୧୬ ହଜାର ଲୋକଙ୍କୁ ହତ୍ୟା କରିଥିବା ବ୍ୟକ୍ତି ଶେଷରେ ଆଖିବୁଜିଲେ

କାମ୍ବୋଡିଆ,୪।୯: ଏକଛତ୍ରବାଦୀ ଶାସକ ଖେମର ରୁଜଙ୍କ ଶାସନ କାଳରେ କାମ୍ବୋଡିଆର ୧୬ ହଜାର ସାଧାରଣ ନାଗରିକଙ୍କୁ ନିର୍ଯାତନା ଦେଇ ହତ୍ୟା କରିଥିବା ପୂର୍ବତନ ଜେଲର କିଆଙ୍ଗ ଗୁୟେକ ଇୟାଭ ୭୭ ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି। ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିବା କିଆଙ୍ଗଙ୍କୁ ନିଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧା ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ୧୯୭୦ରେ କିଆଙ୍ଗ କାମ୍ବୋଡିଆର ଏକଛତ୍ରବାଦୀ ଶାସକ ଖେମର ରୁଜଙ୍କ ମୁଖ୍ୟ ଜେଲର ଥିଲେ। ସେ ଏକଛତ୍ରବାଦୀ ଶାସକଙ୍କ ବିରୁଦ୍ଧରେ ସ୍ବର ଉତ୍ତୋଳନ କରୁଥିବା ପ୍ରତ୍ୟେକ କଏଦୀଙ୍କୁ ନିର୍ଯାତନା ଦେଉଥିଲେ ଏବଂ ହତ୍ୟା କରୁଥିଲେ। ୧୬ ହଜାର ଲୋକଙ୍କ ହତ୍ୟା ଏବଂ ଏକଛତ୍ରବାଦୀ ଶାସକ ଖେମର ରୁଜଙ୍କୁ ସମର୍ଥନ କରୁଥିବାରୁ କିଆଙ୍ଗଙ୍କୁ ଯୁଦ୍ଧ ଅପରାଧୀ ଘୋଷିତ କରାଯାଇଥିଲା। ୧୯୭୦ରେ ଲୋକମାନେ ଖେମର ରୁଜ ବିରୁଦ୍ଧରେ ବିଦ୍ରୋହ କରିଥିଲେ। କିଆଙ୍ଗ ଏକଛତ୍ରବାଦୀ ଶାସନର ଆଦେଶରେ କ୍ରୁରତାର ସମସ୍ତ ସୀମା ଅତିକ୍ରମ କରିଥିଲେ। ଏହି ଯୁଦ୍ଧରେ ପ୍ରାୟ ୧୭ ଲକ୍ଷ ଲୋକ ପ୍ରାଣ ହରାଇଥିଲେ। ବିଦ୍ରୋହୀଙ୍କ ଦମନ ପାଇଁ ଅଧିକାଂଶ ଲୋକଙ୍କୁ ନିର୍ଯାତନା ଦିଆଯାଉଥିଲା। ଏହି ମୃତ୍ୟୁ ସଂଖ୍ୟା କାମ୍ବୋଡିଆର ମୋଟ ଜନସଂଖ୍ୟାର ପ୍ରାୟ ୨୫ ପ୍ରତିଶତ ଥିଲା। ୨୦୦୯ ମସିହାରେ ହୋଇଥିବା ଶୁଣାଣି ପରେ ମିଳିତ ଜାତିସଂଘ ସମର୍ଥିତ ଟ୍ରିବ୍ୟୁନାଲ ଦ୍ୱାରା କିଆଙ୍ଗଙ୍କୁ ଜେଲଦଣ୍ଡ ଦିଆଯାଇଥିଲା। କାରାଗାରରେ ନିଶ୍ୱାସଙ୍‌ପ୍ରଶ୍ୱାସ ନେବା ପରେ ତାଙ୍କୁ କାମ୍ବୋଡିଆ ସୋଭିଏତ୍‌ ଫ୍ରେଣ୍ଡସିପ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ୨୦୦୯ରେ କାରାଦଣ୍ଡରେ ଦଣ୍ଡିତ ହେବା ପରେ କିଆଙ୍ଗଙ୍କୁ ୨୦୧୩ରେ କାଣ୍ଡାଲ ପ୍ରାଦେଶିକ ଜେଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

କିଏ ସେହି ଭାରତୀୟ ଛାତ୍ରୀ ଯାହାଙ୍କୁ ଆମେରିକାରେ କରାଯାଇଛି ଗିରଫ

ଓ୍ବାଶିଂଟନ,୨୬।୪: ଆମେରିକାରେ ଜଣେ ଭାରତୀୟ ଛାତ୍ରୀଙ୍କୁ ଗିରଫ କରାଯାଇଛି। ଏହି ଛାତ୍ର ଇସ୍ରାଏଲକୁ ବିରୋଧ କରୁଥିବାବେଳେ ପାଲେଷ୍ଟାଇନକୁ ସମର୍ଥନ କରି ବିରୋଧ କରିଥିବା ଅଭିଯୋଗ ହୋଇଛି।...

ଭାରତ ଉପରେ ରାଗିଗଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରିବା ଅଭିଯୋଗରେ ଆମେରିକା ଦଶହଜାର କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଆମେରିକା ବିଶ୍ୱବିଦ୍ୟାଳୟରେ ହିଂସକ ହେଲା ପାଲେଷ୍ଟାଇନ ସମର୍ଥକଙ୍କ ପ୍ରଦର୍ଶନ

ଅଷ୍ଟିନ,୨୬।୪: ଆମେରିକାର ବିଶ୍ୱବିଦ୍ୟାଳୟରେ ଇସ୍ରାଏଲ-ହମାସ ଯୁଦ୍ଧ ବିରୋଧରେ ବିରୋଧ ତୀବ୍ର ହୋଇଛି। ଅନେକ ବିଶ୍ୱବିଦ୍ୟାଳୟରେ ପ୍ରଦର୍ଶନ ଭାଙ୍ଗିବା ପାଇଁ ପୋଲିସ ଡାକିବାକୁ ପଡିଥିଲା। ବିକ୍ଷୋଭକାରୀ ଏବଂ...

ଏହି ଦେଶରେ ସେନା ରଚିଲା ନରସଂହାର, ୨୨୩ ସାଧାରଣ ନାଗରିକଙ୍କୁ କଲା ହତ୍ୟା, ୫୬ ଶିଶୁ ସାମିଲ

ନୂଆଦିଲ୍ଲୀ,୨୬।୪: ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫାସୋରୁ ଏକ ବଡ଼ ହତ୍ୟାକାଣ୍ଡର ଖବର ଆସିଛି। ଏହି ଘଟଣାରେ ଦେଶର ସେନାକୁ ଦାୟୀ କରାଯାଉଛି। ଅଭିଯୋଗ ହୋଇଛି...

ଭାରତୀୟ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରୁଥିବା ଅଭିଯୋଗରେ ଦଶହଜାର କମ୍ପାନୀ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଏବେ ଆମେରିକାରେ ନିର୍ବାଚନ ହେଲେ କିଏ ମାରିବେ ବାଜି: ସର୍ଭେରେ ଆଶ୍ଚର୍ଯ୍ୟଜନକ ଖୁଲାସା

ଓ୍ବାଶିଂଟନ,୨୬।୪: ନଭେମ୍ବରରେ ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ସମ୍ପର୍କରେ ଓପିନିୟନ୍‌ ପୋଲ୍‌ ପ୍ରକାଶ ପାଇଛି। ପୁଣି ଥରେ ଡୋନାଲ୍ଡ ଟ୍ରମ୍ପ ଏବଂ ଜୋ ବଇଡେନ...

୨୦୨୩ରେ ୨୮.୨ କୋଟି ଦୁର୍ଭିକ୍ଷ ପ୍ରଭାବିତ

ଜାତିସଂଘ,୨୬ା୪:୨୦୨୩ରେ ୫୯ଟି ଦେଶର ପ୍ରାୟ ୨୮.୨ କୋଟି ଲୋକ ଅତ୍ୟଧିକ କ୍ଷୁଧା ମଧ୍ୟରେ ରହିଛନ୍ତି। ଯୁଦ୍ଧ କ୍ଷତିଗ୍ରସ୍ତ ଗାଜାରେ ବହୁସଂଖ୍ୟାରେ ଲୋକ ଦୁର୍ଭିକ୍ଷର ସମ୍ମୁଖୀନ ହୋଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri