ସ୍ବାମୀଙ୍କୁ ଶିକୁଳିରେ ବାନ୍ଧି ରଖ: ପ୍ରକୃତି

ଭୁବନେଶ୍ୱର,୨୪।୭(ବ୍ୟୁରୋ): ଓଲିଉଡ୍‌ ଅଭିନେତା ବାବୁସାନ ମହାନ୍ତି ଏବଂ ପ୍ରକୃତି ମିଶ୍ରଙ୍କ ବିବାଦ ଥମିବାର ନାଁ ଧରୁନି। ଉଭୟ ପରିବାରର ଜଣଙ୍କ ପରେ ଜଣେ ସଦସ୍ୟ ଏନେଇ ପ୍ରତିକ୍ରିୟା ରଖୁଛନ୍ତି। ତେବେ ପ୍ରକୃତି ଏହି ଘଟଣାକୁ ନେଇ ମୁହଁ ଖୋଲିଛନ୍ତି। ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରି କାଲି ତାଙ୍କ ସହ ଘଟିଥିବା ଘଟଣାକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, କାଲି ମୋ ସହ ଯାହା ଘଟିଲା ତାହା ଲଜ୍ଜାଜନକ। ମୁଁ ସାହାଯ୍ୟ ମାଗୁଥିଲି କିନ୍ତୁ ଲୋକେ ସେଲଫି ଉଠାଉଥିଲେ। ଆମେ କିଭଳି ସମାଜରେ ରହୁଛେ ଭାବିଲା ବେଳକୁ ଆଶ୍ଚର୍ଯ୍ୟ ଲାଗୁଛି। ମୋତେ ରିଲ ଲାଇଫ ହିରୋଇନରୁ ରିଅଲ ଲାଇଫ ହିରୋଇନ କରିଦେଲେ। ଘରଭଙ୍ଗା ବୋଲି ମୋତେ କହୁଛନ୍ତି। ହେଲେ କେହି କାହାଘର ଭାଙ୍ଗିପାରେନା। ଏହା ପୂର୍ବରୁ ଭାଙ୍ଗିଯାଇଛି। ଯଦି ବାବୁସାନ କାମ କରିବା ଭଲ ଲାଗୁନି ତେବେ ତାଙ୍କ ବେକରେ ଶିକୁଳି ବାନ୍ଧି ଘରେ ରଖିଦିଅ। ବାହାରକୁ କାଇଁ ଛାଡୁଛ। ଜଣେ ଝିଅକୁ ଟଣାଓଟରା କରି ଅପମାନିତ କରି କଣ ଲାଭ ମିଳିଲା । ମୁଁ କେବେ ଭାଙ୍ଗିପଡିବିନି, ଆଗକୁ ବଢି ଚାଲିଯିବି। ମୁଁ ଆଗକୁ ଆହୁରି ଭଲ କରିବି। ନାଁ କମାଇବି। ମୋତେ ସର୍ବସାଧାରଣରେ ଆକ୍ରମଣ କରିଥିବାରୁ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ। ଯେତେ ଭାଙ୍ଗିକି ପକେଇଲେ ବି ମୁଁ ଯୋଡି ହେଇ ଆଗକୁ ଯିବି । କେହି ମୋତେ ରୋକିପାରିବେ ନାହିଁ । ଜୟ ଜଗନ୍ନାଥ ।
ସୂଚନାଯୋଗ୍ୟ, ଶନିବାର ବାବୁସାନଙ୍କ ସ୍ତ୍ରୀ ତୃପ୍ତି ବାବୁସାନ ଏବଂ ତାଙ୍କ କଥିତ ବାନ୍ଧବୀ ପ୍ରକୃତି ମିଶ୍ରଙ୍କୁ ଏକାସାଙ୍ଗରେ ଗାଡିରେ ଯାଉଥିବା ବେଳେ ଅଟକାଇଥିଲେ। ସେ ପ୍ରକୃତିଙ୍କ ଉପରକୁ ସର୍ବସାଧାରଣରେ ଆକ୍ରମଣ ମଧ୍ୟ କରିଥିଲେ। ଏହି ସମୟର ଏକ ଭିଡିଓ ଭାଇରାଲ ହୋଇଥିଲା। ଏହାପରେ ପ୍ରକୃତିଙ୍କ ବାପା-ମା’ ଖାରବେଳନଗର ଥାନାରେ ତୃପ୍ତିଙ୍କ ବିରୋଧରେ ଅଭିଯୋଗ କରିଥିଲେ। ସେହିପରି ତୃପ୍ତି ମଧ୍ୟ ଶାଶୁ ଅପରାଜିତା ମହାନ୍ତିଙ୍କ ସହ ଥାନାରେ ପ୍ରକୃତିଙ୍କ ବିରୋଧରେ ପାଲଟା ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଝାରସୁଗୁଡ଼ା ଉପନିର୍ବାଚନ: ସବୁ ବୁଥ୍‌ରେ ହେବ ଓ୍ବେବ୍‌କାଷ୍ଟିଂ

ଭୁବନେଶ୍ୱର,୬ା୫(ବ୍ୟୁରୋ): ଝାରସୁଗୁଡ଼ା ଉପନିର୍ବାଚନକୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ ଏକ ବିଶେଷ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଓଡ଼ିଶାରେ ପ୍ରଥମଥର ପାଇଁ...

ଟ୍ରକ୍‌-ଯାତ୍ରୀବାହୀ ବସ୍‌ ମୁହାଁମୁହିଁ, ୩ ଗୁରୁତର

ବୌଦ୍ଧ,୧୯ା୮(ସ୍ବ.ପ୍ର.): ବୌଦ୍ଧ ଜିଲା ରାଧାନଗର ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଯାତ୍ରୀବାହୀ ବସ୍‌ ସହ ଟ୍ରକ ମୁହାଁ ମୁହିଁ ଧକ୍କା ହେବାରୁ ଟ୍ରକ ଡ୍ରାଇଭରଙ୍କ...

ଘରେ ପଶି ନାବାଳିକାଙ୍କୁ ବଳାତ୍କାର

ବୁଗୁଡ଼ା,୨୫ା୬: ଗଞ୍ଜାମ ଜିଲା ବୁଗୁଡ଼ା ଥାନା ଅଞ୍ଚଳରେ ଗୁରୁବାର ଜଣେ ୧୫ ବର୍ଷିୟା ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ଏତଲା କ୍ରମେ ପୋଲିସ...

୧୩ରେ ବିଜେଡି ବିଧାୟକ ଦଳ ବୈଠକ

ଭୁବନେଶ୍ୱର, ୯।୧୧(ବ୍ୟୁରୋ): ଆସନ୍ତା ୧୩ ତାରିଖରୁ ଷୋଡ଼ଶ ବିଧାନସଭା ଦ୍ୱିତୀୟ ଅଧିବେଶନ ପାଇଁ କାର୍ଯ୍ୟସୂଚୀ ଧାର୍ଯ୍ୟ ହୋଇଛି। ଏହି ପରିପ୍ରେକ୍ଷୀରେ ବିଜୁ ଜନତା ଦଳର ବିଧାୟକ...

କଟକରେ ପୁଣି ବ୍ୟାପିଲା ଜଣ୍ଡିସ

କଟକ ଅଫିସ, ୩୧ା୭: କଟକ ସହରରେ ପୁଣି ଜଣ୍ଡିସ ବ୍ୟାପିଛି। ୨୫ନମ୍ବର ୱାର୍ଡ ଅଧୀନ ଆଖଡ଼ାଗଳିର ଏ.ଜମାଦଙ୍କ ସମେତ କେଶରପୁର ଅଞ୍ଚଳରେ ଅନେକ ଲୋକ ଜଣ୍ଡିସରେ...

ମେ ଶେଷ ସୁଦ୍ଧା ସରିବ ଆଠଗଡ଼ ବସ୍‌ଷ୍ଟାଣ୍ଡ କାମ

ଭୁବନେଶ୍ୱର,୬ା୫(ବ୍ୟୁରୋ): ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ଦ୍ୱାରା ଆଠଗଡ଼ ବସ୍‌ଷ୍ଟାଣ୍ଡର ନିର୍ମାଣ କାର୍ଯ୍ୟ ମେ ମାସ ଶେଷସୁଦ୍ଧା ସମ୍ପୂର୍ଣ୍ଣ ହେବ। ଗୁରୁବାର ଲୋକସେବା ଭବନରେ...

ଦର୍ଶକଙ୍କ ମାନସିକତାକୁ ଗୁରୁତ୍ୱ ଦିଏ

ଆଗଧାଡ଼ିର ପ୍ରଯୋଜକ ରମେଶ ବାରିକ । ମାତ୍ର ଛଅବର୍ଷ ମଧ୍ୟରେ ତାଙ୍କ ଦ୍ୱାରା ପ୍ରଯୋଜିତ ଛଅଟି ଓଡ଼ିଆ ସିନେମା ପରଦା ଉପରକୁ ଆସିସାରିଛି । ଅନ୍ୟପକ୍ଷରେ...

ପଣ୍ୟ ପରିବହନରେ ପୂର୍ବତଟ ରେଳପଥ ଦେଶରେ ପ୍ରଥମ

ଭୁବନେଶ୍ୱର,୧୦।୧୧(ବ୍ୟୁରୋ): ପୂର୍ବତଟ ରେଳପଥ ଚଳିତ ଆର୍ଥିକ ବର୍ଷରେ ଅର୍ଥାତ୍‌ ଏପ୍ରିଲ ପହିଲାରୁ ଅକ୍ଟୋବର ଶେଷ ପର୍ଯ୍ୟନ୍ତ ପ୍ରାୟ ୧୦୪.୮୮ ନିୟୁତ ଟନ୍‌ ମାଲ ପରିବହନ କରିଛି।...

Advertisement
Archives

Model This Week