ଆଟଲାଣ୍ଟିକ ମହାସାଗର ଉପରେ ରହସ୍ୟଜନକ ଭାବେ ନିଖୋଜ ହେଲା ବିମାନ, ସାମ୍ନାକୁ ଆସିଲା ପାଇଲଟ୍‌ଙ୍କ ଶେଷ କଲ୍‌

ନୂଆଦିଲ୍‌ଲୀ,୪।୧୦: ଆଟଲାଣ୍ଟିକ ମହାସାଗର ଉପରେ ଉଡ଼ାଣ ଭରୁଥିବା ଏକ ବିମାନ ନିଖୋଜ ହୋଇଯାଇଛି, ଯାହା ଏକ ମେଡିକାଲ ଜେଟ ଅର୍ଥାତ ଏୟାର ଆମ୍ୱୁଲାନ୍ସ ଅଟେ। ଏଥିରେ ୬ ଜଣ ଲୋକ ଯାତ୍ରା କରୁଥିଲେ, ଯେଉଁମାନେ ବୋଷ୍ଟନ ଯାଉଥିଲେ। ବିମାନର ଭଗ୍ନାଂଶ ମିଳିଥିବା ନେଇ ଖବର ମଧ୍ୟ ଆସୁଛି, ମାତ୍ର ଏପର୍ଯ୍ୟନ୍ତ ଏହାର କୌଣସି ଆନୁଷ୍ଠାନିକ ପୁଷ୍ଟି ହୋଇନାହିଁ। ଫେଡେରାଲ ଆଭିଏସନ ଆଡମିନିଷ୍ଟ୍ରେସନ (FAA) ବିମାନଟି ରାଡାରରୁ ଅଦୃଶ୍ୟ ହେବାର ଖବର ପାଇବା କ୍ଷଣି ସତର୍କ ସୂଚନା (ଆଲର୍ଟ) ଜାରି କରିଥିଲା। ଏହା ପରେ ଆମେରିକୀୟ ତଟରକ୍ଷୀ ବାହିନୀ (US Coast Guard) ନିଜର ଅନୁସନ୍ଧାନକାରୀ ବିମାନ ଏବଂ ସାମୁଦ୍ରିକ ଜାହାଜଗୁଡ଼ିକୁ ମହାସାଗରରେ ନିୟୋଜିତ କରିଛନ୍ତି। ତଟରକ୍ଷୀ ବାହିନୀ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ସେମାନେ ନାନଟକେଟ (Nantucket) ର ଦକ୍ଷିଣ ଦିଗରେ ସମୁଦ୍ର ପାଣିରେ ଭଗ୍ନାଂଶ ଦେଖିବାକୁ ପାଇଛନ୍ତି, କିନ୍ତୁ ଏହା କାହାର ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ଫେଡେରାଲ ଆଭିଏସନ ଆଡମିନିଷ୍ଟ୍ରେସନ (FAA) ଅନୁଯାୟୀ, ରାତି ପ୍ରାୟ ୧:୨୦ ସମୟରେ ଆଲର୍ଟ ଜାରି କରାଯାଇଥିଲା। ନିଖୋଜ ହୋଇଥିବା ବିମାନଟି କାନାଡ଼ାରେ ପଞ୍ଜୀକୃତ ଏକ ‘ଗଲ୍ଫଷ୍ଟ୍ରିମ G100’ ଜେଟ ଥିଲା, ଯାହାକୁ ‘ଲ୍ୟାଟିଚ୍ୟୁଡ ଏୟାର ଆମ୍ୱୁଲାନ୍ସ’ ପରିଚାଳନା କରୁଥିଲା। ଏହି ବିମାନଟି ୬ ଜଣ ଯାତ୍ରୀଙ୍କୁ ନେଇ ଶନିବାର ସ୍ଥାନୀୟ ସମୟ ରାତି ପ୍ରାୟ ୧୨:୪୧ ରେ ବର୍ମୁଡାର ଏଲ.ଏଫ. ୱାଡେ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣ ଭରିଥିଲା ଏବଂ ବୋଷ୍ଟନ ଲୋଗାନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବାର ଥିଲା। କିନ୍ତୁ ଅବତରଣ ପୂର୍ୱରୁ ଆଟଲାଣ୍ଟିକ ମହାସାଗର ଉପରେ ଏୟାର ଟ୍ରାଫିକ କଣ୍ଟ୍ରୋଲ (ATC) ସହିତ ଏହାର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା ଏବଂ ଦେଖୁଦେଖୁ ବିମାନଟି ଏଟିସିର ରାଡାରରୁ ଅଦୃଶ୍ୟ ହୋଇଯାଇଥିଲା।

ଫେଡେରାଲ ଆଭିଏସନ ଆଡମିନିଷ୍ଟ୍ରେସନ (FAA) ଅନୁଯାୟୀ, ବିମାନରେ ୨ ଜଣ ପାଇଲଟ, ୨ ଜଣ ମେଡିକାଲ କର୍ମଚାରୀ ଏବଂ ୨ ଜଣ ରୋଗୀଙ୍କୁ ମିଶାଇ ସମୁଦାୟ ୬ ଜଣ ଲୋକ ସବାର ଥିଲେ। କିନ୍ତୁ ଏଟିସି ସହିତ ସମ୍ପର୍କ ବିଚ୍ଛିନ୍ନ ହେବା ପୂର୍ୱରୁ ପାଇଲଟ ବିମାନର ବିଦ୍ୟୁତ ବ୍ୟବସ୍ଥା (electricity system) ଠପ ହୋଇଯିବା ଏବଂ ବୈଷୟିକ ତ୍ରୁଟି ସମ୍ପର୍କରେ ସୂଚନା ଦେଇଥିଲେ। ସମ୍ପର୍କ ବିଚ୍ଛିନ୍ନ ହେବା ପୂର୍ୱରୁ ବିମାନଟି ୨୪,୦୦୦ ଫୁଟ ଉଚ୍ଚତାରେ ଉଡ଼ୁଥିଲା। କିନ୍ତୁ ମାତ୍ର ୨ ମିନିଟ ମଧ୍ୟରେ ହିଁ ବିମାନଟି ଦ୍ରୁତ ଗତିରେ ପ୍ରାୟ ୧୩,୦୦୦ ଫୁଟ ତଳକୁ ଖସି ଆସିଥିଲା। ଏହା ପରେ ମାସାଚୁସେଟ୍ସ ଉପକୂଳ ନିକଟବର୍ତ୍ତୀ ନାନଟକେଟ ଠାରୁ ପ୍ରାୟ ୮୦ ମାଇଲ ଦକ୍ଷିଣରେ ବିମାନଟି ନିଖୋଜ ହୋଇଯାଇଥିଲା ଏବଂ ରାଡାରରୁ ମଧ୍ୟ ଅପସାରିତ ହୋଇଯାଇଥିଲା। ପାଇଲଟଙ୍କ ସହ ବାରମ୍ୱାର ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ କୌଣସି ଉତ୍ତର ମିଳିନଥିଲା।

ଫେଡେରାଲ ଆଭିଏସନ ଆଡମିନିଷ୍ଟ୍ରେସନ (FAA) ଅନୁଯାୟୀ, ଏୟାର ଟ୍ରାଫିକ କଣ୍ଟ୍ରୋଲ (ATC) ୟୁନିଟ ଏବଂ ପାଇଲଟଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପର ଅଡିଓ ସାମ୍ନାକୁ ଆସିଛି। ସେହି ଅନୁଯାୟୀ, ପାଇଲଟ ବିମାନରେ ଥିବା ଯାନ୍ତ୍ରିକ ତ୍ରୁଟି ବିଷୟରେ ଜଣାଇଥିଲେ ଏବଂ ଜରୁରୀକାଳୀନ ଅବତରଣ (ଇମର୍ଜେନ୍ସି ଲ୍ୟାଣ୍ଡିଂ) ପାଇଁ କହିଥିଲେ। ରେକର୍ଡିଂ ଅନୁଯାୟୀ, ଏଟିସି କଣ୍ଟ୍ରୋଲର ପାଇଲଟଙ୍କୁ ପଚାରିଥିଲେ “ଆପଣ କହିଛନ୍ତି କି ଆପଣ କୌଣସି ଭିଜୁଆଲ କିମ୍ୱା ଉପକରଣ ବିନା ଆସୁଛନ୍ତି? ଆପଣ ପ୍ରକୃତରେ ଏହା ହିଁ କହିଛନ୍ତି କି?” ପାଇଲଟଙ୍କ ଉତ୍ତର ସ୍ପଷ୍ଟ ଭାବେ ଶୁଣାଯାଇନଥିବାରୁ କଣ୍ଟ୍ରୋଲର ପୁଣି ପଚାରିଥିଲେ ଯେ କ୍ରୁ ସଦସ୍ୟମାନେ କୌଣସି ଜରୁରୀ ପରିସ୍ଥିତି ଘୋଷଣା କରିଛନ୍ତି କି? କିନ୍ତୁ କୌଣସି ଉତ୍ତର ଆସିବା ପୂର୍ୱରୁ ହିଁ ବିମାନର ସମ୍ପର୍କ ରାଡାର ଏବଂ ରେଡିଓ ଉଭୟରୁ ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶେଖ ହାସିନା କେବେ ବାଂଲାଦେଶ ଫେରିବେ? ଉତ୍ତର ଦେଲା ଭାରତ

ନୂଆଦିଲ୍ଲୀ/ଢାକା,୪।୧୦: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ପ୍ରତ୍ୟାବର୍ତ୍ତନ ସମ୍ବନ୍ଧୀୟ ପ୍ରଶ୍ନର ଉତ୍ତର ଦେଇ ଭାରତ କହିଛି ଯେ ତାଙ୍କ ଫେରିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟସୀମା…

ଅଧରାତିରେ ଭାରତରେ ଭୂକମ୍ପ ଝଟ୍‌କା: ୨ ରାଜ୍ୟକୁ ଦୋହଲାଇଦେଲା…

ନୂଆଦିଲ୍‌ଲୀ,୪।୧୦: ଭାରତ, ଇଣ୍ଡୋନେସିଆ ଏବଂ ମିଆଁମାରର ଅନେକ ସହରରେ ଗତ ବିଳମ୍ୱିତ ରାତିରୁ ଆଜି ସକାଳ ପର୍ଯ୍ୟନ୍ତ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ…

ବନ୍ଧୁକ ମୁନରେ ଯୁବତୀଙ୍କୁ ବଳାତ୍କାର ମାମଲା: ଗପ ଶୁଣାଉଛି ପୋଲିସ

ଭୁବନେଶ୍ୱର,୪।୧୦ (ତ୍ରିନାଥ ମହାନ୍ତି): ନୟାପଲ୍ଲୀ ବେହେରାସାହି ବନ୍ଧୁକ ମୁନରେ ବଳାକତ୍ାର ମାମଲାରେ ଅଭିଯୁକ୍ତ ସନ୍ତୋଷ ପଣ୍ଡା ଓରଫ ଶ୍ରୀଧରଙ୍କୁ ପୋଲିସ ଗୁଳି କରିିବା ଘଟଣା ଏବେ ସାଧାରଣରେ…

୩୫୧ ରନ୍ କରି ବି ହାରିଲା ଭାରତ: ୱେଷ୍ଟଇଣ୍ଡିଜ୍‌ର ରେକର୍ଡ ରନ୍ ଚେଜ୍‌, ଏକାକୀ ବିଜୟ ଛଡ଼ାଇ ନେଲେ ଶେ ହୋପ୍

ନ୍ୟୁ ଚଣ୍ଡୀଗଡ଼,୩।୧୦: ଏଠାର ପିସିଏ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ତୃତୀୟ तथा ଚୂଡ଼ାନ୍ତ ଦିନିକିଆ ମ୍ୟାଚ୍‌ରେ ଭାରତକୁ ୫ ଉଇକେଟରେ ପରାସ୍ତ କରିଛି ୱେଷ୍ଟଇଣ୍ଡିଜ୍। ଟସ୍ ଜିତି…

ସ୍ୱର୍ଣ୍ଣ ବିଜେତା ଭାରତୀୟ ହକି ଦଳ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପୁରସ୍କାର ଘୋଷଣା: ପ୍ରତି ଖେଳାଳିଙ୍କୁ ୧୧ ଲକ୍ଷ, କୋଚ୍‌ଙ୍କୁ ମିଳିବ…

ଭୁବନେଶ୍ୱର,୩ା୧୦: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଆଗାମୀ ୨୦୨୮ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ହକି ଦଳ ପାଇଁ ବଡ଼…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

ତାରାତାରିଣୀ-ଦକ୍ଷିଣକାଳୀଙ୍କ ପୀଠରେ ଷୋଡ଼ଶ ଉପଚାର ପର୍ବ: ୧୦୮ ମାଠିଆ ଜଳରେ ମା’ଙ୍କ ସ୍ନାନ, ଘଣ୍ଟଘଣ୍ଟାରେ କମ୍ପୁଛି ରତ୍ନଗିରି

ପୁରୁଷୋତ୍ତମପୁର,୩ା୧୦ (ସବିତା ମିଶ୍ର): ପବିତ୍ର ପାର୍ବଣ ଋତୁ ଅବସରରେ ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀ ଓ ଦକ୍ଷିଣକାଳୀଙ୍କ ପୀଠରେ ଶନିବାର ରାତିରୁ ଆରମ୍ଭ ହୋଇଛି…

ନ୍ୟୁ ଚଣ୍ଡୀଗଡ଼ରେ ‘ରାହୁଲ ଝଡ଼’: ୮୦ ବଲ୍‌ରେ ଶତକ ମାରି ଧୋନିଙ୍କ ସମକକ୍ଷ, ଭାରତ ପାଇଁ ସାଜିଲେ ସଙ୍କଟମୋଚକ

ନ୍ୟୁ ଚଣ୍ଡୀଗଡ଼,୩।୧୦: ଭାରତୀୟ କ୍ରିକେଟ୍ ଦଳର ଭରସାଯୋଗ୍ୟ ଖେଳାଳି କେ ଏଲ୍ ରାହୁଲ ପୁଣି ଥରେ ନିଜର ଦମଦାର ପ୍ରଦର୍ଶନ ବଳରେ ଦଳର ସଙ୍କଟମୋଚକ ସାଜିଛନ୍ତି। ପ୍ରଥମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?