Odisha Elections 2024
Posted inଖେଳ

ଓ୍ବାର୍ଲଡ କପ ଫାଇନାଲ ଦେଖିବାକୁ କପିଲ ଦେବଙ୍କୁ ମିଳିନାହିଁ ନିମନ୍ତ୍ରଣ

ଅହମଦାବାଦ,୧୯।୧୧: ବିଶ୍ୱକପର ଅନ୍ତିମ ମ୍ୟାଚ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି। ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଉଭୟ ଦଳ ମୁହାଁମୁହିଁ ହୋଇଛନ୍ତି। ଟସ ହରାଇବା ପରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିଛି। ଏଥି ସହିତ ସୋସିଆଲ ମିଡିଆରେ ଏକ ଭିଡିଓ ବେଳକୁ ବେଳ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଭାରତୀୟ ପୂର୍ବତନ ଅଧିନାୟକ କପିଲ ଦେବ କହୁଛନ୍ତି ଯେ ତାଙ୍କୁ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ହେଉଥିବା ବିଶ୍ୱକପ ଫାଇନାଲ ଦେଖିବାକୁ ନିମନ୍ତ୍ରଣ କରାଯାଇ ନାହିଁ। ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହା ବ୍ୟତୀତ ସୋସିଆଲ ମିଡିଆ ୟୁଜର୍ସ କ୍ରମାଗତ ଭାବରେ କମେଣ୍ଟ ବକ୍ସରେ ନିଜର ମତାମତ ଦେଉଛନ୍ତି।
ସୂଚନାଯୋଗ୍ୟ, ଭାରତ-ଅଷ୍ଟ୍ରେଲିଆ ଫାଇନାଲ ପାଇଁ ପୂର୍ବତନ କ୍ରିକେଟରଙ୍କ ସମେତ ଅନେକ ବଡ ବ୍ୟକ୍ତିତ୍ୱଙ୍କୁ ନିମନ୍ତ୍ରଣ କରାଯାଇଥିଲା। ସଚିନ ତେନ୍ଦୁଲକର, ଶାହାରୁଖ ଖାଁ, ରଣବୀର ସିଂ, ଦୀପିକା ପାଦୁକୋନଙ୍କ ସମେତ ବହୁ ପ୍ରସିଦ୍ଧ ଚେହେରା ପଡ଼ିଆରେ ଟିମ ଇଣ୍ଡିଆ ପାଇଁ ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା, କିନ୍ତୁ ପୂର୍ବତନ କିମ୍ବଦନ୍ତୀ କପିଲ ଦେବ କହିଛନ୍ତି ଯେ ତାଙ୍କୁ ନିମନ୍ତ୍ରଣ କରାଯାଇ ନାହିଁ। ଏକ ଘରୋଇ ଟେଲିଭିଜନ ଚ୍ୟାନେଲକୁ ସେ ଏହା କହିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି୨୦ ବିଶ୍ୱକପ୍‌ ଜିତି ପାରିବ ନାହିଁ ଟିମ୍‌ ଇଣ୍ଡିଆ…କୋହଲିଙ୍କ ନାଁ ନେଇ ଏ କ’ଣ କହିଦେଲେ…

ନୂଆଦିଲ୍ଲୀ,୧୭।୫: ଆଉ କିଛି ଦିନର ବ୍ୟବଧାନ ପରେ ଆରମ୍ଭ ହେବାକୁ ଯାଛି ଟି୨୦ ବିଶ୍ୱକପ୍‌। ଏହାକୁ ନେଇ ପ୍ରଶଂସକ ଦିନ ଗଣିବା ଆରମ୍ଭ କରିଦେଇଥିବା ବେଳେ...

ଟିମ୍‌ ଇଣ୍ଡିଆର ଆଗାମୀ ମୁଖ୍ୟ କୋଚ୍‌ ହେବେ ଗୌତମ ଗମ୍ଭୀର: ରିପୋର୍ଟ

ନୂଆଦିଲ୍ଲୀ,୧୭।୫: ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ଭାବେ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ୍‌ ଗୌତମ ଗମ୍ଭୀର ଏହି ପଦ...

ପଡ଼ିଆରେ ଲଢେଇ, ଡ୍ରେସିଂ ରୁମ୍‌ରେ କୋଳାକୋଳି

ନୂଆଦିଲ୍ଲୀ,୧୭।୫: ଆଇପିଏଲ ୨୦୨୪ର ୬୮ତମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସର ଘରୋଇ...

କୋହଲିଙ୍କ ପରି ତାଙ୍କ ଝିଅ ବି ହେବେ କ୍ରିକେଟର୍‌! ଏବେଠୁ କଲେଣି…

ନୂଆଦିଲ୍ଲୀ,୧୭।୫: ବିରାଟ କୋହଲିଙ୍କ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲ ୨୦୨୪ର ପ୍ଲେ ଅଫରେ ପହଞ୍ଚିବା ଲକ୍ଷ୍ୟରେ ରହିଛି। ଏହି ଦଳ ଆଜି ଚେନ୍ନାଇ ସୁପର...

କ୍ରିଷ୍ଟିଆନ ରୋନାଲଡୋ ସର୍ବାଧିକ ଦରମା ପ୍ରାପ୍ତ ଆଥଲେଟ୍

ନୂଆଦିଲ୍ଲୀ,୧୭ା୫: ବିଶ୍ୱର ଶ୍ରେଷ୍ଠ ଆୟ କରୁଥିବା ଖେଳାଳିଙ୍କ ତାଲିକା ଫୋର୍ବସ୍ ପକ୍ଷରୁ ପ୍ରକାଶ ପାଇଛି। ଏହି ତାଲିକାରେ ତାରକା ଫୁଟବଲର କ୍ରିଷ୍ଟିଆନ ରୋନାଲଡୋ ଶୀର୍ଷରେ ରହିଛନ୍ତି।...

ସନରାଇଜର୍ସ ହାଇଦ୍ରାବାଦକୁ ପ୍ଲେଅଫରେ ପହଞ୍ଚାଇଲା ବର୍ଷା, ଗୁଜରାଟ ଟାଇଟାନ୍ସ ବିରୋଧରେ ମ୍ୟାଚ ରଦ୍ଦ

ହାଇଦ୍ରାବାଦ,୧୬।୫: ଆଇପିଏଲ ୨୦୨୪ ର ୬୬ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଗୁଜୁରାଟ ଟାଇଟାନ୍ସକୁ ସାମ୍ନା କରିଥିଲା। ଏହି ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ...

ବିରାଟଙ୍କ ରିଟାୟରମେଣ୍ଟ ପ୍ଲାନକୁ ନେଇ ଖୋଲିଲା ଗୁମର

ନୂଆଦିଲ୍ଲୀ,୧୬।୫: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଭଲଭାବେ ଜାଣିଛନ୍ତି ଯେ ତାଙ୍କୁ ମଧ୍ୟ ଦିନେ କ୍ରିକେଟ ରୁ ଅବସର ନେବାକୁ ପଡିବ।...

୪ ଦିନ ୫ ମ୍ୟାଚ୍‌, ରୋଚକ ସ୍ଥିତିରେ ପ୍ଲେ ଅଫ୍‌ ରେସ୍‌: କିଏ ମାରିବ ବାଜି

ନୂଆଦିଲ୍ଲୀ,୧୬।୫: କୋଲକାତା ନାଇଟ ରାଇଡର୍ସ ଏବଂ ରାଜସ୍ଥାନ ରୟାଲ୍ସ ପ୍ଲେ ଅଫ ରେ ପହଞ୍ଚିଛି। କିନ୍ତୁ ଅବଶିଷ୍ଟ ୨ ସ୍ଥାନ ପାଇଁ ୫ଟି ଦଳ ମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri