Posted inଖେଳ

କପିଳ ଦେବ ଏହି ଖେଳାଳିଙ୍କୁ ସବୁଠୁ ଅଧିକ ଭୟ କରୁଥିଲେ

ନୂଆଦିଲ୍ଲୀ, ୧୫।୭- କପିଳ ଦେବ। ଭାରତୀୟ କ୍ରିକେଟ୍‌ରେ ଏକ ବେଶ୍‌ ପରିଚିତ ନାମ। ୧୯୮୩ ବିଶ୍ୱକପ୍‌ରେ ଭାରତକୁ ଚାମ୍ପିୟନ କରାଇ କ୍ରିକେଟ୍‌କୁ ଘରେ ଘରେ ପରିଚିତ କରାଇବାରେ ଏହି ହରିୟାଣା କ୍ରିକେଟର୍‌ଙ୍କ ଅବଦାନ ଅତୁଳନୀୟ କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ। ୧୯୭୮ରେ ବିଶନ ସିଂ ବେଦୀଙ୍କ ଅଧିନାୟକତ୍ୱରେ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିବା କପିଳ ପୂର୍ବତନ ଅଧିନାୟକ ଶ୍ରୀନିବାସ ଭେଙ୍କଟରାଘବନଙ୍କୁ ସବୁଠାରୁ ଅଧିକ ଭୟ କରୁଥିବା କହିଛନ୍ତି। ନିକଟରେ ପୂର୍ବତନ କୋଚ୍‌ ଡବ୍ଲ୍ୟୁଭି ରମନଙ୍କ ସହ ଏକ ସାକ୍ଷାତ୍‌କାର ଅବସରରେ କପିଳ ଏହା କହିଛନ୍ତି। ‘ମୁଁ ତାଙ୍କୁ ବହୁତ ଡରୁଥିଲି। ପ୍ରଥମତଃ ସେ କେବଳ ଇଂରାଜୀରେ କଥା ହେଉଥିଲେ। ଦ୍ୱିତୀୟତଃ ଆମେ ସମସ୍ତେ ତାଙ୍କ କ୍ରୋଧ ଜାଣୁ। ସେ ଯେତବେଳେ ଅମ୍ପାୟରିଂ କରୁଥିଲେ ସେତେବେଳେ ମଧ୍ୟ ବୋଲରଙ୍କୁ ଗାଳି ଦେଇଥାନ୍ତି। ୧୯୭୯ରେ ଆମେ ଯେତେବେଳେ ଇଂଲଣ୍ଡ ଗସ୍ତରେ ଯାଇଥିଲୁ ଏବଂ ସେ ଅଧିନାୟକ ଥିଲେ ମୁଁ ଏମିତି ଏକ ସ୍ଥାନ ଖୋଜୁଥିଲି ଯେଉଁଠିକି ସେ ମୋତେ ଦେଖିପାରିବେ ନାହିଁ’ ବୋଲି କପିଳ କହିଛନ୍ତି। ଭାରତର ଏହି ଅନ୍ୟତମ ଶ୍ରେଷ୍ଠ ଅଲ୍‌ରାଉଣ୍ଡର ଆହୁରି ମଧ୍ୟ କହିଛନ୍ତି, ଆମେ ବେଦୀ, ପ୍ରସନ୍ନା, ଚନ୍ଦ୍ରଶେଖର ଥିଲୁ। ସେମାନଙ୍କୁ ପ୍ରକୃତରେ ସେ କିଛି କହିପାରନ୍ତି ନାହିଁ। ଫଳରେ ସ୍ବାଭାବିକ ଭାବେ ସେ ମୋତେ ଯେତେବେଳେ ଦେଖିଥାନ୍ତି ହଠାତ୍‌ ରାଗିଯାଇଥାନ୍ତି। ଯେତେହୁ ମୁଁ ଅଧିକ ଭୋଜନପ୍ରିୟ ତେଣୁ ସର୍ବଦା ଗୋଟିଏ କୋଣରେ ବସି ଜଳଖିଆ ଖାଇଥାଏ। କାରଣ ସେ ଭାବିବେ ମୁଁ ସର୍ବଦା ଖାଉଛି। ପ୍ରକାଶଯୋଗ୍ୟ ଭେଙ୍କଟରାଘବନ ୧୯୬୦-୭୦ ଦଶକରେ ଭାରତର ଜଣେ ଶ୍ରେଷ୍ଠ ସ୍ପିନର ରହିଥିଲେ। ସେ ଭାରତ ପକ୍ଷରୁ ୫୭ ଟେଷ୍ଟ ମ୍ୟାଚ୍‌ ଖେଳି ୧୫୬ ଉଇକେଟ୍‌ ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଜିଠାରୁ ଥୋମାସ୍‌, ଉବର କପ୍‌

ଚେଙ୍ଗ୍‌ଡୁ, ୨୭ା୪ ଥୋମାସ କପ୍‌ ଓ ଉବର କପ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଏଠାରେ ଶନିବାରଠାରୁ ଆରମ୍ଭ ହେବ। ଭାରତୀୟ ପୁରୁଷ ଦଳ ଏଥର ଥୋମାସ କପ୍‌...

ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା କଲେ ବଡ଼ ଘୋଷଣା

ସାଓ ପାଉଲୋ, ୨୭ା୪: ଛଅ ଥର ମହିଳା ବିଶ୍ୱକପ୍‌ ଖେଳିଥିବା ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା ଚଳିତ ବର୍ଷ ଶେଷ ହେବା ପରେ ଜାତୀୟ ଦଳରୁ...

ଆଇପିଏଲ୍‌ ଇତିହାସରେ ସର୍ବାଧିକ ରନ୍‌ ଚେଜ୍‌

କୋଲକାତା, ୨୭।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ କରିଥିବା ୨୬୧ ରନ ପର୍ଯ୍ୟାପ୍ତ ହେଲାନି। ଜନି ବେୟାରଷ୍ଟୋଙ୍କ ଅପରାଜିତ ଶତକ ସହାୟତାରେ ପଞ୍ଜାବ କିଙ୍ଗ୍ସ...

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ପଣ୍ଟିଂଙ୍କ ଖୁଲାସା: ଯେଉଁ ବ୍ୟାଟ୍‌ରେ ଶତକ ମାରୁଥିଲେ…

ନୂଆଦିଲ୍ଲୀ,୨୬।୪: ଦୁଇ ଥର ବିଶ୍ୱକପ୍‌ ବିଜେତା ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ଏବେ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍‌ ଭାବେ ଦାୟିତ୍ୱ ସମ୍ପାଦନ କରୁଛନ୍ତି। ଦିନ...

ପାକିସ୍ତାନକୁ ହରାଅ, ତୁମକୁ ଭୂରି ଭୋଜନ ମୁଁ ଦେବି- ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ କିଛି ଏଭଳି କହିଥିଲେ ସଚିନ…

ନୂଆଦିଲ୍ଲୀ,୨୬।୪: କୌଣସି ଫର୍ମାଟ ହେଉ ନା କାହିଁକି ଭାରତ ପାକିସ୍ତାନ ମ୍ୟାଚ୍‌ କଥା ପଡ଼ିଲେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଯାଇଥାଏ। ହେଲେ ଦୁଇ ଦେଶ ଏବେ କେବଳ...

ଆଇପିଏଲ୍‌ ମଝିରେ ପୁଣି ଥରେ ବାପା ହେଲେ ପାଣ୍ଡ୍ୟା !

ନୂଆଦିଲ୍ଲୀ,୨୬।୪: ପୁଣି ଥରେ ବାପା ହୋଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ଼ ଭାଇ ତଥା ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ପାଇଁ ଖେଳୁଥିବା କ୍ରୁଣାଳ ପାଣ୍ଡ୍ୟା। କ୍ରୁଣାଳଙ୍କ...

ଭୋଟ ଦେଲେ କ୍ରିକେଟ୍‌ର ଜେଣ୍ଟଲମ୍ୟାନ୍‌: ମତଦାନ କେନ୍ଦ୍ରରେ ହୃଦୟ ଜିତିଲେ

ବେଙ୍ଗାଲୁରୁ,୨୬।୪: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର କୋଚ ରାହୁଲ ଦ୍ରାବିଡ ଶୁକ୍ରବାର ବେଙ୍ଗାଲୁରୁର ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଛନ୍ତି। ଭୋଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri