Posted inଜାତୀୟ

କମ୍‌ ପରିମାଣର ନିଶାଦ୍ରବ୍ୟର ବ୍ୟକ୍ତିଗତ ବ୍ୟବହାରକୁ ଅପରାଧ ଭାବେ ବିବେଚନା ନ କରିବାକୁ ଆବେଦନ…

ନୂଆଦିଲ୍ଲୀ,୨୮।୧୦: ମାଦକ ଦ୍ରବ୍ୟ ସେବନ ନେଇ ସେଲିବ୍ରିଟି ଯୁବବର୍ଗଙ୍କ ହାଇ ପ୍ରୋଫାଇଲ ଗିରଫ ମାମଲାକୁ ଦୃଷ୍ଟିରେ ରଖି ସୁପ୍ରିମ୍‌କୋର୍ଟରେ ଏକ ରିଟ୍‌ ପିଟିଶନ ଦାଖଲ କରାଯାଇଛି। ଏଥିରେ ଦର୍ଶାଯାଇଛି ଯାଇଛି ଯେ, ବ୍ୟକ୍ତିଗfତ ବ୍ୟବହାର, ପରିବାର ସଦସ୍ୟ ଅବା ସମ୍ପର୍କୀୟଙ୍କ ବ୍ୟବହାର ଲାଗି ପାଖରେ ରଖାଯାଇଥିବା କମ୍‌ ପରିମାଣର ମାଦକ ଦ୍ରବ୍ୟକୁ ଅପରାଧ ଭାବେ ବିବେଚନା ନ କରାଯାଉ। ଏହାର କିଣିବାକୁ ମଧ୍ୟ ଅପରାଧ ମୁକ୍ତ କରାଯାଇ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି।

ଆବେଦନକାରୀ ଯୁକ୍ତି ଦର୍ଶାଇଛନ୍ତି ଯେ, ଏନ୍‌ଡିପିଏସ୍‌ ଅଧିନିୟମର ଦୂରୋପଯୋଗ ଦ୍ୱାରା ଅଭିଯୁକ୍ତ ଯୁବବର୍ଗଙ୍କ ଜୀବନରେ ସୁଧାର ଆସିବା ପରିବର୍ତ୍ତେ ଏହା କଳଙ୍କିତ ହୋଇ ପଡୁଛି।

ଜୟକୃଷ୍ଣ ସିଂଙ୍କ ଦ୍ୱାରା ଦାଖଲ ହୋଇଥିବା ଏହି ଆବେଦନରେ ଜାତୀୟ ଡ୍ରଗ୍ସ ଏବଂ ସାଇକୋଟ୍ରୋପିକ ପଦାର୍ଥ (ଏନ୍‌ଡିପିଏସ୍‌) ୧୯୮୫ ଅଧିନିୟମର ଧାରା ୨୧, ୨୭, ୨୭-ଏ, ୩୫, ୩୭ ଏବଂ ୫୪କୁ ଚ୍ୟାଲେଞ୍ଜ କରାଯାଇଛି। ଏହି ଧାରାଗୁଡ଼ିକ ଉପରେ ତୁରନ୍ତ ରୋକ ଲଗାଇବାକୁ ଆବେଦନକାରୀ ଅନୁରୋଧ କରିଛନ୍ତି। ଏହା ବ୍ୟତୀତ ସିବିଆଇ କିମ୍ବା ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରା ଏନସିବିର ଆଞ୍ଚଳିକ ମୁଖ୍ୟ ୧୮ କୋଟି ଟଙ୍କା ଚୋରାଚାଲାଣ ରାକେଟ ଅଭିଯୋଗର ଯାଞ୍ଚ ନିରପେକ୍ଷ ଭାବେ କରିବା ଲାଗି ଆବେଦନରେ ଉଲ୍ଲେଖ କରାଯାଇଛି।

ସେ ଯୁକ୍ତି ବାଢ଼ିଛନ୍ତି ଯେ, କେତେକ ବ୍ୟବସ୍ଥାର ପରିସର ବ୍ୟାପକ ଏବଂ ଏହାକୁ କାର୍ଯ୍ୟକାରୀ ଏଜେନ୍ସି ଦ୍ୱାରା ଅପବ୍ୟବହାର କରାଯିବାର ଆଶଙ୍କା ରହିଛି। ସର୍ବୋଚ୍ଚ ନ୍ୟାୟାଳୟ ଏଥିରେ ହସ୍ତକ୍ଷେପ କରିବାର ଆବଶ୍ୟକତା ରହିଛି ବୋଲି ସେ ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମାଜନ ଦେବ ୨୦୦ କୋଟି ଫାଇନ୍‌

ନୂଆଦିଲ୍ଲୀ,୧୩।୬: ନ୍ୟାଶନାଲ କମ୍ପାନୀ ଲ ଟ୍ରିବ୍ୟୁନାଲ (ଏନ୍‌ସିଏଲଏଟି) ସୋମବାର ଆମେରିକାର ଇ-କମର୍ସ କମ୍ପାନୀ ଆମାଜନକୁ ବଡ ଝଟକା ଦେଇଛି । ଟ୍ରିବ୍ୟୁନାଲ ଆମାଜନ-ଫ୍ୟୁଚର ଗ୍ରୁପକୁ ନେଇ...

ସ୍ତ୍ରୀ’ର କଟାମୁଣ୍ଡ ଧରି ଥାନାରେ ସ୍ବାମୀ

ଲକ୍ଷ୍ନୌ, ୯।୧୦- ପଡ଼ୋଶୀ ସହିତ ପରକୀୟା ପ୍ରୀତିକୁ ନେଇ ଚିନ୍ନର ଯାଦବ ନାମକ ଜଣେ ଯୁବକ ତାଙ୍କ ସ୍ତ୍ରୀ ବିମଳାଙ୍କୁ ହତ୍ୟା କରିଛନ୍ତି। ଏହାପରେ କଟାମୁଣ୍ଡ...

ଖୋଲିଲା ବିଭିନ୍ନ ରାଜ୍ୟର ଧାର୍ମିକ ଅନୁଷ୍ଠାନ

ନୂଆଦିଲ୍ଲୀ,୮।୬: କରୋନା ଭାଇରସ ସଂକ୍ରମଣକୁ ନେଇ ସାରା ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଥିବା ବେଳେ ମନ୍ଦିର, ମସ୍‌ଜିଦ, ଚର୍ଚ୍ଚ, ଗୁରୁଦ୍ୱାର ଆଦି ସମସ୍ତ ଧାର୍ମିକ ଅନୁଷ୍ଠାନକୁ...

ଦେଶର ୫୦ତମ ପ୍ରଧାନ ବିଚାରପତି ହେବେ ଡି.ଓ୍ବାଇ. ଚନ୍ଦ୍ରଚୁଡ

ନୂଆଦିଲ୍ଲୀ,୧୧।୧୦: ଜଷ୍ଟିସ ଧନଞ୍ଜୟ ଯଶୱନ୍ତ ଚନ୍ଦ୍ରଚୁଡ ଦେଶର ୫୦ ତମ ପ୍ରଧାନ ବିଚାରପତି ହେବେ। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଉଦୟ ଉମେଶ ଲଲିତ ତାଙ୍କ ଉତ୍ତରାଧିକାରୀ...

ଡ୍ରୋନ୍‌ରେ ସୀମା ପାର୍‌ ହେରୋଇନ୍‌ ଚୋରା ଚାଲାଣ, ବିଏସ୍‌ଏଫ୍‌ ଗୁଳି କରି ଖସାଇଲା …

ଅମୃତସର, ୯।୫ : ପାକିସ୍ତାନ ଭାରତ ବିରୋଧରେ ଷଡ଼ଯନ୍ତ୍ର ଜାରି ରହିଛି। ଡ୍ରୋନ୍‌ ମାଧ୍ୟମରେ ସୀମାବର୍ତ୍ତୀ ଅଞ୍ଚଳକୁ ଅସ୍ତ୍ରଶସ୍ତ୍ରଠାରୁ ଆରମ୍ଭ କରି ବିଭିନ୍ନ ନିଶାଦ୍ରବ୍ୟ ଚୋରା...

ପିଜ୍ଜା ଡେ’ରେ ଗୁଗଲ୍‌ ପକ୍ଷରୁ ସ୍ବତନ୍ତ୍ର ଡୁଡଲ୍ସ

ଗୁଗଲ ସର୍ବଦା ଅନେକ ବଡ଼ ଉତ୍ସବକୁ ଏକ ବିଶେଷ ଉପାୟରେ ପାଳନ କରିଥାଏ। ଉତ୍ସବ ସହିତ, ଗୁଗଲ ଡୁଡଲ୍ସ ମାଧ୍ୟମରେ ସେହି ଦିନର ଇତିହାସ ବିଷୟରେ...

ରାଜଧାନୀରୁ ହଟିଲା ଲକ୍‌ଡାଉନ୍‌: ଜାଣନ୍ତୁ କ’ଣ ଖୋଲା କ’ଣ ବନ୍ଦ

ନୂଆଦିଲ୍ଲୀ,୨୮।୫: ଦିଲ୍ଲୀବାସୀଙ୍କ ପାଇଁ ଏକ ଖୁସି ଖବର। ଦେଶର ରାଜଧାନୀରେ କ୍ରମାଗତ ଭାବେ କରୋନା ପଜିଟିଭ୍‌ ହାର ହ୍ରାସ ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି...

ଭୌତିକ ବିଜ୍ଞାନ ପାଇଁ ଆଜି ଘୋଷଣା ହେବ ନୋବେଲ ପୁରସ୍କାର

ନୂଆଦିଲ୍ଲୀ,୪।୧୦: ନୋବେଲ ପୁରସ୍କାର ପାଇଁ ଘୋଷଣା ଆରମ୍ଭ ହୋଇଯାଇଛି। ସୋମବାର ଫିଜିଓଲୋଜି କିମ୍ବା ମେଡିସିନ୍‌ ପାଇଁ ସ୍ବିଡେନର ସ୍ବାନ୍ତେ ପାବୋଙ୍କୁ ନୋବେଲ ପୁରସ୍କାର ପ୍ରଦାନ ପାଇଁ...

Advertisement
Archives

Model This Week