କାର୍ଯ୍ୟାନୁଷ୍ଠାନ ନ ନେବାକୁ ହାଇକୋର୍ଟ ଦେଇଥିଲେ ନିର୍ଦ୍ଦେଶ, ହେଲେ ଜାରି ହୋଇଛି ନିଲମ୍ବନ ଆଦେଶ, କେନ୍ଦୁଝର କେନ୍ଦ୍ରୀୟ ବ୍ୟାଙ୍କ…

କେନ୍ଦୁଝର/ହାଟଡିହୀ,୧୭।୧୦(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ): କେନ୍ଦୁଝର କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ପରିଚାଳନା ସମିତିର ସଭାପତି ଏବଂ ସମସ୍ତ ସଦସ୍ୟଙ୍କୁ ନିଲମ୍ବନ ଆଦେଶ ଘଟଣା ସମ୍ପର୍କିତ ଏକ ନୂଆ ତଥ୍ୟ ପଦାକୁ ଆସିଛି ।କାର୍ଯ୍ୟାନୁଷ୍ଠାନ ନ ନେବାକୁ ମାନ୍ୟବର ଓଡିଶା ହାଇକୋର୍ଟ ନିର୍ଦ୍ଦେଶ ଦେବାର ପରଦିନ ସମବାୟ ସମିତି ସମୂହ ନିବନ୍ଧକ ନିଲମ୍ବନ ଆଦେଶ ଜାରି କରିଥିଲେ। ଯାହାକି ଏବେ ଗୁରୁତର ପ୍ରସଙ୍ଗ ସାଜିଛି l
ସୂଚନାଯୋଗ୍ୟ, ବ୍ୟାଙ୍କର ବିଭିନ୍ନ ଅନିୟମିତତା ନେଇ ଅଭିଯୋଗ ହେବା ପରେ ଗତ ୧୬ ସେପ୍ଟେମ୍ବର ୨୦୨୫ରେ ତଦନ୍ତ ରିପୋର୍ଟ ସମବାୟ ବିଭାଗରେ ଉପସ୍ଥାପନା କରାଯାଇଥିଲା । ପରେ ଗତ ୨୨ ସେପ୍ଟେମ୍ବର ୨୦୨୫ ରେ ତଦନ୍ତ ରିପୋର୍ଟ ଆଧାରରେ ଜବାବ ଦାଖଲ ପାଇଁ ବ୍ୟାଙ୍କ ପରିଚାଳନା ସମିତିକୁ ନୋଟିସ ଜାରି ହୋଇଥିଲା । ଏଥିସହ ଘଟଣାର ଶୁଣାଣି ପାଇଁ ଗତ ୧୪ ଅକ୍ଟୋବର ୨୦୨୫କୁ ଦିନ ଧାର୍ଯ୍ୟ ହୋଇଥିଲା । ପରଦିନ ଅର୍ଥାତ ଗତ ୧୫ ଅକ୍ଟୋବର ୨୦୨୫ରେ ଓଡିଶା ସମବାୟ ସମିତି ସମୂହ ନିବନ୍ଧକ ସିଦ୍ଧାର୍ଥ ଦାସ ନିଲମ୍ବନ ଆଦେଶ ଜାରି କରିଥିଲେ ।
ଅପରପକ୍ଷେ ତଦନ୍ତ ରିପୋର୍ଟକୁ ବିରୋଧ କରି ଦେବପ୍ରିୟ ପାତ୍ର ଏବଂ ଗୋଲାପ ନାଇକ ଦୁଇଟି ଭିନ୍ନ ଭିନ୍ନ ମାମଲା ଓଡିଶା ହାଇକୋର୍ଟଙ୍କ ନିକଟରେ ଦାୟର କରିଥିଲେ। କେସ ନଂ ଡବ୍ଲ୍ୟୁପି(ସି)-୨୯୦୦୭/୨୦୨୫ ଏବଂ ଡବ୍ଲ୍ୟୁପି(ସି)-୨୮୯୭୨/୨୦୨୫  ଅଟେ। ଗତ ୧୪ ଅକ୍ଟୋବର ୨୦୨୫ରେ ଜଷ୍ଟିସ ବିରଜା ପ୍ରସନ୍ନ ଶତପଥିଙ୍କ ଖଣ୍ଡପୀଠରେ ଦୁଇଟି ଯାକ ମାମଲାର ଏକତ୍ର ଶୁଣାଣି ହୋଇଥିଲା। ଦେବପ୍ରିୟଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ବୁଦ୍ଧଦେବ ରାଉତରାୟ ଏବଂ ଗୋଲାପଙ୍କ ତରଫରୁ ଆଇନଜୀବି ପିକେ ରଥ ମାମଲା ପରିଚାଳନା କରୁଥିଲେ। ସମ୍ପୃକ୍ତ ଘଟଣାରେ ଓଡିଶା କୋଅପରେଟିଭ ସୋସାଇଟିଜ ଆକ୍ଟ ୧୯୬୨ର ସେକ୍ସନ ୬୫(୧),୬୫(୨),୬୫(୩) ପ୍ରୋଭିଜନକୁ ଅନୁସରଣ କରାଯାଇନଥିବା ଆବେଦନକାରୀଙ୍କ ଆଇନଜୀବି ଶୁଣାଣି ସମୟରେ ଯୁକ୍ତି ଉପସ୍ଥାପନା କରିଥିଲେ। ମାନ୍ୟବର ହାଇକୋର୍ଟ ଗତ ୧୪ ଅକ୍ଟୋବର ୨୦୨୫ ରେ ଜବାବ ଦାଖଲ ହୋଇନଥିଲେ ଆସନ୍ତା ୨୫ ଅକ୍ଟୋବର ୨୦୨୫ କିମ୍ବା ପୂର୍ବରୁ ଜବାବ ଦାଖଲ କରିବାକୁ ଆବେଦନକାରୀଙ୍କୁ ଅନୁମତି ଦେଇଥିଲେ। ଏଥିସହ ୧୫ ନଭେମ୍ବର ୨୦୨୫ କିମ୍ବା ପୂର୍ବରୁ  ସମ୍ପୃକ୍ତ ଘଟଣା ଦିଗରେ ଆଇନଗତ ନିଷ୍ପତି ନେବା ସହ ୧୫ ନଭେମ୍ବର ୨୦୨୫ ପର୍ଯ୍ୟନ୍ତ ଆବେଦନକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନନେବାକୁ ନିର୍ଦ୍ଦେଶ ମଧ୍ୟ ଜାରି କରିଥିଲେ।
ଓଡ଼ିଶା ସମବାୟ ସମିତି ସମୂହ ନିବନ୍ଧକ ସିଦ୍ଧାର୍ଥ ଦାସ କହିଛନ୍ତି ଆମେ କୋର୍ଟଙ୍କ ଆଦେଶ ପାଇ ନଥିଲୁ। ତେବେ ନିଲମ୍ବନ ଆଦେଶ ଦିନ ଜିଲାପାଳ ଦାୟିତ୍ଵ ନେଇଛନ୍ତି। ନିର୍ବାଚନ ଡ୍ୟୁଟି ରେ ବାହାର ରାଜ୍ୟରେ ଥିବାରୁ ଅଧିକ କିଛି କହି ପାରିବେ ନାହିଁ। ଏନେଇ ଆବେଦନକାରୀ ଦେବପ୍ରିୟ ପାତ୍ର କହିଛନ୍ତି ଯେ ଏହା କୋର୍ଟଙ୍କ ନିର୍ଦ୍ଦେଶର ଅବମାନନା ହୋଇଛି। ଏ ନେଇ ଅଦାଲତ ଅବମାନନା କେସ କରାଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପିଡିଏସ୍‌ ଚାଉଳ ବଣ୍ଟନରେ ଅନିୟମିତତା ଅଭିଯୋଗ: ହିତାଧିକାରୀଙ୍କୁ ମିଳିନି ପ୍ରାପ୍ୟ ଚାଉଳ, ରେକର୍ଡରେ ବଣ୍ଟନ ଦର୍ଶାଯାଇଥିବା…

ତୁମୁଡ଼ିବନ୍ଧ, ୨୭/୯ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ ଲଙ୍କାଗଡ଼ ପଞ୍ଚାୟତରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌) ଅଧୀନରେ ଚାଉଳ ବଣ୍ଟନକୁ ନେଇ…

ମା ବିରଜାଙ୍କ ପୀଠରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ: ରାଜ୍ୟ ବାହାରୁ ଆସୁଛନ୍ତି ଶ୍ରଦ୍ଧାଳୁ

କଳିଙ୍ଗନଗର, ୨୭।୯ (ଶୁଭାଶିଷ ରାଉତ): ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ରବିବାରଠାରୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ ଆରମ୍ଭ ହୋଇଛି। ପ୍ରତିପଦାଠାରୁ ମହାଳୟା ପର୍ଯ୍ୟନ୍ତ ଦୀର୍ଘ…

ଖବର ବାଜିଲା, ପ୍ରଶାସନ ହଲିଲା : ଜିଲାପାଳ, ବିଧାୟକଙ୍କ ହସ୍ତକ୍ଷେପ ପରେ ଜଳ ନିଷ୍କାସନ କାର୍ଯ୍ୟ ଆରମ୍ଭ

ଛତ୍ରପୁର, ୨୭/୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଲଗାଣ ବର୍ଷାରେ ଜଳବନ୍ଦୀ ହୋଇପଡ଼ିଥିବା ଛତ୍ରପୁର ପୌରପରିଷଦ ଅଞ୍ଚଳରେ ଏବେ ପ୍ରଶାସନିକ ତତ୍ପରତା ଦେଖିବାକୁ ମିଳିଛି। ଗଭୀର ଅବପାତ ପ୍ରଭାବରେ…

ପରିବେଶକୁ ସ୍ବଚ୍ଛ ରଖିବା ପାଇଁ ଆଗେଇ ଆସିଲେ ଯୁବବର୍ଗ, ଅଳିଆ ଆବର୍ଜନା ସଂଗ୍ରହ କରି…

କର୍ଲାମୁଣ୍ଡା,୨୭ା୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଯୋରାଡବରାରେ ଥିବା ରାଧାମାଧବ ଯୁବକ ସଂଘ, ଯୋରାଡବରା ତଥା ମେରା ଯୁବା ଭାରତ କଳାହାଣ୍ଡି ପକ୍ଷରୁ ‘ସେବା…

ଶୌଚ ହେବାକୁ ଯାଇ ନଦୀରେ ଖସିଗଲା କ୍ରିଷ୍ଣାରାଣୀଙ୍କ ଗୋଡ଼, ଭାଇ ଥାନାରେ ଅଭିଯୋଗ କରି…

ଧାମନଗର,୨୭ା୯(ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଅନ୍ତର୍ଗତ ଦଳାଙ୍ଗ ପଞ୍ଚାୟତର ଜାହାଙ୍ଗୀର ଗ୍ରାମ (ଭୋଇ ସାହି)ର ପ୍ରଦୀପ ଜେନାଙ୍କ ଝିଅ କ୍ରିଷ୍ଣା ଜେନା (୨୧) ରବିବାର ସକାଳେ…

ପୁଣି ଖୋଲିଲା ହୀରାକୁଦ ଜଳଭଣ୍ଡାରର ୬ଟି ସ୍ଲୁଇସ୍‌ ଗେଟ୍‌: ମୋଟ ୨୬ଟି ଗେଟ୍‌ରେ ବନ୍ୟାଜଳ ନିଷ୍କାସନ ଜାରି

ସମ୍ବଲପୁର, ୨୭/୯ (ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ପୁଣି ବଢ଼ିବାରୁ ରୁଲ୍‌କର୍ଭର ଉତ୍ତମ ପରିଚାଳନା ସ୍ୱରୂପ ରବିବାର ପର୍ଯ୍ୟାୟକ୍ରମେ ଆଉ ୬ଟି ସ୍ଲୁଇସ୍‌…

ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ନାବାଳକ, ଲୁହରେ ଭିଜୁଛି ଗାଁ

ଡେରାବିଶ,୨୭ା୯(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ଥାନା ଅନ୍ତର୍ଗତ ବିଲିଆ ଗ୍ରାମରେ ରବିବାର ସକାଳେ ଏକ ଅତ୍ୟନ୍ତ ଦୁଃଖଦ ଓ ହୃଦୟବିଦାରକ ଘଟଣା ଘଟିଯାଇଛି। ଗ୍ରାମର…

ନାବାଳକଙ୍କୁ ହତ୍ୟା କରି ଦୁଇ କୋଠା ମଝିରେ ଫିଙ୍ଗିଦେଲେ ଦୁର୍ବୃତ୍ତ

ସମ୍ବଲପୁର,୨୭ା୯(ପ୍ରମୋଦ ବହିଦାର): ବୁର୍ଲା ଥାନା ଅନ୍ତର୍ଗତ ଢିପାପଡ଼ା ଅଞ୍ଚଳରେ ରବିବାର ସକାଳେ ଏକ ନାବାଳିକଙ୍କ ମୃତଦେହକୁ ଠାବ କରିଛି ପୋଲିସ। ଉଦ୍ଧାର ମୃତଦେହଟି ଓ୍ବାନ୍‌ ଆର୍‌ କଲୋନୀର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?