ସ୍କୁଲ ଉପରେ ଏୟାର ଷ୍ଟ୍ରାଇକ୍‌: ଚାଲିଗଲା ୧୩ ଜୀବନ

ନାଏପିଡାଉ,୨୦।୯: ଉତ୍ତର-ମଧ୍ୟ ମ୍ୟାନମାରର ସାଗିଙ୍ଗ ଅଞ୍ଚଳର ଏକ ସ୍କୁଲ ଉପରେ ଏୟାର ଷ୍ଟ୍ରାଇକ୍‌ ହୋଇଛି। ଏଥିରେ ୭ ଜଣ ଶିଶୁଙ୍କ ସମେତ ଅତି କମରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ଦେଶର ଦ୍ୱିତୀୟ ବୃହତ୍ତମ ସହର ମାଣ୍ଡେଲାଠାରୁ ପ୍ରାୟ ୧୧୦କିଲୋମିଟର ଦୂରରେ ଥିବା ତାବାଇନ୍‌ର ଲେଟେ ୟାଟ କୋନ ଗ୍ରାମରେ ଏହି ଆକ୍ରମଣ ହୋଇଛି। ଏହାକୁ ଏକ ବିଦ୍ୟାଳୟ ପ୍ରଶାସକ ଏବଂ ସହାୟତା କର୍ମୀ ନିଶ୍ଚିତ କରିଛନ୍ତି। ମ୍ୟାନମାରରେ ସେନା ଲଗାତର ଭାବେ ଗଣତନ୍ତ୍ର ସମର୍ଥକଙ୍କୁ ଦମନ କରିଆସୁଛି। କିନ୍ତୁ ଗୋଟିଏ ସ୍ଥାନରେ ଏତେ ସଂଖ୍ୟକ ଶିଶୁଙ୍କ ମୃତ୍ୟୁ ହେବାର ଏହା ପ୍ରଥମ ଘଟଣା। ଅନ୍ୟପକ୍ଷରେ ସେନା କହିଛି ଯେ, ବିଦ୍ରୋହୀମାନେ ସୁରକ୍ଷା କର୍ମୀଙ୍କୁ ଆକ୍ରମଣ କରିବା ପାଇଁ ଏହି କୋଠା ବ୍ୟବହାର କରୁଥିଲେ। ତେଣୁ ସେ ଗୁଳି ଚଳାଇଲେ।
ଗତ ବର୍ଷ ପ୍ରାରମ୍ଭରେ ନିର୍ବାଚିତ ସରକାରକୁ ହଟାଇ ସେନା କ୍ଷମତା ଦଖଲ କରିବା ପରେ ମ୍ୟାନମାରରେ ହିଂସା ବଢିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବିନୟ ଦାସ ଦିଲ୍ଲୀର ଓ୍ବାଜିରପୁରରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ପିଲାଙ୍କୁ ମାଗଣାରେ ପଢ଼ାଉଛନ୍ତି। ସେ ୨୦୧୩ରେ ପ୍ରଥମେ ତାଙ୍କ ପଡ଼ିଶା ଘର ପିଲାଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ।…

ସୈନିକଙ୍କୁ ଟେଷ୍ଟୋଷ୍ଟେରୋନ୍‌ ଚିକିତ୍ସା

ଦୀର୍ଘଦିନ ହେଲା ଚାଲିଆସିଛି ଆମେରିକା-ଇରାନ ଯୁଦ୍ଧ। ଏଥିପାଇଁ ବିଦେଶ ଭୂଇଁରେ ଥିବା ଆମେରିକୀୟ ସୈନ୍ୟମାନଙ୍କ ମଧ୍ୟରୁ ଅନେକଙ୍କଠାରେ ସୃଷ୍ଟି ହେଉଛି ମାନସିକ ଚାପ। ଏକଥା ଅନୁଭବ କରି…

ଛାତ୍ର ଆନ୍ଦୋଳନ ଓ ପୋଲିସ କାର୍ଯ୍ୟାନୁଷ୍ଠାନ

ସ୍ବାଧୀନତା ପରେ ବିଭିନ୍ନ ସ୍ଥାନୀୟ ଓ ଜାତୀୟ ସମସ୍ୟା ପାଇଁ ଛାତ୍ରମାନେ ଅଣ୍ଟା ଭିଡ଼ିଛନ୍ତି ଏବଂ ପୋଲିସ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି। ୧୯୬୩ ମସିହାରେ ତତ୍କାଳୀନ କେନ୍ଦ୍ର…

ଦୋମୁହାଁ ଟ୍ରମ୍ପ

ଡୋନାଲ୍ଡ ଟ୍ରମ୍ପ୍‌ ଦ୍ୱିତୀୟ ଥର ପାଇଁ ଆମେରିକା ରାଷ୍ଟ୍ରପତି ହେବା ପରେ ନେଉଥିବା ନିଷ୍ପତ୍ତି ଆମେରିକା ସମେତ ବିଶ୍ୱକୁ ବାରମ୍ବାର ଅସୁବିଧାରେ ପକାଇ ଚାଲିଛି। ଅନ୍ତର୍ଜାତୀୟ ଅର୍ଥନୈତିକ…

ମୁଣ୍ଡବିନ୍ଧା କରୁଛି ନ୍ୟାୟିକ ମାମଲା, ଆଇନ ବିଭାଗର ସହାୟତା ଲୋଡ଼ିଲା ପୂର୍ତ୍ତ ବିଭାଗ

ଭୁବନେଶ୍ୱର,୧୨ା୧୦(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପ୍ରତ୍ୟେକ ବିଭାଗରେ ନ୍ୟାୟିକ ମାମଲାର ସୁପରିଚାଳନା କରିବାପାଇଁ ସ୍ବତନ୍ତ୍ର ଲିଗାଲ ସେଲ୍‌ ରହିଛି। ହେଲେ ବିଭିନ୍ନ ସମୟରେ ଦାୟିତ୍ୱସମ୍ପନ୍ନ ଅଧିକାରୀମାନେ ଠିକଣା…

ସୋମବାର ବନ୍ଦ ରହିବ ବ୍ୟାଙ୍କ? ଜାଣନ୍ତୁ RBIର ଛୁଟିଦିନ ସମ୍ବନ୍ଧୀୟ ଅପଡେଟ

ନୂଆଦିଲ୍ଲୀ,୧୨।୧୦: ଯଦି ଆପଣ ସୋମବାର, ୧୨ ଅକ୍ଟୋବର ୨୦୨୬ ଦିନ କୌଣସି ଜରୁରୀ ବ୍ୟାଙ୍କ ସମ୍ବନ୍ଧୀୟ କାର୍ଯ୍ୟ କରିବାକୁ ଯୋଜନା କରୁଛନ୍ତି, ତେବେ ଘରୁ ବାହାରିବା ପୂର୍ବରୁ…

ଭାରତରେ ପ୍ରତି ୫ ଜଣରେ ଜଣେ ଝିଅ କରୁଛନ୍ତି ବାଲ୍ୟବିବାହ, ଜାତିସଂଘ ଓ ବିଶେଷଜ୍ଞଙ୍କ ଉଦ୍‌ବେଗ

ନୂଆଦିଲ୍ଲୀ,୧୨ା୧୦(ପି.ଟି.): ୨୦୩୦ ମସିହା ସୁଦ୍ଧା ବିଶ୍ୱରୁ ବାଲ୍ୟବିବାହ ସମ୍ପୂର୍ଣ୍ଣ ନିର୍ମୂଳ କରିବା ପାଇଁ ଜାତିସଂଘ ପକ୍ଷରୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବାବେଳେ ବିଶ୍ୱର ମୋଟ ବାଲ୍ୟବିବାହର ଏକ-ତୃତୀୟାଂଶ ଭାରତରେ ସଂଘଟିତ…

ସଞ୍ଜୁଙ୍କ ସ୍ଥାନ ନେବେ କି ବୈଭବ? ଚତୁର୍ଥ T20 ପୂର୍ବରୁ ଆସିଲା ବଡ଼ ଅପଡେଟ୍

ନୂଆଦିଲ୍ଲୀ,୧୨ା୧୦: ଇନ୍ଦୋରରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍‌କୁ ହରାଇ ଭାରତୀୟ ଦଳ ସିରିଜ୍‌ରେ ୨-୧ରେ ଆଗୁଆ ହୋଇଛି । ତେବେ ଦଳର ଓପନିଂ ଯୋଡ଼ିକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?