ଖରିଫ ଧାନ ସଂଗ୍ରହ: ୧୫ରୁ ଚାଷୀ ପଞ୍ଜୀକରଣ

ଭୁବନେଶ୍ୱର,୧୧ା୭(ବ୍ୟୁରୋ): ଚଳିତ ଖରିଫରେ ଧାନ ସଂଗ୍ରହ ନିମନ୍ତେ ଅନ୍‌ଲାଇନ ମାଧ୍ୟମରେ ଚାଷୀମାନଙ୍କର ନାମ ପଞ୍ଜୀକରଣ ଜୁଲାଇ ୧୫ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୧୬ ପର୍ଯ୍ୟନ୍ତ ଚାଲିବ । ଖରିଫ ଧାନ ବିକ୍ରି ନିମନ୍ତେ ଇଚ୍ଛୁକ ଚାଷୀଙ୍କୁ ସାନି ନାମ ପଞ୍ଜୀକରଣ କରିବାକୁ ପଡ଼ିବ । ପୂର୍ବ ପଞ୍ଜୀକରଣ ନବୀକରଣ ହେବ ନାହିଁ । ଚାଷୀଙ୍କୁ ସେମାନଙ୍କ ଜମିଜମା, ବ୍ୟାଙ୍କ ଆକାଉଣ୍ଟ, ଆଧାର କାର୍ଡ, ମୋବାଇଲ୍‌ ନମ୍ବର ଆଦି ସମସ୍ତ ତଥ୍ୟ ଦାଖଲ କରିବାକୁ ପଡ଼ିବ । ଯେଉଁ ଚାଷୀମାନେ ଚଳିତ ଖରିଫରେ ବଳକା ଧାନ ସରକାରଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟରେ ବିିକ୍ରି କରିବାକୁ ଚାହୁଁଛନ୍ତି ସେମାନଙ୍କୁ ନିକଟବର୍ତ୍ତୀ ସମବାୟ ସମିତିରେ ନାମ ପଞ୍ଜୀକରଣ କରିବାକୁ ପଡ଼ିବ । ଅଧିସ୍ବୀକୃତ ପ୍ୟାକ୍ସ/ଲ୍ୟାମ୍ପସ୍‌, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, ପାଣି ପଞ୍ଚାୟତରେ ନାମ ପଞ୍ଜୀକରଣ କରାଯିବ । ଏଥିନିମନ୍ତେ ପୂର୍ବରୁ ନାମ ରେଜିଷ୍ଟ୍ରେଶନ କରାଇବା ବାଧ୍ୟତାମୂଳକ କରାଯାଇଛି । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଏ ନେଇ ଏକ ମାର୍ଗଦର୍ଶିକା ସମସ୍ତ ଜିଲାପାଳଙ୍କ ନିକଟକୁ ପଠାଯାଇଛି । ଧାର୍ଯ୍ୟ ସମୟ ସୀମା ମଧ୍ୟରେ ଏକ ନିର୍ଭୁଲ ଓ ଯୋଗ୍ୟ ଚାଷୀ ନାମ ପଞ୍ଜୀକରଣ ତାଲିକା ପ୍ରସ୍ତୁତ କରିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଚାଷୀମାନେ ଯେପରି ସୁବିଧାରେ ଫର୍ମ ପୂରଣ କରିପାରିବେ, ସେଥିପାଇଁ ପ୍ରତ୍ୟେକ ସୋସାଇଟିରେ ଏକ ହେଲ୍ପ ଡେସ୍କ ରହିବ ।

ନାମ ପଞ୍ଜୀକରଣ ତଥ୍ୟ ସମ୍ବନ୍ଧୀୟ କୌଣସି ଆପତ୍ତି-ଅଭିଯୋଗ ଆସିଲେ ତାହାର ତୁରନ୍ତ ଶୁଣାଣି କରାଯିବ। ପ୍ରତ୍ୟେକ ସୋସାଇଟିରେ ପଞ୍ଜୀକରଣ ଫର୍ମ ଚାଷୀମାନଙ୍କୁ ବିନା ମୂଲ୍ୟରେ ଯୋଗାଇ ଦିଆଯିବ । ଚାଷୀମାନେ ଫର୍ମରେ ନିର୍ଭୁଲ ତଥ୍ୟ ପ୍ରଦାନ କରିବେ । କେହି ଭୁଲ ତଥ୍ୟ ପ୍ରଦାନ କଲେ ଧାନ ସଂଗ୍ରହ ପ୍ରକ୍ରିୟାରୁ ବାଦ୍‌ ପଡ଼ିବେ । ଏହାକୁ ଅପ୍‌ଲୋଡ୍‌ କରିଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅବୈଧ ଆଧାର କାର୍ଡ ନମ୍ବର ଥିବା ଚାଷୀ ଫର୍ମକୁ ନାମ ପଞ୍ଜୀକରଣ ନିମନ୍ତେ ବିବେଚନା କରାଯିବ ନାହିଁ । ଏଥିସହିତ ଚାଷୀ ଚଳିତ ଖରିଫରେ କେତେ ଜମିରେ ଧାନ କରିଛନ୍ତି ତାହାର ପ୍ରକୃତ ତଥ୍ୟ ଦେବାକୁ ପଡ଼ିବ ।
ଚାଷୀ କେବେ ମଣ୍ଡିକୁ ଧାନ ଆଣିବେ ତାହାର ସମୟ ମଧ୍ୟ ଉଲ୍ଲେଖ କରିବେ । ଭାଗଚାଷୀଙ୍କୁ ରେଜିଷ୍ଟ୍ରେଶନ ଫର୍ମ ସହିତ ଜମି ମାଲିକଙ୍କ ସମ୍ମତିପତ୍ର ଦାଖଲ କରିବାକୁ ପଡ଼ିବ । ଏଥିସହ ଭାଗଚାଷୀଙ୍କୁ ଜମି ମାଲିକଙ୍କ ଆଧାର କାର୍ଡର ନକଲ ଏବଂ ମୋବାଇଲ ନମ୍ବର ଦାଖଲ କରିବାକୁ ପଡ଼ିବ । ଜମି ମାଲିକମାନଙ୍କ ସମ୍ମତିପତ୍ର ବିନା ଭାଗଚାଷୀଙ୍କ ନାମ ପଞ୍ଜୀକରଣ ହୋଇପାରିବ ନାହିଁ ।
ଚାଷୀମାନେ ଚଳିତ ଖରିଫରେ ପ୍ରକୃତରେ କେତେ ପରିମାଣ ଜମିରେ ଧାନଚାଷ କରିଛନ୍ତି, ତାହାର ସତ୍ୟତା ସମ୍ପର୍କରେ ଜିଲା ପ୍ରଶାସନ ପକ୍ଷରୁ ଯାଞ୍ଚ କରିବା ପାଇଁ କୁହାଯାଇଛି । ଯେଉଁ ପ୍ଲଟ୍‌ଗୁଡ଼ିକ ଭୂଲେଖ ଓ୍ବେବ୍‌ସାଇଟରେ ନାହିଁ, ସେଗୁଡ଼ିକ ରାଜସ୍ବ ଅଧିକାରୀଙ୍କ ଦ୍ୱାରା ଯାଞ୍ଚ କରାଯିବ । ଯଦି ଜମିଗୁଡ଼ିକ ରାଜସ୍ବ ରେକର୍ଡରେ ଜଳସେଚିତ ବୋଲି ଉଲ୍ଲେଖ ନାହିଁ, କିନ୍ତୁ ଚାଷୀ ବୋରୱେଲ୍‌ ଏବଂ ଉଠାଜଳସେଚନ ମାଧ୍ୟମରେ ଜଳସେଚନ କରୁଥିବା ଦାବି କରୁଛନ୍ତି, ତେବେ ତାହାକୁ ଯୁଗ୍ମ କମିଟି ଦ୍ୱାରା ଯାଞ୍ଚ କରାଯିବ । ସୋସାଇଟି ସମ୍ପାଦକମାନେ ରେଜିଷ୍ଟ୍ରେଶନ ଫର୍ମରେ ଦିଆଯାଇଥିବା ତଥ୍ୟ ଏବଂ ଦାଖଲ କରାଯାଇଥିବା ତଥ୍ୟ ଯାଞ୍ଚ କରିସାରିବା ପରେ ଏହାକୁ ସୋସାଇଟିରେ ଡିଜିଟାଇଜ କରିବେ । ସମସ୍ତ ରେଜିଷ୍ଟ୍ରେଶନ ଫର୍ମର ଡିଜିଟାଇଜେଶନ କାର୍ଯ୍ୟ ଜୁଲାଇ ୧୮ ତାରିଖରୁ ଅଗଷ୍ଟ ୨୨ ତାରିଖ ମଧ୍ୟରେ ଶେଷ ହେବ । ନିର୍ଭୁଲ ନାମ ପଞ୍ଜୀକରଣ ନିମନ୍ତେ ସୋସାଇଟି ଏବଂ ପର୍ଯ୍ୟବେକ୍ଷଣ ଅଧିକାରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ ।
ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ଚାଷୀ ନାମ ପଞ୍ଜୀକରଣ ଚୂଡ଼ାନ୍ତ ମାଷ୍ଟର ତାଲିକା ପ୍ରସ୍ତୁତ କରାଯିବ । ରେଜିଷ୍ଟ୍ରେଶନ ସମୟରେ ସୋସାଇଟିରେ କୋଭିଡ୍‌ ମାର୍ଗଦର୍ଶିକାକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri