କରୋନା କାଳରେ ଜୀବିକା ଦେଇଛି କରଡ଼ି

ଭବାନୀପାଟଣା,୯।୯(ଡି.ଏନ୍‌.ଏ.): କରଡ଼ି ବିଷୟରେ ସାଧାରଣତଃ ରାଜ୍ୟ ତଥା ଦେଶର ସବୁ ସ୍ଥାନରେ ଲୋକେ ଜାଣି ନଥାନ୍ତି। ଉତ୍ତର ପୂର୍ବାଞ୍ଚଳ ଭଳି ପଶ୍ଚିମ ଓଡ଼ିଶାର ଘରେ ଘରେ ପରିଚିତ ଏହି କରଡି। ଏବେ ଲକ୍‌ଡାଉନ୍‌ କାଳରେ ବନବାସୀଙ୍କ ଜୀବନ ଜୀବିକାର ରାହା ସାଜିଛି ଏହି ଜଙ୍ଗଲଜାତ ଦ୍ରବ୍ୟ। ଆଦିବାସୀ ଅଧ୍ୟୁଷିତ କଳାହାଣ୍ଡି ଜିଲା ଲେକେ ଏ ଦୁର୍ଦ୍ଦିନରେ କରଡି ବିକ୍ରି କରି ଅର୍ଥ ରେଜଗାର କରୁଥିବା ଦେଖିବାକୁ ମିଳିଛି। ଦିନ ଥିଲା କରଡିକୁ କେବଳ ଆଦିବାସୀମାନେ ନିଜର ଖାଦ୍ୟ ଭାବେ ବ୍ୟବହାର କରୁଥିଲେ। କରଡିକୁ କଞ୍ଚା ତରକାରି କରି ଖାଇବା ସହିତ ଶୁଖାଇ ଗୁଣ୍ଡ କରି ସାଇତି ରଖୁଥିଲେ। ଜୁଲାଇ ଆରମ୍ଭରୁ ବାଉଁଶ ଗଛ ମୂଳରେ ଗଜା ବାହାରେ। ଏହି ବାଉଁଶ ଗଜା ବା କରଡି ସଂଗ୍ରହ ପାଇଁ ଆଦିବାସୀ ମାନେ ତପତ୍ର ହୋଇ ଉଠନ୍ତି। ଆଦିବାସୀ ମହିଳାମାନେ ଜଙ୍ଗଲରେ ବୁଲି ବୁଲି ବାଉଁଶ ମୂଳରୁ ଗଜାକୁ ସଂଗ୍ରହ କରି ନିକଟସ୍ଥ ବଜାରରେ ବିକ୍ରି କରି ଭଲ ଦୁଇ ପାଇସା ରୋଜଗାର କରନ୍ତି। କରଡି ବର୍ଷକୁ ଥରେ ମିଳୁଥିବା ଯୋଗୁ ଏହାର ଚାହିଦା ମଧ୍ୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଇଓ ଅଫିସ ଆଗରେ ଶିକ୍ଷକଙ୍କ ଗଣଧାରଣା: କାରଣ ଦର୍ଶାଅ ନୋଟିସ ପ୍ରତ୍ୟାହାର ପରେ…

ଦିଗପହଣ୍ଡି,୭।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଭୋପେନ କୁମାର ମହାନ୍ତ ଶିକ୍ଷକ ସଂଘର କାର୍ଯ୍ୟକର୍ତ୍ତାଙ୍କୁ ଜାରି କରିଥିବା କାରଣ ଦର୍ଶାଅ ନୋଟିସ…

ଭୟଙ୍କର ଦୁର୍ଘଟଣା; ଟ୍ରକ୍‌-ବାଇକ୍‌ ଧକ୍କାରେ ଆଖିବୁଜିଲେ ଉପେନ୍ଦ୍ର

ପାରଳାଖେମୁଣ୍ଡି, ୭।୧୦ (ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ୍‌ ଅନ୍ତର୍ଗତ ଗୁରାଣ୍ଡା ଥାନା ପାଟିକୋଟା ଗ୍ରାମ ନିକଟରେ ଟ୍ରକ୍‌-ବାଇକ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି…

କେନ୍ଦ୍ରାପଡ଼ାରେ ଚାଞ୍ଚଲ୍ୟ, କଲେଜରେ ପଶି ଅଧ୍ୟାପିକାଙ୍କୁ ଅସଦାଚରଣ କଲେ….

କେନ୍ଦ୍ରାପଡା,୭।୧୦(ଜଗନ୍ନାଥ ଧଳ): କେନ୍ଦ୍ରାପଡା ସଦର ଥାନା ଅଧୀନ ଏକ କେଲଜ ଅଧ୍ୟାପିକାଙ୍କୁ ଅସଦାଚରଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଜଣେ ଅଭିଭାବକ କଲେଜରେ ପଶି ତାଙ୍କୁ…

ରଣଜୀ ଟିମ୍‌ରେ କଳାହାଣ୍ଡିର ଦିନେଶ ମାଝୀ, ଛୁଟୁଛି ଶୁଭେଚ୍ଛାର ସୁଅ

ଭବାନୀପାଟଣା,୭।୧୦(ଉତ୍ତମ କୁମାର ଦାଶ): ଓଡ଼ିଶା କ୍ରିକେଟ ଆସୋସିଏସନ୍ ପକ୍ଷରୁ ୨୦୨୬-୨୭ ସିଜନ ଡୋମେଷ୍ଟିକ୍ ବିସିସିଆଇ ଟୁର୍ନାମେଣ୍ଟର ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ଓଡ଼ିଶା ରଣଜୀ ଦଳର ୧୭…

ଜ୍ଞାନେଶ କୁମାରଙ୍କ ବିରୋଧରେ ବିରୋଧୀଙ୍କ ଆନ୍ଦୋଳନ ଜାରି, ରାହୁଲଙ୍କୁ ଉଠାଇ ନେଲା ପୋଲିସ

ନୂଆଦିଲ୍ଲୀ,୭।୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ବିରୋଧୀ ଦଳଗୁଡ଼ିକର ଆନ୍ଦୋଳନ ଥମିବାର ନାଁ ନେଉନାହିଁ । ମଙ୍ଗଳବାର ଦିନତମାମ ଧାରଣା ପରେ ଆଜି ‘ଇଣ୍ଡିଆ’…

ପାଟପୁରରେ ଦକ୍ଷିଣ ଓଡ଼ିଶା ବାଳିକା କବାଡ଼ି ପ୍ରତିଯୋଗିତା; ଗଜପତି ଜିଲାର ରାମଗିରି ଚାମ୍ପିୟନ, ମାଲକାନଗିରି ଉପ ବିଜେତା

ଦିଗପହଣ୍ଡି,୭।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମ ସ୍ଥିତ ବିଶ୍ୱାସରାୟ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ କବାଡ଼ି ପ୍ରତିଯୋଗିତା ଜାରି ରହିଥିଲା…

ଛାତ୍ର ସଂସଦ ନିର୍ବାଚନକୁ ନେଇ ବଲାଙ୍ଗୀର କଲେଜରେ ଉତ୍ତେଜନା

ବଲାଙ୍ଗୀର,୭ା୧୦(ସୁନିଲ କୁମାର ମହାନ୍ତି): କଲେଜ ନିର୍ବାଚନକୁ ନେଇ ଏବେଠୁ ବଲାଙ୍ଗିର ଜିଲାରେ ଉତ୍ତେଜନା ଦେଖାଦେଲାଣି। ବଲାଙ୍ଗୀର ପୁଇଁନ୍ତଳା ନିକଟରେ ଥିବା ସରକାରୀ ବଲାଙ୍ଗୀର କଲେଜରେ ଉତ୍ତେଜନା ଦେଖାଦେବା…

୫୮ ବର୍ଷ ପରେ ନବରାତ୍ରୀରେ ଦୁର୍ଲଭ ମହାସଂଯୋଗ: ଫିଟିବ ଏହି ୩ ରାଶିର ଭାଗ୍ୟ, ଧନ ବର୍ଷା ସହ ମିଳିବ ବଡ଼ ଚାକିରିର ଅଫର୍‌

୧୧ ଅକ୍ଟୋବର ୨୦୨୬ରୁ ଶାରଦୀୟ ନବରାତ୍ରୀ ଆରମ୍ଭ ହେବାକୁ ଯାଉଛି, ଯାହାକୁ ଏଥର ବେଶ ଖାସ ବୋଲି ଧରାଯାଉଛି। ପ୍ରକୃତରେ, ବହୁ ବର୍ଷ ପରେ ନବରାତ୍ରୀ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?