ଏକ୍ସ ବୟଫ୍ରେଣ୍ଡଙ୍କ ଉପରେ ରାଗିଲେ କଙ୍ଗନା!

ମୁମ୍ବାଇ: ବଲିଉଡ୍‌ କୁଇନ୍‌ କଙ୍ଗନା ରାନାଓ୍ବତ କିଛି ନା କିଛି କାରଣ ପାଇଁ ଅଧିକାଂଶ ସମୟ ଥାଆନ୍ତି ଚର୍ଚ୍ଚାରେ। ବିଶେଷ କରି କିଛି ଘଟଣାକୁ ନେଇ ଏବେ ସେ ଖୋଲା ଖୋଲି କଥା ହେଉଥିବାରୁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି। ଏଥର ସେ ତାଙ୍କ ଏକ୍ସ ପୟଫ୍ରେଣ୍ଡ କୁହାଯାଉଥିବା ବଲିଉଡ୍‌ ନାୟକ ହ୍ରିତିକ ରୋଶନଙ୍କ ଉପରେ ଖୁବ୍‌ ବର୍ଷିଛନ୍ତି। ନିକଟରେ ସେ ଦେଇଥିବା ଏକ ସାକ୍ଷାତ୍‌କାରରେ କହିଛନ୍ତି ମୋ ଏକ୍ସ ବୟଫ୍ରେଣ୍ଡ ମୋତେ ଅତିତରେ ଲୋଭି ବୋଲି କହି ବହୁତ ବଦନାମ କରିଥିଲେ। ଏମିତିକି ସେ ମୋ ଉପରେ Gold Diggerର ଟ୍ୟାଗ୍‌ ଲଗାଇ ଦେଇଥିଲେ ବୋଲି କଙ୍ଗନା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେତେବେଳେ ମୁଁ ମୋ ବଲିଉଡ୍‌ ଯାତ୍ରାକୁ ଦେଖେ ସେତେବେଳେ ମୋତେ ଗର୍ବ ଅନୁଭବ ହୁଏ। କାରଣ ଯେତେବେଳେ ମୁଁ କାମ ଆରମ୍ଭ କରିଥିଲି ସେତେବେଳେ ମୋର କିଛି ବଡ ବଡ ସ୍ବପ୍ନ ନ ଥିଲା। ହେଲେ ଆଜି ମୁଁ ମୋ ପରିଶ୍ରମରେ ଠିଆ ହୋଇ ପାରିଛି ଓ ନିଜ ପାଇଁ ଏକ ସୁନ୍ଦର ଘର କରିପାରିଛି ବୋଲି କଙ୍ଗନା କହିଛନ୍ତି । ହେଲେ ଯିଏ (ହ୍ରିତିକ)ମୋତେ ଲୋଭି ବୋଲି କହୁଥିଲେ ସେ ଏବେ ଭଡା ଘରେ ରହୁଛନ୍ତି। ଆଉ ସେ ଭଡା ଟଙ୍କା ତାଙ୍କ ବାପା ଭରଣା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାହା ନ ହୋଇ ମା’ ହୋଇଛନ୍ତି ସାକ୍ଷୀ

ଛୋଟପରଦାରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିବା ଅଭିନେତ୍ରୀ ହେଉଛନ୍ତି ସାକ୍ଷୀ ତନ୍‌ଓ୍ବର। ଚଳିତମାସ ୧୨ ତାରିଖ ଅର୍ଥାତ୍‌ ରବିବାର ସେ ତାଙ୍କର ୪୭ତମ ଜନ୍ମଦିବସ...

ଆଉ ଜଣେ ନବାଗତା

ଜଣେ ନବାଗତା ନିଜ ନାମକୁ ନାୟିକା ଦୌଡରେ ସାମିଲ କରିଛନ୍ତି। ସେ ହେଲେ ସ୍ବାତୀ। ନିର୍ମାଣାଧୀନ ଓଡ଼ିଆ ସିନେମା ‘ଅଟୋଗ୍ରାଫ-ଏ ସାଇନ ଅଫ ଲଭ୍‌’ର ଫିମେଲ...

ସଲମାନଙ୍କ ବ୍ରେସ୍‌ଲେଟ୍‌ର ଆକାଉଣ୍ଟ ଖୋଲାଗଲେ ମୋଠାରୁ ଅଧିକ ଫଲୋଅର୍ସ ହେବେ: ଟାଇଗର

ବଲିଉଡର ଲାୟନ (ସିଂହ) ହେଉଛନ୍ତି ସଲମାନ୍‌ ଖାନ୍‌। ଇନ୍‌ଷ୍ଟାଗ୍ରାମ୍‌ରେ ସଲମାନ୍‌ଙ୍କ ବ୍ରେସ୍‌ଲେଟ୍‌ର ଏକ ଆକାଉଣ୍ଟ ଖୋଲାଗଲେ ତାହାର ଅନେକ ଫଲୋଅର୍ସ ହେବେ। ନିକଟରେ ଏକ ସାକ୍ଷାତ୍‌କାରରେ...

ରିଲେସନଶିପ୍‌ରେ ରହିବାକୁ ଚାହୁଁଛନ୍ତି କିୟାରା!

ମୁମ୍ବାଇ: କବିର ସିଂ ଫେମ୍‌ କିୟାରା ଆଡଭାନୀଙ୍କ ପ୍ରଥମ ସୋଲୋ ଫିଲ୍ମ ବକ୍ସ ଅଫିସରେ ଜବରଦସ୍ତ ଓପନିଂ କରିଛି। କିଛିଦିନ ତଳେ କିୟାରା ରୋମ୍‌ ଜେଣ୍ଡର...

୭୫ ଯୁବତୀଙ୍କୁ ଡେଟିଂ ପରେ ନେହାଙ୍କୁ ବିବାହ କରିଥିଲେ ଅଙ୍ଗଦ

ବଲିଉଡ୍‌ ଅଭିନେତା ଅଙ୍ଗଦ ବେଦୀ ୩୭ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୮୩ ମସିହା ଫେବୃୟାରୀ ୬ରେ ନୂଆଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ବିଶେନ ସିଂ...

ଓସ୍କାର ଦୌଡରୁ ବାଦ୍‌ ପଡିଲା ‘ଗଲି ବୟ’

ନୂଆଦିଲ୍ଲୀ,୧୭।୧୨: ଆଲିଆ ଭଟ୍ଟ ଓ ରଣବୀର ସିଂଙ୍କ ଷ୍ଟାରକାଷ୍ଟରେ ନିର୍ମାଣ କରାଯାଇଥିବା ଫିଲ୍ମ ‘ଗଲି ବୟ’ ଓସ୍କାର ଦୌଡରୁ ବାଦ୍‌ ପଡିଛି। ଭାରତ ପକ୍ଷରୁ ଏହାକୁ...

ନେଗେଟିଭ୍‌ କ୍ୟାରେକ୍ଟର ମାଧ୍ୟମରେ ଦର୍ଶକଙ୍କ ନିକଟତର ହେବେ କି ଛୋଟେ ନବାବ!

ମୁମ୍ବାଇ: ବଲିଉଡ୍‌ ନାୟକ ଶୈଫ ଅଲି ଖାଁ ବେଶ୍‌ କିଛିଦିନ ହେବ ବଡ଼ ପରଦାରେ ସେମିତି କିଛି ଚରିତ୍ରରେ ଦେଖାଦେଇ ନାହାଁନ୍ତି। ଯାହା ଦର୍ଶକଙ୍କୁ ଛୁଇଁ...

ସାରାଙ୍କ ପରେ ଏବେ ଜାହ୍ନବୀଙ୍କ ନିକଟତର ହେଉଛନ୍ତି କାର୍ତ୍ତିକ

ସାରା ଅଲ୍ଲୀ ଖାନ୍‌ଙ୍କଠାରୁ ବ୍ରେକ୍‌ ହେବା ପରେ ଅଭିନେତା କାର୍ତ୍ତିକ ଆର୍ଯ୍ୟାନ୍‌ ଏବେ ଜାହ୍ନବୀ କପୁରଙ୍କ ନିକଟତର ହେଉଛନ୍ତି। ଉଭୟ ଫିଲ୍ମ ଦୋସ୍ତାନା-୨ରେ ନଜର ଆସିବେ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *