ପ୍ରେମରେ ସଫଳ ନୁହନ୍ତି କ୍ୟାଟ୍ରିନା !

ମୁମ୍ବାଇ: ବଲିଉଡ୍‌ ବିୟୁଟି କୁଇନ୍‌ କ୍ୟାଟ୍ରିନା କୈଫ ଲକ୍ଷେ ଦିଲ୍‌ କି ଧଡକନ୍‌। କୁହାଯାଏ ତାଙ୍କ ପାଇଁ ପାଗଳ ଅନେକ ଯୁବକ। ତାଙ୍କର ଅଭିନୟ ସାଙ୍ଗକୁ ଶାନ୍ତ ସରଳ ଚେହେରା ଅନେକ ଲୋକଙ୍କ ମନ କିଣିଥାଏ। କିନ୍ତୁ ଏହି ନାୟିକା କୁଆଡେ ରିୟଲ ଲାଇଫ୍‌ରେ ଜଣେ ବିଫଳ ପ୍ରେମିକା ବୋଲି କୁହାଯାଏ। ତାଙ୍କ ପାଇଁ କେତେଜଣ ନାୟକ ପାଗଳ ଥିବା ବେଳେ ସେ କିନ୍ତୁ ମନେମନେ ଆଉ କାହାକୁ ପ୍ରେମ କରନ୍ତି। ହେଲେ ସବୁ ସ୍ଥାନରେ ସେ ଫେଲ୍‌ ବି ମାରିଛନ୍ତି। ସଲମାନଙ୍କ ସହ କ୍ୟାଟ୍ରିନାଙ୍କ ପ୍ରେମ କାହାଣୀ ବେଶ୍‌ ଚର୍ଚ୍ଚାକୁ ଆସିଥିବା ବେଳେ ଶେଷରେ କିନ୍ତୁ ଏହା ଭାଙ୍ଗି ଯାଇଥିବା ସମସ୍ତଙ୍କୁ ଜଣା। କୁହାଯାଏ ସଲମାନଙ୍କ ଅପେକ୍ଷା କ୍ୟାଟ୍ରିନା କୁଆଡେ ଭାଇଜାନଙ୍କ ପ୍ରେମରେ ପଡି ଶେଷରେ ଫେଲ୍‌ ମାରିଛନ୍ତି।

ବଲିଉଡ୍‌ର ଖିଲାଡି ବୟ ଅକ୍ଷୟଙ୍କ ସହ କୁଆଡେ କ୍ୟାଟ୍ରିନାଙ୍କର ପ୍ରେମ ସମ୍ପର୍କ ଥିଲା ବୋଲି ଆଲୋଚନା ହୁଏ। ହେଲେ ଅକ୍ଷୟ ପୂର୍ବରୁ ବିବାହିତ ଥିବାରୁ ଏହା ବେଶୀଦିନ ପର୍ଯ୍ୟନ୍ତ ଚାଲି ପାରି ନ ଥିଲା।

ସମୟ ଥିଲା ଯେତେବେଳେ ରଣବୀର-କ୍ୟାଟ୍ରିନାଙ୍କ ପ୍ରେମ କାହାଣୀକୁ ନେଇ ଖୁବ୍‌ ଚର୍ଚ୍ଚା ହେଉଥିଲା। ହେଲେ ଏହା କେବଳ ଆଲୋଚନାରେ ରହିଯାଇଥିଲା। କ୍ୟାଟ୍ରିନା ରଣବୀରଙ୍କୁ ପ୍ରେମ କରି ବସିଥିଲେ ବି ଏଥିରେ କୁଆଡେ ସଫଳ ହୋଇ ନ ଥିଲେ।

ରଣବୀରଙ୍କ ସହ ସମ୍ପର୍କ ଛିନ୍ନ ହେବା ପରେ କ୍ୟାଟ୍‌ ପଡିଗଲେ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରାଙ୍କ ପ୍ରେମରେ। ଫିଲ୍ମ ‘ବାର ବାର ଦେଖୋ’ରେ ଉଭୟ ନଜର ଆସିଥିବା ବେଳେ ଏମାନଙ୍କ ଆଫେୟାର୍ସକୁ ନେଇ ଚର୍ଚ୍ଚା ହୋଇଥିଲା। ହେଲେ କ୍ୟାଟ୍ରିନା ଏହାକୁ ଅସ୍ବୀକାର କରିଥିଲେ। ଏସବୁ ପରେ କ୍ୟାଟ୍ରିନା ଜଣେ ବିଫଳ ପ୍ରେମିକା ବୋଲି କୁହାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri