ବ୍ରହ୍ମପୁରରେ ପୁଣି ଏକ ମୁଣ୍ଡ ଗଡ଼ିଲା: ପେଶାଦାର ଅପରାଧୀଙ୍କୁ ହତ୍ୟା

ବ୍ରହ୍ମପୁର, ୪/୧୦ (ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରରେ ପୁଣି ଏକ ମୁଣ୍ଡ ଗଡ଼ିଛି। ଘଟଣାଟି ନିମଖଣ୍ଡି ଗାଁ ମୁଣ୍ଡରେ ଘଟିଛି। ଜଣେ ପେଶାଦାର ଅଭିଯୁକ୍ତଙ୍କ ବେକ କାଟି ହତ୍ୟା କରାଯାଇଛି। ମୃତ ଯୁବକ ଜଣକ ଉକ୍ତ ଗ୍ରାମର ଟୁନା ନାୟକ (୨୮)। ମୃତକଙ୍କ ନାମରେ ୮ରୁ ଊର୍ଦ୍ଧ୍ୱ ହତ୍ୟା, ଦାଦାବଟି ଭଳି ସଙ୍ଗିନ ମାମଲା ରହିଥିବା ପୋଲିସ କହିଛି।

ଅନ୍ୟପକ୍ଷରେ, ପୋଲିସ ହତ୍ୟାକାରୀଙ୍କୁ ଗିରଫ କରିଥିବା କହିଛି। ଗିରଫ ଅଭିଯୁକ୍ତ ହେଲେ ଉକ୍ତ ଗ୍ରାମର ରାଘବ ସାହୁ (୩୨)। ପୋଲିସ ଦୁଇଟି ଛୁରୀ ଓ ସ୍କୁଟି ଜବତ କରି ଘଟଣାର ଛାନ୍‌ଭିନ୍‌ କରୁଛି। ସାଇଣ୍ଟିଫିକ୍‌ ଟିମ୍‌ର ସହାୟତାରେ ଘଟଣାସ୍ଥଳରୁ ଜୈବ ନମୁନା ସଂଗ୍ରହ କରାଯାଇଛି।

ଘଟଣାରୁ ପ୍ରକାଶ ଯେ, ରାଘବ ସାହୁ ଗାଁରେ ଏକ ଫାଷ୍ଟଫୁଡ୍‌ ଦୋକାନ କରିଛନ୍ତି। ଅନ୍ୟପକ୍ଷରେ ଟୁନା ନାୟକ ଜଣେ ପେଶାଦାର ଅପରାଧୀ ଥିବା ବେଳେ ଗାଁରେ ଭାଇଗିରି କରୁଥିବା ପୋଲିସ କହିଛି। ଟୁନା ଓ ତାଙ୍କ ସହଯୋଗୀମାନେ ଉକ୍ତ ଫାଷ୍ଟଫୁଡ୍‌ ଦୋକାନରୁ ମାଗଣାରେ ଖାଇବା ସହ ଦୋକାନ ମାଲିକ ରାଘବଙ୍କୁ ଦାଦାବଟି ମାଗିଆସୁଥିଲେ। ଏହାକୁ ନେଇ ରାଘବ ପ୍ରତିଶୋଧପରାୟଣ ହୋଇ ଟୁନାଙ୍କୁ ହତ୍ୟା କରିବା ପାଇଁ ସୁଯୋଗ ଖୋଜୁଥିବା ପୋଲିସ କହିଛି।

ଶନିବାର ସନ୍ଧ୍ୟାରେ ରାଘବଙ୍କ ଦୋକାନ ବନ୍ଦ ଥିବା ବେଳେ ଟୁନା ଓ ଅନ୍ୟ କିଛି ଯୁବକ ମଦ୍ୟପାନ କରିବା ପାଇଁ ଗାଁ ମୁଣ୍ଡରେ ଥିବା ଏକ ଘରକୁ ଯାଇଥିଲେ। ବିଳମ୍ବିତ ରାତିରେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଟୁନା ମାତ୍ରାଧିକ ନିଶାସକ୍ତ ଥିବା ବେଳେ ଏହାର ସୁଯୋଗ ନେଇ ରାଘବ ନିଜ ସ୍କୁଟିରେ ରଖିଥିବା ଛୁରୀ ବାହାର କରି ତାଙ୍କ ବେକ କାଟି ଦେଇଥିବା ପୋଲିସ କହିଛି।

ପ୍ରଚୁର ରକ୍ତସ୍ରାବ ଯୋଗୁ ଟୁନାଙ୍କ ମୃତ୍ୟୁ ଘଟିଥିବା ପୋଲିସ କହିଛି। ମୃତକଙ୍କ ଭାଇ ମୁନା ନାୟକଙ୍କ ଅଭିଯୋଗ ଆଧାରରେ ପୋଲିସ ୩୧୦/୨୬ ନମ୍ବରରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଡବଲ ପର୍ସନାଲିଟିର ଶିକାର ହୋଇଛନ୍ତି ବୈଭବ ସୂର୍ଯ୍ୟବଂଶୀ! ଶ୍ରେୟସ ଆୟର ଖୋଲିଲେ ବିସ୍ଫୋରକ ବ୍ୟାଟରଙ୍କ ରାଜ

ନୂଆଦିଲ୍ଲୀ,୪।୧୦: ଯୁବ ଭାରତୀୟ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ତାଙ୍କର ଧୂଆଁଧାର ବ୍ୟାଟିଂ ପାଇଁ ଜଣାଶୁଣା; ଯେତେବେଳେ ସେ ଲୟକୁ ଆସନ୍ତି, ସେତେବେଳେ ତାଙ୍କ ପ୍ରଭାବ ସାରା ବିଶ୍ୱରେ…

Chanakya Niti: ସ୍ତ୍ରୀଙ୍କ ପାଖରେ ସବୁବେଳେ ସ୍ବାମୀ ଏହି ୫ କଥା ଲୁଚାଇ ରଖିବା ଜରୁରୀ, ନଚେତ୍‌…

ସଫଳ ଏବଂ ସୁଖମୟ ଜୀବନ ବିତାଇବା ପାଇଁ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅତ୍ୟନ୍ତ ମାର୍ଗଦର୍ଶକ ସାବ୍ୟସ୍ତ ହୋଇଥାଏ। ନିଜର ଆତ୍ମସମ୍ମାନ, ସମ୍ପର୍କ ଏବଂ ସାମାଜିକ ପ୍ରତିଷ୍ଠାକୁ ବଜାୟ…

ଶେଖ ହାସିନା କେବେ ବାଂଲାଦେଶ ଫେରିବେ? ଉତ୍ତର ଦେଲା ଭାରତ

ନୂଆଦିଲ୍ଲୀ/ଢାକା,୪।୧୦: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ପ୍ରତ୍ୟାବର୍ତ୍ତନ ସମ୍ବନ୍ଧୀୟ ପ୍ରଶ୍ନର ଉତ୍ତର ଦେଇ ଭାରତ କହିଛି ଯେ ତାଙ୍କ ଫେରିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟସୀମା…

ମଶାଣି ଗୃହ ନଥିବାରୁ ହଟହଟା ଗ୍ରାମବାସୀ: ନିଜ ପାଇଁ ନିଜେ ଶ୍ମଶାନ ଜମି ସଫେଇ କଲା ଗ୍ରାମ୍ୟ କମିଟି

ଦାରିଙ୍ଗବାଡ଼ି, ୪/୧୦ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଗ୍ରୀନବାଡ଼ି ପଞ୍ଚାୟତର ଗ୍ରାମ୍ୟ କମିଟି ପକ୍ଷରୁ ନିଜ ଗାଁ ଶ୍ମଶାନ ଜମିକୁ ନିଜେ ସଫେଇ କରି…

କଣ୍ଟାପଡ଼ା ଯାତ୍ରା ଦେଖିବା ହେଲା ଶେଷ ଯାତ୍ରା: ଦୁର୍ଘଟଣାରେ ଏଲ୍‌ଆଣ୍ଡ୍‌ଟି କର୍ମଚାରୀଙ୍କ ମୃତ୍ୟୁ

ଭଞ୍ଜନଗର, ୪/୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ସୋରଡ଼ାର କଣ୍ଟାପଡ଼ା ଯାତ୍ରା ଦେଖି ଶନିବାର ମଧ୍ୟରାତ୍ରିରେ ଭଞ୍ଜନଗର ନିକଟସ୍ଥ ଡିହପଢ଼ାଳ ଗ୍ରାମସ୍ଥିତ ଘରକୁ ଫେରୁଥିବା ବେଳେ ଦୁର୍ଘଟଣା…

ତାମିଲନାଡୁରେ ବନ୍ଧା ପଡ଼ିଛି ଦାଦନ ଶ୍ରମିକଙ୍କ ମୃତଦେହ

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଦାଦନ ସମସ୍ୟା ଅସମାହିତ ରହିଛି। ଜିଲାର ପଦ୍ମପୁର ଉପଖଣ୍ଡରେ ଏହି ସମସ୍ୟା ଲାଗି ରହିଛି। ଏଠାରୁ ପ୍ରତିବର୍ଷ ରାଜ୍ୟ ବାହାରକୁ ଲୋକେ…

ସୂର୍ଯ୍ୟ-ଶନିଙ୍କ ମୁହାଁମୁହିଁ ଦୃଷ୍ଟି: ସତର୍କ ରୁହନ୍ତୁ ୩ ରାଶି; ଚାଲିଯିବ ସବୁ ଟଙ୍କା, କ୍ୟାରିୟରରେ ବଡ଼ ସଙ୍କଟ!

ସୂର୍ଯ୍ୟ ଏବଂ ଶନିଙ୍କ ମଧ୍ୟରେ ପ୍ରତିଯୁତି ଦୃଷ୍ଟି ଯୋଗ ଗଠନ ଅନେକ ରାଶି ପାଇଁ ଅଶୁଭ ସାବ୍ୟସ୍ତ ହୋଇପାରେ। ସୂର୍ଯ୍ୟ ଏବଂ ଶନି ମୁହାଁମୁହିଁ ହେବା ଏକ…

ଅଧରାତିରେ ଭାରତରେ ଭୂକମ୍ପ ଝଟ୍‌କା: ୨ ରାଜ୍ୟକୁ ଦୋହଲାଇଦେଲା…

ନୂଆଦିଲ୍‌ଲୀ,୪।୧୦: ଭାରତ, ଇଣ୍ଡୋନେସିଆ ଏବଂ ମିଆଁମାରର ଅନେକ ସହରରେ ଗତ ବିଳମ୍ୱିତ ରାତିରୁ ଆଜି ସକାଳ ପର୍ଯ୍ୟନ୍ତ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?