Posted inUncategorized

୫୧ ବର୍ଷରେ ଜଣ୍ଟି ରୋଡ୍ସ; ଭାରତ ସହିତ କ’ଣ ରହିଛି ସ୍ବତନ୍ତ୍ର ସଂଯୋଗ ଜାଣନ୍ତୁ

ନୂଆଦିଲ୍ଲୀ, ୨୭।୭: ମର୍ଡନ କ୍ରିକେଟ୍‌ରେ ଫିଲ୍ଡିଂର ଚିତ୍ର ବଦଳାଇ ଦେଇଥିବା ଦକ୍ଷିଣ ଆଫ୍ରିକାର ମହାନ କ୍ରିକେଟର୍‌ ଜଣ୍ଟି ରୋଡ୍ସ ସୋମବାର ୫୧ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ କ୍ରିକେଟ୍‌ ଦୁନିଆର ଅନେକ ଖେଳାଳି ଜଣ୍ଟିଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି। ଜଣ୍ଟି କ୍ରିକେଟ୍‌ ପଡ଼ିଆରେ ଫିଲ୍ଡିଂରେ ବୈପ୍ଲବିକ ପରିବର୍ତ୍ତନ ଆଣିଥିଲେ। ସେ ଶୂନ୍ୟରେ ଲମ୍ଫ ପ୍ରଦାନ କରି ଅବିଶ୍ୱସନୀୟ କ୍ୟାଚ୍‌ ଧରିବା ହେଉ ଅବା ରନ୍‌ ଆଉଟ୍‌ କରି ମ୍ୟାଚ୍‌ର ମୋଡ଼ ବଦଳାଇ ଦେଉଥିଲେ। ଦକ୍ଷିଣ ଆଫ୍ରିକାର ଏହି ପ୍ରାକ୍ତନ ଖେଳାଳିଙ୍କ ପୁରା ନାମ ଜୋନାଥନ ନିଲ୍‌ ରୋଡ୍ସ। କିନ୍ତୁ ବିଶ୍ୱ କ୍ରିକେଟ୍‌ରେ ସେ ଜଣ୍ଟି ରୋଡ୍ସ ଭାବେ ଖ୍ୟାତ।


ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ପଦାର୍ପଣ କରି ଜଣ୍ଟି ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ। ସେ ମୋଟ୍‌ ୨୪୫ ଏକଦିବସୀୟ ମ୍ୟାଚ୍‌ରୁ ୨ ଶତକ ଓ ୩୩ ଅର୍ଦ୍ଧଶତକ ସହାୟତାରେ ୫,୯୩୫ ରନ୍‌ ସଂଗ୍ରହ କରିଛନ୍ତି। ସେହିଭଳି ସେହି ବର୍ଷ ଭାରତ ବିପକ୍ଷରେ ଖେଳି ଜଣ୍ଟି ଟେଷ୍ଟ ପ୍ରଦାର୍ପଣ କରିଥିଲେ। ଜାତୀୟ ଦଳ ପକ୍ଷରୁ ସେ ୫୨ ମ୍ୟାଚ୍‌ ଖେଳିବାର ସୌଭାଗ୍ୟ ଲାଭ କରିଥିଲେ। ଏଥିରେ ସେ ୩୫ ଆଭରେଜରେ ୨,୫୩୨ ରନ କରିଥିଲେ। ଯେଉଁଥିରେ ୩ ଶତକ ଓ ୧୭ ଅର୍ଦ୍ଧଶତକ ସାମିଲ ରହିଛି। ଫିଲ୍ଡିଂ ଲାଗି ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଜଣ୍ଟି ଏକଦିବସୀୟ ମ୍ୟାଚ୍‌ରେ ୧୦୫ ଓ ଟେଷ୍ଟରେ ୧୩୯ କ୍ୟାଚ୍‌ ଧରିଛନ୍ତି। ୧୯୯୨ ବିଶ୍ୱକପ୍‌ରେ ପାକିସ୍ତାନ ବ୍ୟାଟ୍ସମ୍ୟାନ ଇଞ୍ଜାମାମ-ଉଲ୍‌-ହକ୍‌ଙ୍କୁ ଜଣ୍ଟି ଯେଉଁଭଳି ଶୂନ୍ୟରେ ଉଡ଼ି ରନ୍‌ ଆଉଟ୍‌ କରିଥିଲେ ସେହି ଦୃଶ୍ୟକୁ ଆଜି ମଧ୍ୟ କ୍ରିକେଟ୍‌ ପ୍ରେମୀ ଭୁଲି ପାରି ନାହାନ୍ତି। ଏହାକୁ ଆଜି ମଧ୍ୟ ବିଶ୍ୱର ସର୍ବକାଳୀନ ଶ୍ରେଷ୍ଠ ରନ୍‌ ଆଉଟ୍‌ ଭାବେ ବିବେଚନା କରାଯାଉଛି। ଏକଦିବସୀୟ କ୍ରିକେଟ୍‌ରେ ଜଣେ ଫିଲ୍ଡର (ଉଇକେଟ୍‌କିପରଙ୍କୁ ଛାଡ଼ି) ଭାବେ ସର୍ବାଧିକ କ୍ୟାଚ୍‌ ଧରିବାର ରେକର୍ଡ ରୋଡ୍ସଙ୍କ ନାମରେ ଅତୁଟ ରହିଛି। ସେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚ୍‌ରେ ଏକାକୀ ୫ କ୍ୟାଚ୍‌ ଧରିଥିଲେ।

ଅବସର ନେଇ ସାରିଥିବା ଜଣ୍ଟି ଆଇପିଏଲ୍‌ ଟିମ୍‌ ମୁମ୍ବାଇ ଇଣ୍ଡିଆନ୍ସର ଫିଲ୍ଡିଂ କୋଚ୍‌ ଭାବେ ୯ ବର୍ଷ କାର୍ଯ୍ୟ କରିସାରିଲେଣି। ଯେତେବେଳେ ବି ଆଇପିଏଲ୍‌ ଲାଗି ଭାରତ ଗସ୍ତରେ ଆସିଥାନ୍ତି ଏଠାରେ ୪ ମାସ ରହିଥାନ୍ତି। ତେଣୁ ଭାରତକୁ ସେ ନିଜର ଦ୍ୱିତୀୟ ଘର ମାନନ୍ତି। ସେହିଭଳି ଭାରତ ସହିତ ତାଙ୍କର ଏକ ସ୍ବତନ୍ତ୍ର ସଂଯୋଗ ରହିଛି। ୨୦୧୫ରେ ଜଣ୍ଟିଙ୍କ ଦ୍ୱିତୀୟ ସ୍ତ୍ରୀ ମେଲିନା ମୁମ୍ବାଇରେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ଭାରତରେ ଜନ୍ମ ହୋଇଥିବାରୁ ଜଣ୍ଟି ଏହି ଝିଅର ନାମ ‘ଇଣ୍ଡିଆ’ ରଖିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଜଣ୍ଟିଙ୍କ ଝିଅର ୨ୟ ଜନ୍ମଦିବସ ଅବସରରେ ଶୁଭେଚ୍ଛା ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାନା ପାଟେକରଙ୍କ ପରିବାରରେ କିଏ କିଏ ଅଛନ୍ତି? ପତ୍ନୀଙ୍କଠାରୁ ଅଲଗା ରହୁଥିଲା ବେଳେ ଜଣେ ପୁଅଙ୍କର ମୃତ୍ୟୁ ହୋଇସାରିଛି

ମୁମ୍ବାଇ,୮।୧୦: ବଲିଉଡର ବରିଷ୍ଠ ଅଭିନେତା ନାନା ପାଟେକର ୭୫ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି। ମଣିପାଲ ହସ୍ପିଟାଲର ଅଙ୍କୋଲୋଜି ବିଭାଗ ମୁଖ୍ୟ ଡାକ୍ତର ଶେଖର ସାଲକର…

୪ ଦଫା ଦାବିରେ ଓଡ଼ିଶା ବନ୍ଦ, ପଦ୍ମପୁରରେ କଂଗ୍ରେସର ପିକେଟିଂ

ପଦ୍ମପୁର, ୮।୧୦ (ପ୍ରଦୀପ୍ତ ଦାଶ): ୪ ଦଫା ଦାବି ନେଇ କଂଗ୍ରେସ ଓ ‘ଇଣ୍ଡି’ ମେଣ୍ଟ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକର ପ୍ରଭାବ ଗୁରୁବାର ସକାଳୁ…

ଆସିଲା ନାନା ପାଟେକରଙ୍କ ମୃତ୍ୟୁର ଅସଲ କାରଣ! ଡାକ୍ତର କହିଲେ…

ମୁମ୍ବାଇ,୮।୧୦: ବରିଷ୍ଠ ଅଭିନେତା ନାନା ପାଟେକର ଗୁରୁବାର ସକାଳ ୫ଟା୨୦ ସମୟରେ ପରଲୋକ ହୋଇଛି। ହୃଦଘାତ (କାର୍ଡିଆକ ଆରେଷ୍ଟ) ଯୋଗୁ ତାଙ୍କର ମୃତ୍ୟୁ ହୋଇଛି ବୋଲି କୁହାଯାଇଛି।…

ମୌଳିକ ସୁବିଧାରୁ ବଞ୍ଚିତ ୯୯ ଛାତ୍ରୀଛାତ୍ର

ବାଲେଶ୍ୱର,୮।୧୦,(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ହରିପୁର ପଞ୍ଚାୟତରେ ୧୯୫୯ ମସିହାରେ କସିମିଳା ସରକାରୀ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ହୋଇଥିଲା। ଏଠାରେ ଶିଶୁ ବାଟିକାଠାରୁ ପଞ୍ଚମ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

ଅଶୀ ଦଶକର ସ୍ମୃତି

ଆଜିକାଲି ସୋସିଆଲ ମିଡିଆରେ ଅତୀତର ସ୍ମୃତି ବା ‘ନୋଷ୍ଟାଲଜିଆ’ର ଏକ ଲହରି ଖେଳିଯାଇଥିବା ପରି ମନେହୁଏ। ଅଶୀ ଦଶକର ଶୈଳୀରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଫଟୋ…

ଦୂର ଅତୀତର ଗାଁ ହାଟ

ହାହାଟ ବାରିଦିନ ଗାଁ ଏକ ଛୋଟକାଟର ଦିନିକିଆ ସହର ବା ବଜାରର ଭ୍ରମ ସୃଷ୍ଟି କରେ। ସହରରେ ବି ସାପ୍ତାହିକ ହାଟ ବସି ଗ୍ରାମ୍ୟ ସଂସ୍କୃତିକୁ ଉଜ୍ଜୀବିତ…

ବାଣିଜ୍ୟିକ ବିଶ୍ୱାସରେ ଖାଦ୍ୟାଭ୍ୟାସ

ଆପଣ କେବେ ଏହା ଜାଣିବାକୁ କୌତୂହଳୀ ହୋଇଛନ୍ତି କି, କାହିଁକି ଇହୁଦୀମାନେ କୋଶେର ନିୟମ ପାଳନ୍ତି, ମୁସଲମାନମାନେ ହଲାଲ ଖାଦ୍ୟ ଖାଆନ୍ତି? ଆପଣ କେବେ ଭାବିଛନ୍ତି କି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?