Posted inଖେଳ

ନ୍ୟୁ ଚଣ୍ଡୀଗଡ଼ରେ ‘ରାହୁଲ ଝଡ଼’: ୮୦ ବଲ୍‌ରେ ଶତକ ମାରି ଧୋନିଙ୍କ ସମକକ୍ଷ, ଭାରତ ପାଇଁ ସାଜିଲେ ସଙ୍କଟମୋଚକ

ନ୍ୟୁ ଚଣ୍ଡୀଗଡ଼,୩।୧୦: ଭାରତୀୟ କ୍ରିକେଟ୍ ଦଳର ଭରସାଯୋଗ୍ୟ ଖେଳାଳି କେ ଏଲ୍ ରାହୁଲ ପୁଣି ଥରେ ନିଜର ଦମଦାର ପ୍ରଦର୍ଶନ ବଳରେ ଦଳର ସଙ୍କଟମୋଚକ ସାଜିଛନ୍ତି। ପ୍ରଥମ ଦୁଇଟି ଦିନିକିଆ ମ୍ୟାଚରେ ବ୍ୟାଟିଂ ସୁଯୋଗ ପାଇ ନ ଥିବା ରାହୁଲ, ତୃତୀୟ ମ୍ୟାଚରେ ସୁଯୋଗ ମିଳିବା କ୍ଷଣି ୱାର୍ଲ୍ଡକପ୍‌ରେ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ପଦବୀ ପାଇଁ ନିଜର ଦାବିକୁ ଆହୁରି ମଜବୁତ କରିଛନ୍ତି। ନ୍ୟୁ ଚଣ୍ଡୀଗଡ଼ସ୍ଥିତ ପିସିଏ କ୍ରିକେଟ୍ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳାଯାଉଥିବା ଅନ୍ତିମ ଦିନିକିଆରେ ରାହୁଲ ମାତ୍ର ୮୦ଟି ବଲ୍‌ରୁ ନିଜ କ୍ୟାରିୟରର ୯ମ ତଥା ଦ୍ୱିତୀୟ ଦ୍ରୁତତମ ଶତକ ହାସଲ କରିଛନ୍ତି।

ରାହୁଲ ୮୭ଟି ବଲ୍‌ରୁ ୧୦ଟି ଚୌକା ଓ ୬ଟି ଛକା ସହାୟତାରେ ୧୨୯ ରନର ବିସ୍ଫୋରକ ଅପରାଜିତ ଇନିଂସ ଖେଳିଛନ୍ତି, ଯାହାକି ଦିନିକିଆ କ୍ରିକେଟରେ ତାଙ୍କର ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର। ରାହୁଲଙ୍କ ଏହି ଦମଦାର ଶତକ, ରୋହିତ ଶର୍ମାଙ୍କ ୯୨ ରନ୍ ଏବଂ ଋତୁରାଜ ଗାଏକୱାଡଙ୍କ ୫୭ ରନ୍ ବଳରେ ଭାରତ ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ୍ ସମ୍ମୁଖରେ ୩୫୨ ରନର ବିଶାଳ ଲକ୍ଷ୍ୟ ଧାର୍ଯ୍ୟ କରିଛି।

ନମ୍ବର ୫ ପୋଜିସନ୍‌ରେ ବ୍ୟାଟିଂ କରି ଶତକ ମାରିବା ମାମଲାରେ କେଏଲ୍ ରାହୁଲ ପୂର୍ବତନ ଭାରତୀୟ ଅଧିନାୟକ ଏମ୍‌ଏସ୍ ଧୋନିଙ୍କ ବରାବର କରିଛନ୍ତି। ୫ମ ସ୍ଥାନରେ ଆସି ରାହୁଲ ନିଜର ୪ର୍ଥ ଦିନିକିଆ ଶତକ ହାସଲ କରିଛନ୍ତି। ଭାରତ ପାଇଁ ଏହି ନମ୍ବରରେ ସବାଧିକ ୭ଟି ଶତକ ମାରିବାର ରେକର୍ଡ ଯୁବରାଜ ସିଂହଙ୍କ ନାମରେ ରହିଛି।

ନମ୍ବର ୫ ପୋଜିସନ୍‌ରେ ସବାଧିକ ଶତକ (ଭାରତ):

  • ଯୁବରାଜ ସିଂହ: ୭ ଶତକ (୯୯ ମ୍ୟାଚ୍)

  • ଏମ୍‌‌ଏସ୍ ଧୋନି: ୪ ଶତକ (୯୫ ମ୍ୟାଚ୍)

  • କେଏଲ୍ ରାହୁଲ: ୪ ଶତକ (୩୯ ମ୍ୟାଚ୍)

ଅନ୍ତର୍ଜାତୀୟ କ୍ରିକେଟରେ ୧୦,୦୦୦ ରନ୍ ପୂରଣ

ଏହି ଇନିଂସ ବଳରେ କେଏଲ୍ ରାହୁଲ ଅନ୍ତର୍ଜାତୀୟ କ୍ରିକେଟରେ (ଟେଷ୍ଟ, ଦିନିକିଆ ଓ ଟି-୨୦ ମିଶାଇ) ନିଜର ୧୦,୦୦୦ ରନ୍ ପୂରଣ କରିଛନ୍ତି। ସେ ଭାରତର ୧୫ଶ ଖେଳାଳି ଭାବେ ଏହି ମାଇଲଖୁଣ୍ଟ ଛୁଇଁଛନ୍ତି। ୨୪୩ଟି ମ୍ୟାଚର ୨୮୧ଟି ଇନିଂସରୁ ୪୧.୦୩ ହାରସାରାସରୀରେ ରାହୁଲଙ୍କ ନାମରେ ବର୍ତ୍ତମାନ ୧୦,୦୯୪ ରନ୍ ରହିଛି। ଏହି ସମୟ ମଧ୍ୟରେ ସେ ୨୩ଟି ଶତକ ଓ ୬୩ଟି ଅର୍ଦ୍ଧଶତକ ହାସଲ କରିଥିବା ବେଳେ ତାଙ୍କର ସର୍ବୋଚ୍ଚ ସ୍କୋର ୧୯୯ ରନ୍ ରହିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?