Posted inଜାତୀୟ

ଟାର୍ଗେଟ୍‌ରେ ଖାନ ସାର୍‌: କୋଚିଂ ସେଣ୍ଟର ଉଡ଼ାଇ ଦେବାକୁ ଧମକ

ପାଟନା,୩।୬: ବିହାରର ପାଟନାରେ ଖାନ ସାରଙ୍କ କୋଚିଂ ସେଣ୍ଟର ଉପରେ ଆକ୍ରମଣ ହୋଇଛି। ଏହି ଆକ୍ରମଣ ସାରା ବିହାରରେ ଆତଙ୍କ ସୃଷ୍ଟି କରିଛି। ମଙ୍ଗଳବାର ବିଳମ୍ବିତ ରାତିରେ କୋଚିଂ ସେଣ୍ଟର ବାହାରେ ଗୁଳି ଚାଳନା କରାଯାଇଥିଲା ଏବଂ ସୁରକ୍ଷା ଗାର୍ଡଙ୍କ ମାଡ଼ ମରାଯାଇଛି। କିନ୍ତୁ ପୋଲିସ କୌଣସି ଗୁଳି ଚାଳନାକୁ ଅସ୍ବୀକାର କରିଛି।

ଘଟଣାକୁ ନେଇ ଖାନ ସାର୍‌ କହିଛନ୍ତି, ପୋଲିସ ତଦନ୍ତ ଚାଲିଛି ଏବଂ ତା’ପରେ ହିଁ ଆମେ ଜାଣିପାରିବୁ। ସୁରକ୍ଷା କର୍ମୀଙ୍କୁ ଟାଣି ନେଇ ଗୁରୁତର ଭାବରେ ମାଡ଼ କରାଯାଇଥିଲା। ତାଙ୍କୁ ଗୁରୁତର ଆଘାତ ଲାଗିଛି। ଟାର୍ଗେଟ କିଏ ଥିଲା ମୁଁ ଜାଣିନାହିଁ, କିନ୍ତୁ ଗାର୍ଡଙ୍କୁ ପ୍ରବଳ ମାଡ଼ ଦିଆଯାଇଥିଲା। ମୋର ଧ୍ୟାନ କେଳବ ଗରିବ ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଉପରେ ଅଛି।

ଏହି ଆକ୍ରମଣ ପଛରେ କିଏ ଥାଇପାରେ ବୋଲି ପଚରାଯିବାରୁ ସେ କହିଥିଲେ ଯେ, ସମସ୍ତେ ଜାଣନ୍ତି ଏହା କିଏ ହୋଇପାରେ। ପାଖରେ ଥିବା କୋଚିଂ ସେଣ୍ଟର। ଦୁଇ ଦିନ ମଧ୍ୟରେ ଖାନ ସାର୍‌ଙ୍କ କୋଚିଂ ସେଣ୍ଟରକୁ ଉଡ଼ାଇ ଦିଆଯିବ ବୋଲି ଧମକ ଦିଆଯାଇଛି। ଏହି ଲୋକଙ୍କର ଏକମାତ୍ର ଲକ୍ଷ୍ୟ ହେଉଛି ଏତେ କମ ଫିସରେ ଶିକ୍ଷା ଯୋଗାଇ ଦିଆଯିବା ଉଚିତ୍‌ ନୁହେଁ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ଶିକ୍ଷୟିତ୍ରୀ ପୂରବୀ ପରିଡ଼ା

ନବରଙ୍ଗପୁର,୩ା୯(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାର ଶିକ୍ଷାକ୍ଷେତ୍ର ପାଇଁ ଆସିଛି ଆଉ ଏକ ଗୌରବର ଖବର। ଜିଲାର ଶାରୀରିକ ଶିକ୍ଷା ଶିକ୍ଷୟିତ୍ରୀ ପୂରବୀ ପରିଡ଼ା ଚଳିତବର୍ଷ ଗୁରୁଦିବସ ଅବସରରେ…

ଭାରତକୁ ମାଡି ଆସୁଛି ଭୟଙ୍କର ବିପଦ! ବଡ଼ ଚେତାବନୀ ଦେଲା UN

ନୂଆଦିଲ୍ଲୀ,୩।୯: ବିଶ୍ୱ ତାପମାତ୍ରା ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନକୁ ନେଇ ପୁଣିଥରେ ଚେତାବନୀ ଦେଇଛି ମିଳିତ ଜାତିସଂଘ। ବିଶ୍ୱ ତାପମାତ୍ରା ୧.୫ ଡିଗ୍ରୀ ସେଲସିୟସ ବୃଦ୍ଧି ସୀମାକୁ…

‘ଅଭିଜିତ ଦୀପକେଙ୍କ ସହ ଡିଲ୍ କରିଛନ୍ତି କେଜ୍ରିୱାଲ୍’, ବଡ଼ ଅଭିଯୋଗ ଆଣିଲେ ମନୀଷ

ନୂଆଦିଲ୍ଲୀ,୩।୯: କକରୋଚ୍ ଜନତା ପାର୍ଟି (CJP) ପରେ ଏବେ ‘କକରୋଚ୍ ଜନତା ପାର୍ଟି ଡେମୋକ୍ରାଟିକ’ (CJPD) ଘୋଷଣା ହୋଇଛି । ମନୀଷ ବ୍ରହ୍ମଭଟ୍ଟ ଗୁରୁବାର ଏହି ଘୋଷଣା…

ମୋଦିଙ୍କ ପଦାଙ୍କ ଅନୁସରଣ କଲେ ଯୋଗୀ! ଇନଷ୍ଟାଗ୍ରାମରେ ରିଲ ପୋଷ୍ଟ କରି କହିଲେ…

ଲକ୍ଷ୍ନୌ,୩।୯: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏକ ରିଲ ପୋଷ୍ଟ କରିଛନ୍ତି। ଏହି ସେଲଫି-ଶୈଳୀର ରିଲ୍ସରେ ବାବା ନୀବ କରୋରିଙ୍କ ପବିତ୍ର ଭୂମି…

ଶ୍ୱଶୁର ହେଲେ ରକ୍ତମୁଖା: ଲୁହାରଡ୍‌ରେ ପିଟିପିଟି ଜ୍ୱାଇଁଙ୍କୁ ମାରିଦେଲେ

ଉଦଳା,୩ା୯(ସନ୍ତୋଷ ବାଛିନୀ): ସାବତ ଶ୍ୱଶୁର ହେଲେ ରକ୍ତମୁଖା। ଲୁହା ରଡ୍‌ରେ ପିଟିପିଟି ଜ୍ୱାଇଁଙ୍କୁ ହତ୍ୟା କରିଛନ୍ତି। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ମଝିଗଡ଼ିଆ…

ରତ୍ନେଶ୍ଵରୀ ମନ୍ଦିର ଭିତରେ ଗର୍ଜନ କରୁଥିଲା ବିରାଟ ଅହିରାଜ! ଲୋକେ ଛାନିଆ, ବନବିଭାଗ ପହଞ୍ଚି…

ଦିଗପହଣ୍ଡି/ଚିକିଟି,୩।୯(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ଗଡ଼ ବ୍ଲକ କାର୍ଯ୍ୟାଳୟ ନିକଟ ମା ‘ ରତ୍ନେଶ୍ଵରୀ ମନ୍ଦିରରୁ କିଙ୍ଗକୋବ୍ରା ଉଦ୍ଧାର କରାଯାଇଛି ।…

ମଝି ଆକାଶରେ ହଠାତ୍‌ ଅସୁସ୍ଥ ହୋଇପଡ଼ିଲେ ପାଇଲଟ: ଆଉ ତା’ପରେ ଘଟିଲା…

ନୂଆଦିଲ୍ଲୀ,୩।୯: ଦୋହାରୁ ବେଙ୍ଗାଲୁରୁ ଯାଉଥିବା ଇଣ୍ଡିଗୋ ବିମାନ 6E 1302 ଗୁରୁବାର ମସ୍କଟରେ ସୁରକ୍ଷିତ ଜରୁରୀକାଳୀନ ଅବତରଣ କରିଛି। ଯାତ୍ରା ସମୟରେ ପାଇଲଟ ହଠାତ୍‌ ଅସୁସ୍ଥ ହୋଇପଡ଼ିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri