Posted inଜାତୀୟ

କେଜରିଓ୍ବାଲଙ୍କ ନୂଆ ମିଶନ ଦେଶଭର ମେଁ ଯାଉଙ୍ଗା, ୨୦୨୪କୁ ଲକ୍ଷ୍ୟ…

ନୂଆଦିଲ୍ଲୀ, ୧୭।୮ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି (ଏଏପି) ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ ବୁଧବାର ମେକ ଇଣ୍ଡିଆ ନମ୍ବର ୱାନ ମିଶନ ଘୋଷଣା କରିଛନ୍ତି। ପ୍ରତ୍ୟେକ ଯୁବବର୍ଗଙ୍କୁ ଭଲ ଶିକ୍ଷା, ଚିକିତ୍ସା ଏବଂ ରୋଜଗାର ବିଷୟରେ ସେ କହିଛନ୍ତି ଯେ ଭାରତ ପୁଣି ଥରେ ବିଶ୍ୱରେ ଏକ ନମ୍ବର ହୋଇପାରିବ। କେଜ୍ରିୱାଲ ୧୩୦ କୋଟି ଲୋକଙ୍କୁ ସହ ଯୋଡ଼ି ହେବା ବିଷୟରେ କହିଛନ୍ତି।

ଯଦିଓ ଏଏପି ସଂଯୋଜକ ଏହାକୁ ଏକ ରାଷ୍ଟ୍ର ମିଶନ ବୋଲି କହିଛନ୍ତି ଏବଂ ଏହା କୌଣସି ଦଳ ସହ ଜଡିତ କାର୍ଯ୍ୟକ୍ରମ ନୁହେଁ। କିନ୍ତୁ ତାଙ୍କ ଘୋଷଣାର ରାଜନୈତିକ ପ୍ରଭାବ ରହିଥିବା ନେଇ ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। କେଜରିଓ୍ବାଲଙ୍କ ଏହି ମିଶନ ମାଧ୍ୟମରେ ଦଳ ୨୦୨୪ ଲୋକସଭା ନିର୍ବାଚନରେ ଦଳର ଦାବିକୁ ଦୃଢ଼ କରିପାରିବ ବୋଲି କୁହାଯାଉଛି। ଏହି ସମୟ ମଧ୍ୟରେ କେଜରିଓ୍ବାଲ ଏଭଳି ଅନେକ ସୂଚନା ଦେଇଥିଲେ, ଯାହାକୁ ନେଇ କୁହାଯାଉଛି ଯେ ସେ ଜାତୀୟ ସ୍ତରରେ ନିଜର ଭୂମିକା ଗଢ଼଼ିବା ଆରମ୍ଭ କରିଛନ୍ତି।

କେଜରିଓ୍ବାଲ କହିଛନ୍ତି ଯେ ସେ ଦେଶର ୧୩୦ କୋଟି ଲୋକଙ୍କୁ ଭେଟିବେ। ଏହି ମିଶନ ସହିତ ଦେଶବାସୀଙ୍କୁ ସଂଯୋଗ କରିବା ବିଷୟରେ ସେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ମୁଁ ସମଗ୍ର ଦେଶକୁ ଯିବି, ଦେଶର ପ୍ରତ୍ୟେକ କୋଣକୁ ଯିବି । ଲୋକଙ୍କ ମିଳିତ ମଞ୍ଚ ଗଠନ କରିବି ଏବଂ ସେମାନଙ୍କୁ ଏହି ମିଶନ ସହିତ ଯୋଡିବି। ପ୍ରସ୍ତୁତିରେ ବ୍ୟସ୍ତ ଅରବିନ୍ଦ କେଜ୍ରିୱାଲ ଖୁବ ଶୀଘ୍ର ଏହାକୁ ବିସ୍ତାର କରିବାକୁ ଚେଷ୍ଟା କରିବେ। ଏଥିସହ ସେ ଦର୍ଶାଇଛନ୍ତି ଯେ ନିକଟରେ ଏଏପି ସଂଯୋଜକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିର୍ବାଚନ ହେବାକୁ ଥିବା ନଅ ରାଜ୍ୟରେ ଆସନ୍ତା ୨୪ ମାସ ମଧ୍ୟରେ ସଂଗଠନକୁ ମଜବୁତ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିମଧ୍ୟରେ ରାଜସ୍ଥାନ, ମଧ୍ୟପ୍ରଦେଶ, କେରଳ ଆଦି ରାଜ୍ୟ ରହିଛି।

ଏହି ମିଶନରେ ସେ ୫ ଟି କାର୍ଯ୍ୟ ଦେଇଛନ୍ତି, ଯାହା ମାଧ୍ୟମରେ ଦେଶକୁ ବିଶ୍ୱରେ ଏକ ନମ୍ବର କରିବା ପାଇଁ କୁହାଯାଇଛି। ଏଥିରେ, ଶିକ୍ଷା, ଚିକିତ୍ସା ଏବଂ ରୋଜଗାର ମାଧ୍ୟମରେ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କୁ ଏକାଠି କରିବାକୁ ଚେଷ୍ଟା କରାଯାଇଛି। ଚାଷୀଙ୍କ ପାଇଁ ଫସଲର ସଠିକ ମୂଲ୍ୟ ପାଇବା ବିଷୟରେ କୁହାଯାଇଛି।

ଜଣେ ଦେଶପ୍ରେମୀ ଏବଂ ଦେଶକୁ ଏକ ନମ୍ବର କରିବାକୁ ଚାହୁଁଥିବା ପ୍ରତ୍ୟେକ ବ୍ୟକ୍ତି ଏହି ମିଶନରେ ଯୋଗଦେବା ଉଚିତ ବୋଲି ସେ କହିଛନ୍ତି। ସେ କହିଛନ୍ତି, ମୁଁ ଦେଶର ୧୩୦ କୋଟି ଲୋକଙ୍କୁ ଏହି ରାଷ୍ଟ୍ର ମିଶନରେ ଯୋଗଦେବାକୁ ନିବେଦନ କରୁଛି। ଯେଉଁ ଦିନ ୧୩୦ କୋଟି ଲୋକ ଯୋଗ ଦେବେ ସେହି ଦିନ ଭାରତକୁ ବିଶ୍ୱର ଏକ ନମ୍ବର ଦେଶ ହେବାକୁ କେହି ରୋକି ପାରିବେ ନାହିଁ।

ଯଦିଓ କେଜରିୱାଲ ତଥା ତାଙ୍କ ଦଳ ୨୦୨୪ ଲୋକସଭା ନିର୍ବାଚନ ସମ୍ପର୍କରେ ନୀରବ ରହିଛନ୍ତି। କିନ୍ତୁ ବିଶେଷଜ୍ଞମାନେ କହିଛନ୍ତି ଯେ ଆସନ୍ତା ଲୋକ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଦଳ ଅନେକ ପ୍ରସ୍ତୁତି କରୁଛି। ଦିଲ୍ଲୀ ଏବଂ ପଞ୍ଜାବରେ କ୍ଷମତାକୁ ଆସିବା ପରେ ଏବେ ସେ ଅନ୍ୟ ରାଜ୍ୟକୁ ଦୃଷ୍ଟି ପକାଇଛନ୍ତି। ଯଦି ଆସନ୍ତା ଦୁଇ ବର୍ଷ ମଧ୍ୟରେ ଗୁଜରାଟ, ହିମାଚଳ ପ୍ରଦେଶ ଏବଂ ଅନ୍ୟାନ୍ୟ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରେ, ତେବେ ବିରୋଧୀ ଶିବିରରେ ତାଙ୍କର ସ୍ଥିତି ସୁଦୃଢ଼ ହୋଇ ପାରିବ। ବର୍ତ୍ତମାନ ସେ ଏକମାତ୍ର ଅଣ କଂଗ୍ରେସ ଏବଂ ଅଣ-ଭାଜପା ଦଳର ମୁଖ୍ୟ। ଯାହାର ଏକରୁ ଅଧିକ ରାଜ୍ୟରେ ସରକାର ଅଛି। ଏହି ପରିପ୍ରେକ୍ଷୀରେ ସେ ମମତା ବାନାର୍ଜୀ କିମ୍ବା ନୀତୀଶ କୁମାରଙ୍କ ପରି ସମ୍ଭାବ୍ୟ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ଆଗରେ ଅଛନ୍ତି ବୋଲି ରାଜନୈତିକ ସମୀକ୍ଷକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପିକଅପ୍ ଧକ୍କାରେ ଶିଶୁଙ୍କ ମୃତ୍ୟୁ; କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ, ଟାୟାର ଜାଳି ଆନ୍ଦୋଳନ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ମେକ୍ସପିକଅପ୍ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁକୁ ନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସଂଧ୍ଯ୍ଯାରେ ଉତ୍ତେଜନା ଦେଖାଦେଇଛି । ଚାଙ୍ଗୁଡ଼ିଆପଦର ସାହିର…

ଗାଡ଼ି ଚାଳକଙ୍କ ପାଇଁ ଆସିଲା କଡ଼ା ନିୟମ, ଏହା ନଥିଲେ ୧ ଅକ୍ଟୋବରଠୁ ମିଳିବନି ପେଟ୍ରୋଲ-ଡିଜେଲ

ନୂଆଦିଲ୍ଲୀ,୨୭।୯: ଦିଲ୍ଲୀ-NCRରେ ବଢ଼ୁଥିବା ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବାକୁ ପ୍ରଶାସନ ଓ ପରିବହନ ବିଭାଗ ପକ୍ଷରୁ ଅକ୍ଟୋବର ୧ରୁ କଡ଼ା ନିୟମ ଲାଗୁ କରାଯିବାକୁ ଯାଉଛି ।…

‘ବହୁତ କଥା ହେଉଛୁ ତୁ…’: କ୍ୟାମେରା ଆଗରେ ନିୟନ୍ତ୍ରଣ ହରାଇଲେ ରଣବୀର! କାହାକୁ ଏମିତି କହିଲେ ଜାଣନ୍ତୁ

ମୁମ୍ବାଇ,୨୭।୯: ବଲିଉଡ୍‌ ଅଭିନେତା ରଣବୀର କପୁର, ଆଲିଆ ଭଟ୍ଟ ଓ ବିକି କୌଶଲ୍‌ ଖୁବଶୀଘ୍ର ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନ୍‌ସାଲୀଙ୍କ ଫିଲ୍ମ ‘ଲଭ୍‌ ଆଣ୍ଡ ୱାର୍‌’ରେ ଏକାଠି…

ମାଛ ଡବାରେ ହେଉଥିଲା ଗଞ୍ଜେଇ ଚାଲାଣ; ମାଡିବସିଲା କଳାହାଣ୍ଡି ଅବକାରୀ ବିଭାଗ, ୨୫ ବସ୍ତା ଜବତ

ଭବାନୀପାଟଣା,୨୭।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଗଞ୍ଜେଇ ମାଫିଆମାନେ ବିଭିନ୍ନ ସମୟରେ ଅଭିନବ ଉପାୟରେ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ କରୁଥିବା ନଜିର ରହିଛି । ରବିବାର…

ଆସନ୍ତାକାଲିଠାରୁ ୩ ଦିନ ବ୍ୟାଙ୍କ ହଡ଼ତାଳ: ଚାଲିବନି UPI , ATM? ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୨୭।୯: ୨୮ ସେପ୍ଟେମ୍ବରରୁ ୩୦ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ୩ ଦିନ ପାଇଁ ଦେଶବ୍ୟାପୀ ବ୍ୟାଙ୍କ ହଡ଼ତାଳ ହେବାକୁ ଯାଉଛି। ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିୟନ୍ସ…

‘ଜ୍ଞାନେଶ କୁମାରଙ୍କ ତଣ୍ଟି କାଟିଦେବି’: ବିବାଦୀୟ ବୟାନକୁ ନେଇ ରାଜନୀତିରେ ଚହଳ , ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୭।୯: ଭାରତୀୟ ନିର୍ବାଚନ ଆୟୋଗ (ECI)କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଦେଶର ରାଜନୀତି ସରଗରମ ରହିଛି। ଏହାରି ମଧ୍ୟରେ ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ…

ନାଇରା ଛକ ନିକଟରେ ଦବିଲା ହାଇଓ୍ବା, ଯାତାୟାତ ବାଧାପ୍ରାପ୍ତ

ଗୁଡାରି,୨୭।୯(ପ୍ରମୋଦ କୁମାର ପତି ): ନାଇରା-ଗୁଡାରି ରାସ୍ତାର ନାଇରା ଛକ ନିକଟରେ ଏକ ହାଇୱା ଦବି ଯିବା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ରାସ୍ତା ଖରାପ…

ହିମନ୍ତ ବିଶ୍ୱ ଶର୍ମାଙ୍କୁ ଅଲ୍ଟିମେଟମ ଦେଲେ ଅଭିଜିତ, ଏମିତି ନ କଲେ ଆସାମରେ ହେବ…

ନୂଆଦିଲ୍ଲୀ,୨୭।୯: ଗୁଆହାଟୀରେ କକ୍ରୋଚ ଜନତା ପାର୍ଟି (CJP)ର ସହ-ସଂସ୍ଥାପକ ଆଶୁତୋଷ ରାଙ୍କାଙ୍କ ସମେତ ଅନ୍ୟ କିଛି କର୍ମୀଙ୍କୁ ଆସାମ ପୋଲିସ ଅଟକ ରଖିବା ପରେ CJP ସଂସ୍ଥାପକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?