ଛକାପଞ୍ଝାରେ କେନ୍ଦ୍ରାପଡ଼ା ବିଧାନସଭା ପ୍ରାର୍ଥୀତ୍ୱ

କେନ୍ଦ୍ରାପଡ଼ା, ୧୭ା୪ (ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ଜିଲାର ୫ ବିଧାନସଭା କ୍ଷେତ୍ର। ଏଥିରୁ ୪ଟିରେ ଚଳିତ ସାଧାରଣ ନିର୍ବାଚନ ପାଇଁ ରାଜ୍ୟର ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି। ମାତ୍ର କେନ୍ଦ୍ରାପଡ଼ା ବିଧାନସଭା କ୍ଷେତ୍ର ପାଇଁ ଅଦ୍ୟାବଧି ରାଜ୍ୟର ପ୍ରମୁଖ ୩ ରାଜନୈତିକ ଦଳ ପକ୍ଷରୁ କୌଣସି ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇନାହିଁ। ତେବେ ଶାସକ ଓ ବିରୋଧୀ ଦଳ ପକ୍ଷରୁ ପ୍ରାର୍ଥତ୍ତ୍ୱକୁ ନେଇ ଛକାପଞ୍ଝା ଚାଲିଛି। ବିଧାୟକ ପ୍ରାର୍ଥୀ ଚୟନ ଶେଷ ମୁହୂର୍ତ୍ତରେ ନିଷ୍ପତ୍ତି ନିଆଯାଉଥିବାରୁ ସମସ୍ୟା ଅଧିକ କରିବ ବୋଲି ରାଜନୈତିକ ବିଶ୍ଳେଷକମାନେ ମତ ରଖିଛନ୍ତି। ଅପରପକ୍ଷରେ ଶାସକ ବିଜେଡି ପାଟକୁରା ବ୍ୟତୀତ ଜିଲାର ମହାକାଳପଡ଼ା, ରାଜନଗର ଓ ଆଳି କ୍ଷେତ୍ରରେ ପୁରୁଣା ବିଧାୟକଙ୍କୁ ପୁନର୍ବାର ସୁଯୋଗ ଦେଇଛି। ବିରୋଧୀ କଂଗ୍ରେସ ଓ ଭାଜପା ନବାଗତଙ୍କୁ ନିର୍ବାଚନ ମଇଦାନରେ ଓହ୍ଲାଇ ଜିଲାର ସମସ୍ୟାକୁ ଶାଣିତ ଭାବେ ଉଠାଇବାକୁ ରଣନୀତି କରିଛନ୍ତି, ଯାହା ଚଳିତ ନିର୍ବାଚନରେ ଜିଲା ରାଜନୀତିକୁ ସରଗରମ କରିଛି। ୨୦୦୯ ମସିହାରେ କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀ କ୍ଷେତ୍ରକୁ ସଂରକ୍ଷିତ ଆସନ ଘୋଷଣା କରାଯାଇଥିଲା। ଏହା ପରଠାରୁ ବିଜେଡିର ଡ. ସିପ୍ରା ମଲ୍ଲିକ, କିଶୋର ଚନ୍ଦ୍ର ତରାଇ ଓ ପୂର୍ବତନ ମନ୍ତ୍ରୀ ଶଶିଭୂଷଣ ବେହେରା ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ନିର୍ବାଚନମଣ୍ଡଳୀରେ ଏବେ ଭୋଟରଙ୍କ ସଂଖ୍ୟା ୨,୨୮,୫୯୬। ପୁରୁଷଙ୍କ ସଂଖ୍ୟା ୧,୧୭,୯୪୧ ହୋଇଥିବା ବେଳେ ମହିଳାଙ୍କ ସଂଖ୍ୟା ୧,୧୦,୬୪୬। ୨୦୧୯ ନିର୍ବାଚନରେ ମହିଳାଙ୍କ ଭୋଟଦାନ ହାର ପୁରୁଷଙ୍କଠାରୁ ଅଧିକ ଥିଲା। ପଟ୍ଟାମୁଣ୍ଡାଇର ୧୨ ଓ କେନ୍ଦ୍ରାପଡ଼ା ବ୍ଲକ ଅଞ୍ଚଳର ୨୭ ପଞ୍ଚାୟତ ଓ ପୌରାଞ୍ଚଳକୁ ନେଇ ଗଠିତ ଏହି ନିର୍ବାଚନମଣ୍ଡଳୀରେ ଏବେ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ କେତେବେଳେ ବିଭାଜିତ ତ କେତେବେଳେ ଏକାଠି ହୋଇ ସ୍ବର ଉଠାଇବା କ୍ଷେତ୍ରୀୟ ରାଜନୀତିରେ ପ୍ରାର୍ଥତ୍ତ୍ୱକୁ ବିଳମ୍ବିତ କରିଛି। ଶାସକ ଦଳର ପୂର୍ବତନ ବିଧାୟକ ଶଶିଭୂଷଣ ବେହେରା, ପୂର୍ବତନ ବିଧାୟିକା ଡ. ସିପ୍ରା ମଲ୍ଲିକ, ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇ ପୁନର୍ବାର ଟିକେଟ ଆଶାୟୀ ଅଛନ୍ତି। ସେହିପରି ଜିଲା ଯୁବବିଜେଡି ସଭାପତି ରାଜେଶ ଦାସ, ଜିଲା ପରିଷଦ ଅଧ୍ୟକ୍ଷା ଗୀତାଞ୍ଜଳି ସେଠୀ, ଇଂ. ମୁରଲୀଧର ସେଠୀ, ଦୁଷ୍ମନ୍ତ ମଲ୍ଲିକ ପ୍ରମୁଖ ଏହି ରେସ୍‌ରେ ରହିଛନ୍ତି। ତେବେ ନିକଟରେ କଂଗ୍ରେସର ବରିଷ୍ଠ ନେତା ଗଣେଶ୍ୱର ବେହେରା ଦଳ ବଦଳ କରି ବିଜେଡିରେ ଯୋଗଦେବା ପରେ ବିଜେଡିର ଆଶାୟୀ ପ୍ରାର୍ଥୀଙ୍କ ଆଶା ଧୀରେ ଧୀରେ ମିଳାଇ ଯାଇଛି। ଶାସକ ଦଳରୁ ଗଣେଶ୍ୱରଙ୍କୁ ବିଧାୟକ ପ୍ରାର୍ଥୀ ନ କରିବା ଦାବିରେ ଦଳୀୟ ଆଶାୟୀ ପ୍ରାର୍ଥୀ ଏକାଠି ହୋଇ ସଭାପତି ନବୀନ ପଟ୍ଟନାୟକଙ୍କୁ ସ୍ମାରକପତ୍ର ଦେଇଛନ୍ତି। ବିଜେଡି ଏଠାରେ ଗଣେଶ୍ୱରଙ୍କୁ ପ୍ରାର୍ଥୀ ଭାବେ ଟିକେଟ ଦେଲେ ବିଜେଡିରୁ ଏକ ବଡ ଅଂଶ ଭାଜପା ଓ କଂଗ୍ରେସ ଆଡକୁ ମୁହଁାଇବ ବୋଲି ସଜବାଜ ଚାଲିଛି। ଏଥିପାଇଁ ଭାଜପାର ସୁନାକର ବେହେରା, କଳ୍ପନା ମଲ୍ଲିକ ପ୍ରମୁଖ ଆଶାୟୀ ପ୍ରାର୍ଥୀ ଥିଲେ ମଧ୍ୟ ନାମ ଘୋଷଣା ହୋଇପାରୁନାହିଁ। ଅପରପକ୍ଷରେ ଗଣେଶ୍ୱରଙ୍କ ଦଳ ବଦଳ ପରେ କଂଗ୍ରେସ ସଙ୍ଗଠନ ଏହି ବିଧାନସଭା କ୍ଷେତ୍ରରେ ଦୁର୍ବଳ ହୋଇଛି। ଫଳରେ ଏହି ରାଜନୈତିକ ଦଳ ଶେଷ ମୁହୂର୍ତ୍ତରେ ପ୍ରାର୍ଥୀ ଘୋଷଣା କରିବ ବୋଲି ଆକଳନ କରାଯାଉଛି। ଅପରପକ୍ଷରେ ଭାଜପା ପକ୍ଷରୁ ଆଳିରୁ କୃଷ୍ଣଚନ୍ଦ୍ର ପଣ୍ଡା, ରାଜନଗରରୁ ଲଳିତ ବେହେରା, ମହାକାଳପଡ଼ାରୁ ଦୁର୍ଗା ପ୍ରସନ୍ନ ନାୟକ, ପାଟକୁରାରୁ ତେଜେଶ୍ୱର ପରିଡା ନବାଗତ ପ୍ରାର୍ଥୀ ହୋଇଛନ୍ତି। ସେହିପରି କଂଗ୍ରେସର ପାଟକୁରାରୁ ରତିକାନ୍ତ କାନୁନ୍‌ଗୋ, ଆଳିରୁ ଡ. ଦେବସ୍ମିତା ଶର୍ମା ପ୍ରଥମଥର ପାଇଁ ସାଧାରଣ ନିର୍ବାଚନରେ ଅଂଶ ଗ୍ରହଣ କରିବେ। ଏମାନଙ୍କ ବିରୋଧରେ ପୁରୁଖା ନେତା ଥିବାରୁ ନିର୍ବାଚନ ଏକ ରୋଚକ ମୋଡ ନେବ ବୋଲି ବିଶ୍ଳେଷକମାନେ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri