ସମସ୍ୟାରେ ଉବୁଟୁବୁ ଖଣ୍ଡବା ଗାଁ

ଆର୍‌.ଉଦୟଗିରି,୨୦ା୯(ଡି.ଏନ୍‌.ଏ.): ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ନିର୍ମାଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ଜରିଆରେ ଭାରତ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ବିଭାଗୀୟ ଅଧିକାରୀଙ୍କ ଲାଭଖୋର ମନୋବୃତ୍ତି ଏବଂ ଦୁର୍ନୀତି ଯୋଗୁ ଏହି ଯୋଜନାରେ ନିର୍ମାଣ ହୋଇଥିବା ଅନେକ ସଡ଼କ ଏବେ ମରଣଯନ୍ତା ପାଲଟିଛି। ଏଭଳି କିଛି ସମସ୍ୟା ଗଜପତି ଜିଲା ମୋହନାରେ ଦେଖିବାକୁ ମିଳିଛି। ମୋହନା ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲାର ଅନେକ ଗ୍ରାମକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ପକ୍କା ସଡ଼କ ନିର୍ମାଣ କରିଛନ୍ତି ଭାରତ ସରକାର। ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତାର ଅଭାବ ଯୋଗୁ ମୋହନା ବ୍ଲକର ଅନେକ ଗ୍ରାମକୁ ଅଦ୍ୟାବଧି ନିର୍ମାଣ ହୋଇପାରୁନି ପକ୍କା ସଡ଼କ। ମୋହନା ବ୍ଲକ୍‌ର ଉପାନ୍ତ ଅଞ୍ଚଳ କଟାମା ପଞ୍ଚାୟତର ଖଣ୍ଡବା ଗାଁକୁ ସଂଯୋଗ କରୁଥିବା ୩ କିମି ରାସ୍ତା କାଦୁଅ ପଚପଚ ହୋଇଛି। ଖଣ୍ଡବା ଗାଁଟି ଘଞ୍ଚ ଜଙ୍ଗଲ, ପାହାଡ଼ ମଧ୍ୟରେ ଥିବା ବେଳେ ୨୨ ପରିବାରର ୩ ଶହରୁ ଊଦ୍ଧର୍‌ବ ଜନସାଧାରଣ ଚାଷବାସ କରି ଜୀବନଯାପନ କରୁଛନ୍ତି। ହେଲେ ଏମାନେ ଯେକୌଣସି ବଜାର, ବାଟ ଓ ସ୍ବାସ୍ଥ୍ୟସେବା ପାଇଁ ପାଣିଗଣ୍ଡା, ଅଡ଼ବା ଓ ମୋହନା ଉପରେ ନିର୍ଭର କରୁଥିବା ବେଳେ ଗାଁକୁ ନାହିଁ ଭଲ ରାସ୍ତା। କଟାମା, ଗରଡ଼ମା ପଞ୍ଚାୟତକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାକୁ ଆସିଲେ ହିଁ ଏମାନେ ଯେଉଁଠି କି ଯାଇପାରିବେ। କିନ୍ତୁ ଗାଁଠାରୁ ମୁଖ୍ୟ ରାସ୍ତାକୁ ବାହାରିବାକୁ ହେଲେ ଏମିତି ଦୟନୀୟ ୩ କିମି ରାସ୍ତା ଅତିକ୍ରମ କରିବାକୁ ପଡୁଛି। ଏମିତି ରାସ୍ତାରେ ଲୋକେ ଯା’ଆସ କରୁଥିବା ବେଳେ ପୁଣି ଏହି ବାଟରେ ବାଧକ ସାଜେ ଗୋଟିଏ ନାଳ। ଲଗାଣ ବର୍ଷା ଲାଗିରହିଲେ ଏହି ନାଳରେ ପ୍ରଖର ଗତିରେ ପ୍ରବାହିତ ହୁଏ ବର୍ଷାଜଳ। ଫଳରେ ଲୋକଙ୍କୁ ନାଳ ପାର ହେବା ଅସମ୍ଭବ ହୋଇପଡ଼େ। ଫଳରେ ବର୍ଷା ସମୟରେ ଏହି ଗ୍ରାମବାସୀ ହୋଇଯାଆନ୍ତି ବାହ୍ୟ ଜଗତରୁ ବିଛିନ୍ନ। ରାସ୍ତା ପାଇଁ ଗ୍ରାମବାସୀ ନାହିଁ ନଥିବା ସମସ୍ୟା ଭୋଗୁଥିବା ଅଭିଯୋଗ କରିଛନ୍ତି। ଏଠାରେ ପ୍ରଥମେ ପକ୍କା ସଡ଼କ ନିର୍ମାଣ କରିବା ପାଇଁ ବିଭାଗୀୟ ବାବୁଙ୍କଠାରୁ ଆରମ୍ଭ କରି ଜନପ୍ରତିନିଧିଙ୍କୁ ବାରମ୍ବାର ଅଭିଯୋଗ କରିଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବା ଗ୍ରାମର ଅପରାଜିତା ବିଷୋୟୀ, ବାଉରୀବନ୍ଧୁ ଦଳାଇ, ବଳରାମ କାର୍ଯୀ, ଲକ୍ଷ୍ମୀ ଦଳାଇ ପ୍ରମୁଖ ଅଭିଯୋଗ କରିଛନ୍ତି। ଏଭଳି ରାସ୍ତା ସମସ୍ୟା ଯୋଗୁ ଗାଁକୁ ଆମ୍ବୁଲାନ୍ସ ଆସିବା ତ ଦୂରର କଥା ମଣିଷ ଚାଲିକି ଯିବା କଷ୍ଟକର ହେଉଥିବା ବେଳେ ଗାଁରେ ନା ଅଛି ନେଟୱର୍କର ସୁବିଧା ନା ସମ୍ପୂର୍ଣ୍ଣ ହୋଇପାରିଛି ଅଙ୍ଗନୱାଡି ଗୃହ। ଅଧାପନ୍ତରିଆ ଅଙ୍ଗନୱାଡ଼ି ଗୃହରେ ଲଟାବୁଦା ମାଡ଼ିଯାଇ ନଷ୍ଟହେବାକୁ ବସିଲାଣି ଗୃହ। ରାସ୍ତା ସମସ୍ୟା ଯୋଗୁ ଏଠାକୁ ଅଙ୍ଗନୱାଡି କର୍ମୀ ଓ ସ୍କୁଲ୍‌ ଶିକ୍ଷକ ମଧ୍ୟ ଠିକ୍‌ରେ ଆସିବା ଅସମ୍ଭବ ବୋଲି ଗ୍ରାମବାସୀ କହିଛନ୍ତି। ଗ୍ରାମବାସୀ ରାସ୍ତା ସମସ୍ୟା ଯୋଗୁ ବର୍ଷ ବର୍ଷ ଧରି ଏଭଳି ଦୂର୍ବିଷହ ଜୀବନ କାଟୁଥିଲେ ମଧ୍ୟ ପକ୍କା ସଡ଼କ ନିର୍ମାଣ ପାଇଁ ବାରମ୍ବାର ସରକାରଙ୍କୁ ଅଭିଯୋଗ ଜଣାଇ କୌଣସି ସୁଫଳ ମିଳି ନ ଥିବା ଅଭିଯୋଗ କରିଛନ୍ତି। ତେବେ ଗ୍ରାମ ପରିଦର୍ଶନରେ ଯାଇଥିବା ଜିଲା ପରିଷଦ ଉପାଧ୍ୟକ୍ଷା କୁନ୍ତଳା ମଳିକ ବିପର୍ଯ୍ୟସ୍ତ ରାସ୍ତାର ନିର୍ମାଣ ଲାଗି ନିଜ ପାଣ୍ଠିରୁ କିଛି ଅର୍ଥରାଶି ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରୁ ପ୍ରାର୍ଥୀ ଦୌଡ଼ରେ ୪ ମହିଳା

ଖୋର୍ଦ୍ଧା,୨୬ା୪(ପ୍ରଭାତ ପାଣିଗ୍ରାହୀ): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଆସନ୍ତା ମେ’୨୫ତାରିଖରେ ଭୁବନେଶ୍ୱର ଲୋକ ସଭା ସଂସଦୀୟ କ୍ଷେତ୍ରରେ ନିର୍ବାଚନ ହେବ।...

୮ ବର୍ଷ ହେଲା ସରୁନି ବିଦ୍ୟୁତ୍‌ ସବ୍‌ଷ୍ଟେଶନ କାର୍ଯ୍ୟ

କୋଣାର୍କ,୨୬।୪(ଜ୍ୟୋତିରାଜ ମହାନ୍ତି): କୋଣାର୍କ ନିକଟସ୍ଥ ସୁତନ ପଞ୍ଚାୟତର ୬ଟି ଗ୍ରାମକୁ ନିରବଛିନ୍ନ ବିଦ୍ୟୁତ୍‌ ଯୋଗାଣ ନିମନ୍ତେ ୨୦୧୬ରେ ଓପିଟିସିଏଲ୍‌ ମାଧ୍ୟମରେ ଆରମ୍ଭ ହୋଇଥିବା ସୁତନ ୩୩...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

ଚାଷୀ ଦେଉଛନ୍ତି ଜଳକର, ଜମିରେ ମାଡୁନି ପାଣି

ନୂଆଗାଁ,୨୬।୪( ଧନେଶ୍ୱର ସାହୁ): ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବା ପାଇଁ ସରକାର ଅନେକ କୋଟି ଟଙ୍କା ବ୍ୟୟ କରୁଛନ୍ତି। ଜଳସେଚନ ପ୍ରକଳ୍ପ ନିର୍ମାଣ...

ପ୍ରଶାସନିକ ଅବହେଳା, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ

ପଟ୍ଟାମୁଣ୍ଡାଇ, ୨୬ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଅଞ୍ଚଳରେ କାର୍ଯ୍ୟରତ ସରକାରୀ କର୍ମଚାରୀ, ଜନପ୍ରତିନିଧିମାନେ ସାମ୍ବିଧାନିକ ବିଧି ବ୍ୟବସ୍ଥାର ନୀତିନିୟମ ଓ ଆଇନକୁ ଉଲ୍ଲଂଘନ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

ମା’ଙ୍କ ସହ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ସାଇନା

ପୁରୀ,୨୬ା୪(ଅଜିତ୍‌ ମହାନ୍ତି):ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ତାରକା ସାଇନା ନେହ୍ବାଲ୍‌ ଗୁରୁବାର ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ସାଇନା ଭୁବନେଶ୍ୱରରେ ପହଞ୍ଚିବା ପରେ ଓଡ଼ିଶା ବ୍ୟାଡ୍‌ମିଣ୍ଟନ ଫେଡେରେଶନର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri