କେଜିଏଫ୍‌ ଷ୍ଟାରଙ୍କ ଫିଲ୍ମି ଲଭ୍‌ଷ୍ଟୋରୀ: ଅଭିନୟ କରୁକରୁ ପ୍ରେମରେ ନାୟିକାଙ୍କ ପ୍ରେମରେ; ଭ୍ୟାଲେଣ୍ଟାଇନ୍‌ ଡେ’ରେ…

ବମ୍ବେ: କନ୍ନଡ ଫିଲ୍ମଜଗତର ଲୋକପ୍ରିୟ କଳାକାରଙ୍କ ମଧ୍ୟରୁ ଅଭିନେତା ୟଶ ଜଣେ। ୨୦୧୮ରେ ରିଲିଜ ହୋଇଥିବା ଫିଲ୍ମ ‘କେଜିଏଫ୍‌ ଚାପ୍ଟର ୧’ ତାଙ୍କୁ ଖ୍ୟାତି ଦେଇଥିଲା। ଏବେ ସେ କେଜିଏଫ୍‌ ଷ୍ଟାର ଭାବେ ପରିଚିତ। ହେଲେ ତାଙ୍କର ପ୍ରକୃତ ନାମ ନବୀନ କୁମାର ଗୋବଡା।

ବ୍ୟକ୍ତିଗତ ଜୀବନରେ ୟଶ ନିଜ ଡେବ୍ୟୁ ଫିଲ୍ମର ନାୟିକାଙ୍କ ହାତ ଧରିଛନ୍ତି। ୨୦୦୮ରେ ସେ ‘ମୋଗିନା ମନାସୁ’ ଫିଲ୍ମରୁ ସେ ଅଭିନୟ ଆରମ୍ଭ କରିଥିଲେ। ତାଙ୍କ ବିପକ୍ଷରେ ନାୟିକା ସାଜିଥିଲେ ରାଧିକା ପଣ୍ଡିତ। ହେଲେ ଏହା ପୂର୍ବରୁ ୨୦୦୪ରେ ଏକ ଟେଲିଭିଜନ ଶୋ’ରେ ୟଶ ରାଧିକାଙ୍କୁ ଭେଟିଥିଲେ। ପ୍ରଥମ ଦେଖା ସେତେଟା ଭଲ ନ ଥିଲା ତାଙ୍କର। ୟଶଙ୍କୁ ବହୁତ ଗର୍ବି ବୋଲି ଭାବିଥିଲେ ରାଧିକା। ଏଣୁ ସେ ତାଙ୍କ ସହ କଥା ହୋଇ ନ ଥିଲେ।

ଫିଲ୍ମରେ ଏକାଠି କାମ କରିବା ସମୟରେ ଧିରେ ଧିରେ ଉଭୟ ନିକଟତର ହୋଇଥିଲେ। ଶୁଟିଂ ପାଇଁ ଗୋଟିଏ କ୍ୟାବ୍‌ ବୁକ୍‌ କରୁଥିଲେ ଉଭୟ। ପରସ୍ପରର ବନ୍ଧୁ ହେବା ପରେ ଜୀବନସାଥୀ ଭାବେ ଦୁହେଁ ଦୁହିଁଙ୍କୁ ବାଛିଥିଲେ। ଭ୍ୟାଲେଣ୍ଟାଇନ୍‌ ଡେରେ ୟଶ ପ୍ରପୋଜ୍‌ କରିବା ପରେ ହଁ କହିଥିଲେ ରାଧିକା।

୨୦୧୬ ଅଗଷ୍ଟରେ ଗୋଆରେ ଉଭୟ ନିର୍ବନ୍ଧ କରିଥିଲେ। ପରେ ସେହି ବର୍ଷ ଡିସେମ୍ବର ୯ରେ ବିବାହ କରିନେଇଥିଲେ। ବିବାହଟି ବେଶ୍‌ ନିରାଡମ୍ବରରେ ହୋଇଥିଲା। ଏହାର ଦୁଇବର୍ଷ ପରେ ୨୦୧୮ରେ ଉଭୟଙ୍କର ଝିଅ ଜନ୍ମ ହୋଇଥିଲା। ୨୦୧୯ରେ ଉଭୟ ପୁଣି ଥରେ ପିତାମାତା ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆରପାରିରେ ରିଷି କପୁର

ମୁମ୍ବାଇ,୩୦।୪: ବଲିଉଡ୍‌ ଅଭିନେତା ରିଷି କପୁରଙ୍କର ଗୁରୁବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା। ନିଶ୍ୱାସପ୍ରଶ୍ୱାସ ନେବାରେ ସମସ୍ୟା ଦେଖାଯିବାରୁ ରିଷିଙ୍କ...

ପାକିସ୍ତାନୀ ଟ୍ରୋଲର୍‌ଙ୍କୁ ଅଦନାନ୍‌ଙ୍କ ଜବାବ: କଶ୍ମୀର ଭାରତର ପ୍ରମୁଖ ଅଂଶ, ଯାହା ତୁମର ନୁହେଁ ସେଥିରେ ମୁଣ୍ଡ ଖେଳାଅ ନାହିଁ

ମୁମ୍ବାଇ: କଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ଟ୍ରୋଲରଙ୍କୁ କଡ଼ା ଜବାବ ଦେଇଛନ୍ତି ଗାୟକ ଅଦନାନ୍‌ ସାମୀ। ଏହା ଭାରତର ଏକ ପ୍ରମୁଖ ଅଂଶ। ଯାହା ତୁମର ନୁହେଁ,...

ଏହି ଫିଲ୍ମର ଗୋଟିଏ ସିନ୍‌ ପାଇଁ ଖର୍ଚ୍ଚ ହେଲା ଦେଢ କୋଟି ଟଙ୍କା

ବାହୁବଳୀ ସୁପରଷ୍ଟାର ପ୍ରଭାସ ଏବଂ ପୂଜା ହେଗେଡଙ୍କ ଅଭିନୀତ ଆଗାମୀ ଫିଲ୍ମ ରାଧେ ଶ୍ୟାମ୍‌ର ଟିଜର୍‌ ଇତିମଧ୍ୟରେ ରିଲିଜ୍‌ ହୋଇଯାଇଛି। ଟିଜରରେ ପୂଜା ଏବଂ ପ୍ରଭାସଙ୍କୁ...

ଡବ୍ୱୁ ରତ୍ନାନୀଙ୍କ କ୍ୟାଲେଣ୍ଡରରେ ଐଶ୍ୱର୍ଯ୍ୟା

ମୁମ୍ବାଇ: ବଲିଉଡ୍ ବିୟୁଟି ଐଶ୍ୱର୍ଯ୍ୟା ରାଏ ବଚ୍ଚନ ଏବେ ତାଙ୍କ ନୂଆ ଲୁକ୍‌କୁ ନେଇ ଚର୍ଚ୍ଚାରେ । ଅସଲରେ ବେଶ କିଛିଦିନ ହେବ ବଡ ପରଦାରୁ...

୧୭ରେ ରିଲିଜ୍‌ ହେବ ୟାମିଙ୍କ ଫିଲ୍ମ ‘ଏ ଥର୍ସଡେ’

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ୟାମି ଗୌତମ ଲୁକ୍‌ ଏବଂ ଅଭିନୟକୁ ନେଇ ଚର୍ଚ୍ଚାରେ ରୁହନ୍ତି। ସୋସିଆଲ ମିଡିଆରେ ମଧ୍ୟ ବେଶ୍‌ ଆକ୍ଟିଭ୍‌ ସେ। ନିକଟରେ ତାଙ୍କର...

କ୍ୟାଟ୍ରିନାଙ୍କ ବୋଲ୍ଡ ଅନ୍ଦାଜ୍‌

ଅଭିନେତା ବିକି କୌଶଲଙ୍କ ସହ ବିବାହ ପରେ ଅଭିନେତ୍ରୀ କ୍ୟାଟ୍ରିନା କୈଫ କାମକୁ ଫେରିଛନ୍ତି। ଆଜିକାଲି ସେ ମାଳଦ୍ୱୀପରେ ଏକ ବ୍ରାଣ୍ଡ ପାଇଁ ଶୁଟିଂ କରୁଛନ୍ତି।...

ଏହି ଦିନ ରିଲିଜ୍‌ ହେବ କ୍ୟାଟ୍ରିନାଙ୍କ ଫିଲ୍ମ

କ୍ୟାଟ୍ରିନା କୈଫ, ସିଦ୍ଧାନ୍ତ ଚତୁର୍ବେଦୀ ଏବଂ ଇଶାନ ଖଟ୍ଟରଙ୍କ ଅଭିନୀତ ‘ଫୋନ ଭୁତ୍‌’ ଅକ୍ଟୋବର ୭ରେ ରିଲିଜ୍‌ ହେବ। ଏହାକୁ ନେଇ ସୋସିଆଲ ମିଡିଆରେ ଫିଲ୍ମର...

ନିୟତିରୁ ଆରମ୍ଭ ଯାତ୍ରା

ତାଙ୍କର ମୂଳନାମ ପ୍ରଭାସିନୀ ପାଣିଗ୍ରାହୀ। ହେଲେ ଯାତ୍ରା ଇଣ୍ଡଷ୍ଟ୍ରିରେ ସେ କେବେଳ ମାମା ନାମରେ ହିଁ ପରିଚିତ। ଘର ଭଦ୍ରକ ଜିଲାର ବାସୁଦେବପୁର ଅନ୍ତର୍ଗତ ବ୍ରାହ୍ମଣଗଁ।...

Advertisement
Archives

Model This Week