ସର୍ଫିଙ୍ଗ ପର୍ଯ୍ୟଟନ ମାନଚିତ୍ରରେ କୋଣାର୍କ

କୋଣାର୍କ,୩୦।୪(ଜ୍ୟୋତିରାଜ ମହାନ୍ତି):ସମୁଦ୍ରର ନୀଳ ଢ଼େଉରେ ଦୁଃସାହସିକ ଜଳକ୍ରୀଡ଼ା ସର୍ଫିଙ୍ଗ ପାଇଁ ଖାଲି ବିଦେଶ ନୁହେଁ, ଭାରତର ଯୁବବର୍ଗଙ୍କ ଆଗ୍ରହ ବଢ଼ିବାରେ ଲାଗିଛି। ପୁରୀ-କୋଣାର୍କ ବେଳାମାର୍ଗରେ ଅବସ୍ଥିତ ରେଞ୍ଜର୍ସ ଆଡ୍‌ଭେଞ୍ଚର୍ସ ଫାଉଣ୍ଡେଶନ ପକ୍ଷରୁ ସୋମବାର ରାମଚଣ୍ଡୀ ମୁହାଣ ନିକଟ ସ୍ବର୍ଣ୍ଣାଭ ବେଳାଭୂମି, କୁଶଭଦ୍ରା ନଦୀ, ଚନ୍ଦ୍ରଭାଗା ଓ ତାଣ୍ଡାଘର କେଲୁଣି ମୁହାଣ ନିକଟରେ ନିଆରା ଜଳକ୍ରୀଡ଼ା ସର୍ଫିଙ୍ଗ ପ୍ରଶିକ୍ଷଣ ଦିଆଯାଇଛି। ଦେଶ ବିଦେଶରୁ ଆସିଥିତ୍ବା ପ୍ରାୟ ୩୦୦ ପ୍ରଶିକ୍ଷାର୍ଥୀ ଏଠାରେ ତାଲିମ ନେଇ ସାରିଲେଣି। ଭାରତର ବିଭିନ୍ନ ରାଜ୍ୟ ସହିତ ଜାପାନ, ଅଷ୍ଟ୍ରେଲିଆ, ଜର୍ମାନୀ, ସ୍କଟଲାଣ୍ଡ, ଇଂଲଣ୍ଡ ଓ ଚେକ୍‌ ରିପବ୍ଲିକ ଆଦି ଦେଶରୁ ୮୦ ଜଣ ପ୍ରଶିକ୍ଷଣ ନେଇ ଫେରିଛନ୍ତି। ପ୍ରଥମେ କୁଶଭଦ୍ରା ନଦୀର ସ୍ଥିର ଜଳରାଶିରେ ଓ ପରେ ସମୁଦ୍ର ଢେଉ ମଧ୍ୟରେ ପ୍ରଶିକ୍ଷଣ ଦିଆଯାଉଛି। ସର୍ଫିଙ୍ଗ ପାଇଁ ଉତ୍କୃଷ୍ଟ ସମୟ ହେଉଛି ସକାଳ ୬ରୁ ୭ଟା। ପବନ କମ୍‌ ରହିବା ଦରକାର। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ସର୍ଫିଙ୍ଗ ସହିତ ସ୍ବର୍ଣ୍ଣାଭ ବେଳାଭୂମିରେ ଜଳକ୍ରୀଡ଼ା, ସାଇକେଲ ଚାଳନା, ଯୋଗ ଓ ରହିବା ଖାଇବା ବ୍ୟବସ୍ଥା ରହିଛି। ଓଡ଼ିଶା ପର୍ଯ୍ୟଟନକୁ ଆଗକୁ ନେବାକୁ ସର୍ଫିଙ୍ଗ ଏକ ଭଲ ମାଧ୍ୟମ। ଏଠାକାର ସୁନ୍ଦର ଓ ସ୍ବଚ୍ଛ ବେଳାଭୂମି ସହ ସମୁଦ୍ରକୂଳ ଓ ପରିଷ୍କାର ଜଳରାଶି ସର୍ଫିଙ୍ଗ ପାଇଁ ବେଶ ଉପଯୋଗୀ। ଏହା ସାରା ବିଶ୍ୱ ପର୍ଯ୍ୟଟନରେ ସ୍ଥାନ ପାଇବ ବୋଲି ଆମେ ପ୍ରୟାସ କରୁଛୁ, ଏବେ ଭାରତୀୟ ଯୁବବର୍ଗଙ୍କ ଆଗ୍ରହ ବଢୁଥିବା ସହ ଏହା ଆଗାମୀ ଦିନରେ ସର୍ଫିଙ୍ଗ୍‌ ହବ୍‌ ପାଲଟିବ ବୋଲି ରେଞ୍ଜର୍ସର ପ୍ରତିଷ୍ଠାତା ସଞ୍ଜୟ କୁମାର ସାମନ୍ତରାୟ କହିଛନ୍ତି। ରେଞ୍ଜର୍ସ ଆଡଭେଞ୍ଚର୍ସ ଫାଉଣ୍ଡେଶନ ପକ୍ଷରୁ ବିଗତ ବର୍ଷଗୁଡ଼ିରେ ରାମଚଣ୍ଡୀ ନଦୀ ମୁହାଣରେ ଅନ୍ତର୍ଜାତୀୟ ସର୍ଫିଙ୍ଗ ଫେଷ୍ଟିଭାଲ ଆୟୋଜିତ ହେଉଥିଲା। କେତେକ ସମସ୍ୟା ଯୋଗୁ ଏହା ବନ୍ଦ ରହିଛି। ୨୦୨୫ ମସିହାରୁ ପୁଣି ଏହି ଉତ୍ସବ ଆୟୋଜନ କରାଯିବ। ପ୍ରାୟ ୧୦ରୁ ଊଦ୍ଧର୍‌ବ ଦେଶର ଅନ୍ତର୍ଜାତୀୟ ସର୍ଫର୍ସଙ୍କ ସହ ଦେଶର ବିଭିନ୍ନ ରାଜ୍ୟରୁ ପ୍ରାୟ ୨୦୦ ପ୍ରତିଯୋଗୀ ଭାଗ ନେବେ। ଏହା ଦ୍ୱାରା ସର୍ଫ ପର୍ଯ୍ୟଟନ ବୃଦ୍ଧି ପାଇବ। ସ୍ଥାନୀୟ ଲୋକଙ୍କ ବ୍ୟବସାୟ ସହ କୋଣାର୍କ ଓ ପୁରୀର ପର୍ଯ୍ୟଟନ ମଧ୍ୟ ଗୁରୁତ୍ୱ ରହିବ ବୋଲି ସାମନ୍ତରାୟ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ବିଧାୟକଙ୍କ ଦ୍ଵାରା ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ: ୭ ଟିମ୍ ଖେଳିଲେ ମ୍ୟାଚ୍, ରବିବାର ହେବ…

ଦିଗପହଣ୍ଡି, ,୧୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ୍ ଏବଂ ଏନ୍ଏସି କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ପବିତ୍ର ସ୍ଵାଧୀନତା ଦିବସ ଅବସରରେ…

ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ପାଳିତ: ମାନବ ଜୀବନର ଲକ୍ଷ୍ୟ କେବଳ…

ଭଞ୍ଜନଗର,୧୫। ୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀଅରବିନ୍ଦ ଶକ୍ତିପୀଠରେ ଶନିବାର ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି।…

ସ୍ବାଧୀନତା ଦିବସରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ସ୍ବାଧୀନତା ଦିବସ ଅବସରରେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲାସ୍ତରୀୟ ସ୍ବାଧୀନତା ଦିବସ…

କଥା ଦେଇ କଥା ରଖିଲେ ଅକରୁଆ ସରପଞ୍ଚ: ପକ୍କା ହେଲା ବଡ଼ସାହି-କେନ୍ଦୁଗୁଡ଼ା ରାସ୍ତା , ଗ୍ରାମବାସୀଙ୍କ ମଧ୍ୟରେ ଖୁସିର…

ହାଟଡିହୀ/ଛେନାପଦୀ,୧୫।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଦିନେ ଯେଉଁ ରାସ୍ତାରେ ଆଣ୍ଠୁଏ କାଦୁଅ ଓ ପାଣି ଜମି ରହୁଥିବାରୁ ଯାତାୟାତ ଦୁର୍ବିସହ ହୋଇପଡ଼ୁଥିଲା, ଶେଷରେ ସେହି ରାସ୍ତା ପକ୍କା ରାସ୍ତାରେ…

ପତାକା ଉତ୍ତୋଳନକୁ ନେଇ ଟଣାଓଟରା

ଖଲ୍ଲିକୋଟ,୧୫।୮(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ପରିସରରେ ସ୍ବଧୀନତା ଦିବସ ପାଳନ ବେଳେ ପତାକା ଉତ୍ତୋଳନକୁ ନେଇ ବିଡିଓ ଦେବାଶିଷ ସାମଲ ଏବଂ ବ୍ଲକ…

ଦାରିଙ୍ଗବାଡ଼ିରେ ୮୦ତମ ସ୍ୱାଧୀନତା ଦିବସ ପାଳିତ: ଜନସେବାକୁ ଦେଶସେବା ବୋଲି କହି…

ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): ଦେଶ ସ୍ୱାଧୀନତାର ୮୦ତମ ବର୍ଷପୂର୍ତ୍ତି ଉତ୍ସବ ଅବସରରେ କନ୍ଧମାଳ ଜିଜିଲା ଦାରିଙ୍ଗବାଡ଼ି ଅଞ୍ଚଳ ସମ୍ପୂର୍ଣ୍ଣ ଉତ୍ସବମୁଖର ହୋଇପଡ଼ିଛି। ଏହି ପରିପ୍ରେକ୍ଷୀରେ ଦାରିଙ୍ଗବାଡ଼ିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri