ଛକାପଞ୍ଝାରେ କେନ୍ଦ୍ରାପଡ଼ା ବିଧାନସଭା ପ୍ରାର୍ଥୀତ୍ୱ

କେନ୍ଦ୍ରାପଡ଼ା, ୧୭ା୪ (ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ଜିଲାର ୫ ବିଧାନସଭା କ୍ଷେତ୍ର। ଏଥିରୁ ୪ଟିରେ ଚଳିତ ସାଧାରଣ ନିର୍ବାଚନ ପାଇଁ ରାଜ୍ୟର ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି। ମାତ୍ର କେନ୍ଦ୍ରାପଡ଼ା ବିଧାନସଭା କ୍ଷେତ୍ର ପାଇଁ ଅଦ୍ୟାବଧି ରାଜ୍ୟର ପ୍ରମୁଖ ୩ ରାଜନୈତିକ ଦଳ ପକ୍ଷରୁ କୌଣସି ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇନାହିଁ। ତେବେ ଶାସକ ଓ ବିରୋଧୀ ଦଳ ପକ୍ଷରୁ ପ୍ରାର୍ଥତ୍ତ୍ୱକୁ ନେଇ ଛକାପଞ୍ଝା ଚାଲିଛି। ବିଧାୟକ ପ୍ରାର୍ଥୀ ଚୟନ ଶେଷ ମୁହୂର୍ତ୍ତରେ ନିଷ୍ପତ୍ତି ନିଆଯାଉଥିବାରୁ ସମସ୍ୟା ଅଧିକ କରିବ ବୋଲି ରାଜନୈତିକ ବିଶ୍ଳେଷକମାନେ ମତ ରଖିଛନ୍ତି। ଅପରପକ୍ଷରେ ଶାସକ ବିଜେଡି ପାଟକୁରା ବ୍ୟତୀତ ଜିଲାର ମହାକାଳପଡ଼ା, ରାଜନଗର ଓ ଆଳି କ୍ଷେତ୍ରରେ ପୁରୁଣା ବିଧାୟକଙ୍କୁ ପୁନର୍ବାର ସୁଯୋଗ ଦେଇଛି। ବିରୋଧୀ କଂଗ୍ରେସ ଓ ଭାଜପା ନବାଗତଙ୍କୁ ନିର୍ବାଚନ ମଇଦାନରେ ଓହ୍ଲାଇ ଜିଲାର ସମସ୍ୟାକୁ ଶାଣିତ ଭାବେ ଉଠାଇବାକୁ ରଣନୀତି କରିଛନ୍ତି, ଯାହା ଚଳିତ ନିର୍ବାଚନରେ ଜିଲା ରାଜନୀତିକୁ ସରଗରମ କରିଛି। ୨୦୦୯ ମସିହାରେ କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀ କ୍ଷେତ୍ରକୁ ସଂରକ୍ଷିତ ଆସନ ଘୋଷଣା କରାଯାଇଥିଲା। ଏହା ପରଠାରୁ ବିଜେଡିର ଡ. ସିପ୍ରା ମଲ୍ଲିକ, କିଶୋର ଚନ୍ଦ୍ର ତରାଇ ଓ ପୂର୍ବତନ ମନ୍ତ୍ରୀ ଶଶିଭୂଷଣ ବେହେରା ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ନିର୍ବାଚନମଣ୍ଡଳୀରେ ଏବେ ଭୋଟରଙ୍କ ସଂଖ୍ୟା ୨,୨୮,୫୯୬। ପୁରୁଷଙ୍କ ସଂଖ୍ୟା ୧,୧୭,୯୪୧ ହୋଇଥିବା ବେଳେ ମହିଳାଙ୍କ ସଂଖ୍ୟା ୧,୧୦,୬୪୬। ୨୦୧୯ ନିର୍ବାଚନରେ ମହିଳାଙ୍କ ଭୋଟଦାନ ହାର ପୁରୁଷଙ୍କଠାରୁ ଅଧିକ ଥିଲା। ପଟ୍ଟାମୁଣ୍ଡାଇର ୧୨ ଓ କେନ୍ଦ୍ରାପଡ଼ା ବ୍ଲକ ଅଞ୍ଚଳର ୨୭ ପଞ୍ଚାୟତ ଓ ପୌରାଞ୍ଚଳକୁ ନେଇ ଗଠିତ ଏହି ନିର୍ବାଚନମଣ୍ଡଳୀରେ ଏବେ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ କେତେବେଳେ ବିଭାଜିତ ତ କେତେବେଳେ ଏକାଠି ହୋଇ ସ୍ବର ଉଠାଇବା କ୍ଷେତ୍ରୀୟ ରାଜନୀତିରେ ପ୍ରାର୍ଥତ୍ତ୍ୱକୁ ବିଳମ୍ବିତ କରିଛି। ଶାସକ ଦଳର ପୂର୍ବତନ ବିଧାୟକ ଶଶିଭୂଷଣ ବେହେରା, ପୂର୍ବତନ ବିଧାୟିକା ଡ. ସିପ୍ରା ମଲ୍ଲିକ, ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇ ପୁନର୍ବାର ଟିକେଟ ଆଶାୟୀ ଅଛନ୍ତି। ସେହିପରି ଜିଲା ଯୁବବିଜେଡି ସଭାପତି ରାଜେଶ ଦାସ, ଜିଲା ପରିଷଦ ଅଧ୍ୟକ୍ଷା ଗୀତାଞ୍ଜଳି ସେଠୀ, ଇଂ. ମୁରଲୀଧର ସେଠୀ, ଦୁଷ୍ମନ୍ତ ମଲ୍ଲିକ ପ୍ରମୁଖ ଏହି ରେସ୍‌ରେ ରହିଛନ୍ତି। ତେବେ ନିକଟରେ କଂଗ୍ରେସର ବରିଷ୍ଠ ନେତା ଗଣେଶ୍ୱର ବେହେରା ଦଳ ବଦଳ କରି ବିଜେଡିରେ ଯୋଗଦେବା ପରେ ବିଜେଡିର ଆଶାୟୀ ପ୍ରାର୍ଥୀଙ୍କ ଆଶା ଧୀରେ ଧୀରେ ମିଳାଇ ଯାଇଛି। ଶାସକ ଦଳରୁ ଗଣେଶ୍ୱରଙ୍କୁ ବିଧାୟକ ପ୍ରାର୍ଥୀ ନ କରିବା ଦାବିରେ ଦଳୀୟ ଆଶାୟୀ ପ୍ରାର୍ଥୀ ଏକାଠି ହୋଇ ସଭାପତି ନବୀନ ପଟ୍ଟନାୟକଙ୍କୁ ସ୍ମାରକପତ୍ର ଦେଇଛନ୍ତି। ବିଜେଡି ଏଠାରେ ଗଣେଶ୍ୱରଙ୍କୁ ପ୍ରାର୍ଥୀ ଭାବେ ଟିକେଟ ଦେଲେ ବିଜେଡିରୁ ଏକ ବଡ ଅଂଶ ଭାଜପା ଓ କଂଗ୍ରେସ ଆଡକୁ ମୁହଁାଇବ ବୋଲି ସଜବାଜ ଚାଲିଛି। ଏଥିପାଇଁ ଭାଜପାର ସୁନାକର ବେହେରା, କଳ୍ପନା ମଲ୍ଲିକ ପ୍ରମୁଖ ଆଶାୟୀ ପ୍ରାର୍ଥୀ ଥିଲେ ମଧ୍ୟ ନାମ ଘୋଷଣା ହୋଇପାରୁନାହିଁ। ଅପରପକ୍ଷରେ ଗଣେଶ୍ୱରଙ୍କ ଦଳ ବଦଳ ପରେ କଂଗ୍ରେସ ସଙ୍ଗଠନ ଏହି ବିଧାନସଭା କ୍ଷେତ୍ରରେ ଦୁର୍ବଳ ହୋଇଛି। ଫଳରେ ଏହି ରାଜନୈତିକ ଦଳ ଶେଷ ମୁହୂର୍ତ୍ତରେ ପ୍ରାର୍ଥୀ ଘୋଷଣା କରିବ ବୋଲି ଆକଳନ କରାଯାଉଛି। ଅପରପକ୍ଷରେ ଭାଜପା ପକ୍ଷରୁ ଆଳିରୁ କୃଷ୍ଣଚନ୍ଦ୍ର ପଣ୍ଡା, ରାଜନଗରରୁ ଲଳିତ ବେହେରା, ମହାକାଳପଡ଼ାରୁ ଦୁର୍ଗା ପ୍ରସନ୍ନ ନାୟକ, ପାଟକୁରାରୁ ତେଜେଶ୍ୱର ପରିଡା ନବାଗତ ପ୍ରାର୍ଥୀ ହୋଇଛନ୍ତି। ସେହିପରି କଂଗ୍ରେସର ପାଟକୁରାରୁ ରତିକାନ୍ତ କାନୁନ୍‌ଗୋ, ଆଳିରୁ ଡ. ଦେବସ୍ମିତା ଶର୍ମା ପ୍ରଥମଥର ପାଇଁ ସାଧାରଣ ନିର୍ବାଚନରେ ଅଂଶ ଗ୍ରହଣ କରିବେ। ଏମାନଙ୍କ ବିରୋଧରେ ପୁରୁଖା ନେତା ଥିବାରୁ ନିର୍ବାଚନ ଏକ ରୋଚକ ମୋଡ ନେବ ବୋଲି ବିଶ୍ଳେଷକମାନେ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଭୀର ଅବପାତ: ଗଞ୍ଜାମରେ ପ୍ରଶାସନର ହାଇ-ଆଲର୍ଟ, ୨୧୬ ଜଣ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର

ଛତ୍ରପୁର, ୨୨।୯(ଦିଲ୍ଲୀପ ସାମଲ): ସମ୍ଭାବ୍ୟ ଗଭୀର ଅବପାତ ଓ ପ୍ରବଳ ବର୍ଷା ଜନିତ ବିପର୍ଯ୍ୟୟର ମୁକାବିଲା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ…

‘ଧରିତ୍ରୀ’ରେ ଖବର ପ୍ରସାରଣର ବଡ଼ ପ୍ରଭାବ: ଥୁଆମୂଳ ରାମପୁରରେ ଅଟକିଲା ବେଆଇନ ଦାଦନ ବସ୍, ୧୭ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଫାଇନ୍

ଥୁଆମୂଳ ରାମପୁର, ୨୨।୯(ଦୁର୍ଗା କୀର୍ତ୍ତି): ‘ଧରିତ୍ରୀ’ରେ ବେଆଇନ ଦାଦନ ଶ୍ରମିକ ଚାଲାଣ ସମ୍ପର୍କିତ ବିଶେଷ ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ କଳ ତତ୍ପର ହୋଇଉଠିଛି। ଜିଲା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

ପୋଷଣ ସହ ବଢ଼ିବ ମନୋବଳ: ଗୁଡ଼ାରିରେ ଯକ୍ଷ୍ମା ଆକ୍ରାନ୍ତଙ୍କୁ ପୋଷଣ ଖାଦ୍ୟ ବାସ୍କେଟ ବଣ୍ଟନ, ଏମ୍‌ସିଏଲ୍‌ର ପ୍ରଶଂସନୀୟ…

ଗୁଡ଼ାରି, ୨୨।୯(ପ୍ରମୋଦ କୁମାର ପତି): ‘ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ’ ଅନ୍ତର୍ଗତ ରାୟଗଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଗୁଡ଼ାରି ବ୍ଲକରେ ଚିହ୍ନଟ ହୋଇଥିବା ୫୧…

ହାଟଡିହୀର ଦୀପ୍ତିମୟୀଙ୍କୁ ବଡ଼ ଦାୟିତ୍ୱ: କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି; ଛୁଟୁଛି ଶୁଭେଚ୍ଛାର…

ହାଟଡିହୀ,୨୨।୯(ଶୁଭକାନ୍ତ ନାୟକ): ଭାରତୀୟ ଜନତା ପାର୍ଟିର କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି ଭାବେ ହାଟଡିହୀ ବ୍ଲକ ବଞ୍ଚୋ ଗ୍ରାମର ଦୀପ୍ତିମୟୀ ଖୁଣ୍ଟିଆଙ୍କୁ ମନୋନୀତ କରାଯାଇଛି। ଭାଜପା…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

ଆଉ ନାହାନ୍ତି ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ଡ. ଗୋପବନ୍ଧୁ ବେହେରା: କଳାହାଣ୍ଡିରେ ଶୋକର ଛାୟା

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଜଣେ ଅଗ୍ରଣୀ ଶିକ୍ଷାବିତ୍, ଆଦର୍ଶ ମାର୍ଗଦର୍ଶକ ତଥା ବିଶିଷ୍ଟ ରସାୟନ ବିଜ୍ଞାନ ପ୍ରଫେସର ଡକ୍ଟର ଗୋପବନ୍ଧୁ ବେହେରାଙ୍କର ୮୭…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?