ଭାରତର ସର୍ବଶ୍ରେଷ୍ଠ ମ୍ୟାଚ୍‌ ବିଜେତା ଭାବେ କେଉଁ ଖେଳାଳିଙ୍କ ନାମ କହିଲେ ଗାଭାସ୍କର

ନୂଆଦିଲ୍ଲୀ, ୨୫।୩- କପିଳ ଦେବଙ୍କ ନେତୃତ୍ୱରେ ଭାରତ ପ୍ରଥମଥର ଲାଗି ୧୯୮୩ ମସିହାରେ ଦିନିକିଆ ବିଶ୍ୱକପ୍‌ ଜିତିବାର ସୌଭାଗ୍ୟ ଲାଭ କରିଥିଲା। ଏହି ସ୍ମରଣୀୟ ବିଶ୍ୱକପ୍‌ ଜିତିବାର ୩୭ ବର୍ଷ ପୂର୍ତ୍ତି ପାଳନ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କପିଳ ଦେବଙ୍କୁ ଭାରତର ସର୍ବଶ୍ରେଷ୍ଠ ମ୍ୟାଚ୍‌ ବିଜେତା ବୋଲି ପ୍ରାକ୍ତନ ମହାନ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କର କହିଛନ୍ତି। ଏକ ସାକ୍ଷାତ୍‌କାର ଅବସରରେ ଗାଭାସ୍କର କହିଛନ୍ତି, ମୁଁ ବିନମ୍ରତାର ସହ କହିବାକୁ ଚାହୁଁଛି କି ମୋ ବିଚାରରେ ଭାରତ ଆଜି ପର୍ଯ୍ୟନ୍ତ ଯେତେଜଣ କ୍ରିକେଟର୍‌ ସୃଷ୍ଟି କରିଛି ସେମାନଙ୍କ ମଧ୍ୟରୁ କପିଳ ମହାନ ଏବଂ ସର୍ବଶ୍ରେଷ୍ଠ ମ୍ୟାଚ୍‌ ବିଜେତା। କାହିଁକି ନା ସେ ଉଭୟ ବ୍ୟାଟ୍‌ ଓ ବଲ୍‌ରେ ମ୍ୟାଚ୍‌ ଜିତାଇବାର ଦକ୍ଷତା ରଖୁଥିଲେ। ସେହିଭଳି କପିଳଙ୍କ ସହ ପ୍ରଥମ ସାକ୍ଷାତ୍‌କାରକୁ ନେଇ ଗାଭାସ୍କର କହିଛନ୍ତି, ୧୯୭୮ରେ ଆମେ ଅଷ୍ଟ୍ରେଲିଆ ଗସ୍ତରୁ ଫେରିଥାଉ। ଚେନ୍ନାଇର ଏମ୍‌. ଚିନ୍ନସ୍ବାମୀ ଷ୍ଟାଡିୟମରେ ମୁମ୍ବାଇ ଓ ହରିୟାଣା ମଧ୍ୟରେ ଏକ ମ୍ୟାଚ୍‌ ଖେଳାଯାଉଥାଏ। କପିଳ ଏବଂ ରାଜେନ୍ଦ୍ର ଜାଡେଜା ନାମକ ଆଉ ଜଣେ ଅଲ୍‌ରାଉଣ୍ଡର ପ୍ରାରମ୍ଭିକ ବୋଲିଂ କରୁଥାନ୍ତି। କପିଳ ସେହି ମ୍ୟାଚ୍‌ରେ ଭଲ ଆଉଟ୍‌ ସୁଇଂ କରୁଥିଲେ ମଧ୍ୟ କ୍ରିଜ ବାହାରୁ ବୋଲିଂ କରୁଥିବାରୁ ସହଜରେ ଆମେ ତାଙ୍କୁ ଖେଳି ଦେଉଥିଲୁ। ଏହାପରେ ମୁଁ କପିଳଙ୍କ ପାଖକୁ ଯାଇ ଷ୍ଟମ୍ପ୍ସ ନିକଟରୁ ବୋଲିଂ କରିବା ପାଇଁ ତାଙ୍କୁ ପରାମର୍ଶ ଦେଇଥିଲି। କିନ୍ତୁ କପିଳ ଭାବିଥିଲେ ଯେ, ମୁଁ ତାଙ୍କ ସହ ସ୍ଲେଜିଂ କରୁଛି। ତେବେ ପରବର୍ତ୍ତୀ ଓଭରରେ ସେ ଷ୍ଟମ୍ପ୍ସ ନିକଟରୁ ବୋଲିଂ କରିଥିଲେ ଏବଂ ପୁରା ମୁମ୍ବାଇ ବ୍ୟାଟ୍ସମ୍ୟାନଙ୍କ ଅଡ଼ୁଆରେ ପକାଇବାରେ ସଫଳ ହୋଇପାରିଥିଲେ ବୋଲି ଗାଭାସ୍କର ଏହି ସାକ୍ଷାତ୍‌କାର ଅବସରରେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିରାଟ କୋହଲିଙ୍କ ଦଳରେ ସାମିଲ ହେଲେ ଏହି ଅଷ୍ଟ୍ରେଲୀୟ କ୍ରିକେଟର୍‌

ଦୁବାଇ, ୧।୯: ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି୨୦ କ୍ରିକେଟ୍‌ ଟୁର୍ନାମେଣ୍ଟ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୩ତମ ସଂସ୍କରଣ ଆସନ୍ତା ୧୯ରୁ ୟୁଏଇରେ ଆରମ୍ଭ ହେବ।...

ଭାରତ ସିରିଜ ପୂର୍ବରୁ ଆଇପିଏଲ୍‌ ତାରକା ନାଲି ବଲ୍‌ରେ ଅଭ୍ୟାସ କରିପାରିବେ ନାହିଁ

ମେଲବୋର୍ନ, ୭।୧୦(ପି.ଟି.): ଆଗାମୀ ଡିସେମ୍ବରରେ ଆରମ୍ଭ ହେବାକୁ ଥିବା ଭାରତ ବିପକ୍ଷ ହାଇପ୍ରୋଫାଇଲ ଟେଷ୍ଟ ସିରିଜ ପୂର୍ବରୁ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଖେଳୁଥିବା କେତେଜଣ...

କ୍ରିକେଟ୍‌ ଅଷ୍ଟ୍ରେଲିଆ ସିଇଓ ଦୌଡ଼ରେ ଷ୍ଟ୍ରସ୍‌

ମେଲବୋର୍ନ, ୧୮।୬- କରୋନା ମହାମାରୀ ଲାଗି ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା କ୍ରିକେଟ୍‌ ଅଷ୍ଟ୍ରେଲିଆ (ସିଏ)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ପଦ ଲାଗି...

ଆଇସିସି ମହିଳା ଟି୨୦ ବିଶ୍ୱକପ୍‌ ଲାଗି ପରିଣୀତିଙ୍କୁ ଆମନ୍ତ୍ରଣ

ନୂଆଦିଲ୍ଲୀ,୨୩।୧୧- ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା କ୍ରିକେଟ ଅଷ୍ଟ୍ରେଲିଆ (ସିଏ)ର ଏକ ମେଲ ପାଇଛନ୍ତି। ସେଥିରେ ତାଙ୍କୁ ଆଇସିସି ମହିଳା ଟି୨୦ ବିଶ୍ୱକପ୍‌ରେ ଯୋଗ ଦେବାକୁ...

ମ୍ୟାଚ୍‌ ଚାଲିଥିବାବେଳେ ଭାରତୀୟ କ୍ରିକେଟରଙ୍କୁ ଆସିଲା ହୃଦ୍‌ଘାତ, ଡାକ୍ତରଖାନା ନେବା ବାଟରେ ଚାଲିଗଲା ଜୀବନ

ଅଗରତାଲା,୪।୧୨: କ୍ରିକେଟ ପଡିଆରେ ଅଘଟଣ ଘଟିବା ନୂଆ କଥା ନୁହେଁ। ପୂର୍ବରୁ ମଧ୍ୟ ଅନେକ ଖେଳାଳିଙ୍କ ଶରୀରରେ ବଲ୍‌ ବାଜି ମୃତ୍ୟୁ ଘଟିଛି। ତ୍ରିପୁରାର ରାଜଧାନୀ...

ପଙ୍କଜ ୧୦ମ ସଭାପତି, ସଞ୍ଜୟ ୬ଷ୍ଠ ସମ୍ପାଦକ

କଟକ ଅଫିସ,୨୮ା୯- ଓସିଏର ୧୦ମ ସଭାପତି ହୋଇଛନ୍ତି ପଙ୍କଜ ଲୋଚନ । ୧୯୪୯ ଜୁଲାଇ ୧୪ ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ହରେକୃଷ୍ଣ ମହତାବ ପ୍ରଥମ...

ତ୍ରିରାଷ୍ଟ୍ରୀୟ ମହିଳା ଟି୨୦ ସିରିଜ୍‌: ହରମନପ୍ରୀତ, ବୋଲରଙ୍କ ଦମ୍‌ରେ ଜିତିଲା ଭାରତ

କାନବେରା,୩୧।୧- ଭାରତୀୟ ମହିଳା ଦଳ ଚଳିତ ତ୍ରିରାଷ୍ଟ୍ରୀୟ ଟି୨୦ ସିରିଜ୍‌ରେ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ପ୍ରଥମେ ବୋଲରଙ୍କ ଜବରଦସ୍ତ ବୋଲିଂ ଓ ପରେ...

ବୋଲିଂ କୋଚ୍‌ ପାଇଁ ଆବେଦନ କରିଛନ୍ତି ପ୍ରସାଦ

ନୂଆଦିଲ୍ଲୀ, ୧।୮- ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଭେଙ୍କଟେଶ ପ୍ରସାଦ ଭାରତୀୟ ଦଳର ବୋଲିଂ କୋଚ୍‌ ପଦ ପାଇଁ ଆଗ୍ରହୀ ଥିବା ଜଣାପଡ଼ିଛି। କିଛି ପ୍ରମୁଖ...

Coronavirus Update

Archives

Model This Week

Why Dharitri