ବିମାନ ଚଳାଚଳକୁ ୫ଜି ବିପଦ

ଓ୍ବାଶିଂଟନ,୧୯।୧: ଟେଲିକମ୍‌ କମ୍ପାନୀ ଏଟିଆଣ୍ଡଟି ଏବଂ ଭେରିଜନ୍‌ ପକ୍ଷରୁ ଖୁବ୍‌ଶୀଘ୍ର ନୂଆ ୫ଜି ସେବା ଆରମ୍ଭ ହେବାକୁ ଥିବାବେଳେ ବିମାନ ଚଳାଚଳ କ୍ଷେତ୍ରରେ ଏହା ବଡ଼ ସଙ୍କଟ ସୃଷ୍ଟି କରିବ ବୋଲି ଆମେରିକାର ବୃହତ୍‌ ଯାତ୍ରୀବାହୀ ଓ କାର୍ଗୋ କ୍ୟାରିୟର୍‌ଗୁଡ଼ିକର ମୁଖ୍ୟ କାର୍ଯ୍ୟନିର୍ବାହୀମାନେ ସତର୍କ କରାଇଛନ୍ତି। ସେମାନଙ୍କ ମତରେ ବୁଧବାରଠାରୁ ଚାଲିବାକୁ ଥିବା ନୂଆ ସି ବ୍ୟାଣ୍ଡ ଏବଂ ୫ଜି ସେବା ଯୋଗୁ ବହୁ ସଂଖ୍ୟକ ବିମାନ ବ୍ୟବହାର ଅନୁପଯୋଗୀ ହୋଇପଡ଼ିବ। ଏଥିଯୋଗୁ ଆମେରିକାର ବିମାନ ସେବା କ୍ଷେତ୍ର ବହୁଳ ଭାବେ ପ୍ରଭାବିତ ହେବ ଏବଂ ବିଦେଶରେ ଥିବା ଲକ୍ଷ ଲକ୍ଷ ଆମେରିକୀୟ ଫସିରହିଯିବେ।
୨୦୨୧ ପ୍ରାରମ୍ଭରେ ଆମେରିକା ମୋବାଇଲ ଫୋନ୍‌ କମ୍ପାନୀଗୁଡ଼ିକୁ ୮୦ ବିଲିୟନ୍‌ ଡଲାରରେ ମଧ୍ୟମ ରେଞ୍ଜର ୫ଜି ବ୍ୟାଣ୍ଡଓ୍ବିଥ୍‌ ନିଲାମ କରିଥିଲା। ୩.୭-୩.୯୮ ଗିଗାହର୍ଜ ରେଞ୍ଜରେ ପ୍ରଦାନ କରାଯାଇଥିବା ଏହି ସ୍ପେକ୍ଟ୍ରମ୍‌କୁ ସି ବ୍ୟାଣ୍ଡ କୁହାଯାଏ। ଏହି ନୂଆ ୫ଜି ଟେକ୍ନୋଲୋଜି ଅଲ୍‌ଟିମିଟର ଭଳି ଉପକରଣକୁ ପ୍ରଭାବିତ କରିପାରେ ବୋଲି ଫେଡେରାଲ ଆଭିଏଶନ୍‌ ଆଡ୍‌ମିନିଷ୍ଟ୍ରେଶନ(ଏଫ୍‌ଏଏ) ଆଶଙ୍କା ବ୍ୟକ୍ତ କରିଛି। ଅଲ୍‌ଟିମିଟର ହେଉଛି ଏକ ଯନ୍ତ୍ର, ଯାହା ବିମାନ ଭୂପୃଷ୍ଠରୁ କେତେ ଉଚ୍ଚତାରେ ଉଡ଼ାଣ କରୁଛି ତାହା ମାପ କରିଥାଏ। ଅଲ୍‌ଟିମିଟର ୪.୨-୪.୪ ଗିଗାହର୍ଜ ରେଞ୍ଜରେ କାମ କରିଥାଏ। ନିଲାମ ହୋଇଥିବା ଫ୍ରିକ୍ୱେନ୍ସିଗୁଡ଼ିକ ଏହାର ଅତି ନିକଟତର ହୋଇଥିବାରୁ ଚିନ୍ତା ବୃଦ୍ଧିର କାରଣ ସାଜିଛି। ଉଚ୍ଚତାକୁ ବାଦ୍‌ ଦେଲେ ଅଲ୍‌ଟିମିଟର ସ୍ବୟଂକ୍ରିୟ ଅବତରଣ ସୁବିଧା ମଧ୍ୟ ଯାଞ୍ଚ କରିଥାଏ। ସେହିପରି ପବନରେ ଥିବା ବିପଜ୍ଜନକ ବିଦ୍ୟୁତ୍‌ ଶକ୍ତିକୁ ମଧ୍ୟ ଠାବ କରିବାରେ ଏହା ସହାୟକ ହୋଇଥାଏ।
ଏନେଇ ୟୁନାଇଟେଡ୍‌ ଏୟାରଲାଇନ୍ସ ସିଇଓ ସ୍କଟ କିର୍ବି କହିଛନ୍ତି, ଏଫ୍‌ଏଏର ୫ଜି ନିର୍ଦ୍ଦେଶାବଳୀ ଆମେରିକାର ପ୍ରାୟ ୪୦ ବୃହତ୍‌ ବିମାନବନ୍ଦରରେ ରେଡିଓ ଅଲ୍‌ଟିମିଟରର ବ୍ୟବହାରକୁ ସଙ୍କୁଚିତ କରିଦେବ। ଏହାର ସମାଧାନ କରା ନ ଗଲେ ପାଗ ଖରାପ ଥିବାବେଳେ ଅନେକ ବିମାନବନ୍ଦର ସ୍ମଗ୍‌ରେ ଆଚ୍ଛାଦିତ ହୋଇରହିବ ବୋଲି କିର୍ବି କହିଛନ୍ତି। ଏଥିଯୋଗୁ ଦୈନିକ ପ୍ରାୟ ୪% ବିମାନ ଚଳାଚଳ ବାଧାପ୍ରାପ୍ତ ହେବା ନେଇ ୟୁଏସ୍‌ ଏୟାରଲାଇନ୍ସଗୁଡ଼ିକ ସତର୍କ କରାଇଛନ୍ତି। ସ୍ପେକ୍ଟ୍ରମ୍‌ର ଫ୍ରିକ୍ୱେନ୍ସି ଯେତିକି ଉଚ୍ଚ ରହିବ ସେବା ମଧ୍ୟ ସେତିକି ଦ୍ରୁତତର ହେବ। ତେଣୁ ୫ଜିରୁ ପୂରା ଫାଇଦା ଉଠାଇବା ପାଇଁ ଅପରେଟର୍ସ ଏହାକୁ ଉଚ୍ଚ ଫ୍ରିକ୍ୱେନ୍ସିରେ ପରିଚାଳନା କରିବାକୁ ଚାହାନ୍ତି। ନିଲାମ କରାଯାଇଥିବା କେତେକ ସି ବ୍ୟାଣ୍ଡ ସ୍ପେକ୍ଟ୍ରମ୍‌କୁ ସାଟେଲାଇଟ୍‌ ରେଡିଓ ପାଇଁ ବ୍ୟବହାର କରାଯାଉଥିଲା। କିନ୍ତୁ ୫ଜି ଟ୍ରାଞ୍ଜିଶନ୍‌ ଏୟାର ଟ୍ରାଫିକ୍‌ ସିଷ୍ଟମ୍‌କୁ ଜଟିଳ କରିଦେବ।
ଭେରିଜନ୍‌ ଏବଂ ଏଟିଆଣ୍ଡଟିର ଯୁକ୍ତି ହେଉଛି, ସି ବ୍ୟାଣ୍ଡ ଅନ୍ୟ ୪୦ ଦେଶରେ ମଧ୍ୟ ବ୍ୟବହାର କରାଯାଉଛି। କିନ୍ତୁ ସେଠାରେ ବିମାନ ଚଳାଚଳ କ୍ଷେତ୍ରରେ ଏପରି କୌଣସି ସମସ୍ୟା ଦେଖାଯାଉନାହିଁ। ଅପରପକ୍ଷେ ୟୁରୋପୀୟ ସଂଘ ୫ଜି ଫ୍ରିକ୍ୱେନ୍ସି ମଧ୍ୟମ ରେଞ୍ଜକୁ ୩.୪-୩.୮ରେ ସୀମିତ ରଖିବାକୁ ନିୟମ କରିଛି। ଏଥିଯୋଗୁ ସେଠାରେ ବିମାନ ଚଳାଚଳ ପ୍ରଭାବିତ ହେଉନାହିଁ। ଏହି ରେଞ୍ଜରେ କିଛି ବିପଦ ନାହିଁ ବୋଲି ଗତ ଡିସେମ୍ବର ୧୭ରେ ୟୁରୋପିଆନ୍‌ ୟୁନିୟନ୍‌ ଆଭିଏଶନ୍‌ ସେଫ୍ଟି ଏଜେନ୍ସି (ଇଏଏସ୍‌ଏ) ସ୍ପଷ୍ଟ କରିଥିଲା। ତେବେ ଆମେରିକାର ପ୍ରାୟ ୫୦ ବିମାନବନ୍ଦରକୁ ଏଥିଲାଗି ବଫର ଜୋନ୍‌ରେ ପରିଣତ କରିବା ପାଇଁ ଦୁଇ ଟେଲିକମ୍‌ କମ୍ପାନୀ ଶେଷରେ ରାଜି ହୋଇଛନ୍ତି। ଉଚ୍ଚତର ବ୍ୟାଣ୍ଡ ନିକଟତର ସ୍ପେକ୍ଟ୍ରମ୍‌କୁ ଅନେକ ବର୍ଷ ଧରି ବ୍ୟବହାର କରିବ ନାହିଁ ବୋଲି ଭେରିଜନ୍‌ ମାନିଛି। ଆମେରିକାର ଓ୍ବେରଲେସ୍‌ ବ୍ୟବସାୟ କରୁଥିବା କମ୍ପାନୀ ସିଟିଆଇଏ ପକ୍ଷରୁ ନିକଟରେ ଫେଡେରାଲ କମ୍ୟୁନିକେଶନ୍ସ କମିଶନଙ୍କୁ ନିକଟରେ ବିବରଣୀ ଦାଖଲ କରାଯାଇଛି। ୟୁରୋପ ଓ ଏସିଆର ପ୍ରାୟ ୪୦ ରାଷ୍ଟ୍ରରେ ଓ୍ବେରଲେସ୍‌ କ୍ୟାରିୟରଗୁଡ଼ିକ ବର୍ତ୍ତମାନ ୫ଜି ପାଇଁ ସି ବ୍ୟାଣ୍ଡ ବ୍ୟବହାର କରୁଛନ୍ତି। କିନ୍ତୁ ସେହି ଦେଶଗୁଡ଼ିକରେ ଏହା ରେଡିଓ ଅଲଟିମିଟରକୁ ପ୍ରଭାବିତ କରିବା ନେଇ କୌଣସି ରିପୋର୍ଟ ସାମ୍ନାକୁ ଆସିନାହିଁ ବୋଲି ଉକ୍ତ ବିବରଣୀରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

କିଏ ସେହି ଭାରତୀୟ ଛାତ୍ରୀ ଯାହାଙ୍କୁ ଆମେରିକାରେ କରାଯାଇଛି ଗିରଫ

ଓ୍ବାଶିଂଟନ,୨୬।୪: ଆମେରିକାରେ ଜଣେ ଭାରତୀୟ ଛାତ୍ରୀଙ୍କୁ ଗିରଫ କରାଯାଇଛି। ଏହି ଛାତ୍ର ଇସ୍ରାଏଲକୁ ବିରୋଧ କରୁଥିବାବେଳେ ପାଲେଷ୍ଟାଇନକୁ ସମର୍ଥନ କରି ବିରୋଧ କରିଥିବା ଅଭିଯୋଗ ହୋଇଛି।...

ଭାରତ ଉପରେ ରାଗିଗଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରିବା ଅଭିଯୋଗରେ ଆମେରିକା ଦଶହଜାର କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଆମେରିକା ବିଶ୍ୱବିଦ୍ୟାଳୟରେ ହିଂସକ ହେଲା ପାଲେଷ୍ଟାଇନ ସମର୍ଥକଙ୍କ ପ୍ରଦର୍ଶନ

ଅଷ୍ଟିନ,୨୬।୪: ଆମେରିକାର ବିଶ୍ୱବିଦ୍ୟାଳୟରେ ଇସ୍ରାଏଲ-ହମାସ ଯୁଦ୍ଧ ବିରୋଧରେ ବିରୋଧ ତୀବ୍ର ହୋଇଛି। ଅନେକ ବିଶ୍ୱବିଦ୍ୟାଳୟରେ ପ୍ରଦର୍ଶନ ଭାଙ୍ଗିବା ପାଇଁ ପୋଲିସ ଡାକିବାକୁ ପଡିଥିଲା। ବିକ୍ଷୋଭକାରୀ ଏବଂ...

ଏହି ଦେଶରେ ସେନା ରଚିଲା ନରସଂହାର, ୨୨୩ ସାଧାରଣ ନାଗରିକଙ୍କୁ କଲା ହତ୍ୟା, ୫୬ ଶିଶୁ ସାମିଲ

ନୂଆଦିଲ୍ଲୀ,୨୬।୪: ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫାସୋରୁ ଏକ ବଡ଼ ହତ୍ୟାକାଣ୍ଡର ଖବର ଆସିଛି। ଏହି ଘଟଣାରେ ଦେଶର ସେନାକୁ ଦାୟୀ କରାଯାଉଛି। ଅଭିଯୋଗ ହୋଇଛି...

ଭାରତୀୟ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରୁଥିବା ଅଭିଯୋଗରେ ଦଶହଜାର କମ୍ପାନୀ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଏବେ ଆମେରିକାରେ ନିର୍ବାଚନ ହେଲେ କିଏ ମାରିବେ ବାଜି: ସର୍ଭେରେ ଆଶ୍ଚର୍ଯ୍ୟଜନକ ଖୁଲାସା

ଓ୍ବାଶିଂଟନ,୨୬।୪: ନଭେମ୍ବରରେ ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ସମ୍ପର୍କରେ ଓପିନିୟନ୍‌ ପୋଲ୍‌ ପ୍ରକାଶ ପାଇଛି। ପୁଣି ଥରେ ଡୋନାଲ୍ଡ ଟ୍ରମ୍ପ ଏବଂ ଜୋ ବଇଡେନ...

୨୦୨୩ରେ ୨୮.୨ କୋଟି ଦୁର୍ଭିକ୍ଷ ପ୍ରଭାବିତ

ଜାତିସଂଘ,୨୬ା୪:୨୦୨୩ରେ ୫୯ଟି ଦେଶର ପ୍ରାୟ ୨୮.୨ କୋଟି ଲୋକ ଅତ୍ୟଧିକ କ୍ଷୁଧା ମଧ୍ୟରେ ରହିଛନ୍ତି। ଯୁଦ୍ଧ କ୍ଷତିଗ୍ରସ୍ତ ଗାଜାରେ ବହୁସଂଖ୍ୟାରେ ଲୋକ ଦୁର୍ଭିକ୍ଷର ସମ୍ମୁଖୀନ ହୋଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri