Posted inଖେଳ

ଏମ୍‌ଏସ୍‌ ଧୋନୀଙ୍କ ଫାର୍ମହାଉସ୍‌ ଆଗରେ ଫିକା ପଡ଼ିବ କପିଲ-କୋହଲି-ତେନ୍ଦୁଲକରଙ୍କ ବଙ୍ଗଳା: ୭ ଏକର ଜାଗାରେ…

ନୂଆଦିଲ୍ଲୀ,୬।୭: ଦୀର୍ଘ ଦୁଇ ବର୍ଷ ଧରି କ୍ରିକେଟରୁ ଦୂରେଇ ଯାଇଛନ୍ତି ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ସେ ଏବେ ପରିବାର ସହ ସମୟ ବିତାଇବା ସହ ଆଇପିଏଲ୍‌ରେ ନଜର ଆସୁଛନ୍ତି। ରାଞ୍ଚିରେ ପରିବାର ସହ ରୁହନ୍ତି ଧୋନୀ। ତେବେ ସେଠାରେ ଥିବା ତାଙ୍କ ଫାର୍ମହାଉସ୍‌ ବିଷୟରେ ନାନାଦି ଚର୍ଚ୍ଚା ହୁଏ। ବାସ୍ତବରେ ଦେଖିଲେ ଧୋନୀଙ୍କ ଏହି ଘର ଆଗରେ କପିଲ ଦେବ, ବିରାଟ କୋହଲି ଏବଂ ସଚିନ ତେନ୍ଦୁଲକରଙ୍କ ବଙ୍ଗଳା ଫିକା ପଡ଼ିଯିବ।

ଧୋନୀ ଫାର୍ମହାଉସ୍‌ର ନାମ ‘କୈଳାସପତି’। ଏହା ୭ ଏକର ଜାଗାରେ ପରିବ୍ୟାପ୍ତ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଏହି ଫାର୍ମହାଉସ୍‌କୁ ଦେଖି ଯେ କେହି ଦେଖିଲେ ପ୍ରେମରେ ପଡ଼ିଯିବ। ଧୋନୀଙ୍କ ପୁରୁଣା ଘରୁ ଏଠାକୁ ମାତ୍ର ୨୦ ମିନିଟ ସମୟ ଲାଗେ। ବିଶେଷକରି ଖାଲି ସମୟ ଧୋନୀ ଏଠାରେ ବିତାଇବାକୁ ଭଲପାନ୍ତି।

ଫାର୍ମହାଉସ୍‌ରେ ଏକ ଇନ୍‌ଡୋର୍‌ ଷ୍ଟାଡିୟମ ଏବଂ ସୁନ୍ଦର ସୁଇମିଂ ପୁଲ ରହିଛି। ଏଠାରେ ମାହି କ୍ରିକେଟ ଅଭ୍ୟାସ କରିବା ଲାଗି ଏକ ନେଟ୍‌ ପ୍ରାକ୍ଟିସିଂ ପଡ଼ିଆ ରଖିଛନ୍ତି। ଏହାଛଡ଼ା ଅଲ୍‌ଟ୍ରା ମଡନ୍‌ ଜିମ୍‌ ମଧ୍ୟ ରହିଛି। ବାଇକ୍‌ର ସଉକ ରଖିଥିବା ଧୋନୀଙ୍କ ପାଖରେ ୧୦୦ରୁ ଅଧିକ ଗାଡ଼ି ରହିଛି। ସେସବୁକୁ ରଖିବା ଲାଗି ଏକ ବଡ଼ ଗ୍ୟାରେଜ୍‌ ରହିଛି। ଫାର୍ମହାଉସ୍‌ରେ ପଞ୍ଚତାରକା ହୋଟେଲ୍‌ ପରି ସୁବିଧା ରହିଛି। ଧୋନୀ ସେଠାରେ ଚାଷ କରୁଛନ୍ତି। ଏହାର ଅନେକ ଫଟୋ ଏବଂ ଭିଡିଓ ପତ୍ନୀ ସାକ୍ଷୀ ଶେୟାର କରିଥାନ୍ତି। ଯାହାକି ଖୁବ୍‌ ଭାଇରାଲ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସୟଦ୍‌ ମୁସ୍ତାକ ଅଲି ଟ୍ରଫି: ଓଡ଼ିଶାକୁ ହରାଇଲା ହାଇଦ୍ରାବାଦ

ଭୁବନେଶ୍ୱର,୧୩।୧(ସ୍ପୋଟର୍‌ସ ବ୍ୟୁରୋ): ସୟଦ୍‌ ମୁସ୍ତାକ ଅଲି ଟ୍ରିଫିରେ ଓଡ଼ିଶା ତା’ର ଦ୍ୱିତୀୟ ପରାଜୟ ବରଣ କରିଛି। କୋଲକାତାର ଯାଦବପୁର ବିଶ୍ୱବିଦ୍ୟାଳୟ ଗ୍ରାଉଣ୍ଡର ମଙ୍ଗଳବାର ଖେଳାଯାଇଥିବା ମ୍ୟାଚରେ...

କୋହଲିଙ୍କୁ ୧୨ ଲକ୍ଷ ଟଙ୍କା ଜରିମାନା; କାହିଁକି ଜାଣନ୍ତୁ…

ଦୁବାଇ, ୨୫।୯: ଆଇପିଏଲ୍‌-୧୩ତମ ସଂସ୍କରଣର ୬ଷ୍ଠ ମୁକାବିଲାରେ ଗୁରୁବାର ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୯୭ ରନର ବୃହତ୍‌ ବ୍ୟବଧାନରେ କିଙ୍ଗ୍ସ ଇଲେଭେନ...

୩୦୧ ନମ୍ବର ଜର୍ସି ପିନ୍ଧିଲେ ଗେଲ୍‌

ପୋର୍ଟ ଅଫ୍‌ ସ୍ପେନ, ୧୫।୮(ପି.ଟି.)- ବୁଧବାର ଏଠାରେ ଅନୁଷ୍ଠିତ ଭାରତ ବିପକ୍ଷ ତୃତୀୟ ଦିନିକିଆ କ୍ରିକେଟ ମ୍ୟାଚରେ କ୍ୟାରିୟର ୩୦୧ତମ ଏକଦିବସୀୟ ଖେଳିଥିଲେ ଓ୍ବେଷ୍ଟଇଣ୍ଡିଜ ଦୁର୍ଦ୍ଦଶ...

ମାତ୍ର ୨୦ ବଲ୍‌ରେ ବିସ୍ଫୋରକ ଅର୍ଦ୍ଧଶତକ ହାସଲ କଲେ ଏହି କ୍ରିକେଟର୍‌: ଭାଙ୍ଗିଲେ ଅନେକ ରେକର୍ଡ

ମୁମ୍ବାଇ,୧୩।୪: ଆଇପିଏଲର ୧୪ ତମ ସିଜନରେ କିଙ୍ଗସ ଏକାଦଶ ପଞ୍ଜାବ ବିଜୟର ସହିତ ଖାତା ଖୋଲିଛି। ଏକ ରୋମାଞ୍ଚକର ମ୍ୟାଚରେ ପୂର୍ବତନ ଚାମ୍ପିୟନ ରାଜସ୍ଥାନ ରୟାଲ୍ସକୁ...

ଆଇପିଏଲ୍‌ ଇତିହାସରେ ପ୍ରଥମ ଖେଳାଳି ଭାବେ ଧାଓ୍ବନ କଲେ ଏମିତି କାମ

ମୁମ୍ବାଇ,୧୨।୪: ଦିଲ୍ଲୀ କ୍ୟାପିଟାଲ୍ସ ଓପନର୍‌ ଶିଖର ଧାୱନ ଆଇପିଏଲ ୨୦୨୧ର ପ୍ରଥମ ମ୍ୟାଚ୍‌ରେ ଚମତ୍କାର ବ୍ୟାଟିଂ କରିଛନ୍ତି। ବାମହାତୀ ବ୍ୟାଟ୍ସମ୍ୟାନ ଧାୱନ ପୁଣି ଥରେ ଚେନ୍ନାଇ...

କାତାରରେ କ୍ଲବ ବିଶ୍ୱକପ୍

ପ୍ୟାରିସ, ୪୬(ଏଏଫ୍ପି)- ଫିଫା ବିଶ୍ୱକପ୍ର ପରବର୍ତ୍ତୀ ସଂସ୍କରଣ ୨୦୨୨ରେ କାତାରରେ ଅନୁଷ୍ଠିତ ହେବ ତେବେ ଏଥତ୍ପୂର୍ବରୁ ୨୦୧୯ ଓ ୨୦୨୦ କ୍ଲବ ବିଶ୍ୱକପ୍ କାତାରରେ ଅାୟୋଜିତ...

ଆହତ ସତ୍ତ୍ୱେ ବୋଲିଂ କରିପାରିବ କି ବୋଲି ସାଇନିଙ୍କୁ ପଚାରିଥିଲେ ରାହାନେ, ମିଳିଥିଲା ଏଭଳି ଜବାବ

ନୂଆଦିଲ୍ଲୀ,୨୩।୧: ଆହତ କାରଣରୁ ବ୍ରିସବେନ ଟେଷ୍ଟରେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିପାରି ନ ଥିଲେ ନବଦୀପ ସାଇନି। ହେଲେ ଏତେ ବଡ଼ ସୁଯୋଗକୁ ହାତ ଛଡ଼ା...

ଜିମ୍ବାଓ୍ବେ ବ୍ୟାନ୍‌: ଅକ୍ଟୋବର ପରେ ବିସିସିଆଇ ନିଷ୍ପତ୍ତି ନେବ

ନୂଆଦିଲ୍ଲୀ,୨୦।୭(ପି.ଟି.)- ଜିମ୍ବାଓ୍ବେକୁ ଆଇସିସି ବାସନ୍ଦ କରିବା ପରେ ଆସନ୍ତା ଜାନୁୟାରୀରେ ଖେଳାଯିବାକୁ ଥିବା ଭାରତ- ଜିମ୍ବାଓ୍ବେ ସୀମିତ ଓଭର ସିରିଜ ନେଇ ଆଶଙ୍କା ପ୍ରକାଶ ପାଇଛି।...

Advertisement
Ten Cric Info


Archives

Model This Week