ଶାହିଦଙ୍କୁ କରିନାଙ୍କ ପୂର୍ବ ସ୍ବାମୀ କହିଲେ କରନ୍‌ ଜୋହର

ବମ୍ବେ: ପ୍ରସାରିତ ହେବା ଦିନଠାରୁ ଚର୍ଚ୍ଚାରେ ରହିଛି ନିର୍ଦ୍ଦେଶକ କରନ୍‌ ଜୋହରଙ୍କ ବିବାଦୀୟ ରିଆଲିଟି ଶୋ’ ‘କଫି ଉଇଥ୍‌ କରନ୍‌’। ସେଲିବ୍ରିଟିମାନଙ୍କ ସହ ଗପ୍‌ସପ୍‌ ସାଙ୍ଗକୁ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ପ୍ରସଙ୍ଗକୁ ନେଇ କରନ୍‌ ପ୍ରଶ୍ନ କରୁଛନ୍ତି। ଗୁରୁବାର ପ୍ରସାରିତ ହୋଇଥିବା ଏପିସୋଡରେ କିନ୍ତୁ କିଛି ଅଜବ ଘଟଣା ଦେଖିବାକୁ ମିଳିଛି।

ଶୋ’ରେ ଅତିଥି ଭାବେ ଅଭିନେତା ଆମିର ଖାଁ ଏବଂ କରିନା କପୁର ଖାଁ ପହଞ୍ଚିଥିଲେ। ଏହି ସମୟରେ କରିନାଙ୍କୁ ଅନେକ ପ୍ରଶ୍ନ ପଚାରିବାକୁ ଚାହୁଁଥିଲେ ସେ। ହେଲେ ପ୍ରଥମେ କରିନାଙ୍କୁ ସେ ସମ୍ବୋଧନ କରି, ‘ବେବୋ, ତୁମେ ଏହି ଶୋ’କୁ ଅନେକ ଥର ଆସିଛ। ଯେମିତିକି ସ୍ବାମୀ, ପୂର୍ବ ସ୍ବାମୀଙ୍କ ସହ…’ ବୋଲି କହି ନୀରବି ଯାଇଥିଲେ। କାରଣ ସେ ଏଠାରେ ଶାହିଦଙ୍କୁ କରିନାଙ୍କ ପୂର୍ବ ସ୍ବାମୀ ବୋଲି ସମ୍ବୋଧିତ କରିଥିଲେ। ଯେତେବେଳେ ସେ ନିଜର ଭୁଲ ଜାଣିପାରିଲେ ସେ କିଛି ସମୟ କିଛି କହି ନ ଥିଲେ। ବେବୋ ମଧ୍ୟ ଏହି କଥା ଶୁଣି ଚକିତ ହୋଇଯାଇଥିଲେ। ପରେ କରନ୍‌ କ୍ଷମା ଚାହିଁବି, ପୂର୍ବ ସ୍ବାମୀ ନୁହନ୍ତି ବରଂ ପୂର୍ବ ପ୍ରେମିକଙ୍କ ସହ ଆସିଥିଲେ ବୋଲି କହିବା ଯୋଗୁ ପରିସ୍ଥିତି ସ୍ବାଭାବିକ ହୋଇଥିଲା।

ତେବେ ଶାହିଦ ଏବଂ କରିନା ଦୀର୍ଘ ବର୍ଷ ଧରି ପରସ୍ପରକୁ ଡେଟ୍‌ କରୁଥିଲେ। ଏକାଠି ମଧ୍ୟ ସେମାନେ ଅନେକ ଫିଲ୍ମ କରିଛନ୍ତି। ହେଲେ ସୈଫ ଜୀବନକୁ ଆସିବା ପରେ କରିନା ଶାହିଦଙ୍କଠାରୁ ଅଲଗା ହୋଇଯାଇଥିଲେ। ପରବର୍ତ୍ତୀ ସମୟରେ ସୈଫଙ୍କୁ କରିନା ବିବାହ କରିଥିଲେ। ଶାହିଦ ମଧ୍ୟ ପରିବାରର ସହମତିରେ ମୀରା କପୁରଙ୍କ ହାତ ଧରିଥିଲେ। ଉଭୟ ଏବେ ସୁଖୀ ଦାମ୍ପତ୍ୟ ଜୀବନ ଅତିବାହିତ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଟି୨୦ ଜିତିଲା ଭାରତ, ୨-୧ରେ ସିରିଜ୍‌ ଆଗୁଆ

ଇନ୍ଦୋର,୧୧ା୧୦: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୧୪ ରନରେ…

ଚାଲିଥିଲା ବଡ଼ ଧରଣରର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

CJP ବିକ୍ଷୋଭ ମଧ୍ୟରେ ବଡ଼ ଘୋଷଣା କଲେ ରାହୁଲ, କହିଲେ କାଲି ପୂରା ଭାରତ…

ନୂଆଦିଲ୍ଲୀ,୧୧।୧୦: ସୁପ୍ରିମକୋର୍ଟ ଯାଏ ମାର୍ଚ୍ଚ କରିବା ସହ ଭାରତର ପ୍ରଧାନ ବିଚାରପତି (CJI)ଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି କଂଗ୍ରେସ ଏମପି ରାହୁଲ ଗାନ୍ଧୀ। ସୋମବାର…

କୋର୍ଟରେ ଜାମିନ ନାମଞ୍ଜୁର ଜେଲ ଗଲେ ଅଭିଯୁକ୍ତ, ଜାଣନ୍ତୁ କ’ଣ ଥିଲା ମାମଲା…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ପିଣ୍ଟୁ ସାହୁଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?