କେଜିଏଫ୍‌ ଷ୍ଟାରଙ୍କ ଫିଲ୍ମି ଲଭ୍‌ଷ୍ଟୋରୀ: ଅଭିନୟ କରୁକରୁ ପ୍ରେମରେ ନାୟିକାଙ୍କ ପ୍ରେମରେ; ଭ୍ୟାଲେଣ୍ଟାଇନ୍‌ ଡେ’ରେ…

ବମ୍ବେ: କନ୍ନଡ ଫିଲ୍ମଜଗତର ଲୋକପ୍ରିୟ କଳାକାରଙ୍କ ମଧ୍ୟରୁ ଅଭିନେତା ୟଶ ଜଣେ। ୨୦୧୮ରେ ରିଲିଜ ହୋଇଥିବା ଫିଲ୍ମ ‘କେଜିଏଫ୍‌ ଚାପ୍ଟର ୧’ ତାଙ୍କୁ ଖ୍ୟାତି ଦେଇଥିଲା। ଏବେ ସେ କେଜିଏଫ୍‌ ଷ୍ଟାର ଭାବେ ପରିଚିତ। ହେଲେ ତାଙ୍କର ପ୍ରକୃତ ନାମ ନବୀନ କୁମାର ଗୋବଡା।

ବ୍ୟକ୍ତିଗତ ଜୀବନରେ ୟଶ ନିଜ ଡେବ୍ୟୁ ଫିଲ୍ମର ନାୟିକାଙ୍କ ହାତ ଧରିଛନ୍ତି। ୨୦୦୮ରେ ସେ ‘ମୋଗିନା ମନାସୁ’ ଫିଲ୍ମରୁ ସେ ଅଭିନୟ ଆରମ୍ଭ କରିଥିଲେ। ତାଙ୍କ ବିପକ୍ଷରେ ନାୟିକା ସାଜିଥିଲେ ରାଧିକା ପଣ୍ଡିତ। ହେଲେ ଏହା ପୂର୍ବରୁ ୨୦୦୪ରେ ଏକ ଟେଲିଭିଜନ ଶୋ’ରେ ୟଶ ରାଧିକାଙ୍କୁ ଭେଟିଥିଲେ। ପ୍ରଥମ ଦେଖା ସେତେଟା ଭଲ ନ ଥିଲା ତାଙ୍କର। ୟଶଙ୍କୁ ବହୁତ ଗର୍ବି ବୋଲି ଭାବିଥିଲେ ରାଧିକା। ଏଣୁ ସେ ତାଙ୍କ ସହ କଥା ହୋଇ ନ ଥିଲେ।

ଫିଲ୍ମରେ ଏକାଠି କାମ କରିବା ସମୟରେ ଧିରେ ଧିରେ ଉଭୟ ନିକଟତର ହୋଇଥିଲେ। ଶୁଟିଂ ପାଇଁ ଗୋଟିଏ କ୍ୟାବ୍‌ ବୁକ୍‌ କରୁଥିଲେ ଉଭୟ। ପରସ୍ପରର ବନ୍ଧୁ ହେବା ପରେ ଜୀବନସାଥୀ ଭାବେ ଦୁହେଁ ଦୁହିଁଙ୍କୁ ବାଛିଥିଲେ। ଭ୍ୟାଲେଣ୍ଟାଇନ୍‌ ଡେରେ ୟଶ ପ୍ରପୋଜ୍‌ କରିବା ପରେ ହଁ କହିଥିଲେ ରାଧିକା।

୨୦୧୬ ଅଗଷ୍ଟରେ ଗୋଆରେ ଉଭୟ ନିର୍ବନ୍ଧ କରିଥିଲେ। ପରେ ସେହି ବର୍ଷ ଡିସେମ୍ବର ୯ରେ ବିବାହ କରିନେଇଥିଲେ। ବିବାହଟି ବେଶ୍‌ ନିରାଡମ୍ବରରେ ହୋଇଥିଲା। ଏହାର ଦୁଇବର୍ଷ ପରେ ୨୦୧୮ରେ ଉଭୟଙ୍କର ଝିଅ ଜନ୍ମ ହୋଇଥିଲା। ୨୦୧୯ରେ ଉଭୟ ପୁଣି ଥରେ ପିତାମାତା ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ, ୪ ଗୁରୁତର

ଖଜୁରିପଡ଼ା,୧୪ା୯(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ପିରିକୁଡ଼ି ପଞ୍ଚାୟତ ନିକଟସ୍ଥ ବିଲାବାଡ଼ି ବୁଲାଣିଠାରେ ସୋମବାର ସନ୍ଧ୍ୟାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ୨ଟି ବାଇକ୍‌…

ପୂଜା ମଣ୍ଡପରେ ଭୟଙ୍କର ଅଗ୍ନିକାଣ୍ଡ

ସମ୍ବଲପୁର,୧୪।୯: ସମ୍ବଲପୁର ବୁଢାରଜା ଅଞ୍ଚଳରେ ଏକ ଗଣେଶ ପୂଜା ମଣ୍ଡପରେ ସୋମବାର ସନ୍ଧ୍ୟାରେ ନିଆଁ ଲାଗିଯାଇଛି। ନିଆଁ ଏତେ ଯୋର ଥିଲା ଯେ, ଅଳ୍ପ ସମୟ ମଧ୍ୟରେ…

ଦଣ୍ଡିତ ହେଲା ପାକିସ୍ତାନ ଦଳ

ଦୁବାଇ,୧୪ା୯: ବର୍ମିଂହାମ୍‌ଠାରେ ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ସ୍ଲୋ-ଓଭର ରେଟ୍‌ ପାଇଁ ପାକିସ୍ତାନ ଦଳକୁ ମ୍ୟାଚ୍‌ ଫି’ର ୫୦ ପ୍ରତିଶତ ଜରିମାନା କରାଯାଇଛି। ଏହାଛଡ଼ା ୧୧…

ପୋଷ୍ଟ ଅଫିସରେ ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗ: ପୂର୍ବତନ ପୋଷ୍ଟମାଷ୍ଟର ଫେରାର

ପାଟଣା, ୧୪।୯ (ବୀର କିଶୋର ଦାଶ): ପୋଷ୍ଟ ଅଫିସ ଉପରେ ଭରସା କରି ନିଜର କଷ୍ଟାର୍ଜିତ ଟଙ୍କା ଜମା ରଖିଥିଲେ ଜମାକାରୀ। ହେଲେ ଏବେ ସେହି ଜମା…

ଦୁର୍ଗାପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ

ଦାରିଙ୍ଗବାଡ଼ି, ୧୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଗଣେଶ ଚତୁର୍ଥୀ ଅବସରରେ ଆସନ୍ତା ଦଶହରା ପୂଜା ପାଇଁ…

ନୂଆଁଖାଇ ଲାଗି ପାଟଣେଶ୍ୱରୀ ମନ୍ଦିରରେ ପହଞ୍ଚିଲା ନୂଆ ଧାନ

ବଲାଙ୍ଗୀର, ୧୪।୯ (ସୁନିଲ କୁମାର ମହାନ୍ତି): ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ବଲାଙ୍ଗୀର ସହର ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ପାଟଣା ରାଜ୍ୟର ଇଷ୍ଟଦେବୀ…

ଚାମ୍ପିୟନ ପୁରୁଷ, ମହିଳା ଦଳକୁ ରାଷ୍ଟ୍ରପତିଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ,୧୪ା୯: ଜବରଦସ୍ତ ପ୍ରଦର୍ଶନ ସହ ଉଭୟ ଜୁନିୟର ପୁରୁଷ ଓ ମହିଳା ହକି ଏସିଆ କପ୍‌ ଜିତିଥିବା ଭାରତୀୟ ଦଳକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଅଭିନନ୍ଦନ…

ଗଣେଶ ଚତୁର୍ଥୀରେ ଚଳଚଞ୍ଚଳ ଛତ୍ରପୁର ସହର: ଝଲସୁଛି ବିଭିନ୍ନ ପୂଜାମଣ୍ଡପ

ଛତ୍ରପୁର, ୧୪।୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଆଜି ପବିତ୍ର ଶ୍ରୀଗଣେଶ ଚତୁର୍ଥୀ। ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଗଣେଶଙ୍କ ଆବାହନରେ ଚଳଚଞ୍ଚଳ ହୋଇଉଠିଛି ଛତ୍ରପୁର ସହର। ଶ୍ରଦ୍ଧା, ଭକ୍ତି ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?