ମାନିଲେନି ଲକ୍‌ଡାଉନ୍‌ ନିୟମ: ଶେଷରେ ଆଖି ବୁଜିଲେ କାଉଡ଼ିଆ

ଭଣ୍ଡାରିପୋଖରୀ,୨୭।୭(ଡି.ଏନ୍‌.ଏ.): କରୋନା ଲାଗି ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ଚଳିତ ବର୍ଷ କାଉଡ଼ିଆଙ୍କୁ ଶୈବ ପୀଠ ମନା ହୋଇଥିଲା। ଏ ନେଇ ଶ୍ରାବଣ ମାସ ତୃତୀୟ ସୋମବାର ହୋଇଥିଲେ ସୁଦ୍ଧା କୌଣସି ଶୈବ ପୀଠରେ ଭକ୍ତଙ୍କ ଭିଡ଼ ଜମି ନଥିଲା। ତେବେ କାଁ ଭଁା ଗାଁ ଗହଳିରେ ଏହି ନିୟମକୁ ଅବମାନନା କରାଯାଉଛି। ବ୍ରତ ଭାଙ୍ଗିଯିବ ବୋଲି ମାନସିକଧାରୀ ଲୁଚିଛପି ମହାଦେବଙ୍କୁ ଜଳଲାଗି କରୁଛନ୍ତି। ତେବେ ସୋମବାର କେନାଲରେ ବୁଡ଼ି ଜଣେ କାଉଡ଼ଇଙ୍କ ମୃତ୍ୟୁ ଘଟିଛି ।ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ନଗୁଁଆ ପଞ୍ଚାୟତରେ।
ରାଜେନ୍ଦ୍ର ବେହେରାଙ୍କ ପୁଅ ବିଜୟ (୨୨) ପୂର୍ବାହ୍ନରେ ୩ ନଂ. ହାଇଲେବଲ କେନାଲରୁ ପାଣି ଉଠାଉଥିବା ବେଳେ ଭାସି ଯାଇ ତାଙ୍କର ମୃତ୍ୟୁ ଘଟିଛି। ବିଜୟ ସୋମବାର ସାଙ୍ଗମାନଙ୍କ କେନାଲରୁ ଜଳ ଆଣି ଗ୍ରାମ ଶିବ ମନ୍ଦିରରେ ଢାଳିଥାନ୍ତେ। ମାତ୍ର କେନାଲରେ ଗାଧୋଉଥିବା ବେଳେ ବିଜୟଙ୍କ ଗୋଡ଼ ଖସି ଯାଇଥିଲା। ସାଙ୍ଗମାନେ ଖୋଜାଖୋଜି କରିଥିଲେ ସୁଦ୍ଧା ନ ପାଇ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। କିଛି ସମୟପରେ ଅଗ୍ନିଶମ କର୍ମଚାରୀ ଖୋଜାଖୋଜି କରି ତାଙ୍କୁ ଉଦ୍ଧାର କରିଥିଲେ। ପରେ ବିଜୟଙ୍କୁ ଭଣ୍ଡାରିପୋଖରୀ ଡାକ୍ତରଖାନା ଚିକିତ୍ସା ପାଇଁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ସ୍ଥାନୀୟ ପୋଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଉଦ୍ଧାର କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ଭଦ୍ରକ ପଠାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲର ଅବହେଳା: ୪୦ ହଜାର ବୃତ୍ତି ଟଙ୍କା କଟିଗଲା

ଜୁନାଗଡ,୧୨।୧୦(ଡି.ଏନ୍‌.ଏ.) କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ୍‌ ମଥୁରା ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ଉମାକାନ୍ତ ନିଆଲ ନାମକ ଜଣେ ଛାତ୍ର ବୃତ୍ତି ବାବଦକୁ...

ସୁଯୋଗ ମିଳିଲେ ଗୋପାଳ ଭଳି ଗୁଳି କରିଦେବି

ସମ୍ବଲପୁର,୨୧ା୨(ବ୍ୟୁରୋ): ଜାନୁୟାରୀ ୨୯ରେ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କୁ ଝାରସୁଗୁଡା ଜିଲା ଗାନ୍ଧୀ ଛକ ଫାଣ୍ଡିରେ କାର୍ଯ୍ୟରତ ଏଏସ୍‌ଆଇ ଗୋପାଳ କୃଷ୍ଣ ଦାସ ଅତି ନିକଟରୁ...

ବରୁଣେଇରେ ପାଇକ ସମାବେଶ

ଖୋର୍ଦ୍ଧା ଅଫିସ,୮ା୧୨: ପୁଣି ପାଇକ ମାଟିରେ ତେଜିଲା ଆନ୍ଦୋଳନ। ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା, ପାଇକ ରେଜିମେଣ୍ଟ ଗଠନ, ପାଇକବୀରଙ୍କୁ ପେନସନ୍‌ ବ୍ୟବସ୍ଥା,...

ବେଆଇନ ଟେଷ୍ଟିଂ: ପାଥୋଲାବ୍‌ ସିଲ୍‌, ମାଲିକ ଗିରଫ

ପୁରୀ ଅଫିସ/କାକଟପୁର, ୮।୫(ଡି.ଏନ୍‌.ଏ): କାକଟପୁରରେ ବେଆଇନ ଭାବେ କୋଭିଡ୍‌ ଟେଷ୍ଟ କରାଯାଇ ରିପୋର୍ଟ ଦେବା ଅଭିଯୋଗରେ ମା’ ପାଥୋଲାବକୁ ଶୁକ୍ରବାର ପୋଲିସ ସିଲ୍‌ କରିବା ସହ...

ସୁରଟରେ ଚାଲିଗଲା ଓଡ଼ିଆ ଶ୍ରମିକଙ୍କ ଜୀବନ

ଚିକିଟି,୧୫ା୬(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ୍‌ କଳବାଡ଼ ପଞ୍ଚାୟତ ଅଧୀନ ପାରସମା ଗ୍ରାମ କୁମ୍ଭାର ସାହିର ଜଣେ ଶ୍ରମିକଙ୍କ ଗୁଜରାଟ ସୁରଟରେ ମୃତ୍ୟୁ...

ପାରାଦୀପରେ ଲାଗିଲା ବୃହତ୍‌ ଜାହାଜ

ପାରାଦୀପ,୧୮ା୨(ସ୍ବ.ପ୍ର.): ପାରାଦୀପ ବନ୍ଦରରେ ଗୁରୁବାର ସନ୍ଧ୍ୟାରେ ବୃହତ୍‌ ଜାହାଜ ଏମ୍‌.ଭି. ମିନେରାଲ ଲାଗିଛି। ବନ୍ଦରରେ ଏପର୍ଯ୍ୟନ୍ତ ଲାଗିଥିବା ସମସ୍ତ ଜାହାଜ ମଧ୍ୟରେ ଏହା ସବୁଠାରୁ ବଡ଼...

ନିର୍ଯ୍ୟାତନା ଅଭିଯୋଗରେ ସ୍ବାମୀ ଗିରଫ

ଆସିକା,୧୭ା୬(ଡି.ଏନ.ଏ.): ଆସିକା ଥାନା କର୍ପୂର ନୂଆଗାଁ ଗ୍ରାମରେ ଗୁରୁବାର ସ୍ତ୍ରୀଙ୍କୁ ମାରଧର କରିବା ଏବଂ ପୋଲିସରେ ଅଭିଯୋଗ କଲେ ହତ୍ୟା ଧମକ ଦେବା ଅଭିଯୋଗରେ ପୋଲିସ...

୧୦ ବର୍ଷ ପରେ ହଜିଲା ପୁଅଙ୍କୁ ପାଇଲେ ମା’

କୋଦଳା,୩୦ା୯(ଡି.ଏନ.ଏ.)-ଗଞ୍ଜାମ ଜିଲା ଦିିଗପହଣ୍ଡି ଥାନା ଅନ୍ତର୍ଗତ ତୁରୁବୁଡି ଗ୍ରାମର ଜଣେ ଦିବ୍ୟାଙ୍ଗ ନାବାଳକ ୧୦ବର୍ଷ ତଳେ କେଉଁଆଡ଼େ ଚାଲିଯାଇଥିଲେ। ଗତ ଶୁକ୍ରବାର ହଜିଲା ପୁଅ ତାଙ୍କ...

Advertisement
Archives

Model This Week