Posted inUncategorized

୫୧ ବର୍ଷରେ ଜଣ୍ଟି ରୋଡ୍ସ; ଭାରତ ସହିତ କ’ଣ ରହିଛି ସ୍ବତନ୍ତ୍ର ସଂଯୋଗ ଜାଣନ୍ତୁ

ନୂଆଦିଲ୍ଲୀ, ୨୭।୭: ମର୍ଡନ କ୍ରିକେଟ୍‌ରେ ଫିଲ୍ଡିଂର ଚିତ୍ର ବଦଳାଇ ଦେଇଥିବା ଦକ୍ଷିଣ ଆଫ୍ରିକାର ମହାନ କ୍ରିକେଟର୍‌ ଜଣ୍ଟି ରୋଡ୍ସ ସୋମବାର ୫୧ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ କ୍ରିକେଟ୍‌ ଦୁନିଆର ଅନେକ ଖେଳାଳି ଜଣ୍ଟିଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି। ଜଣ୍ଟି କ୍ରିକେଟ୍‌ ପଡ଼ିଆରେ ଫିଲ୍ଡିଂରେ ବୈପ୍ଲବିକ ପରିବର୍ତ୍ତନ ଆଣିଥିଲେ। ସେ ଶୂନ୍ୟରେ ଲମ୍ଫ ପ୍ରଦାନ କରି ଅବିଶ୍ୱସନୀୟ କ୍ୟାଚ୍‌ ଧରିବା ହେଉ ଅବା ରନ୍‌ ଆଉଟ୍‌ କରି ମ୍ୟାଚ୍‌ର ମୋଡ଼ ବଦଳାଇ ଦେଉଥିଲେ। ଦକ୍ଷିଣ ଆଫ୍ରିକାର ଏହି ପ୍ରାକ୍ତନ ଖେଳାଳିଙ୍କ ପୁରା ନାମ ଜୋନାଥନ ନିଲ୍‌ ରୋଡ୍ସ। କିନ୍ତୁ ବିଶ୍ୱ କ୍ରିକେଟ୍‌ରେ ସେ ଜଣ୍ଟି ରୋଡ୍ସ ଭାବେ ଖ୍ୟାତ।


ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ପଦାର୍ପଣ କରି ଜଣ୍ଟି ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ। ସେ ମୋଟ୍‌ ୨୪୫ ଏକଦିବସୀୟ ମ୍ୟାଚ୍‌ରୁ ୨ ଶତକ ଓ ୩୩ ଅର୍ଦ୍ଧଶତକ ସହାୟତାରେ ୫,୯୩୫ ରନ୍‌ ସଂଗ୍ରହ କରିଛନ୍ତି। ସେହିଭଳି ସେହି ବର୍ଷ ଭାରତ ବିପକ୍ଷରେ ଖେଳି ଜଣ୍ଟି ଟେଷ୍ଟ ପ୍ରଦାର୍ପଣ କରିଥିଲେ। ଜାତୀୟ ଦଳ ପକ୍ଷରୁ ସେ ୫୨ ମ୍ୟାଚ୍‌ ଖେଳିବାର ସୌଭାଗ୍ୟ ଲାଭ କରିଥିଲେ। ଏଥିରେ ସେ ୩୫ ଆଭରେଜରେ ୨,୫୩୨ ରନ କରିଥିଲେ। ଯେଉଁଥିରେ ୩ ଶତକ ଓ ୧୭ ଅର୍ଦ୍ଧଶତକ ସାମିଲ ରହିଛି। ଫିଲ୍ଡିଂ ଲାଗି ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଜଣ୍ଟି ଏକଦିବସୀୟ ମ୍ୟାଚ୍‌ରେ ୧୦୫ ଓ ଟେଷ୍ଟରେ ୧୩୯ କ୍ୟାଚ୍‌ ଧରିଛନ୍ତି। ୧୯୯୨ ବିଶ୍ୱକପ୍‌ରେ ପାକିସ୍ତାନ ବ୍ୟାଟ୍ସମ୍ୟାନ ଇଞ୍ଜାମାମ-ଉଲ୍‌-ହକ୍‌ଙ୍କୁ ଜଣ୍ଟି ଯେଉଁଭଳି ଶୂନ୍ୟରେ ଉଡ଼ି ରନ୍‌ ଆଉଟ୍‌ କରିଥିଲେ ସେହି ଦୃଶ୍ୟକୁ ଆଜି ମଧ୍ୟ କ୍ରିକେଟ୍‌ ପ୍ରେମୀ ଭୁଲି ପାରି ନାହାନ୍ତି। ଏହାକୁ ଆଜି ମଧ୍ୟ ବିଶ୍ୱର ସର୍ବକାଳୀନ ଶ୍ରେଷ୍ଠ ରନ୍‌ ଆଉଟ୍‌ ଭାବେ ବିବେଚନା କରାଯାଉଛି। ଏକଦିବସୀୟ କ୍ରିକେଟ୍‌ରେ ଜଣେ ଫିଲ୍ଡର (ଉଇକେଟ୍‌କିପରଙ୍କୁ ଛାଡ଼ି) ଭାବେ ସର୍ବାଧିକ କ୍ୟାଚ୍‌ ଧରିବାର ରେକର୍ଡ ରୋଡ୍ସଙ୍କ ନାମରେ ଅତୁଟ ରହିଛି। ସେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚ୍‌ରେ ଏକାକୀ ୫ କ୍ୟାଚ୍‌ ଧରିଥିଲେ।

ଅବସର ନେଇ ସାରିଥିବା ଜଣ୍ଟି ଆଇପିଏଲ୍‌ ଟିମ୍‌ ମୁମ୍ବାଇ ଇଣ୍ଡିଆନ୍ସର ଫିଲ୍ଡିଂ କୋଚ୍‌ ଭାବେ ୯ ବର୍ଷ କାର୍ଯ୍ୟ କରିସାରିଲେଣି। ଯେତେବେଳେ ବି ଆଇପିଏଲ୍‌ ଲାଗି ଭାରତ ଗସ୍ତରେ ଆସିଥାନ୍ତି ଏଠାରେ ୪ ମାସ ରହିଥାନ୍ତି। ତେଣୁ ଭାରତକୁ ସେ ନିଜର ଦ୍ୱିତୀୟ ଘର ମାନନ୍ତି। ସେହିଭଳି ଭାରତ ସହିତ ତାଙ୍କର ଏକ ସ୍ବତନ୍ତ୍ର ସଂଯୋଗ ରହିଛି। ୨୦୧୫ରେ ଜଣ୍ଟିଙ୍କ ଦ୍ୱିତୀୟ ସ୍ତ୍ରୀ ମେଲିନା ମୁମ୍ବାଇରେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ଭାରତରେ ଜନ୍ମ ହୋଇଥିବାରୁ ଜଣ୍ଟି ଏହି ଝିଅର ନାମ ‘ଇଣ୍ଡିଆ’ ରଖିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଜଣ୍ଟିଙ୍କ ଝିଅର ୨ୟ ଜନ୍ମଦିବସ ଅବସରରେ ଶୁଭେଚ୍ଛା ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ୪ ନଦୀରେ ପାଣି ନାହିଁ

ନୂଆଦିଲ୍ଲୀ,୮ା୪:ଦକ୍ଷିଣ ଓଡ଼ିଶାରେ ପ୍ରବାହିତ ୪ଟି ନଦୀ ଏବେ ଶୁଖିଲା ପଡ଼ିଥିବା କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲ୍ୟୁସି)ଙ୍କ ତଥ୍ୟରୁ ଜଣାପଡ଼ିଛି। ଗ୍ରୀଷ୍ମ ଆରମ୍ଭରୁ ରାଜ୍ୟରେ ତାପମାତ୍ରା ଅସହ୍ୟ...

ଚଳିତ ଆର୍ଥିକବର୍ଷର କାରବାର ଶେଷ, ସେନ୍‌ସେକ୍ସ ୭୪,୦୦୦ ନିକଟବର୍ତ୍ତୀ

ନୂଆଦିଲ୍ଲୀ,୨୯।୩: ଚଳିତ ଆର୍ଥିକ ବର୍ଷର ଅବଧି ଶେଷ ପୂର୍ବରୁ ଘରୋଇ ଶେୟାର ବଜାରର କାରବାର ଗୁରୁବାର ଶେଷ ହୋଇଛି। ବିଶେଷକରି ୨୦୨୩-୨୪ ଆର୍ଥିକ ବର୍ଷ (...

କେଜରିଓ୍ବାଲ କିଙ୍ଗପିନ, ସିସୋଡିଆ ମୁଖ୍ୟ ଷଡଯନ୍ତ୍ରକାରୀ: ଇଡି

ନୂଆଦିଲ୍ଲୀ,୨୨।୩: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗୁରୁବାର (୨୧ ମାର୍ଚ୍ଚ ୨୦୨୪) ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି। ମଦ ନୀତିରେ...

୨୦ ଲକ୍ଷ ଟଙ୍କା ହଡ଼ପ କରିନେଲେ ବିଇଓ

ଦାରିଙ୍ଗବାଡି,୨୦।୩(ଅରୁଣ ସାହୁ): ଶିକ୍ଷକ ନ୍ୟାଶନାଲ ପେନସନ ସିଷ୍ଟମର ୨୦ ଲକ୍ଷ ହଡପ କରି ବିଇଓ ରସାନନ୍ଦ କର ଏବେ ଭିଜିଲାନ୍ସ ମାମଲାରେ ଛନ୍ଦି ହୋଇଯାଇଛନ୍ତି। ଦାରିଙ୍ଗବାଡି...

ନିଜେ ନିଜର ମଜା ଉଡାଇଲେ ଅଶ୍ୱିନ, କହିଲେ-ଏତେ ବର୍ଷ ପରେ ବି ସୁଧାର ନାହିଁ…

ନୂଆଦିଲ୍ଲୀ,୧୩।୩: ନିକଟରେ ଭାରତୀୟ ଟିମ୍‌ର ଷ୍ଟାର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ନିଜର ୫୦୦ ଉଇକେଟ ପୂରଣ ସହ ୧୦୦ତମ ଟେଷ୍ଟ ଖେଳିବାର ଗୌରବ ହାସଲ କରିଛନ୍ତି।...

ଧର୍ମଶାଳାରେ ଡେବ୍ୟୁ କରିବେ ୮ ଖେଳାଳି 

ନୂଆଦିଲ୍ଲୀ,୫।୩: ଧର୍ମଶାଳାର ଏଚ୍‌ପିସିଏ ଷ୍ଟାଡିୟମରେ ମାର୍ଚ୍ଚ ୭ରୁ ଭାରତ-ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ଅନ୍ତିମ ମୁକାବିଲା ଖେଲାଯିବ। ଏହି ମ୍ୟାଚ୍‌ରେ ବିଜେତା...

ପଓ୍ବନ୍‌ ସିଂଙ୍କ ପରେ ନିର୍ବାଚନରୁ ଓହରିଲେ ଉପେନ୍ଦ୍ର ସିଂ ରାଓ୍ବତ୍‌

ନୂଆଦିଲ୍ଲୀ,୪।୩ : ଆଗାମୀ ଲୋକ ସଭା ନିର୍ବାଚନ ପାଇଁ ଭାଜପା ୧୯୫ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିବାର ଦୁଇଦିନ ମଧ୍ୟରେ ୨ ଜଣ ପ୍ରାର୍ଥୀ ନିର୍ବାଚନ...

ଭାଜପା-ବିଜେଡି ବାହାଘର

ଛେଣ୍ଡିପଦା,୩।୩ (ଅଜିତ ଧଳ): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ କୋଶଳାସ୍ଥିତ ମା’ ରାମଚଣ୍ଡୀଙ୍କ ପୀଠ ସମ୍ମୁଖରେ ବ୍ଲକ କଂଗ୍ରେସ ପକ୍ଷରୁ ଶନିବାର ଭାଜପା ଓ ବିଜେଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri