Posted inଖେଳ

୨୦୧୧ ବିଶ୍ୱକପ୍‌ ହିରୋଙ୍କ ସନ୍ୟାସ

ଡବଲିନ,୧୮ା୬: ଭାରତରେ ଖେଳାଯାଇଥିବା ୨୦୧୧ ବିଶ୍ୱକପ୍‌ର ଏକ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ରେ ଆୟର୍ଲାଣ୍ଡ ଆଗରେ ୩୨୮ ରନ୍‌ର ବିଶାଳ ଟାର୍ଗେଟ ଛିଡ଼ା କରିଥିଲା ଇଂଲଣ୍ଡ। ବଡ଼ ସ୍କୋରର ପିଛା କରୁଥିବା ଆୟର୍ଲାଣ୍ଡ ୧୧୧ ରନ୍‌ରେ ୫ ଉଇକେଟ ହରାଇ ନିଶ୍ଚିତ ପରାଜୟ ଆଡ଼େ ମୁହଁାଉଥିଲା। କିନ୍ତୁ ମ୍ୟାଚ୍‌ର ଭାଗ୍ୟ ବଦଳି ଦେଇଥିଲେ କେଭିନ ଓ’ବ୍ରେନ। ତାଙ୍କ ଧୂଆଁଦାର ବ୍ୟାଟିଂ ବଳରେ ଅନ୍ତିମ ଓଭରରେ ମ୍ୟାଚ୍‌ ଜିତିନେଇଥିଲା ଆୟର୍ଲାଣ୍ଡ। ମାତ୍ର ୫୦ ବଲରେ ଶତକ ପୂରଣ କରିଥିଲେ କେଭିନ। ଏହା ଏବେ ମଧ୍ୟ ଦିନିକିଆ ବିଶ୍ୱକପ୍‌ ଇତିହାସର ଦ୍ରୁତତମ ଶତକ। ଆଉ ଏହା ଥିଲା ତାଙ୍କ କ୍ୟାରିୟରର ସବୁଠୁ ସ୍ମରଣୀୟ ଇନିଂସ। ଏହି ୩୭ ବର୍ଷୀୟ ଅଲରାଉଣ୍ଡର ଶୁକ୍ରବାର ଦିନିକିଆ ଫର୍ମାଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। କ୍ୟାରିୟରରେ ୧୫୨ ଦିନିକିଆ ମ୍ୟାଚ୍‌ ଖେଳିଥିବା କେଭିନଙ୍କ ନାମରେ ରହିଛି ୩,୬୧୯ ରନ୍‌। ଏଥିରେ ସାମିଲ ଅଛି ୨ ଶତକ ଓ ୧୮ ଅର୍ଦ୍ଧଶତକ। ତା’ ସାଙ୍ଗକୁ ୧୧୪ ଉଇକେଟ ମଧ୍ୟ ନେଇଥିଲେ। ଦିନିକିଆ କ୍ରିକେଟରୁ ଅବସର ନେଇଥିଲେ ମଧ୍ୟ ଟି୨୦ ଓ ଟେଷ୍ଟ ଫର୍ମାଟରେ ଖେଳିବା ଜାରି ରଖିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ୍ରିକେଟର୍‌ଙ୍କ ଦୁର୍ବ୍ୟବହାରରେ ଦୁଃଖୀ ଆମ୍ପାୟାର୍‌ ଛାଡିଲେ ନିଜ ପଦ

ଢାକା,୩୦।୬: ନିକଟରେ ଶେଷ ହୋଇଥିବା ଢାକା ପ୍ରିମିୟର ଲିଗ ଟି -୨୦ରେ ମହମୁଦୁଲ୍ଲାଙ୍କ ସହ ବିବାଦ ପରେ ବାଂଲାଦେଶୀ ଅମ୍ପାୟାର ମୋନିରୁଜାମାନ ନିଜ ପଦ ଛାଡିବାକୁ...

ବିଜୟ ହଜାରେ ଟ୍ରଫି: ମୁମ୍ବାଇକୁ ଚତୁର୍ଥ ଟାଇଟଲ

ନୂଆଦିଲ୍ଲୀ,୧୫।୩(ପି.ଟି.): ଅଧିନାୟକ ତଥା ଓପନର ପୃଥ୍ବୀ ଶ ଓ ଉଇକେଟକିପର ବ୍ୟାଟ୍ସମ୍ୟାନ ଆଦିତ୍ୟ ତାରେଙ୍କ ଦମ୍‌ଦାର ବ୍ୟାଟିଂ ପ୍ରଦର୍ଶନ ବଳରେ ମୁମ୍ବାଇ ୫୧ଟି ବଲ ବାକିଥାଇ...

ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଲା ମୁମ୍ବାଇ

ମୁମ୍ବାଇ,୯।୫: ଚଳିତ ଆଇପିଏଲର ପ୍ଲେଅଫ ରେସ୍‌ରୁ ବାଦ ପଡି ମୁମ୍ବାଇ ଇଣ୍ଡିଆନ୍ସ ନିଜର ୧୧ତମ ମ୍ୟାଚ୍‌ ଖେଳିବ। ମୁମ୍ବାଇ ଏବଂ କୋଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ...

ପାକିସ୍ତାନ ଲାଗି କର ବା ମର ସ୍ଥିତି

ଲିଡ୍ସ,୨୯।୬ (ପି.ଟି.)- ଚଳିତ ବିଶ୍ୱକପ୍‌ରେ ଦମ୍‌ଦାର ପ୍ରତ୍ୟାବର୍ତ୍ତନ କରିଥିବା ପାକିସ୍ତାନ ଶନିବାର ଖେଳାଯିବାକୁ ଥିବା ପ୍ରଥମ ମ୍ୟାଚ୍‌ରେ ଅପେକ୍ଷାକୃତ ଦୁର୍ବଳ ଆଫଗାନିସ୍ତାନକୁ ଭେଟିବ। ଆରମ୍ଭରୁ ୩ଟି...

ଅଲିମ୍ପିକ୍‌ ଟେଷ୍ଟ ଇଭେଣ୍ଟ : ଭାରତୀୟ ମହିଳା ଦଳର ବିଜୟ ଅଭିଯାନ

ଟୋକିଓ,୧୭।୮(ପି.ଟି.)- ଭାରତୀୟ ହକି ମହିଳା ଦଳ ବିଜୟ ସହ ଏଠାରେ ଚାଲିଥିବା ଅଲିମ୍ପିକ୍‌ ଟେଷ୍ଟ ଇଭେଣ୍ଟ ଆରମ୍ଭ କରିଛି। ଶନିବାର ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ ୨-୧...

ଫାଇନାଲ ପାଇଁ ୭୫ ହଜାର ଟିକେଟ୍ ବିକ୍ରି

ମୁମ୍ବାଇ,୭।୩- ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡ (ଏମ୍ସିଜି)ରେ ରବିବାର ଆୟୋଜକ ତଥା ୪ ଥରର ଚାମ୍ପିୟନ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ମହିଳା ଟି୨୦ ବିଶ୍ୱକପ୍ ଫାଇନାଲ...

‘ଓ୍ବାର୍କଲୋଡ୍‌ ଖାଲି ଭାରତ ପାଇଁ ଖେଳିବା ବେଳେ, ଆଇପିଏଲ୍‌ରେ ତ କେହି ଥକ୍କା ହେଉନାହଁ’

ନୂଆଦିଲ୍ଲୀ,୧୨।୧୧: ସେମିଫାଇନାଲରେ ଇଂଲଣ୍ଡ ବିପକ୍ଷରେ ଲଜ୍ଜାଜନକ ପରାଜୟ ପରେ ଟିମ୍‌ ଇଣ୍ଡିଆକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି। ବିଶେଷକରି ଖେଳାଳିମାନେ ଆଇପିଏଲ୍‌ ସମୟରେ ଜବରଦସ୍ତ ପ୍ରଦର୍ଶନ...

ଆଇପିଏଲରେ ଛକା କିଙ୍ଗ୍‌ କିଏ ଜାଣନ୍ତି

ଇଣ୍ଡିଆନ ପ୍ରିମିୟର ଲିଗର ୧୪ତମ ସଂସ୍କରଣ ୨୦୨୧ ଚେନ୍ନାଇରେ ଏପ୍ରିଲ ୯ରୁ ଆରମ୍ଭ ହେବ। ପ୍ରଥମ ମ୍ୟାଚ ଡିଫେଣ୍ଡିଂ ଚାମ୍ପିଅନ ତଥା ଆଇପିଏଲର ସଫଳତମ ଦଳ...

Advertisement
Archives

Model This Week