ୟୁଟ୍ୟୁବ ଭିଡିଓ ଦେଖି ସନ୍ତାନ ଜନ୍ମ ଦେଲେ ୧୭ ବର୍ଷର ନାବାଳିକା

ଥିରୁଭାନନ୍ତପୁରମ,୨୮।୧୦: ୟୁଟ୍ୟୁବ ଭିଡିଓ ଦେଖି ଜଣେ ନାବାଳିକା ଘରେ ସନ୍ତାନ ଜନ୍ମ କରିଛନ୍ତି। ଏଭଳି ଏକ ଘଟଣା ଘଟିଛି କେରଳର ମଲ୍ଲାପୁରମ ଜିଲାରେ। ୧୭ ବର୍ଷର ନାବାଳିକା ଗର୍ଭବତୀ ହେବା ପରେ ଘରେ ୟୁଟ୍ୟୁବ ଭିଡିଓ ଦେଖି ଏକ ସନ୍ତାନ ଜନ୍ମ ଦେଇଛନ୍ତି। ନାବାଳିକାଙ୍କ ମା’-ବାପା ଦୃଷ୍ଟିହୀନ ଯୋଗୁ ଏ ଘଟଣା ବିଷୟରେ ଜାଣି ନ ଥିଲେ। ଶିଶୁର ଜନ୍ମ ପରେ ମା ଏବଂ ଶିଶୁକୁ ମଞ୍ଜେରୀ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉଭୟ ସୁସ୍ଥ ଥିବା ନେଇ ପୋଲିସ ସୂଚନା ଦେଇଛି। ସେପଟେ ଦୁଷ୍କର୍ମ ଅଭିଯୋଗରେ ୨୧ ବର୍ଷୀୟ ଯୁବକଙ୍କୁ ପୋକ୍ସୋ ଆକ୍ଟ ଅନୁଯାୟୀ ଗିରଫ କରାଯାଇଛି।

ସୂଚନାନୁସାରେ, ସମ୍ପୃକ୍ତ ନାବାଳିକା ଜଣେ ଯୁବକଙ୍କ ପ୍ରେମରେ ପଡିଥିଲେ। ଉଭୟଙ୍କ ଭିତରେ ଗଭୀର ପ୍ରେମ ସମ୍ପର୍କ ଥିଲା। ସେ ତାଙ୍କ ପ୍ରେମିକଙ୍କ ସହ ଶାରିରୀକ ସମ୍ପର୍କ ରଖି ଗର୍ଭବତୀ ହୋଇଥିଲେ।
ଅକ୍ଟୋବର ୨୦ ତାରିଖରେ ନାବାଳିକା ନିଜ ଘରେ ୟୁଟ୍ୟୁବ ଦେଖି ତାଙ୍କ ପେଟ କାଟି ଏକ ଶିଶୁକୁ ଜନ୍ମ ଦେଇଥିଲେ। ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ, ନାବାଳିକା ଜଣଙ୍କ ପ୍ରସବ ସମୟରେ କାହାରି କୌଣସି ସହାୟତା ନେଇ ନଥିଲେ ଏବଂ ଅକ୍ଟୋବର ୨୨ରେ ଶିଶୁଟିର କାନ୍ଦ ଶୁଣି ନାବାଳିକାର ମା’-ବାପା ଏହି ଘଟଣା ବିଷୟରେ ଜାଣିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ଶୋଚନୀୟ ପରାଜୟ ପରେ ତେଜସ୍ବୀଙ୍କ ଘର ବାହୁଡା: ବଖାଣିଲେ ନିଖୋଜ ହେବାର କାହାଣୀ

ପାଟନା,୨୯।୬: ଲୋକ ସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ନିଖୋଜ ହୋଇଯାଇଥିବା ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି)ର ନେତା ତେଜସ୍ବୀ ଯାଦବ ଏବେ ନିଜ ସ୍ଥାନକୁ ଫେରିଛନ୍ତି।...

କର୍ନାଟକରେ ହୋଇପାରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ: ଦେବଗୌଡା

ବେଙ୍ଗାଲୁରୁ.୨୧।୬: କର୍ନାଟକରେ ଯେକୌଣସି ମୂହୁର୍ତ୍ତରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ଘୋଷଣା ହୋଇପାରେ ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜନତା ଦଳ ସିକ୍ୟୁଲାର୍‌(ଜେଡିଏସ) ନେତା ଏଚଡି.ଦେବଗୌଡା ସୂଚନା ଦେଇଛନ୍ତି।...

ଉତ୍ତର ଭାରତକୁ ନଡ଼ା ପୋଡ଼ି ବିପଦ

ନୂଆଦିଲ୍ଲୀ,୧୭ା୧୦(ପି.ଟି.): ଦିଲ୍ଲୀ ତଥା ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌) ପାଇଁ ନଡ଼ା ପୋଡ଼ିବା ବିପଦ ସାଜିଛି। ପଞ୍ଜାବ, ହରିୟାଣା ଓ ଉତ୍ତର ପ୍ରଦେଶରେ ଚାଷୀମାନେ ଫସଲ...

ଅରନିୟା ସେକ୍ଟରରେ ପାକିସ୍ତାନୀ ଡ୍ରୋନ୍‌

ଜମ୍ମୁ,୨୩ ।୮: ଜମ୍ମୁ ସଂଭାଗର ଅରନିୟା ସେକ୍ଟରରେ ସୋମବାର ସକାଳେ ଏକ ଡ୍ରୋନ୍ ଦେଖାଯାଇଥିଲା । ଏହାର ସୂଚନା ପାଇବା ପରେ ପୋଲିସ ଓ ବିଏସ୍‌ଏଫ୍...

ଧ୍ୱଂସ ହେବ ଆତଙ୍କବାଦୀ ଶିବିର: ସତ୍ୟପାଲ ମଲିକ

ଜମ୍ମୁ,୨୧।୧୦: ପାକ୍‌ ଅଧିକୃତ କଶ୍ମୀର(ପିଓକେ)ରେ ଆତଙ୍କବାଦୀ ଶିବିରକୁ ଟାର୍ଗେଟ କରି ଭାରତୀୟ ସେନା ଯେଉଁ ତୋପ ବ୍ୟବହାର କରିଥିଲା ତାକୁ ନେଇ ଜମ୍ମୁ-କଶ୍ମୀର ରାଜ୍ୟପାଳ ସତ୍ୟପାଲ...

ବିବାହ ଗାଉନ୍‌ ପିନ୍ଧି ଟିକା କେନ୍ଦ୍ରକୁ ଗଲେ କନ୍ୟା, ଜାଣନ୍ତୁ କାହିଁକି

କରୋନା ଭାଇରସ ପୁଣି ଥରେ ସମଗ୍ର ବିଶ୍ୱରେ କାୟା ବିସ୍ତାର କଲାଣି। ସଂକ୍ରମଣରୁ ବର୍ତ୍ତିବା ପାଇଁ ସରକାର ଟିକାକରଣ ବ୍ୟବସ୍ଥା କରିଛନ୍ତି। ଲୋକଙ୍କୁ ମଧ୍ୟ ଟିକା...

‘ପୂଜା କଲେ ମାସ୍କ ଦରକାର ନାହିଁ’

କରୋନାରୁ ମୁକ୍ତି ପାଇବାକୁ ମଧ୍ୟପ୍ରଦେଶର ଜଣେ ମନ୍ତ୍ରୀ ଏୟାରପୋର୍ଟରେ ପୂଜାର୍ଚ୍ଚନା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଭାଜପା ନେତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ଉଷା ଠାକୁର...

ମୃତଦେହ ବି ଖାଇଯିବେ ମଙ୍ଗଳ ମହାକାଶ ଯାତ୍ରୀ…

ଓ୍ବାଶିଂଟନ,୧୭।୪: ପୃଥିବୀ ବାହାରେ ବସତି ସ୍ଥାପନ ପାଇଁ ମହାକାଶ ବିଜ୍ଞାନୀମାନେ ଳଗାତାର ଉଦ୍ୟମ ଜାରି ରଖିଛନ୍ତି। ମଙ୍ଗଳ ଗ୍ରହରେ ବାସ କରିବା ଲାଗି ଏବେ ଯୋଜନା...

Advertisement
Archives

Model This Week