ଆଟଲାଣ୍ଟିକ ମହାସାଗର ଉପରେ ରହସ୍ୟଜନକ ଭାବେ ନିଖୋଜ ହେଲା ବିମାନ, ସାମ୍ନାକୁ ଆସିଲା ପାଇଲଟ୍‌ଙ୍କ ଶେଷ କଲ୍‌

ନୂଆଦିଲ୍‌ଲୀ,୪।୧୦: ଆଟଲାଣ୍ଟିକ ମହାସାଗର ଉପରେ ଉଡ଼ାଣ ଭରୁଥିବା ଏକ ବିମାନ ନିଖୋଜ ହୋଇଯାଇଛି, ଯାହା ଏକ ମେଡିକାଲ ଜେଟ ଅର୍ଥାତ ଏୟାର ଆମ୍ୱୁଲାନ୍ସ ଅଟେ। ଏଥିରେ ୬ ଜଣ ଲୋକ ଯାତ୍ରା କରୁଥିଲେ, ଯେଉଁମାନେ ବୋଷ୍ଟନ ଯାଉଥିଲେ। ବିମାନର ଭଗ୍ନାଂଶ ମିଳିଥିବା ନେଇ ଖବର ମଧ୍ୟ ଆସୁଛି, ମାତ୍ର ଏପର୍ଯ୍ୟନ୍ତ ଏହାର କୌଣସି ଆନୁଷ୍ଠାନିକ ପୁଷ୍ଟି ହୋଇନାହିଁ। ଫେଡେରାଲ ଆଭିଏସନ ଆଡମିନିଷ୍ଟ୍ରେସନ (FAA) ବିମାନଟି ରାଡାରରୁ ଅଦୃଶ୍ୟ ହେବାର ଖବର ପାଇବା କ୍ଷଣି ସତର୍କ ସୂଚନା (ଆଲର୍ଟ) ଜାରି କରିଥିଲା। ଏହା ପରେ ଆମେରିକୀୟ ତଟରକ୍ଷୀ ବାହିନୀ (US Coast Guard) ନିଜର ଅନୁସନ୍ଧାନକାରୀ ବିମାନ ଏବଂ ସାମୁଦ୍ରିକ ଜାହାଜଗୁଡ଼ିକୁ ମହାସାଗରରେ ନିୟୋଜିତ କରିଛନ୍ତି। ତଟରକ୍ଷୀ ବାହିନୀ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ସେମାନେ ନାନଟକେଟ (Nantucket) ର ଦକ୍ଷିଣ ଦିଗରେ ସମୁଦ୍ର ପାଣିରେ ଭଗ୍ନାଂଶ ଦେଖିବାକୁ ପାଇଛନ୍ତି, କିନ୍ତୁ ଏହା କାହାର ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ଫେଡେରାଲ ଆଭିଏସନ ଆଡମିନିଷ୍ଟ୍ରେସନ (FAA) ଅନୁଯାୟୀ, ରାତି ପ୍ରାୟ ୧:୨୦ ସମୟରେ ଆଲର୍ଟ ଜାରି କରାଯାଇଥିଲା। ନିଖୋଜ ହୋଇଥିବା ବିମାନଟି କାନାଡ଼ାରେ ପଞ୍ଜୀକୃତ ଏକ ‘ଗଲ୍ଫଷ୍ଟ୍ରିମ G100’ ଜେଟ ଥିଲା, ଯାହାକୁ ‘ଲ୍ୟାଟିଚ୍ୟୁଡ ଏୟାର ଆମ୍ୱୁଲାନ୍ସ’ ପରିଚାଳନା କରୁଥିଲା। ଏହି ବିମାନଟି ୬ ଜଣ ଯାତ୍ରୀଙ୍କୁ ନେଇ ଶନିବାର ସ୍ଥାନୀୟ ସମୟ ରାତି ପ୍ରାୟ ୧୨:୪୧ ରେ ବର୍ମୁଡାର ଏଲ.ଏଫ. ୱାଡେ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣ ଭରିଥିଲା ଏବଂ ବୋଷ୍ଟନ ଲୋଗାନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବାର ଥିଲା। କିନ୍ତୁ ଅବତରଣ ପୂର୍ୱରୁ ଆଟଲାଣ୍ଟିକ ମହାସାଗର ଉପରେ ଏୟାର ଟ୍ରାଫିକ କଣ୍ଟ୍ରୋଲ (ATC) ସହିତ ଏହାର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା ଏବଂ ଦେଖୁଦେଖୁ ବିମାନଟି ଏଟିସିର ରାଡାରରୁ ଅଦୃଶ୍ୟ ହୋଇଯାଇଥିଲା।

ଫେଡେରାଲ ଆଭିଏସନ ଆଡମିନିଷ୍ଟ୍ରେସନ (FAA) ଅନୁଯାୟୀ, ବିମାନରେ ୨ ଜଣ ପାଇଲଟ, ୨ ଜଣ ମେଡିକାଲ କର୍ମଚାରୀ ଏବଂ ୨ ଜଣ ରୋଗୀଙ୍କୁ ମିଶାଇ ସମୁଦାୟ ୬ ଜଣ ଲୋକ ସବାର ଥିଲେ। କିନ୍ତୁ ଏଟିସି ସହିତ ସମ୍ପର୍କ ବିଚ୍ଛିନ୍ନ ହେବା ପୂର୍ୱରୁ ପାଇଲଟ ବିମାନର ବିଦ୍ୟୁତ ବ୍ୟବସ୍ଥା (electricity system) ଠପ ହୋଇଯିବା ଏବଂ ବୈଷୟିକ ତ୍ରୁଟି ସମ୍ପର୍କରେ ସୂଚନା ଦେଇଥିଲେ। ସମ୍ପର୍କ ବିଚ୍ଛିନ୍ନ ହେବା ପୂର୍ୱରୁ ବିମାନଟି ୨୪,୦୦୦ ଫୁଟ ଉଚ୍ଚତାରେ ଉଡ଼ୁଥିଲା। କିନ୍ତୁ ମାତ୍ର ୨ ମିନିଟ ମଧ୍ୟରେ ହିଁ ବିମାନଟି ଦ୍ରୁତ ଗତିରେ ପ୍ରାୟ ୧୩,୦୦୦ ଫୁଟ ତଳକୁ ଖସି ଆସିଥିଲା। ଏହା ପରେ ମାସାଚୁସେଟ୍ସ ଉପକୂଳ ନିକଟବର୍ତ୍ତୀ ନାନଟକେଟ ଠାରୁ ପ୍ରାୟ ୮୦ ମାଇଲ ଦକ୍ଷିଣରେ ବିମାନଟି ନିଖୋଜ ହୋଇଯାଇଥିଲା ଏବଂ ରାଡାରରୁ ମଧ୍ୟ ଅପସାରିତ ହୋଇଯାଇଥିଲା। ପାଇଲଟଙ୍କ ସହ ବାରମ୍ୱାର ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ କୌଣସି ଉତ୍ତର ମିଳିନଥିଲା।

ଫେଡେରାଲ ଆଭିଏସନ ଆଡମିନିଷ୍ଟ୍ରେସନ (FAA) ଅନୁଯାୟୀ, ଏୟାର ଟ୍ରାଫିକ କଣ୍ଟ୍ରୋଲ (ATC) ୟୁନିଟ ଏବଂ ପାଇଲଟଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପର ଅଡିଓ ସାମ୍ନାକୁ ଆସିଛି। ସେହି ଅନୁଯାୟୀ, ପାଇଲଟ ବିମାନରେ ଥିବା ଯାନ୍ତ୍ରିକ ତ୍ରୁଟି ବିଷୟରେ ଜଣାଇଥିଲେ ଏବଂ ଜରୁରୀକାଳୀନ ଅବତରଣ (ଇମର୍ଜେନ୍ସି ଲ୍ୟାଣ୍ଡିଂ) ପାଇଁ କହିଥିଲେ। ରେକର୍ଡିଂ ଅନୁଯାୟୀ, ଏଟିସି କଣ୍ଟ୍ରୋଲର ପାଇଲଟଙ୍କୁ ପଚାରିଥିଲେ “ଆପଣ କହିଛନ୍ତି କି ଆପଣ କୌଣସି ଭିଜୁଆଲ କିମ୍ୱା ଉପକରଣ ବିନା ଆସୁଛନ୍ତି? ଆପଣ ପ୍ରକୃତରେ ଏହା ହିଁ କହିଛନ୍ତି କି?” ପାଇଲଟଙ୍କ ଉତ୍ତର ସ୍ପଷ୍ଟ ଭାବେ ଶୁଣାଯାଇନଥିବାରୁ କଣ୍ଟ୍ରୋଲର ପୁଣି ପଚାରିଥିଲେ ଯେ କ୍ରୁ ସଦସ୍ୟମାନେ କୌଣସି ଜରୁରୀ ପରିସ୍ଥିତି ଘୋଷଣା କରିଛନ୍ତି କି? କିନ୍ତୁ କୌଣସି ଉତ୍ତର ଆସିବା ପୂର୍ୱରୁ ହିଁ ବିମାନର ସମ୍ପର୍କ ରାଡାର ଏବଂ ରେଡିଓ ଉଭୟରୁ ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

ଜୁଆଆଡ୍ଡା ପରିଚାଳନାକୁ ନେଇ ଉତ୍ତେଜନା: ହତ୍ୟା ଉଦ୍ୟମ ଘଟଣାରେ …

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶୁକ୍ରବାର ବ୍ରହ୍ମପୁର ସଦର ଥାନା ବାଲିପଡ଼ା ଗ୍ରାମର ନିଲୁ ଗୌଡ଼(୨୧) ଙ୍କୁ ଗିରଫ କରି ସନ୍ଧ୍ୟାରେ କୋର୍ଟ…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ଆମେରିକା କାର୍ଯ୍ୟାନୁଷ୍ଠାନ ଉପରେ ସ୍ପଷ୍ଟୀକରଣ ରଖିଲା ଭାରତ, H-1B ଭିସା ଉପରେ …

ନୂଆଦିଲ୍ଲୀ,୯।୧୦: ଆମେରିକା ସରକାରଙ୍କ ଦ୍ୱାରା କେତେକ ପ୍ରମୁଖ ଟେକ୍ କମ୍ପାନୀକୁ ନିଯୁକ୍ତି-ଭିତ୍ତିକ ଗ୍ରୀନ୍ କାର୍ଡ କାର୍ଯ୍ୟକ୍ରମରୁ ନିଲମ୍ବିତ କରାଯିବା ନିଷ୍ପତ୍ତି ଉପରେ ଭାରତର ବୈଦେଶିକ ମନ୍ତ୍ରାଳୟ (MEA)…

ରାଷ୍ଟ୍ରପତିଙ୍କୁ ଭେଟିଲେ ବିରୋଧୀ MPଙ୍କ ପ୍ରତିନିଧିମଣ୍ଡଳୀ, ରାହୁଲ କହିଲେ- ଆମ କଥା ଶୁଣାଗଲା, ହୃଦୟରୁ ଧନ୍ୟବାଦ

ନୂଆଦିଲ୍ଲୀ,୯।୧୦: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ବିରୋଧୀ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ଏହି କ୍ରମରେ ‘ଇଣ୍ଡିଆ’ (INDIA)…

ସ୍ନାତକ ମହାବିଦ୍ୟାଳୟରେ ଇଲେକ୍ସନ ବଦଳରେ ସିଲେକ୍ସନ

ଗୁଡ଼ାରି, ୯।୧୦ (ପ୍ରମୋଦ କୁମାର ପତି): ଗୁଡ଼ାରି ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଛାତ୍ର ସଂସଦର ବିଭିନ୍ନ ପଦବୀ ପାଇଁ ଶୁକ୍ରବାର…

ସୁପରଷ୍ଟାର ସଲମାନଙ୍କ ନୂଆ ଇନିଂସ, କିଛି ଏଭଳି ଘୋଷଣା କରି ଚମକାଇଲେ

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନଙ୍କ ନୂଆ ଇନିଂସ। ଆପଣ ଯଦି ଭାବୁଛନ୍ତି ସେ ବୋଧହୁଏ ବିବାହ କରିବାକୁ ଯାଉଛନ୍ତି, ତେବେ ନା। କେତେବେଳେ ସିନେମା ତ…

ପ୍ରଥମେ ସୋସିଆଲ ମିଡିଆରେ ପୋଷ୍ଟ, ଏବେ ଭାଜପାରୁ ଇସ୍ତଫା ଦେଇ ଚମକାଇଲେ ଧର୍ମେନ୍ଦ୍ର

ଲକ୍ଷ୍ନୌ, ୯।୧୦: ଉତ୍ତର ପ୍ରଦେଶରେ ରାଜ୍ୟ ସଭା ନିର୍ବାଚନ ପାଇଁ ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ଭାରତୀୟ ଜନତା ପାର୍ଟିର ପୂର୍ବତନ MP ଧର୍ମେନ୍ଦ୍ର କଶ୍ୟପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?