ପ୍ରଥମ ମୁମ୍ବାଇ ଖେଳାଳି ଭାବେ ଏହି କିର୍ତ୍ତୀମାନ ସ୍ଥାପନ କଲେ କିରନ ପୋଲାର୍ଡ

ଆବୁଧାବି, ୨୩।୯: ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ ଆଇପିଏଲ୍‌-୧୩ର ୫ମ ମ୍ୟାଚ୍‌ ବୁଧବାର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଶେଖ୍‌ ଜାୟେଦ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ମୁମ୍ବାଇର କିରନ ପୋଲାର୍ଡ ଏକ କିର୍ତ୍ତୀମାନ ଲାଭ କରିଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସର ପ୍ରଥମ ତଥା ଆଇପିଏଲ୍‌ରେ ମୋଟ୍‌ ଉପରେ ୧୪ତମ ଖେଳାଳି ଭାବେ ପୋଲାର୍ଡ ୧୫୦ କିମ୍ବା ଏହାଠାରୁ ଊର୍ଦ୍ଧ୍ୱ ମ୍ୟାଚ୍‌ ଖେଳିବାର ସୌଭାଗ୍ୟ ଲାଭ କରିଛନ୍ତି। ପୋଲାର୍ଡଙ୍କ ପଛକୁ ମୁମ୍ବାଇ ପକ୍ଷରୁ ସର୍ବାଧିକ ମ୍ୟାଚ୍‌ ରୋହିତ୍‌ ଶର୍ମା (୧୪୫) ଖେଳିଛନ୍ତି। ୨୦୧୦ରୁ ଏହି ଓ୍ବେଷ୍ଟଇଣ୍ଡିଜ ଅଲ୍‌ରାଉଣ୍ଡର ମୁମ୍ବାଇ ଇଣ୍ଡିଆନ୍ସ ସହ ଜଡ଼ିତ ରହିଛନ୍ତି। ଗୋଟିଏ ଫ୍ରାଞ୍ଚାଇଜ ପକ୍ଷରୁ ଦେଢ଼ଶହ ଆଇପିଏଲ୍‌ ମ୍ୟାଚ୍‌ ଖେଳିବାରେ ପୋଲାର୍ଡ ୪ର୍ଥ ଖେଳାଳି ହେବାର କିର୍ତ୍ତୀମାନ ଲାଭ କରିଛନ୍ତି। ଏହି ତାଲିକାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଅଧିନାୟକ ବିରାଟ କୋହଲି (୧୭୮ ମ୍ୟାଚ୍‌) ସର୍ବାଗ୍ରେ ରହିଛନ୍ତି। ତାଙ୍କ ପଛକୁ ଚେନ୍ନାଇର ସୁରେଶ ରାଇନା (୧୬୪) ଓ ମହେନ୍ଦ୍ର ସିଂ ଧୋନୀ (୧୬୨) ରହିଛନ୍ତି। ଅପରପକ୍ଷରେ ଆଇପିଏଲ୍‌ରେ ମୋଟ୍‌ ଉପରେ ସର୍ବାଧିକ ମ୍ୟାଚ୍‌ ଖେଳିବାର ରେକର୍ଡ ରାଇନା (୧୯୩ ମ୍ୟାଚ୍‌)ଙ୍କ ନାମରେ ଲିପିବଦ୍ଧ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ: ପୋଲାଣ୍ଡକୁ ହରାଇ ଭାରତ ସେମିର ନିକଟତର

ଭୁବନେଶ୍ୱର, ୮।୬ (କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍‌ଆଇଏଚ୍‌୍‌ ସିରିଜ ଫାଇନାଲ୍ସ ହକି ଟୁର୍ନାମେଣ୍ଟର ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ଭାରତ ୩-୧ ଗୋଲରେ ପୋଲାଣ୍ଡକୁ...

କୁମ୍ବଲେ ଚୟନ କମିଟିର ଅଧ୍ୟକ୍ଷ ହେବା ଦରକାର: ସେହ୍ବାଗ

ନୂଆଦିଲ୍ଲୀ, ୨୨।୮ (ପି.ଟି.)- ଖେଳାଳିଙ୍କ ମନୋବଳ ବଢ଼ାଇବାର ଦକ୍ଷତା କିମ୍ବଦନ୍ତୀ ପୂର୍ବତନ ଭାରତୀୟ ସ୍ପିନର ଅନିଲ କୁମ୍ବଲେଙ୍କ ନିକଟରେ ରହିଛି। ତେଣୁ ଚୟନ କମିଟିର ଅଧ୍ୟକ୍ଷ...

ଭାରତ ୨୪୪ ରନ୍‌ରେ ଅଲଆଉଟ୍‌

ଆଡିଲେଡ୍‌,୧୮।୧୨: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଦିବାରାତ୍ର ଟେଷ୍ଟର ଦ୍ୱିତୀୟ ଦିନରେ ଭାରତ ପ୍ରଥମ ଇନିଂସରେ ୨୪୪ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି। ପ୍ରଥମ ଦିନ ୬...

କିରଣ ମୋରେ ଆମେରିକାର ଅନ୍ତରୀଣ କୋଚ୍‌

ଓ୍ବାଶିଂଟନ,୧୩।୭- ପୂର୍ବତନ ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ କିରଣ ମୋରେ ଆମେରିକା କ୍ରିକେଟ ଦଳର ଅନ୍ତରୀଣ କୋଚ୍‌ ଭାବେ ନିଯୁକ୍ତ ହୋଇଛନ୍ତି। ସେ ପୂର୍ବତନ କୋଚ୍‌ ପବୁଦୁ...

ପ୍ରେସିଡେଣ୍ଟ୍ସ କପ୍‌ ବକ୍ସିଂ: ସ୍ବର୍ଣ୍ଣ ଜିତିବାରେ ଶିବ ପ୍ରଥମ ଭାରତୀୟ

ନୂଆଦିଲ୍ଲୀ, ୨୧ା୭-ଚାରିଥର ଏସିଆନ ପଦକ ବିଜେତା ଶିବ ଥାପ୍ପା ପ୍ରଥମ ଭାରତୀୟ ବକ୍ସର ଭାବେ କାଜାଖସ୍ତାନର ଅଷ୍ଟାନାଠାରେ ଚାଲିଥିବା ପ୍ରେସିଡେଣ୍ଟ୍ସ କପ୍‌ ବକ୍ସିଂ ଟୁର୍ନାମେଣ୍ଟରେ ସ୍ବର୍ଣ୍ଣ...

ଆଫ୍ରିଦୀଙ୍କ ଘରେ କିମ୍ବଦନ୍ତୀଙ୍କ ରାତ୍ରଭୋଜନ

ଦୋହା,୩୦।୯: ପୂର୍ବତନ ପାକିସ୍ତାନ ଅଧିନାୟକ ଶାହିଦ ଆଫ୍ରିଦୀ କରାଚୀ ସ୍ଥିତ ବାସଭବନରେ ଓ୍ବେଷ୍ଟଇଣ୍ଡିଜ କିମ୍ବଦନ୍ତୀ କ୍ରିକେଟର ମାଇକେଲ ହୋଲ୍ଡିଂଙ୍କ ରାତ୍ରଭୋଜନ କରିଛନ୍ତି। ଏ ନେଇ ଆଫ୍ରିଦୀ...

ସିଜନର ପ୍ରଥମ ଘରୋଇ ମ୍ୟାଚ୍‌ ହାରିଲା ଯୋଦ୍ଧା

ଗ୍ରେଟର୍‌ ନୋଏଡା, ୧୦।୧୦ (ପି.ଟି.)- ପ୍ରୋ କବାଡ଼ି ଲିଗ୍‌ (ପିକେଏଲ୍‌)ରେ ବୁଧବାର ଖେଳାଯାଇଥିବା ଏକ ମ୍ୟାଚ୍‌ରେ ତେଲଗୁ ଟାଇଟନ୍ସ ୪୧-୩୬ ପଏଣ୍ଟରେ ଘରୋଇ ୟୁପି ଯୋଦ୍ଧାକୁ...

ମୌରିସିଓଙ୍କ ଡବଲ ଗୋଲ: ଓଡ଼ିଶା ଏଫ୍‌ସିର ପ୍ରଥମ ବିଜୟ

ବାମ୍ବୋଲିମ୍‌, ୮।୧-ଡିଏଗୋ ମୌରିସିଓଙ୍କ ଡବଲ ଗୋଲ ବଳରେ ଓଡ଼ିଶା ଏଫ୍‌ସି ଚଳିତ ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ୍‌)ରେ ଗୁରୁବାର ପ୍ରଥମ ବିଜୟ ସ୍ବାଦ ଚାଖିଛି। ଷ୍ଟୁଆର୍ଟ ବକ୍ସଟରଙ୍କ...

Play 250+ Trending Games
Archives

Model This Week

Why Dharitri