ଚାଲାଣ ଅଭିଯୋଗ, ବଢ଼ିଲା ଚାଷୀ ଅସନ୍ତୋଷ

ହାଟଡିହୀ/ଛେନାପଦୀ,୨୩।୮(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସମଣା ସେବା ସମବାୟ ସମିତିରେ ଚାଷୀଙ୍କ ପାଇଁ ମହଜୁଦ ଥିବା ସାରକୁ ବିକ୍ରି ଉଦ୍ଦେଶ୍ୟରେ ରାତିରେ ଅନ୍ୟତ୍ର…

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri