କନ୍ଧରା, ନନ୍ଦିନିଆ ହେବ ବାଘ କରିଡର

ଢେଙ୍କାନାଳ ଅଫିସ,୫ା୧୦ ଅନୁଗୋଳ ଜିଲା ସାତକୋଶିଆ ବନଖଣ୍ଡ ବାଘ କରିଡର ଢେଙ୍କାନାଳ ଜିଲାକୁ ସମ୍ପ୍ରସାରିତ ହେବ। ଢେଙ୍କାନାଳ ଜିଲା ବନଖଣ୍ଡ ଅଧୀନରେ ଥିବା ହିନ୍ଦୋଳ ରେଞ୍ଜ୍‌ର କନ୍ଧରା ଓ ନନ୍ଦିନିଆ ସଂରକ୍ଷିତ ଜଙ୍ଗଲକୁ ଏହି କରିଡରରେ ଅନ୍ତର୍ଭୁକ୍ତ କରିବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଏହା ଅନୁମୋଦନ ଲାଭ କଲେ ଢେଙ୍କାନାଳ ଜିଲାର ଏହି ଦୁଇଟି ସଂରକ୍ଷିତ ଜଙ୍ଗଲ ସମ୍ପୂର୍ଣ୍ଣ ଭାବେ ସାତକୋଶିଆ ବନଖଣ୍ଡ ଅଧୀନକୁ ଚାଲିଯିବ।
ପ୍ରକାଶ ଯେ, ହିନ୍ଦୋଳ ରେଞ୍ଜ୍‌ର ନନ୍ଦିନିଆ ଓ କନ୍ଧରା ସଂରକ୍ଷିତ ଜଙ୍ଗଲ ସାତକୋଶିଆ ଅଭୟାରଣ୍ୟ ସୀମାକୁ ଲାଗିକରି ରହିଛି। ଫଳରେ ସାତକୋଶିଆରୁ ନନ୍ଦିନିଆ ଓ କନ୍ଧରା ବାଘଙ୍କ ଚଲାପଥ ଭାବେ ଚିହ୍ନଟ ହୋଇଛି। ଏହାକୁ ଦୃଷ୍ଟିରେ ରଖି ସାତକୋଶିଆ ବନଖଣ୍ଡ ବାଘ କରିଡରରେ ଏହି ଦୁଇଟି ସଂରକ୍ଷିତ ଜଙ୍ଗଲକୁ ଅନ୍ତର୍ଭୁକ୍ତ କରିବା ପାଇଁ ସାତକୋଶିଆ ବନଖଣ୍ଡ ଅଧିକାରୀ ପ୍ରସ୍ତାବ ଦେଇଥିବା ଢେଙ୍କାନାଳ ଜିଲା ବନଖଣ୍ଡ ସୂତ୍ରରୁ ଜଣାପଡିଛି। ଏଥିସହିତ ଆସନ୍ତା ବର୍ଷଠାରୁ ଢେଙ୍କାନାଳ ଜିଲାରେ ବାଘ ଗଣନା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ବର୍ତ୍ତମାନ ଢେଙ୍କାନାଳ ଜିଲାର ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ପ୍ରାୟ ୭ଟି ଲିଓପାର୍ଡ ରହିଥିବା ଜଣାପଡିଛି। ୬୦ଟି ଟ୍ରାପ୍‌ କ୍ୟାମେରା ମଧ୍ୟରୁ କିଛି କ୍ୟାମେରାରେ ବାଘ ଜଙ୍ଗଲ ମଧ୍ୟରେ ଚଲାବୁଲା କରୁଥିବା ଚିତ୍ର ଉତ୍ତୋଳନ ହୋଇଛି। ତେବେ କିଛିଦିନ ତଳେ ୩ଟି ଟ୍ରାପ କ୍ୟାମେରା ଶିକାରୀମାନେ ଚୋରି କରି ନେଇଥିବା ସନ୍ଦେହ କରାଯାଉଥିବାରୁ ବନବିଭାଗ ଏହାର ତଦନ୍ତ କରୁଛି। ବାଘ ଗଣନା ପୂର୍ବରୁ ବନ କର୍ମଚାରୀମାନଙ୍କୁ ତାଲିମ ଦିଆଯିବ। ଜିଲାରେ ଥିବା ସଂରକ୍ଷିତ ଜଙ୍ଗଲଗୁଡିକରେ ବାଘ ସଂଖ୍ୟା ବୃଦ୍ଧି କରିବା ପାଇଁ ବନବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି। ଏଥିପାଇଁ ଜଙ୍ଗଲ ମଧ୍ୟରେ ତୃଣଭୋଜି ପ୍ରାଣୀଙ୍କ ସଂଖ୍ୟା ବୃଦ୍ଧି ସହ ବିଭିନ୍ନ କିସମର ଘାସ ଲଗାଯିବାର ଯୋଜନା କରାଯାଉଛି। ଗ୍ରୀଷ୍ମ ଋତୁ ପୂର୍ବରୁ ଜଙ୍ଗଲ ମଧ୍ୟରେ ପୋଖରୀ ଓ ଜଳାଶୟ ବ୍ୟବସ୍ଥା କରାଯିବ। ଶିକାରୀ କବଳରୁ ବାଘ ସହ ଅନ୍ୟ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ପାଟ୍ରୋଲିଂକୁ କଡାକଡି କରାଯାଇଛି। ପ୍ରତିମାସରେ ଟ୍ରାପ କ୍ୟାମେରାର ଚିତ୍ର ଗୁଡିକୁ ଯାଞ୍ଚ କରାଯାଉଛି। ସେହିପରି କପିଳାସ ଅଭୟାରଣ୍ୟରେ ପର୍ଯ୍ୟଟକଙ୍କ ଆକର୍ଷଣ ପାଇଁ ସଫାରି ବ୍ୟବସ୍ଥା ଆରମ୍ଭ ହେବ। ପର୍ଯ୍ୟଟକଙ୍କୁ ଅଭୟାରଣ୍ୟର ୧୦ କିଲୋମିଟର ମଧ୍ୟରେ ବୁଲାଇବା ପାଇଁ ଗାଡିର ବନ୍ଦୋବସ୍ତ କରାଯିବ। ସରକାରଙ୍କୁ ଏ ସଂକ୍ରାନ୍ତରେ ଜଣାଇ ଦିଆଯାଇଛି। ଜିଲା ବନଖଣ୍ଡ ଅଧିକାରୀ ଡା. ପ୍ରକାଶଚାନ୍ଦ ଗୋଗିନେନି କହିଛନ୍ତି, ସାତକୋଶିଆ ବ୍ୟାଘ୍ର କରିଡରରେ ନନ୍ଦିନିଆ ଓ କନ୍ଧରା ସଂରକ୍ଷିତ ଜଙ୍ଗଲକୁ ଅନ୍ତର୍ଭୁକ୍ତ କରିବା ନିମନ୍ତେ ପ୍ରସ୍ତାବ ଯାଇଛି। ଢେଙ୍କାନାଳ ଜିଲାରେ ବାଘ ଗଣନା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। କପିଳାସ ଅଭୟାରଣ୍ୟରେ ସଫାରି ବ୍ୟବସ୍ଥା ନିମନ୍ତେ ଜଙ୍ଗଲ ମଧ୍ୟରେ ପାହାଡ ଦେଇ ଯାଇଥିବା ରାସ୍ତାକୁ ମରାମତି କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୧୫ ଦିନରେ ଦଳବଦଳ: ଭାଜପାରେ ମିଶିଥିବା କର୍ମୀ ବିଜେଡିକୁ ଫେରିଲେ

ବିଞ୍ଝାରପୁର,୨୪ା୪(ରାମକୃଷ୍ଣ ଦାସ):ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଞ୍ଝାରପୁରରେ ଏଥର ୩ ପ୍ରମୁଖ ରାଜନୈତିକ ଦଳ ନିଜର ରଣନୀତି ସୁଦୃଢ଼ କରୁଛନ୍ତି। ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଭାଜପା ପ୍ରାର୍ଥୀ...

ବର୍ଷାଙ୍କୁ ଜିତାଇବାକୁ ପ୍ରଣବଙ୍କ ନିବେଦନ

ଚଣ୍ଡିଖୋଲ/ବଡ଼ଚଣା,୨୪ା୪(ପ୍ରଦୀପ୍ତ କୁମାର ପୃଷ୍ଟି/ଦିଲୀପ କୁମାର ମହାନ୍ତି):ଯାଜପୁର ଜିଲା ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି। ରାଜନୀତି କ୍ଷେତ୍ରରେ ସମ୍ପୂର୍ଣ୍ଣ...

ରାଜ୍ୟରେ ଆଣ୍ଟି ଟିବି ଔଷଧ ଅଭାବ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ): ଜାତୀୟ ଯକ୍ଷ୍ମା ବିଲୋପ କାର୍ଯ୍ୟକ୍ରମ(ଏନ୍‌ଟିଇପି) ହେଉଛି ଏକ ଫ୍ଲାଗ୍‌ଶିପ କାର୍ଯ୍ୟକ୍ରମ। ଏଥିରେ ଯକ୍ଷ୍ମା ବା ଟିବି ରୋଗର ଶୀଘ୍ର ଚିହ୍ନଟ, ଚିକିତ୍ସା...

ପଦପଦବୀ ଅପେକ୍ଷା ସମ୍ମାନ, ବିଶ୍ୱାସ ବଡ଼

ଖୋର୍ଦ୍ଧା,୨୪ା୪(ପ୍ରଭାତ ପାଣିଗ୍ରାହୀ): ପାଖେଇ ଆସୁଛି ସାଧାରଣ ନିର୍ବାଚନ। ଭୁବନେଶ୍ୱର ଲୋକ ସଭା ଆସନ ପାଇଁ ବିଜେଡି ମନ୍ମଥ ରାଉତରାୟ, ଭାଜପା ଅପରାଜିତା ଷଡ଼ଙ୍ଗୀ ଏବଂ କଂଗ୍ରେସ...

ବିଜେଡିର ୩୪ ମହିଳା ପ୍ରାର୍ଥୀଙ୍କ ମଧ୍ୟରୁ ୧୨ ବିଧାୟକଙ୍କ ସ୍ତ୍ରୀ

ଭୁବନେଶ୍ୱର,୨୪ା୪(ଅନିଲ ଦାସ):ବିଜୁ ଜନତା ଦଳ ସପ୍ତମ ପର୍ଯ୍ୟାୟ ସୁଦ୍ଧା ୧୪୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ସେମାନଙ୍କ ମଧ୍ୟରେ ୩୪ ଜଣ ମହିଳାଙ୍କୁ ଦଳ...

ମିଶନ ଶକ୍ତିକୁ ବନ୍ଦ ପାଇଁ ଷଡ଼ଯନ୍ତ୍ର କରୁଛନ୍ତି ଧର୍ମେନ୍ଦ୍ର: ବିଜେଡି

ଭୁବନେଶ୍ୱର,୨୪ା୪(ଅନିଲ ଦାସ): ରାଜ୍ୟର ୭୦ ଲକ୍ଷ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ୬ ଲକ୍ଷ ମିଶନ ଶକ୍ତି ଏସ୍‌ଏଚ୍‌ଜି ସାରା ଓଡ଼ିଶାର ଅନେକ ଲକ୍ଷ...

ଏପର୍ଯ୍ୟନ୍ତ ସମସ୍ତ ଆସନରେ ପ୍ରାର୍ଥୀ ଘୋଷଣା କରିପାରୁନାହାନ୍ତି ରାଜ୍ୟର ୩ ପ୍ରମୁଖ ଦଳ:ଜାଣନ୍ତୁ କାହାର କେତେ ଆସନ ବାକି ଅଛି

ଭୁବନେଶ୍ୱର,୨୪।୪(ସୁନିତ୍‌ ମିଶ୍ର):ରାଜ୍ୟରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ବୁଧବାର ପ୍ରାର୍ଥତ୍ପତ୍ର ଦାଖଲର ଶେଷ ଦିନ ରହିଛି। ହେଲେ ଏପର୍ଯ୍ୟନ୍ତ ରାଜ୍ୟର ୩ ପ୍ରମୁଖ...

ରାସେଶ୍ୱରୀଙ୍କ ଇସ୍ତଫା ନେଇ ବିଜେଡିକୁ ଝଟକା ଚର୍ଚ୍ଚା

ସମ୍ବଲପୁର,୨୪ା୪(ପ୍ରମୋଦ ବହିଦାର):ସମ୍ବଲପୁରର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ ମଙ୍ଗଳବାର ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସମ୍ବଲପୁର ବିଧାନ ସଭା ଓ ଲୋକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri