Posted inଜାତୀୟ

ସୋନିଆଙ୍କ ବିରୋଧରେ ଆପତ୍ତିଜନକ କମେଣ୍ଟ, ଜେପି ନଡ୍ଡାଙ୍କୁ ଚିଠି ଲେଖିଲା କଂଗ୍ରେସ

ନୂଆଦିଲ୍ଲୀ,୨୪ ।୭: ଭାରତୀୟ ଜନତା ପାର୍ଟି(ଭାଜପା)ର ପ୍ରବକ୍ତା ପ୍ରେମ ଶୁକ୍ଳାଙ୍କ ଦ୍ୱାରା କଥିତ ଭାବେ ସୋନିଆ ଗାନ୍ଧୀଙ୍କ ବିରୋଧରେ ‘ଆପତ୍ତିଜନକ ଭାଷା’ ବ୍ୟବହାରକୁ ନେଇ କଂଗ୍ରେସ କଡା ପ୍ରତିକ୍ରିୟା ଦେଇଛି । କଂଗ୍ରେସ ମହାସଚିବ ଜୟରାମ ରମେଶ ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ପତ୍ର ଲେଖି କ୍ଷମା ପ୍ରାର୍ଥନା କରିବା ସହ ଭବିଷ୍ୟତରେ ଏମିତି ହେଲେ ମାନହାନୀ ମକଦ୍ଦମା କରିବାକୁ ଚେତାବନୀ ଦେଇଛନ୍ତି ।
ଭାଜପା ଅଧ୍ୟକ୍ଷ ନଡ୍ଡାଙ୍କୁ ଲେଖିଥିବା ପତ୍ରରେ କଂଗ୍ରେସ ମହାସଚିବ ଜୟରାମ ରମେଶ କହିଛନ୍ତି କଂଗ୍ରେସ ୨୩ ଜୁଲାଇରେ ଏକ ରାଷ୍ଟ୍ରୀୟ ସମାଚାର ଚ୍ୟାନେଲରେ ଚର୍ଚ୍ଚା ସମୟରେ ଶୁକ୍ଳାଙ୍କ ଦ୍ୱାରା କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ପାଇଁ ଅଭଦ୍ର ଓ ଅପମାନ ଜନକ ଭାଷାର ବ୍ୟବହାର କରାଯାଇଥିବାରୁ କଡା ଆପତ୍ତି କରାଯାଉଛି । ସେ କହିଛନ୍ତି ସଂସ୍କୃତିର କଥା କହୁଥିବା ଭାଜପାର ଶୀର୍ଷ ନେତା ଓ ପ୍ରବକ୍ତାମାନେ ଦେଶର ମହିଳାଙ୍କୁ ବିଶେଷ କରି ଏକ ରାଷ୍ଟ୍ରୀୟ ଦଳର ୭୫ ବର୍ଷିୟା ଅଧ୍ୟକ୍ଷାଙ୍କ ବିରୋଧରେ ବାରମ୍ବାର ଆପତ୍ତିଜନକ ଭାଷାର ବ୍ୟବହାର କରିଛନ୍ତି ।
ରମେଶ କହିଛନ୍ତି, ବିରୋଧୀଦଳ ନେତାଙ୍କ ପାଇଁ ଆପତ୍ତିଜନକ ଭାଷା ବ୍ୟବହାର କରିବା ଭାଜପାର ମହିଳା ବିରୋଧି ଚିନ୍ତାଧାରାକୁ ଦର୍ଶାଉଛି । ଏମିତି ଆପତ୍ତିଜନକ ଟିପ୍ପଣି ଯୋଗୁ ଦେଶର ରାଜନୀତି ତଳକୁ ଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

କୁଶପଲ୍ଲୀ ଚଳଚଞ୍ଚଳ: ମା’ ଚାମୁଣ୍ଡାଙ୍କ ପୀଠରେ ଆରମ୍ଭ ହେଲା ନବରାତ୍ର ପୂଜା

ଗଞ୍ଜାମ,୧୧ା୧୦(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ୍‌ ମଲାଡ଼ ପଞ୍ଚାୟତ ଅନ୍ତର୍ଗତ କୁଶପଲ୍ଲୀସ୍ଥିତ ମା’ ଚାମୁଣ୍ଡାଙ୍କ ପୀଠରେ ଶାରଦୀୟ ଦୁର୍ଗାପୂଜା ଅବସରରେ ୯ ଦିନବ୍ୟାପୀ ନବରାତ୍ର ପୂଜା ଓ ଅଖଣ୍ଡ…

୮ ବର୍ଷ ପରେ ବି କାର୍ଯ୍ୟକ୍ଷମ ହୋଇପାରିଲାନି ଛାତ୍ରୀନିବାସ: ଭୂତକୋଠି ପାଲଟିଛି କୋଟି ଟଙ୍କାର କୋଠା

ଗୁଡ଼ାରି, ୧୦।୧୦ (ପ୍ରମୋଦ କୁମାର ପତି): ଆଦିବାସୀ ଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷା ପ୍ରଦାନ ଓ ସେମାନଙ୍କ ଶିକ୍ଷାକୁ ପ୍ରୋତ୍ସାହନ ଦେବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ମାତ୍ର…

CM ବିଜୟଙ୍କୁ ବଡ଼ ପ୍ରତିଶ୍ରୁତି ଦେଲେ ମୋଦି, କେନ୍ଦ୍ରରୁ ଯାହା….

ଚେନ୍ନାଇ,୧୧।୧୦: ତାମିଲନାଡୁକୁ ବିକାଶର ନୂଆ ଶିଖରରେ ପହଞ୍ଚାଇବା ପାଇଁ କେନ୍ଦ୍ର ସରକାର ସମସ୍ତ ପ୍ରକାରର ସହଯୋଗ ଯୋଗାଇଦେବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରବିବାର ଚେନ୍ନାଇରେ…

‘ରକ୍ତ ଜମାଟ ବାନ୍ଧିବା ସମସ୍ୟା’: ନାନା ପାଟେକରଙ୍କ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି…

ମୁମ୍ବାଇ: ବିଶିଷ୍ଟ ବଲିଉଡ ଅଭିନେତା ନାନା ପାଟେକରଙ୍କର ଅକ୍ଟୋବର ୮,୨୦୨୬ ରେ ଗୋଆରେ ଦେହାନ୍ତ ହୋଇଛି। ତାଙ୍କ ମୃତ୍ୟୁ ପରେ, ଗୋଆର ପଣାଜୀ ପୋଲିସ ଏକ ଅସ୍ବାଭାବିକ…

ଖଡ଼ିଆଳ କଲେଜ ସାଇନ୍‌ ଡାଏ: ଅଧ୍ୟକ୍ଷଙ୍କ ଇସ୍ତଫା ଦାବି ନେଇ ତେଜିଲା ଛାତ୍ର ଆନ୍ଦୋଳନ

ଖଡ଼ିଆଳ,୧୧ା୧୦(ସୁଜିତ୍‌ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବାତିଲ ହେବା ଘଟଣାକୁ ନେଇ କ୍ୟାମ୍ପସରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।…

ମାସିକ ୧୮ ହଜାର ଦରମାରେ କୋଟିପତି ହେବାକୁ ଚାହୁଁଛନ୍ତି କି? ୨୬ ବର୍ଷୀୟ ଯୁବକଙ୍କ କମାଲକୁ ନେଇ ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୧୧।୧୦: ଦୃଢ଼ ଇଚ୍ଛାଶକ୍ତି, ନୂଆ କୌଶଳ ଶିଖିବାର ଆଗ୍ରହ ଏବଂ ନିୟମିତ ସଞ୍ଚୟ-ନିବେଶର ଅଭ୍ୟାସ ଜଣେ ଯୁବକଙ୍କ ଜୀବନକୁ କିପରି ବଦଳାଇପାରେ, ତାହାର ଉଦାହରଣ ହେଉଛନ୍ତି ମଧ୍ୟପ୍ରଦେଶ…

ବାଘଛାଲ କାରବାର ଘଟଣାର ୪ ଅଭିଯୁକ୍ତ ଗିରଫ, କେତେଦୂର ଲମ୍ବିଛି ଚେର, ଜାରି ରହିଛି ଖୋଳତାଡ଼

ମୋହନା,୧୧ା୧୦(ମନ୍ମଥ ମିଶ୍ର): କଲରାପତରିଆ ବାଘଛାଲ କାରବାର ଘଟଣାରେ ବନ ବିଭାଗ ୪ ଅଭିଯୁକ୍ତଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ଗଜପତି ଜିଲା ମୋହନା ବନାଞ୍ଚଳ…

Amitabh Bachchan Networth: କେତେ ଧନୀ ବିଗ ବି, ଗୋଟିଏ ବର୍ଷରେ ଆୟର ପରିମାଣ ଜାଣିଲେ…

ମୁମ୍ବାଇ: ବଲିଉଡର ମେଗାଷ୍ଟାର୍‌ ଅମିତାଭ ବଚ୍ଚନ ଅକ୍ଟୋବର ୧୧ ରେ ନିଜର ୮୪ତମ ଜନ୍ମଦିନ ପାଳନ କରୁଛନ୍ତି। ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ଧରି ଚଳଚ୍ଚିତ୍ର ଜଗତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?