ସମସ୍ୟାରେ ଉବୁଟୁବୁ ଖଣ୍ଡବା ଗାଁ

ଆର୍‌.ଉଦୟଗିରି,୨୦ା୯(ଡି.ଏନ୍‌.ଏ.): ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ନିର୍ମାଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ଜରିଆରେ ଭାରତ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ବିଭାଗୀୟ ଅଧିକାରୀଙ୍କ ଲାଭଖୋର ମନୋବୃତ୍ତି ଏବଂ ଦୁର୍ନୀତି ଯୋଗୁ ଏହି ଯୋଜନାରେ ନିର୍ମାଣ ହୋଇଥିବା ଅନେକ ସଡ଼କ ଏବେ ମରଣଯନ୍ତା ପାଲଟିଛି। ଏଭଳି କିଛି ସମସ୍ୟା ଗଜପତି ଜିଲା ମୋହନାରେ ଦେଖିବାକୁ ମିଳିଛି। ମୋହନା ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲାର ଅନେକ ଗ୍ରାମକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ପକ୍କା ସଡ଼କ ନିର୍ମାଣ କରିଛନ୍ତି ଭାରତ ସରକାର। ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତାର ଅଭାବ ଯୋଗୁ ମୋହନା ବ୍ଲକର ଅନେକ ଗ୍ରାମକୁ ଅଦ୍ୟାବଧି ନିର୍ମାଣ ହୋଇପାରୁନି ପକ୍କା ସଡ଼କ। ମୋହନା ବ୍ଲକ୍‌ର ଉପାନ୍ତ ଅଞ୍ଚଳ କଟାମା ପଞ୍ଚାୟତର ଖଣ୍ଡବା ଗାଁକୁ ସଂଯୋଗ କରୁଥିବା ୩ କିମି ରାସ୍ତା କାଦୁଅ ପଚପଚ ହୋଇଛି। ଖଣ୍ଡବା ଗାଁଟି ଘଞ୍ଚ ଜଙ୍ଗଲ, ପାହାଡ଼ ମଧ୍ୟରେ ଥିବା ବେଳେ ୨୨ ପରିବାରର ୩ ଶହରୁ ଊଦ୍ଧର୍‌ବ ଜନସାଧାରଣ ଚାଷବାସ କରି ଜୀବନଯାପନ କରୁଛନ୍ତି। ହେଲେ ଏମାନେ ଯେକୌଣସି ବଜାର, ବାଟ ଓ ସ୍ବାସ୍ଥ୍ୟସେବା ପାଇଁ ପାଣିଗଣ୍ଡା, ଅଡ଼ବା ଓ ମୋହନା ଉପରେ ନିର୍ଭର କରୁଥିବା ବେଳେ ଗାଁକୁ ନାହିଁ ଭଲ ରାସ୍ତା। କଟାମା, ଗରଡ଼ମା ପଞ୍ଚାୟତକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାକୁ ଆସିଲେ ହିଁ ଏମାନେ ଯେଉଁଠି କି ଯାଇପାରିବେ। କିନ୍ତୁ ଗାଁଠାରୁ ମୁଖ୍ୟ ରାସ୍ତାକୁ ବାହାରିବାକୁ ହେଲେ ଏମିତି ଦୟନୀୟ ୩ କିମି ରାସ୍ତା ଅତିକ୍ରମ କରିବାକୁ ପଡୁଛି। ଏମିତି ରାସ୍ତାରେ ଲୋକେ ଯା’ଆସ କରୁଥିବା ବେଳେ ପୁଣି ଏହି ବାଟରେ ବାଧକ ସାଜେ ଗୋଟିଏ ନାଳ। ଲଗାଣ ବର୍ଷା ଲାଗିରହିଲେ ଏହି ନାଳରେ ପ୍ରଖର ଗତିରେ ପ୍ରବାହିତ ହୁଏ ବର୍ଷାଜଳ। ଫଳରେ ଲୋକଙ୍କୁ ନାଳ ପାର ହେବା ଅସମ୍ଭବ ହୋଇପଡ଼େ। ଫଳରେ ବର୍ଷା ସମୟରେ ଏହି ଗ୍ରାମବାସୀ ହୋଇଯାଆନ୍ତି ବାହ୍ୟ ଜଗତରୁ ବିଛିନ୍ନ। ରାସ୍ତା ପାଇଁ ଗ୍ରାମବାସୀ ନାହିଁ ନଥିବା ସମସ୍ୟା ଭୋଗୁଥିବା ଅଭିଯୋଗ କରିଛନ୍ତି। ଏଠାରେ ପ୍ରଥମେ ପକ୍କା ସଡ଼କ ନିର୍ମାଣ କରିବା ପାଇଁ ବିଭାଗୀୟ ବାବୁଙ୍କଠାରୁ ଆରମ୍ଭ କରି ଜନପ୍ରତିନିଧିଙ୍କୁ ବାରମ୍ବାର ଅଭିଯୋଗ କରିଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବା ଗ୍ରାମର ଅପରାଜିତା ବିଷୋୟୀ, ବାଉରୀବନ୍ଧୁ ଦଳାଇ, ବଳରାମ କାର୍ଯୀ, ଲକ୍ଷ୍ମୀ ଦଳାଇ ପ୍ରମୁଖ ଅଭିଯୋଗ କରିଛନ୍ତି। ଏଭଳି ରାସ୍ତା ସମସ୍ୟା ଯୋଗୁ ଗାଁକୁ ଆମ୍ବୁଲାନ୍ସ ଆସିବା ତ ଦୂରର କଥା ମଣିଷ ଚାଲିକି ଯିବା କଷ୍ଟକର ହେଉଥିବା ବେଳେ ଗାଁରେ ନା ଅଛି ନେଟୱର୍କର ସୁବିଧା ନା ସମ୍ପୂର୍ଣ୍ଣ ହୋଇପାରିଛି ଅଙ୍ଗନୱାଡି ଗୃହ। ଅଧାପନ୍ତରିଆ ଅଙ୍ଗନୱାଡ଼ି ଗୃହରେ ଲଟାବୁଦା ମାଡ଼ିଯାଇ ନଷ୍ଟହେବାକୁ ବସିଲାଣି ଗୃହ। ରାସ୍ତା ସମସ୍ୟା ଯୋଗୁ ଏଠାକୁ ଅଙ୍ଗନୱାଡି କର୍ମୀ ଓ ସ୍କୁଲ୍‌ ଶିକ୍ଷକ ମଧ୍ୟ ଠିକ୍‌ରେ ଆସିବା ଅସମ୍ଭବ ବୋଲି ଗ୍ରାମବାସୀ କହିଛନ୍ତି। ଗ୍ରାମବାସୀ ରାସ୍ତା ସମସ୍ୟା ଯୋଗୁ ବର୍ଷ ବର୍ଷ ଧରି ଏଭଳି ଦୂର୍ବିଷହ ଜୀବନ କାଟୁଥିଲେ ମଧ୍ୟ ପକ୍କା ସଡ଼କ ନିର୍ମାଣ ପାଇଁ ବାରମ୍ବାର ସରକାରଙ୍କୁ ଅଭିଯୋଗ ଜଣାଇ କୌଣସି ସୁଫଳ ମିଳି ନ ଥିବା ଅଭିଯୋଗ କରିଛନ୍ତି। ତେବେ ଗ୍ରାମ ପରିଦର୍ଶନରେ ଯାଇଥିବା ଜିଲା ପରିଷଦ ଉପାଧ୍ୟକ୍ଷା କୁନ୍ତଳା ମଳିକ ବିପର୍ଯ୍ୟସ୍ତ ରାସ୍ତାର ନିର୍ମାଣ ଲାଗି ନିଜ ପାଣ୍ଠିରୁ କିଛି ଅର୍ଥରାଶି ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଟି୨୦ ଜିତିଲା ଭାରତ, ୨-୧ରେ ସିରିଜ୍‌ ଆଗୁଆ

ଇନ୍ଦୋର,୧୧ା୧୦: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୧୪ ରନରେ…

ଚାଲିଥିଲା ବଡ଼ଧରଣର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ, ୮ ଗିରଫ

ଛତ୍ରପୁର,୧୧ା୧୦(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ ) : ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଗଞ୍ଜାମ ପୋଲିସ ପକ୍ଷରୁ ଜୁଆ ଆଡ୍ଡାରେ ଚଢାଉ ଜାରି ରହିଛି । ଶନିବାର ବିଳମ୍ବିତ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

କୋର୍ଟରେ ଜାମିନ ନାମଞ୍ଜୁର ଜେଲ ଗଲେ ଅଭିଯୁକ୍ତ, ଜାଣନ୍ତୁ କ’ଣ ଥିଲା ମାମଲା…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ପିଣ୍ଟୁ ସାହୁଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?