ପ୍ରଭାସଙ୍କ ସହ କାମ କରିବାକୁ ଚାହାନ୍ତି କିଚ୍ଚା ସୁଦିପ, ରଖିଛନ୍ତି ଏହି ସର୍ତ୍ତ!

ଚେନ୍ନାଇ: କନ୍ନଡ ଷ୍ଟାର କିଚ୍ଚା ସୁଦିପଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ବିକ୍ରାନ୍ତ ରୋନା’ ଇତିମଧ୍ୟରେ ରିଲିଜ ହୋଇ ସାରିଛି । ଏହି ଫାଣ୍ଟାସି ଆକ୍ସନ-ଆଡଭେନଚର ଡ୍ରାମା ଫିଲ୍ମ କନ୍ନଡ ବ୍ୟତୀତ ତାମିଲ, ତେଲଗୁ, ମଲାୟାଲମ ଓ ହିନ୍ଦୀରେ ବି ରିଲିଜ ହୋଇଛି । ଏହି ଫିଲ୍ମର ପ୍ରମୋଶନ ସମୟରେ ସାକ୍ଷାତ୍‌କାରରେ କିଚ୍ଚା ଆଉ ଜଣେ ପ୍ୟାନ-ଇଣ୍ଡିଆନ ଷ୍ଟାର ପ୍ରଭାସଙ୍କ ସହ କାମ କରିବାର ଇଚ୍ଛା ପ୍ରକାଶ କରିଛନ୍ତି । ଯେକି ବାହୁବଳୀ ଭଳି ବ୍ଲକବୁଷ୍ଟର ଫିଲ୍ମ ଭେଟି ଦେଇଛନ୍ତି ।
କିଚ୍ଚା ସୁଦିପ କହିଛନ୍ତି ପ୍ରଭାସ ଜଣେ ଭଲ ମଣିଷ । ଆମେ ପରସ୍ପରକୁ ଭେଟି ସାରିଛୁ । ଯଦି କୌଣସି ପ୍ରୋଜେକ୍ଟରେ ସେ ପ୍ରଭାସଙ୍କ ସହ କାମ କରିବାର ସୁଯୋଗ ପାଆନ୍ତି ତେବେ ତାଙ୍କୁ ଖ୍ରୁସି ଲାଗିବ ବୋଲି କହିଛନ୍ତି କିଚ୍ଚା ସୁଦିପ । ହେଲେ ଏଥିପାଇଁ ବି ସେ ଏକ ସର୍ତ୍ତ ରଖିନ୍ତି । ପିଙ୍କଭିଲାକୁ ଦେଇଥିବା ସାକ୍ଷାତ୍‌କାରରେ କିଚ୍ଚା କହିଛନ୍ତି ପ୍ରଭାସଙ୍କ ସହ ସେ ଯେଉଁ ପ୍ରୋଜେକ୍ଟରେ କାମ କରିବେ ସେଥିରେ ସେ ଭିଲେନ ଚରିତ୍ର ଜମା ବି କରିବେ ନାହିଁ । ୨୦୧୯ରେ ସଲମାନ ଖାଁଙ୍କ ଫିଲ୍ମ ‘ଦବଙ୍ଗ ୩’ରେ ସେ ଭିଲେନ ଚରିତ୍ରରେ କାମ କରି ବଲିଉଡରେ ଏଣ୍ଟ୍ରି କରିଥିଲେ । ତେବେ ତାଙ୍କୁ ଗ୍ରେ ସେଡସ୍ ଚରିତ୍ରରେ କାମ କରିବାରେ କୌଣସି ଆପତ୍ତି ନାହିଁ ବୋଲି କିଚ୍ଚା କହିଛନ୍ତି । କିନ୍ତୁ ସେ କେବଳ ଭିଲେନ ଚରିତ୍ରରେ ପରଦା ଉପରକୁ ଆସିବାକୁ ଚାହୁଁ ନାହାନ୍ତି । ଦବଙ୍ଗ ୩ରେ ସେ କେବଳ ଭିଲେନ ଚରିତ୍ରରେ ନଜର ଆସିଥିଲେ ତାହା ପୁଣି କେବଳ ସଲମାନଙ୍କ ଖୁସି ପାଇଁ ବୋଲି ସେ କହିଛନ୍ତି । ସଲମାନଙ୍କ ସହ ତାଙ୍କର ଭଲ ସମ୍ପର୍କ ରହିଛି । କିନ୍ତୁ ଅନ୍ୟ ଫିଲ୍ମରେ ସେ କେବଳ ଭିଲେନ ଚରିତ୍ରରେ ନଜର ଆସିବାକୁ ପସନ୍ଦ କରନ୍ତି ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ଶାହାରୁଖ୍‌ ଖାନ୍‌ଙ୍କୁ ଚୁପ୍‌ କରିଦେଇଥିଲେ ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ: ଜାଣନ୍ତୁ କିପରି…

କରୋନା ମହାମାରୀ ସମୟରେ ବଲିଉଡ୍‌ କଳାକାରଙ୍କ ଅନେକ କାହାଣୀ, ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାରି ମଧ୍ୟରେ ମୁକେଶ ଅମ୍ବାନୀଙ୍କ...

ଗାୟକ କୈଳାଶ ଖେରଙ୍କ ଉପରକୁ ଆକ୍ରମଣ

ବେଙ୍ଗାଲୁରୁ,୩୦।୧: କର୍ନାଟକରେ ଏକ ସଙ୍ଗୀତ କନସର୍ଟ ସମୟରେ ହିନ୍ଦୀ ସିନେମାର ଜଣାଶୁଣା ଗାୟକ କୈଳାଶ ଖେରଙ୍କ ଉପରକୁ ଆକ୍ରମଣ କରାଯାଇଛି। ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି।...

ଜିତେନ୍ଦ୍ରଙ୍କ ଉପରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ ଭଉଣୀ

ବଲିଉଡ୍‌ର ବିଗତ ଦିନର ସୁପରଷ୍ଟାର ଜିତେନ୍ଦ୍ରଙ୍କର ଆଜି ହେଉଛି ଜନ୍ମଦିନ। ବର୍ତ୍ତମାନ ସେ ୭୯ ବର୍ଷରେ ପଦାର୍ପଣ କରିଛନ୍ତି। ଜିତେନ୍ଦ୍ର ପଞ୍ଜାବର ଅମୃତସରରେ ଜନ୍ମଗ୍ରହଣ କରିଥିଲେ।...

ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କ ହାତରେ ଲାଗିଲା ମେହେନ୍ଦି

ବଲିଉଡ ଏବଂ ଦକ୍ଷିଣ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଜଣାଶୁଣା ଅଭିନେତ୍ରୀ କାଜଲ ଅଗ୍ରୱାଲଙ୍କ ବିବାହ ଉତ୍ସବ ଆରମ୍ଭ ହୋଇଛି। ଅକ୍ଟୋବର ୩୦ରେ ସେ ତାଙ୍କ ପ୍ରେମିକ ଗୌତମ...

ଏଇ ମାସରେ ବଧୂ ସାଜିବେ ମୌନୀ

ବମ୍ବେ: ବାଜିବ ସାହାନାଇ। ଚଳିତ ମାସରେ ହାତକୁ ଦୁଇ ହାତ ହେବେ ଟେଲି ପରଦାର ସୁନ୍ଦରୀ ନାଗୁଣୀ ତଥା ଅଭିନେତ୍ରୀ ମୌନୀ ରୟ। ଦୀର୍ଘଦିନ ଧରି...

ପ୍ରେମ ତୋର ଲାଗେ ଗୁମସୁମ ରିଲିଜ୍‌

ଗଞ୍ଜାମ,୧୮।୨: ଓଡ଼ିଆ ଆଲବମ ପ୍ରେମ ତୋର ଲାଗେ ଗୁମସୁମ ବୁଧବାର ରିଲିଜ ହୋଇଛି। ଗଞ୍ଜାମର ଦୁର୍ଗାଦେବୀ ସାହିର ଝିଅ ରାନୀ ପାଢ଼ୀ ଏହି ଓଡ଼ିଆ ଆଲବମରେ...

ଏମିତି ଅଜବ ପ୍ରଶ୍ନ ପଚାରି ଟ୍ରୋଲ ହେଲେ ସୋନମ କପୁର

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସୋନମ କପୁର ସୋସିଆଲ ମିଡିଆରେ ଏମିତି ଏକ ପ୍ରଶ୍ନ ପଚାରିଛନ୍ତି ଯାହାକୁ ନେଇ ସେ ଟ୍ରୋଲ ହେଉଛନ୍ତି। ଭାରତରେ କେବେ କରୋନା...

ରଣବୀରଙ୍କୁ ପ୍ରେମିକା ଦେଲେ ଏହି ସ୍ବତନ୍ତ୍ର ଉପହାର: ଦାମ୍‌ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବଲିଉଡ୍‌ ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟ ସୋସିଆଲ ମିଡିଆରେ ଏବେ ରାଜ୍‌ କରୁଛନ୍ତି। ଗତ କିଛି ଦିନ ହେବ ଉଭୟଙ୍କ ସମ୍ପର୍କ ବିଷୟରେ...

Advertisement
Archives

Model This Week