ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ ପ୍ରଥମଥର ଏମିତି ପୋଷ୍ଟ କଲେ ଶେହନାଜ

ଅଭିନେତା ସିଦ୍ଧାର୍ଥ ଶୁକ୍ଲା ଏହି ଦୁନିଆ ଛାଡିବାର ପ୍ରାୟ ମାସ ବିତିବାକୁ ଯାଉଛି, କିନ୍ତୁ ପ୍ରଶଂସକମାନେ ଏହାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ବିଗ ବସ ଘରେ ସିଦ୍ଧାର୍ଥଙ୍କ ସହ ଶେହନାଜ ଗିଲଙ୍କ ସହ ବନ୍ଧୁତା ବେଶ୍‌ ଚର୍ଚ୍ଚାରେ ଥିଲା। ଉଭୟଙ୍କ କେମେଷ୍ଟ୍ରି ରିଲ୍‌ ନୁହେଁ, ରିୟଲରେ ଦେଖିବାକୁ ଚାହୁଁଥିଲେ ପ୍ରଶଂସକ। କିନ୍ତୁ ବିଧିର ବିଧାନ କିଛି ଅଲଗା ଥିଲା।, ଶେହନାଜଙ୍କୁ ଏକୁଟିଆ କରି ଆରପାରିକୁ ଚାଲିଗଲେ ସିଦ୍ଧାର୍ଥ। ତାଙ୍କ ମୃତ୍ୟୁ ପରେ ଶେହନାଜଙ୍କ ପ୍ରଥମ ପୋଷ୍ଟ ସାମ୍ନାକୁ ଆସିଛି। ଏହି ପୋଷ୍ଟ ଦେଖିବା ପରେ ପ୍ରଶଂସକମାନେ ଭାବପ୍ରବଣ ହୋଇପଡିଛନ୍ତି।
ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ ଶେହାନାଜ ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିଲେ। ସୋସିଆଲ ମିଡିଆରେ ସର୍ବଦା ସକ୍ରିୟ ରହୁଥିବା ଶେହନାଜ ସିଦ୍ଧାର୍ଥଙ୍କ ମୃତ୍ୟୁ ପରଠାରୁ ଗୋଟିଏ ବି ସୋସିଆଲ ମିଡିଆ ପୋଷ୍ଟ କରି ନ ଥିଲେ। ଏବେ ଏକ ପୋଷ୍ଟରେ ସିଦ୍ଧାର୍ଥଙ୍କ ସହ ସେ ଏକ ବିଶେଷ ଫଟୋ ଶେୟାର କରିଛନ୍ତି। ଏଥିରେ ସିଦ୍ଧାର୍ଥ ଏବଂ ସେ ହସୁଥିବା ନଜର ଆସିଛନ୍ତି। ସେ ଶେହନାଜଙ୍କ କୋଳରେ ଶୋଇଥିବାର ଦେଖାଯାଇଛି। ଏହି ଫଟୋ ଉଭୟଙ୍କ ବିଗ ବସ ଦିନକୁ ମନେ ପକାଇଥାଏ। ଏହି ଫଟୋରେ ଲେଖା ଅଛି, ତୁ ଏଠାରେ ଅଛୁ… ସିଦ୍ଧାର୍ଥ ଶୁକ୍ଲାଙ୍କୁ ହୃଦୟରୁ ଶ୍ରଦ୍ଧାଞ୍ଜଳି।’ ଏହା ସହିତ ଶେହନାଜ କ୍ୟାପସନରେ ଲେଖିଛନ୍ତି, ତୁମେ ମୋର ଏବଂ ମୋର ହିଁ ରହିବ। ବିଗ୍‌ ବସ୍‌ ଘରେ ମଧ୍ୟ ସିଦ୍ଧାର୍ଥଙ୍କୁ ଏହି କଥା ସବୁବେଳେ କହୁଥିଲେ ଶେହନାଜ।
ନିକଟରେ ଶେହନାଜ ଗିଲଙ୍କ ଫିଲ୍ମ ‘ହୌସଲା ରଖ’ ରିଲିଜ ହୋଇଛି। ତାଙ୍କ ସହ ଦିଲଜିତ ଦୋସାଞ୍ଜ ଏବଂ ସୋନମ ବାଜୱା ଏହି ଫିଲ୍ମରେ ନଜର ଆସିଛନ୍ତି। ନିକଟରେ ସିଦ୍ଧାର୍ଥ ଶୁକ୍ଲା ଏବଂ ଶେହନାଜ ଗିଲଙ୍କ ମିଳିତ ଭାବେ ଶେଷ ହୋଇଥିବା ଶେଷ ଗୀତ ମଧ୍ୟ ରିଲିଜ ହୋଇଛି, ଯାହା ପ୍ରଶଂସକଙ୍କଠାରୁ ଭଲ ପ୍ରତିକ୍ରିୟା ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହ୍ରିତିକ-ଟାଇଗରଙ୍କ ପାଇଁ ବନ୍ଦ ରହିଲା ପର୍ତ୍ତୁଗାଲ ସହର

ମୁମ୍ବାଇ: ବଲିଉଡ୍‌ ନାୟକ ହ୍ରିତିକ ରୋଶନ ଓ ଟାଇଗର ର୍ଶଫଙ୍କ ପାଇଁ ୨ ଦିନ ପର୍ତ୍ତୁଗାଲର ପୋରଟୋ ସହର ବନ୍ଦ ରହିଥିବା ଜଣାପଡିଛି। ତେବେ ଏହା...

ପୁଣି ପ୍ରେମରେ ପଡିଛନ୍ତି କାର୍ତ୍ତିକ

ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଜଣେ ଆଗଧାଡିର କଳାକାର। ତାଙ୍କର ଅନେକ ମହିଳା ପ୍ରଶଂସକ ଅଛନ୍ତି। ସେ ବଲିଉଡର ଏପରି ଜଣେ ଅଭିନେତା, ଯିଏ ଖୁବ...

ସୁଶାନ୍ତଙ୍କୁ ଭୁଲିପାରୁ ନାହାନ୍ତି ଜ୍ୟାକଲିନ

ମୁମ୍ବାଇ: ବଲିଉଡ୍ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଦୀର୍ଘ ୫ ମାସ ବିତି ଯାଇଥିଲେ ବି ଏବେବି ସେ ଅନେକଙ୍କ ହୃଦୟରେ ରହିଛନ୍ତି ।...

ସଲମାନଙ୍କ ପାଇଁ ମା’ ହୋଇପାରିଥିଲେ ଏହି ଅଭିନେତ୍ରୀ

ଟିଭି ଏବଂ ବଲିଉଡ୍‌ କଳାକାରଙ୍କ ମଧ୍ୟରେ ଅନ୍ୟତମ କଶ୍ମିରା ଶାହା। ନିକଟରେ ତାଙ୍କୁ ରିଆଲିଟି ଶୋ’‘ବିଗ୍‌ ବସ୍‌’ରେ ଦେଖିବାକୁ ମିଳିଥିଲା। କିନ୍ତୁ ବିଗ୍‌ ବସ୍‌ ଘରେ...

ପ୍ରସିଦ୍ଧ ନିର୍ଦ୍ଦେଶକଙ୍କ ପରଲୋକ

ଭେଟେରାନ ଲେଖକ ତଥା ଚଳଚ୍ଚିତ୍ର ନିର୍ମାତା ସାଗର ସରହଦିଙ୍କ ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା। ନିଜ ମୁମ୍ବାଇସ୍ଥିତ ବାସଭବନରେ ସେ...

ଭାରତୀଙ୍କ ପାଟିରୁ ବିସ୍କୁଟ ଖାଇଲା କୁକୁର

ଲକ୍‌ଡାଉନ ସମୟରେ କମେଡିଆନ୍‌ ଭାରତୀ ସିଂ ଦର୍ଶକଙ୍କ ମନୋରଞ୍ଜନ ପାଇଁ କିଛି ନା କିଛି ଫଟୋ ଓ ଭିଡିଓକୁ ଇନଷ୍ଟାଗ୍ରାମରେ ଶେୟାର କରିଥାନ୍ତି । ନିକଟରେ...

ଆସିମଙ୍କୁ ମନେ ପକାଇ ହିମାଂଶୀଙ୍କ ଭାବବିହ୍ବଳ ପୋଷ୍ଟ

ବମ୍ବେ: ବିଗ୍‌ବସ୍‌ର ନୂଆ ଲର୍ଭବର୍ଡ ଆସିମ-ହିମାଂଶୀକୁ ନେଇ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା। ଗୋଟିଏ ପଟେ ଆସିମଙ୍କ ପରିବାର ହିମାଂଶୀକୁ ପସନ୍ଦ କରୁନାହାନ୍ତି ତ ଅନ୍ୟପକ୍ଷେ...

ବିବାହ ନ କରି ମା’ ହୋଇଥିଲେ ଏହି ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ନୀନା ଗୁପ୍ତା ନିଜର ସୁନ୍ଦର ଅଭିନୟ ଦ୍ୱାରା ସମସ୍ତଙ୍କର ହୃଦୟ ଜିତିପାରିଛନ୍ତି। ନୀନାଙ୍କ ଝିଅ ମସାବା ଗୁପ୍ତା ମଧ୍ୟ ବଲିଉଡ୍‌ ଇଣ୍ଡଷ୍ଟ୍ରିର ଜଣେ...

Advertisement
Archives

Model This Week