ମା’ଙ୍କୁ ମାରି ଜାଳି ଦେଲେ ପୁଅ

ଭୁବନେଶ୍ୱର,୧୯।୧(ବ୍ୟୁରୋ):  ରାଜଧାନୀରେ ଘଟିଛି ଆଉ ଏକ ହତ୍ୟାକାଣ୍ଡ। ଏଠି ଅପରାଧୀ କୌଣସି ବାହାର ଶତ୍ରୁ ନୁହେଁ, ବରଂ ନିଜ ପୁଅ। ସାମାନ୍ୟ କିଛି ଟଙ୍କା ନ ଦେବାରୁ ଉତ୍‌କ୍ଷିପ୍ତ ହୋଇ ଜନ୍ମକଲା ମା’ଙ୍କୁ ପୁଅ ହତ୍ୟା କରି ଜାଳି ଦେଇଛନ୍ତି। ବଡ଼ଗଡ଼ ଥାନା କଳିଙ୍ଗ ବସ୍ତିରେ ମଙ୍ଗଳବାର ସନ୍ଧ୍ୟାରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ମୃତା ମା’ ହେଲେ ରଶ୍ମିତା ଜେନା(୫୪)। ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଅର୍ଦ୍ଧଦଗ୍ଧ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି। ପୋଲିସ ଅଭିଯୁକ୍ତ ପୁଅ ପ୍ରଶାନ୍ତ ଜେନା(୩୨)ଙ୍କୁ ଗିରଫ କରିଛି। ଏନେଇ ପୋଲିସ ଏକ ହତ୍ୟା ମାମଲା(ନଂ.୨୨/୨୦୨୨) ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି। ତେବେ ରାତି ହୋଇଯିବାରୁ ବୁଧବାର ସକାଳେ ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ସହ ସାଇଣ୍ଟିଫିକ୍‌ ଟିମ୍‌ ମଧ୍ୟ ବିଭିନ୍ନ ନମୁନା ସଂଗ୍ରହ କରିବ ବୋଲି ବଡ଼ଗଡ଼ ଥାନା ଅଧିକାରୀ ବିଶ୍ୱରଞ୍ଜନ ନାୟକ କହିଛନ୍ତି।
ମିଳିଥିତ୍ବା ସୂଚନା ଅନୁଯାୟୀ, ଯାଜପୁର ଜିଲାର ବିଷ୍ଣୁଚରଣ ଜେନା କଳିଙ୍ଗ ବସ୍ତିରେ ଘର କରି ୩୦ବର୍ଷ ହେବ ପରିବାର ସହ ରହୁଛନ୍ତି। ତାଙ୍କର ୩ପୁଅ ଓ ଗୋଟିଏ ଝିଅ। ଝିଅ ବାହା ହୋଇଯାଇଥିବାବେଳେ ୨ପୁଅ ଓ ସ୍ତ୍ରୀ ରଶ୍ମିତା ଘରେ ରହୁଛନ୍ତି। ମଝିଆ ପୁଅ ବାହା ହେବାପରେ ଘରଠୁ ଅଲଗା ହୋଇ ରହୁଛନ୍ତି। ଅଭିଯୁକ୍ତ ବଡ଼ପୁଅ ପ୍ରଶାନ୍ତ ବିବାହ କରି ନ ଥିଲେ। ସେମାନେ ସମସ୍ତେ ଅଟୋ ଡ୍ରାଇଭର ଭାବେ କାମ କରନ୍ତି। ହେଲେ ପ୍ରଶାନ୍ତ ୨ବର୍ଷ ହେଲା କୌଣସି କାମ ନ କରି ଘରେ ରହୁଥିଲେ। ସେ ଅଧିକାଂଶ ସମୟରେ ପରିବାରରେ ଝଗଡ଼ା କରୁଥିଲେ। ଏପରିକି ମାସେ ତଳେ ଏକ ଫାର୍ସାରେ ପରିବାର ଲୋକଙ୍କୁ ସେ ମାରିଦେବାକୁ ଉଦ୍ୟମ କରିଥିଲେ। ପୋଲିସ ତାଙ୍କୁ ଥାନାକୁ ନେବା ପରେ ତାଙ୍କ ମା’ ଯାଇ ପ୍ରଶାନ୍ତଙ୍କୁ ଆଣିଥିଲେ। ମଙ୍ଗଳବାର ସା ୫ଟା ବେଳେ ବିଷ୍ଣୁଚରଣ ପାଖ ବଜାରକୁ ଯାଇଥିଲେ। ସାନ ପୁଅ ଘରେ ନ ଥିଲେ। ପ୍ରଶାନ୍ତ ମା’ଙ୍କୁ ଟଙ୍କା ମାଗିବା ସହ ଖାଇବାକୁ ମାଗିଥିଲେ। ମା’ ତାଙ୍କୁ ଟଙ୍କା ନ ଦେବାରୁ ସେମାନଙ୍କ ମଧ୍ୟରେ ପୁଣି ଝଗଡ଼ା ହୋଇଥିଲା। ରଶ୍ମିତା ତାଙ୍କୁ ଗାଳି ଦେବାରୁ ସେ ଉତ୍‌କ୍ଷିପ୍ତ ହୋଇ ପାଖରେ ଥିବା ଏକ ପୁରୁଣା ରେଡିଓରେ ମା’ଙ୍କ ମୁଣ୍ଡକୁ ପିଟି ଦେଇଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହାପରେ ପ୍ରଶାନ୍ତ ଘରେ ଥିବା ମା’ଙ୍କ ଲୁଗା ଓ କନ୍ଥା ଆଦିରେ କିରୋସିନ ଢାଳି ମୃତଦେହକୁ ନିଆଁ ଲଗାଇ ଦେଇଥିଲେ। ନିଆଁ ଅଧିକ ଜଳି ଆଜବେଷ୍ଟସ ଫାଟିଯିବାରୁ ବାହାରକୁ ଧୂଆଁ ବାହାରିଥିଲା। ଏହାଦେଖି ପଡ଼ୋଶୀ ଘଟଣାସ୍ଥଳରେ ପହଞ୍ଚତ୍ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ନିକଟସ୍ଥ ଚାରିଛକରେ ଥିବା ସାନ ପୁଅ ଓ ବାପା ଦୌଡ଼ି ଆସି ପ୍ରଶାନ୍ତଙ୍କୁ କାବୁ କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଅଭିଯୁକ୍ତ ପ୍ରଶାନ୍ତଙ୍କୁ ଗିରଫ କରିବା ସହ ମୃତଦେହ ଜବତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୁମ୍ବାଇରେ ବଲିଉଡ ଅଭିନେତା ଇମ୍ରାନ ଖାନ୍‌ ଅଟକ

ମୁମ୍ବାଇ,୧୦।୧୦: ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ମୁମ୍ବାଇରେ ଆନ୍ଦୋଳନ ବେଳେ ଶନିବାର ବଲିଉଡ ଅଭିନେତା ଇମ୍ରାନ ଖାନ୍‌ଙ୍କୁ ପୋଲିସ ଅଟକ ରଖିଛି।…

ସଂଗଠନ ସୁଦୃଢ଼ କରିବାକୁ ଭାଜପାର ଆହ୍ୱାନ: ଚିନାମାଳିପଶି ହାଟ ପଡ଼ିଆରେ …

ପାଟଣା, ୧୦।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲାର ପାଟଣା ବ୍ଲକ୍‌ ଅନ୍ତର୍ଗତ ଚିନାମାଳିପଶି ହାଟ ପଡ଼ିଆଠାରେ ଶନିବାର ଭାରତୀୟ ଜନତା ପାର୍ଟି ( ଭାଜପା)ର ପାଟଣା…

ମା’ ହିରାନୀଳା ମହାବିଦ୍ୟାଳୟ: ଯାଞ୍ଚ ପରେ ସମସ୍ତ ପ୍ରାର୍ଥତ୍ପତ୍ର ନାକଚ, କାହିଁକି ଜାଣନ୍ତୁ…

ଲାଞ୍ଜିଗଡ଼,୧୦ା୧୦(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ମା’ ହିରାନୀଳା ଡିଗ୍ରୀ ମହାବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଯାଞ୍ଚ ପ୍ରକ୍ରିୟା ପରେ ଏକ…

କେଏସୟୁବି କଲେଜ୍ ରେ ୩୫ ପ୍ରାର୍ଥୀ ସାବିତ୍ରୀ ମହିଳା ମହାବିଦ୍ୟାଳୟର ସମସ୍ତ ପ୍ରାର୍ଥୀନୀ ନିର୍ଦ୍ୱନ୍ଦରେ ନିର୍ବାଚିତ

ଭଞ୍ଜନଗର, ୧୦।୧୦ (ବାବୁଲା ପ୍ରଧାନ): ଛାତ୍ର ସଂସଦ ନିର୍ବାଚନରେ ଶନିବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ଅପରାହ୍ଣ ୩ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଗଞ୍ଜାମ ଜିଲା…

ଭୁବନେଶ୍ୱର କୁମାରଙ୍କ ପ୍ରତ୍ୟାବର୍ତ୍ତନ ଉପରେ ମହମ୍ମଦ ସାମି ଦେଲେ ଏମିତି ବୟାନ ସମସସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ପାଇଁ ଭୁବନେଶ୍ୱର କୁମାର ଚାରି ବର୍ଷ ପରେ ଭାରତୀୟ ଦଳକୁ ଫେରିଛନ୍ତି। ଅନ୍ୟପକ୍ଷରେ, ମହମ୍ମଦ ସାମି…

CJP ବିକ୍ଷୋଭ ମଧ୍ୟରେ ୩ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଟକ, ଭାଜପା କହିଲା…

ନୂଆଦିଲ୍ଲୀ,୧୦।୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ହୋଇଥିବା ଏକ ବିକ୍ଷୋଭ ସମୟରେ ମମତା ବାନାର୍ଜୀ, ଅରବିନ୍ଦ କେଜରିୱାଲ ଏବଂ ପି. ବିଜୟନଙ୍କ ସମେତ ଅନେକ…

ସୁନ୍ଦରଗଡ଼ ୱାଟରସେଡ୍ ପିଡି ପ୍ରସନ୍ନ ପାତ୍ର ଗିରଫ: ଆୟଠାରୁ ୨୦୪% ଅଧିକ ସମ୍ପତ୍ତି

ସୁନ୍ଦରଗଡ଼, ୧୦।୧୦ (ଜୟ ନାରାୟଣ ମେଣ୍ଡୁଳି): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ସୁନ୍ଦରଗଡ଼ ମୃତ୍ତିକା ସଂରକ୍ଷଣ ଉପନିର୍ଦ୍ଦେଶକ ତଥା ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ (ୱାଟରସେଡ୍ ପିଡି)…

‘ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ ସରକାରୀ ସେବା’

ଭଞ୍ଜନଗର,୧୦ା୧୦(ବାବୁଲା ପ୍ରଧାନ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ୨୫ ବର୍ଷ ପୂର୍ତ୍ତି ଅବସରରେ ଗତ ସେପ୍ଟେମ୍ବର ୧୭ରୁ ଏକ ମାସ ବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?