Posted inଖେଳ

କପିଳ ଦେବ ଏହି ଖେଳାଳିଙ୍କୁ ସବୁଠୁ ଅଧିକ ଭୟ କରୁଥିଲେ

ନୂଆଦିଲ୍ଲୀ, ୧୫।୭- କପିଳ ଦେବ। ଭାରତୀୟ କ୍ରିକେଟ୍‌ରେ ଏକ ବେଶ୍‌ ପରିଚିତ ନାମ। ୧୯୮୩ ବିଶ୍ୱକପ୍‌ରେ ଭାରତକୁ ଚାମ୍ପିୟନ କରାଇ କ୍ରିକେଟ୍‌କୁ ଘରେ ଘରେ ପରିଚିତ କରାଇବାରେ ଏହି ହରିୟାଣା କ୍ରିକେଟର୍‌ଙ୍କ ଅବଦାନ ଅତୁଳନୀୟ କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ। ୧୯୭୮ରେ ବିଶନ ସିଂ ବେଦୀଙ୍କ ଅଧିନାୟକତ୍ୱରେ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିବା କପିଳ ପୂର୍ବତନ ଅଧିନାୟକ ଶ୍ରୀନିବାସ ଭେଙ୍କଟରାଘବନଙ୍କୁ ସବୁଠାରୁ ଅଧିକ ଭୟ କରୁଥିବା କହିଛନ୍ତି। ନିକଟରେ ପୂର୍ବତନ କୋଚ୍‌ ଡବ୍ଲ୍ୟୁଭି ରମନଙ୍କ ସହ ଏକ ସାକ୍ଷାତ୍‌କାର ଅବସରରେ କପିଳ ଏହା କହିଛନ୍ତି। ‘ମୁଁ ତାଙ୍କୁ ବହୁତ ଡରୁଥିଲି। ପ୍ରଥମତଃ ସେ କେବଳ ଇଂରାଜୀରେ କଥା ହେଉଥିଲେ। ଦ୍ୱିତୀୟତଃ ଆମେ ସମସ୍ତେ ତାଙ୍କ କ୍ରୋଧ ଜାଣୁ। ସେ ଯେତବେଳେ ଅମ୍ପାୟରିଂ କରୁଥିଲେ ସେତେବେଳେ ମଧ୍ୟ ବୋଲରଙ୍କୁ ଗାଳି ଦେଇଥାନ୍ତି। ୧୯୭୯ରେ ଆମେ ଯେତେବେଳେ ଇଂଲଣ୍ଡ ଗସ୍ତରେ ଯାଇଥିଲୁ ଏବଂ ସେ ଅଧିନାୟକ ଥିଲେ ମୁଁ ଏମିତି ଏକ ସ୍ଥାନ ଖୋଜୁଥିଲି ଯେଉଁଠିକି ସେ ମୋତେ ଦେଖିପାରିବେ ନାହିଁ’ ବୋଲି କପିଳ କହିଛନ୍ତି। ଭାରତର ଏହି ଅନ୍ୟତମ ଶ୍ରେଷ୍ଠ ଅଲ୍‌ରାଉଣ୍ଡର ଆହୁରି ମଧ୍ୟ କହିଛନ୍ତି, ଆମେ ବେଦୀ, ପ୍ରସନ୍ନା, ଚନ୍ଦ୍ରଶେଖର ଥିଲୁ। ସେମାନଙ୍କୁ ପ୍ରକୃତରେ ସେ କିଛି କହିପାରନ୍ତି ନାହିଁ। ଫଳରେ ସ୍ବାଭାବିକ ଭାବେ ସେ ମୋତେ ଯେତେବେଳେ ଦେଖିଥାନ୍ତି ହଠାତ୍‌ ରାଗିଯାଇଥାନ୍ତି। ଯେତେହୁ ମୁଁ ଅଧିକ ଭୋଜନପ୍ରିୟ ତେଣୁ ସର୍ବଦା ଗୋଟିଏ କୋଣରେ ବସି ଜଳଖିଆ ଖାଇଥାଏ। କାରଣ ସେ ଭାବିବେ ମୁଁ ସର୍ବଦା ଖାଉଛି। ପ୍ରକାଶଯୋଗ୍ୟ ଭେଙ୍କଟରାଘବନ ୧୯୬୦-୭୦ ଦଶକରେ ଭାରତର ଜଣେ ଶ୍ରେଷ୍ଠ ସ୍ପିନର ରହିଥିଲେ। ସେ ଭାରତ ପକ୍ଷରୁ ୫୭ ଟେଷ୍ଟ ମ୍ୟାଚ୍‌ ଖେଳି ୧୫୬ ଉଇକେଟ୍‌ ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଆଫଗାନିସ୍ତାନକୁ ହରାଇଲା ଭାରତ, ୧୩ ବଲ୍‌ରେ…

ଧର୍ମଶାଳା,୧୩ା୬: ଧର୍ମଶାଳାରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଇଥିବା ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ୍‌ ସିରିଜରେ ଭାରତ ବିଜୟ ଲାଭ କରିଛି। ବର୍ଷା ପ୍ରଭାବିତ ପ୍ରଥମ ଦିନିକିଆରେ ଟିମ୍‌…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ଭାରତ ଆଗରେ ୧୯୫ ରନ୍‌ର ଟାର୍ଗେଟ୍; ଡେବ୍ୟୁ ମ୍ୟାଚ୍‌ରେ ଗୁର୍‌ବାଜଙ୍କ ଧୂଆଁଧାର ଇନିଂସ

ଧର୍ମଶାଳା, ୧୩ା୬: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଶନିବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ବର୍ଷା କାରଣରୁ ମ୍ୟାଚ୍‌କୁ ୨୫ ଓଭରରେ ସୀମିତ ରଖାଯାଇଛି। ରହମାନୁଲା ଗୁରବାଜଙ୍କ…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

ପଡ଼ୋଶୀଙ୍କ ଆକ୍ରମଣରେ ଜଣେ ଗୁରୁତର, ଠେଙ୍ଗାମାଡ଼ରେ…

ଦିଗପହଣ୍ଡି,୧୩ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡି. ଆମ୍ବଠା ଗ୍ରାମର ଧ୍ରୁବ ରାଉତ ତାଙ୍କ ପଡ଼ୋଶୀ ଅର୍ଜୁନ ନାହାକଙ୍କୁ ଶନିବାର ସକାଳ ପ୍ରାୟ ସାଢ଼େ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri