Posted inଜାତୀୟ

କେଜରିଓ୍ବାଲଙ୍କ ନୂଆ ମିଶନ ଦେଶଭର ମେଁ ଯାଉଙ୍ଗା, ୨୦୨୪କୁ ଲକ୍ଷ୍ୟ…

ନୂଆଦିଲ୍ଲୀ, ୧୭।୮ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି (ଏଏପି) ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ ବୁଧବାର ମେକ ଇଣ୍ଡିଆ ନମ୍ବର ୱାନ ମିଶନ ଘୋଷଣା କରିଛନ୍ତି। ପ୍ରତ୍ୟେକ ଯୁବବର୍ଗଙ୍କୁ ଭଲ ଶିକ୍ଷା, ଚିକିତ୍ସା ଏବଂ ରୋଜଗାର ବିଷୟରେ ସେ କହିଛନ୍ତି ଯେ ଭାରତ ପୁଣି ଥରେ ବିଶ୍ୱରେ ଏକ ନମ୍ବର ହୋଇପାରିବ। କେଜ୍ରିୱାଲ ୧୩୦ କୋଟି ଲୋକଙ୍କୁ ସହ ଯୋଡ଼ି ହେବା ବିଷୟରେ କହିଛନ୍ତି।

ଯଦିଓ ଏଏପି ସଂଯୋଜକ ଏହାକୁ ଏକ ରାଷ୍ଟ୍ର ମିଶନ ବୋଲି କହିଛନ୍ତି ଏବଂ ଏହା କୌଣସି ଦଳ ସହ ଜଡିତ କାର୍ଯ୍ୟକ୍ରମ ନୁହେଁ। କିନ୍ତୁ ତାଙ୍କ ଘୋଷଣାର ରାଜନୈତିକ ପ୍ରଭାବ ରହିଥିବା ନେଇ ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। କେଜରିଓ୍ବାଲଙ୍କ ଏହି ମିଶନ ମାଧ୍ୟମରେ ଦଳ ୨୦୨୪ ଲୋକସଭା ନିର୍ବାଚନରେ ଦଳର ଦାବିକୁ ଦୃଢ଼ କରିପାରିବ ବୋଲି କୁହାଯାଉଛି। ଏହି ସମୟ ମଧ୍ୟରେ କେଜରିଓ୍ବାଲ ଏଭଳି ଅନେକ ସୂଚନା ଦେଇଥିଲେ, ଯାହାକୁ ନେଇ କୁହାଯାଉଛି ଯେ ସେ ଜାତୀୟ ସ୍ତରରେ ନିଜର ଭୂମିକା ଗଢ଼଼ିବା ଆରମ୍ଭ କରିଛନ୍ତି।

କେଜରିଓ୍ବାଲ କହିଛନ୍ତି ଯେ ସେ ଦେଶର ୧୩୦ କୋଟି ଲୋକଙ୍କୁ ଭେଟିବେ। ଏହି ମିଶନ ସହିତ ଦେଶବାସୀଙ୍କୁ ସଂଯୋଗ କରିବା ବିଷୟରେ ସେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ମୁଁ ସମଗ୍ର ଦେଶକୁ ଯିବି, ଦେଶର ପ୍ରତ୍ୟେକ କୋଣକୁ ଯିବି । ଲୋକଙ୍କ ମିଳିତ ମଞ୍ଚ ଗଠନ କରିବି ଏବଂ ସେମାନଙ୍କୁ ଏହି ମିଶନ ସହିତ ଯୋଡିବି। ପ୍ରସ୍ତୁତିରେ ବ୍ୟସ୍ତ ଅରବିନ୍ଦ କେଜ୍ରିୱାଲ ଖୁବ ଶୀଘ୍ର ଏହାକୁ ବିସ୍ତାର କରିବାକୁ ଚେଷ୍ଟା କରିବେ। ଏଥିସହ ସେ ଦର୍ଶାଇଛନ୍ତି ଯେ ନିକଟରେ ଏଏପି ସଂଯୋଜକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିର୍ବାଚନ ହେବାକୁ ଥିବା ନଅ ରାଜ୍ୟରେ ଆସନ୍ତା ୨୪ ମାସ ମଧ୍ୟରେ ସଂଗଠନକୁ ମଜବୁତ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିମଧ୍ୟରେ ରାଜସ୍ଥାନ, ମଧ୍ୟପ୍ରଦେଶ, କେରଳ ଆଦି ରାଜ୍ୟ ରହିଛି।

ଏହି ମିଶନରେ ସେ ୫ ଟି କାର୍ଯ୍ୟ ଦେଇଛନ୍ତି, ଯାହା ମାଧ୍ୟମରେ ଦେଶକୁ ବିଶ୍ୱରେ ଏକ ନମ୍ବର କରିବା ପାଇଁ କୁହାଯାଇଛି। ଏଥିରେ, ଶିକ୍ଷା, ଚିକିତ୍ସା ଏବଂ ରୋଜଗାର ମାଧ୍ୟମରେ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କୁ ଏକାଠି କରିବାକୁ ଚେଷ୍ଟା କରାଯାଇଛି। ଚାଷୀଙ୍କ ପାଇଁ ଫସଲର ସଠିକ ମୂଲ୍ୟ ପାଇବା ବିଷୟରେ କୁହାଯାଇଛି।

ଜଣେ ଦେଶପ୍ରେମୀ ଏବଂ ଦେଶକୁ ଏକ ନମ୍ବର କରିବାକୁ ଚାହୁଁଥିବା ପ୍ରତ୍ୟେକ ବ୍ୟକ୍ତି ଏହି ମିଶନରେ ଯୋଗଦେବା ଉଚିତ ବୋଲି ସେ କହିଛନ୍ତି। ସେ କହିଛନ୍ତି, ମୁଁ ଦେଶର ୧୩୦ କୋଟି ଲୋକଙ୍କୁ ଏହି ରାଷ୍ଟ୍ର ମିଶନରେ ଯୋଗଦେବାକୁ ନିବେଦନ କରୁଛି। ଯେଉଁ ଦିନ ୧୩୦ କୋଟି ଲୋକ ଯୋଗ ଦେବେ ସେହି ଦିନ ଭାରତକୁ ବିଶ୍ୱର ଏକ ନମ୍ବର ଦେଶ ହେବାକୁ କେହି ରୋକି ପାରିବେ ନାହିଁ।

ଯଦିଓ କେଜରିୱାଲ ତଥା ତାଙ୍କ ଦଳ ୨୦୨୪ ଲୋକସଭା ନିର୍ବାଚନ ସମ୍ପର୍କରେ ନୀରବ ରହିଛନ୍ତି। କିନ୍ତୁ ବିଶେଷଜ୍ଞମାନେ କହିଛନ୍ତି ଯେ ଆସନ୍ତା ଲୋକ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଦଳ ଅନେକ ପ୍ରସ୍ତୁତି କରୁଛି। ଦିଲ୍ଲୀ ଏବଂ ପଞ୍ଜାବରେ କ୍ଷମତାକୁ ଆସିବା ପରେ ଏବେ ସେ ଅନ୍ୟ ରାଜ୍ୟକୁ ଦୃଷ୍ଟି ପକାଇଛନ୍ତି। ଯଦି ଆସନ୍ତା ଦୁଇ ବର୍ଷ ମଧ୍ୟରେ ଗୁଜରାଟ, ହିମାଚଳ ପ୍ରଦେଶ ଏବଂ ଅନ୍ୟାନ୍ୟ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରେ, ତେବେ ବିରୋଧୀ ଶିବିରରେ ତାଙ୍କର ସ୍ଥିତି ସୁଦୃଢ଼ ହୋଇ ପାରିବ। ବର୍ତ୍ତମାନ ସେ ଏକମାତ୍ର ଅଣ କଂଗ୍ରେସ ଏବଂ ଅଣ-ଭାଜପା ଦଳର ମୁଖ୍ୟ। ଯାହାର ଏକରୁ ଅଧିକ ରାଜ୍ୟରେ ସରକାର ଅଛି। ଏହି ପରିପ୍ରେକ୍ଷୀରେ ସେ ମମତା ବାନାର୍ଜୀ କିମ୍ବା ନୀତୀଶ କୁମାରଙ୍କ ପରି ସମ୍ଭାବ୍ୟ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ଆଗରେ ଅଛନ୍ତି ବୋଲି ରାଜନୈତିକ ସମୀକ୍ଷକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅରୁଣାଚଳ-ଚାଇନା ସୀମାରେ ପ୍ରବଳ ବର୍ଷା, ଭୂସ୍ଖଳନରେ ଧୋଇଗଲା ରାଜପଥ

ଇଟାନଗର,୨୫ା୪: ଦେଶର ଅଧିକାଂଶ ଅଞ୍ଚଳରେ ପ୍ରବଳ ଖରାଗରମ ହେଉଥିବା ବେଳେ ଅରୁଣାଚଳ ପ୍ରଦେଶରେ ପ୍ରବଳ ବର୍ଷା ହୋଇଛି। ଚାଇନା ସୀମାନ୍ତ ଅରୁଣାଚଳ ପ୍ରଦେଶରେ ଲଗାତର ବର୍ଷା...

କ୍ରାସ୍‌ ହେଲା ବାୟୁସେନା ବିମାନ: ଉଡିଗଲା ପଙ୍ଖା

ନୂଆଦିଲ୍ଲୀ,୨୫।୪: ରାଜସ୍ଥାନର ଜୈସଲମେର ନିକଟରେ ବିମାନ ଉଡ଼ାଣ ସମୟରେ ଏକ ଭାରତୀୟ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୌଭାଗ୍ୟର ବିଷୟ ହେଉଛି ଏହି ଦୁର୍ଘଟଣାରେ ଜୀବନହାନୀ...

ଭୋଟ ଦେଇଥିବା ପ୍ରମାଣ କଲେ ରେଷ୍ଟୁରାଣ୍ଟରେ ମିଳିବ ଡିସକାଉଣ୍ଟ, ଫ୍ରିରେ ମିଳିବ ବିଅର

ନୂଆଦିଲ୍ଲୀ,୨୫।୪: ଆରମ୍ଭ ହୋଇଯାଇଛି ଗଣତନ୍ତ୍ରର ମହାପର୍ବ ନିର୍ବାଚନ। ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ମତଦାନ ସରିଥିବାବେଳେ ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି। ତେବେ...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ପ୍ରଧାନମନ୍ତ୍ରୀ ମୋଦି

ଭୋପାଳ,୨୫।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋରେନାରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଥିଲେ। ଏହି ସମୟରେ ସେ...

କାହିଁକି କେଜ୍‌ରିୱାଲଙ୍କୁ କରାଗଲା ଗିରଫ: ସୁପ୍ରିମକୋର୍ଟରେ କହିଲା ଇଡି

ନୂଆଦିଲ୍ଲୀ,୨୫।୪: ଦିଲ୍ଲୀ ସିଏମ ଅରବିନ୍ଦ କେଜ୍‌ରିୱାଲଙ୍କ ଆବେଦନକୁ ବିରୋଧ କରି ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ସୁପ୍ରିମକୋର୍ଟରେ ଏକ ଆଫିଡେଭିଟ ଦାଖଲ କରିଛି। ଦାଖଲ ହୋଇଥିବା ଆଫିଡେଭଟ୍‌ରେ...

ମୋଦିଙ୍କୁ ନିର୍ବାଚନ କମିଶନରଙ୍କ ପକ୍ଷରୁ କ୍ଲିନଚିଟ୍‌, ହିନ୍ଦୁ ଦେବୀଦେବତାଙ୍କ ନାମରେ ମାଗି ନାହାନ୍ତି ଭୋଟ୍‌

ନୂଆଦିଲ୍ଲୀ,୨୫।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିର୍ବାଚନ କମିଶନରଙ୍କ ଦ୍ୱାରା କ୍ଲିନଚିଟ୍‌। ମୋଦିଙ୍କ ନାମରେ ହିନ୍ଦୁ ଦେବୀଦେବତାଙ୍କ ନାଁରେ ଭୋଟ ମାଗୁଥିବା ଅଭିଯୋଗ ହୋଇଥିଲା। ଯାହାକୁ ଗୁରୁବାର...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ଯେବେ ମମତା ରାଗିଯାଇ ବାଜପେୟୀଙ୍କ ଟେବୁଲ ଉପରେ ରଖିଥିଲେ ମଣିଷ ଖପୁରୀ, କାରଣ ଜାଣିଲେ ତାଜୁବ ହେବେ

ନୂଆଦିଲ୍ଲୀ,୨୫।୪: ରାଜନୀତିର ଚର୍ଚ୍ଚିତ ଚେହେରା ମମତା ବାନାର୍ଜୀ। ଯିଏ ଭାରତୀୟ ରାଜନୀତିର ନିଜ ରାଗ ଓ ଜିଦ ପାଇଁ ମଧ୍ୟ ଜଣାଶୁଣା। ଯଦି ଦିଦି କିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri