Posted inଅପରାଧ

ବିବାହିତ ପ୍ରେମିକାକୁ ଭେଟିବାକୁ ଯାଇଥିବା ପ୍ରେମିକକୁ ହତ୍ୟା

ଫତେହପୁର, ୧୯।୮: ଅଧରାତିରେ ବିବାହିତ ପ୍ରେମିକାକୁ ଭେଟିବାକୁ ଯାଇଥିବା ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ଏହାପରେ ଯୁବକଙ୍କ ମା’ଙ୍କ ଅଭିଯୋଗକ୍ରମେ ପୋଲିସ ପ୍ରେମିକା, ତାଙ୍କ ଶ୍ୱଶୁର ଓ ଏବଂ ୪ ଜଣ ଲୋକଙ୍କୁ ଗିରଫ କରିଛି।
ଘଟଣା ଉତ୍ତର ପ୍ରଦେଶ ଫତେହପୁର ଜିଲାରେ ଘଟିଛି। ଜିଲାର ସଲେମପୁର ଗ୍ରାମରେ ରହୁଥିବା ମୋନୁ କୁମାରଙ୍କ ୨୩ ବର୍ଷୀୟ ପୁଅ ରୋହିତ୍‌ ସୋମବାର ରାତି ୧୦ଟାରେ ବାଗେଲା ଗ୍ରାମରେ ଥିବା ତାଙ୍କ ବିବାହିତ ପ୍ରେମିକା ଲକ୍ଷ୍ମୀଙ୍କୁ ଭେଟିବାକୁ ଯାଇଥିଲେ। ସେତେବେଳେ ଲକ୍ଷ୍ମୀଙ୍କ ସ୍ବାମୀ କୌଣସି କାମରେ ଦିଲ୍ଲୀ ଯାଇଥିବାବେଳେ ଘରେ ତାଙ୍କ ଶ୍ୱଶୁର, ଶାଶୁ ଓ ଅନ୍ୟମାନେ ଥିଲେ। ଏହି ସମୟରେ ରୋହିତ୍‌ ଲୁଚି ଲୁଚି ଲକ୍ଷ୍ମୀଙ୍କ ରୁମ୍‌କୁ ଯାଇଥିଲେ। ରୋହିତ୍‌ ଘରେ ପଶିବା ପରେ ଲକ୍ଷ୍ମୀ ଭିତର ପଟୁ କବାଟ ଦେଇ ଦେଇଥିଲେ। ତେବେ ଏହି କଥା ଲକ୍ଷ୍ମୀଙ୍କ ଶ୍ୱଶୁର ଚନ୍ଦ୍ରପାଲ କୌଣସିମତେ ଜାଣିପାରିଥିଲେ। ସେ ତାଙ୍କର ଭାଇ ସୂରଜପାଲ ଓ ଅନ୍ୟ କିଛି ଯୁବକଙ୍କୁ ସାଥୀରେ ନେଇ ଲକ୍ଷ୍ମୀଙ୍କ କବାଟ ବାଡ଼େଇଥିଲେ। ବହୁ ସମୟ ପରେ ସେମାନେ କବାଟ ଭାଙ୍ଗି ଭିତରକୁ ପଶିଥିଲେ। ଲକ୍ଷ୍ମୀ କୌଣସି ପ୍ରକାର ଖସି ପଳାଇ ଯାଇଥିବାବେଳେ ରୋହିତ୍‌ ଧରାପଡ଼ି ଯାଇଥିଲେ। ସମସ୍ତେ ମିଶି ରୋହିତ୍‌ଙ୍କୁ ନିର୍ଦ୍ଧୁମ ପିଟିବା ସହିତ ତାଙ୍କ ବେକରେ ରଶି ବାନ୍ଧି ଫ୍ୟାନରେ ଝୁଲାଇ ଦେଇଥିଲେ। ଏହି ଘଟଣା ଜଣାପଡ଼ିବା ପରେ ରୋହିତ୍‌ଙ୍କ ମା’ଙ୍କ ଅଭିଯୋଗକ୍ରମେ ପୋଲିସ ଲକ୍ଷ୍ମୀ, ତାଙ୍କ ଶ୍ୱଶୁର, ଶାଶୁଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ପଶି ମା’- ଦେଢ଼ ବର୍ଷର ପୁଅଙ୍କୁ ବୀଭତ୍ସ ହତ୍ୟା

ସମ୍ବଲପୁର,୨୬ା୪: ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଦଲକିବାହାଲ ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଘରେ ପଶି ମା’-ପୁଅଙ୍କୁ ହତ୍ୟା କରିଛନ୍ତି...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଘରେ ପଶି ଗୃହକର୍ତ୍ତାଙ୍କ ପାଟିରେ ବନ୍ଧୁକ ଭର୍ତ୍ତି କରି ଡକାୟତି ଉଦ୍ୟମ, ମରଣାନ୍ତକ ଆକ୍ରମଣ କରି ୩ ଫେରାର

ବଡ଼ବିଲ,୨୪ା୪(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ପିଏଚ୍‌ଡି ରୋଡ୍‌ସ୍ଥିତ ଭଞ୍ଜ କଲୋନୀରେ ବୁଧବାର ଜଣେ ବ୍ୟକ୍ତିଙ୍କ ଘରେ ସ୍ପଷ୍ଟ ଦିବାଲୋକରେ ଡକାୟତି ପାଇଁ...

ନାବାଳିକାଙ୍କୁ ବଳାତ୍କାର କରି ଯୁବକଙ୍କୁ ୧୦ ବର୍ଷ ଜେଲ୍‌ଦଣ୍ଡ

କେନ୍ଦୁଝର,୨୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟଟ୍ରାକ୍‌ କୋର୍ଟର ମାନ୍ୟବର ବିଚାରପତି ବିଜୟ କୁମାର ମିଶ୍ର ଏକ ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଦଣ୍ତାଦେଶ ଶୁଣାଇଛନ୍ତି।...

ଓ୍ବାରେଣ୍ଟ ବଳରେ ୭ ଜଣଙ୍କୁ ବାନ୍ଧିଲା ପୋଲିସ

ଦାରିଙ୍ଗବାଡ଼ି,୨୪ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଦୀର୍ଘଦିନ ଧରି ବିଭିନ୍ନ ମାମଲାରେ ଫେରାର ଥିବା ୭ ଜଣଙ୍କୁ ପୋଲିସ ଗିରଫ...

୭.୪ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

କଟକ,୨୨ା୪ (କାର୍ତ୍ତିକ ସାହୁ) ଜିଲା ଅବକାରୀ ବିଭାଗ କ୍ୟାଣ୍ଟନମେଣ୍ଟ ଥାନା ଅନ୍ତର୍ଗତ ସତ୍ୟବ୍ରତ ଷ୍ଟାଡିୟମ ନିକଟରୁ ଜଣେ ବ୍ରାଉନସୁଗାର ମାଫିଆକୁ ସୋମବାର ଗିରଫ କରିଛି। ଅଭିଯୁକ୍ତ...

୪ କୋଟି ଟଙ୍କାର ଗଞ୍ଜେଇ ସହ ୫ ଦେଶୀ ବନ୍ଧୁକ ଜବତ

ବାଲିଗୁଡ଼ା,୨୨ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବାଲିଗୁଡ଼ା ଥାନା ଗଦ୍ରିଙ୍ଗିଆ ଘାଟି ନିକଟସ୍ଥ ଇର୍ପିଗୁଡ଼ା ଜଙ୍ଗଲରୁ ୪...

ତ୍ରିବେଣୀ କମ୍ପାନୀରୁ ୧୨ ଲକ୍ଷ ଟଙ୍କା ହେର୍‌ଫେର୍‌, ଇସ୍ତଫା ଦେଇଥିବା କର୍ମଚାରୀ କେନ୍ଦ୍ରାପଡ଼ାରୁ ଗିରଫ

ବଡ଼ବିଲ,୨୨ା୪(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ରୁଗୁଡ଼ିସ୍ଥିତ ତ୍ରିବେଣୀ ଆର୍ଥ ମୁଭର୍ସ କମ୍ପାନୀରୁ ୧୨ଲକ୍ଷ ଟଙ୍କା ହେର୍‌ଫେର୍‌ କରିଥିବା ଅଭିଯୋଗରେ ପୋଲିସ ସଂପୃକ୍ତ ଅଭିଯୁକ୍ତଙ୍କୁ କେନ୍ଦ୍ରାପଡ଼ାରୁ ଗିରଫ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri