Posted inଖେଳ

ଡବ୍ଲୁଟିସି ଚାମ୍ପିଅନ୍‌ ହେବା ପରେ ବିରାଟ କୋହଲିଙ୍କ କାନ୍ଧରେ କାହିଁକି ମୁଣ୍ଡ ରଖିଥିଲେ ଓ୍ବିଲିୟମସନ୍‌: ଏବେ କଲେ ଖୁଲାସା

ଅକଲାଣ୍ଡ,୨।୭: ଭାରତ ବିପକ୍ଷରେ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଜିତିବା ପରେ ନ୍ୟୁଜିଲାଣ୍ଡ ଖେଳାଳିଙ୍କ ଅନେକ ଫଟୋ ଭାଇରାଲ ହେବାରେ ଲାଗିଛି। ବିଜୟ ଉତ୍ସବ ପାଳନ କରୁଥିବା ଏହି ଫଟୋଗୁଡ଼ିକ ମଧ୍ୟରୁ ଗୋଟିଏ ଫଟୋ ଏପରି ଥିଲା ଯାହା ଫଳାଫଳ ବାହାରେ ଥିଲା। ନ୍ୟୁଜିଲାଣ୍ଡର ଅଧିନାୟକ କେନ ୱିଲିୟମ୍ସନ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଟାଇଟଲ ଜିତିବା ପରେ ବିରାଟ କୋହଲିଙ୍କ କାନ୍ଧରେ ମୁଣ୍ଡ ରଖିବାର ଏହି ଫଟୋ ଥିଲା। ଏହା କେବଳ ଆଲିଙ୍ଗନର ଫଟୋ ନ ଥିଲା ବରଂ ୱିଲିୟମସନ ବିରାଟଙ୍କ କାନ୍ଧରେ ଏପରି ମୁଣ୍ଡ ରଖିଥିଲେ ସତେ ଯେପରି ସବୁ ସରିଯାଇଛି ଏବଂ ସାଙ୍ଗକୁ ବିଶ୍ରାମ କରିବାର ସମୟ ଆସିଛି। କିୱି ଦଳ ୨୧ ବର୍ଷ ପରେ ଏକ ଆଇସିସି ଟୁର୍ନାମେଣ୍ଟ ଜିତିଥିଲା। ଅନ୍ୟପକ୍ଷରେ ଭାରତ ଦଳ ଫାଇନାଲରେ ଜିତିବାରେ ବିଫଳ ହୋଇଛି।
ଏକ ସପ୍ତାହ ପରେ ସାଉଥମ୍ପଟନରେ ଫାଇନାଲ ଜିତିବା ପରେ ସେ ବିରାଟ କୋହଲିଙ୍କ କାନ୍ଧରେ କାହିଁକି ମୁଣ୍ଡ ରଖିଥିଲେ ବୋଲି ୱିଲିୟମସନ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଏହା ବହୁତ ଭଲ ମୁହୂର୍ତ୍ତ ଥିଲା। ସେମାନେ ପ୍ରାୟତଃ ସମସ୍ତ ଫର୍ମାଟରେ ଆମର ଖେଳରେ ବେଞ୍ଚମାର୍କ ସେଟ କରନ୍ତି। ଆମେ ଜାଣିଥିଲୁ ଯେତେବେଳେ ତୁମେ ଭାରତ ବିପକ୍ଷରେ ଖେଳିବ, ତୁମେ ଯେଉଁଠାରେ ଥାଅ, ଏହା ଏକ କଷ୍ଟକର ଆହ୍ବାନ ହେବ। ଯେତେବେଳେ ତାଙ୍କୁ ପଚରାଗଲା ସେ କାହିଁକି ରସ ଟେଲରଙ୍କ ସହ ଉତ୍ସବ ପାଳନ କରିବା ପରିବର୍ତ୍ତେ ବିରାଟ କୋହଲିଙ୍କ କାନ୍ଧରେ ମୁଣ୍ଡ ରଖିଛନ୍ତି। ଏହି ପ୍ରଶ୍ନର ଉତ୍ତରରେ ୱିଲିୟମସନ କହିଛନ୍ତି, ବହୁ ବର୍ଷ ଧରି ବିରାଟଙ୍କ ସହ ତାଙ୍କ ବନ୍ଧୁତା ରହିଛି ଏବଂ ଏହା ଭଲ କ୍ଷଣ ଥିଲା। ସେ ଆହୁରି ମଧ୍ୟ କହିଛନ୍ତି, ଏହା ପ୍ରକୃତରେ ଭଲ ମୁହୂର୍ତ୍ତ ଥିଲା, ଆମର ବନ୍ଧୁତା ଏବଂ ସମ୍ପର୍କ କ୍ରିକେଟଠାରୁ ଗଭୀର, ଏହା ଆମେ ଦୁହେଁ ପରସ୍ପରକୁ ଭଲ ଭାବରେ ଜାଣୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ନିଆରା ଢଙ୍ଗରେ ଦେବଶିଳ୍ପୀଙ୍କ ପୂଜା, ଲୋକଙ୍କୁ ସୌର ଆଲୋକ ଓ ଯୋଜନା ସମ୍ପର୍କରେ…

ଦାରିଙ୍ଗବାଡ଼ି,୧୮ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ଏକାଧିକ ସ୍ଥାନରେ ବିଶ୍ୱକର୍ମା ପୂଜା ବଡ଼ ଧୂମ୍‌ଧାମରେ ଅନୁଷ୍ଠିତ ହୋଇଯାଇଛି। ଦାରିଙ୍ଗବାଡ଼ିର ସରକାରୀ ଆଇଟିଆଇ ପରିସରରେ ଅଧ୍ୟକ୍ଷ ସୁଶାନ୍ତ କୁମାର…

ମା’ ପାଟ୍ଟଖଣ୍ଡା ମନ୍ଦିରରେ ଦୀପ ଜାଳିଲେ ଶତାଧିକ ମହିଳା, ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରି…

ଦାରିଙ୍ଗବାଡ଼ି,୧୮ା୯(ଅରୁଣ ସାହୁ): ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିବସ ପାଳନ ଅବସରରେ ଆଶୀର୍ବାଦ ପାଇଁ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଆଶୀର୍ବାଦର ଦୀପଟିଏ କାର୍ଯ୍ୟକ୍ରମ ବ୍ଲକ ନୋଡାଲ…

ଭାରତରେ iPhone 18 Pro, 18 Pro Max ବିକ୍ରି ଆରମ୍ଭ, ଅଧରାତିରୁ ଷ୍ଟୋର୍‌ ବାହାରେ ଲମ୍ବା ଲାଇନ୍‌

ନୂଆଦିଲ୍ଲୀ,୧୮ା୯: ଭାରତରେ ଆପଲ୍‌ iPhone 18 Pro ଓ iPhone 18 Pro Maxର ଅଫିସିଆଲ୍‌ ବିକ୍ରି ଶୁକ୍ରବାରଠାରୁ ଆରମ୍ଭ ହୋଇଛି । ନୂଆ iPhone କିଣିବା…

ମୁଜାଗଡ଼ରେ ବୁଲୁଛି ମଣିଷମରା ହାତୀ, ଗାଈକୁ ଦଳି ମାରିଲା

ଭଞ୍ଜନଗର,୧୮ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ଼ ରେଞ୍ଜର ଖଣ୍ଡିକୋଟି, ବେଲାଟୁନି ଓ ଗୁଣ୍ଡିରିବାଡ଼ି ଅଞ୍ଚଳରେ ଅଲଗା ହୋଇ ବୁଲୁଥିବା ୩ଟି…

F-16 ଫାଇଟର ଜେଟ୍‌ ଦୁର୍ଘଟଣା, ହୁତୁହୁତୁ ହୋଇ…

ଓ୍ବାଶିଂଟନ,୧୮।୯: ଆମେରିକାର ମିଚିଗାନରେ ନିୟମିତ ପ୍ରଶିକ୍ଷଣ ଉଡ଼ାଣ ସମୟରେ ଟେକ୍ସାସ ଏୟାର ନ୍ୟାସନାଲ ଗାର୍ଡର ଏକ F-16 ଫାଇଟର ଜେଟ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଗ୍ରାଣ୍ଡ ଟ୍ରାଭର୍ସ…

ଏଇ ଭାରତରେ

ତାମିଲନାଡୁର ସତ୍ୟମଙ୍ଗଳମ୍‌ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲରେ ଲାଟାନା ଘାସ ଏବେ ଆଦିବାସୀଙ୍କ ପାଇଁ ଜୀବିକାର ସାହାରା ପାଲଟିଛି। କେବଳ ଏତିକି ନୁହେଁ ଜଙ୍ଗଳ ଅର୍ଥନୀତିକୁ ମଧ୍ୟ ସଶକ୍ତ…

ବିକାଶ ବେଦିରେ ବଳି

ଓଡ଼ିଶାର ଆଦିବାସୀମାନଙ୍କ ଅସ୍ତିତ୍ୱ ଦିନକୁ ଦିନ ଅଧିକ ବିପନ୍ନ ହେଉଥିବା ଦେଖିବାକୁ ମିଳୁଛି। ସେମାନଙ୍କର ମାଟି, ପାଣି, ଜଙ୍ଗଲ, ଝରଣା, ପାହାଡ଼ ଧୀରେ ଧୀରେ ସେମାନଙ୍କ କବଳରୁ…

ନିଜକୁ ଚିହ୍ନିବା

ଓଡ଼ିଆରେ ଗୋଟିଏ ଢଗ ଅଛି, ”ନିଜ ବୁଦ୍ଧିରେ ଶୃଗାଳ ହେବ ପଛେ, ପର ବୁଦ୍ଧିରେ ସିଂହ ହେବନାହିଁ।“ ଏହି ଢଗଟି ପରୋକ୍ଷରେ ପ୍ରସଙ୍ଗ ‘ନିଜକୁ ନିଜେ ଚିହ୍ନିବା’ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?