କନ୍ଧରା, ନନ୍ଦିନିଆ ହେବ ବାଘ କରିଡର

ଢେଙ୍କାନାଳ ଅଫିସ,୫ା୧୦ ଅନୁଗୋଳ ଜିଲା ସାତକୋଶିଆ ବନଖଣ୍ଡ ବାଘ କରିଡର ଢେଙ୍କାନାଳ ଜିଲାକୁ ସମ୍ପ୍ରସାରିତ ହେବ। ଢେଙ୍କାନାଳ ଜିଲା ବନଖଣ୍ଡ ଅଧୀନରେ ଥିବା ହିନ୍ଦୋଳ ରେଞ୍ଜ୍‌ର କନ୍ଧରା ଓ ନନ୍ଦିନିଆ ସଂରକ୍ଷିତ ଜଙ୍ଗଲକୁ ଏହି କରିଡରରେ ଅନ୍ତର୍ଭୁକ୍ତ କରିବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଏହା ଅନୁମୋଦନ ଲାଭ କଲେ ଢେଙ୍କାନାଳ ଜିଲାର ଏହି ଦୁଇଟି ସଂରକ୍ଷିତ ଜଙ୍ଗଲ ସମ୍ପୂର୍ଣ୍ଣ ଭାବେ ସାତକୋଶିଆ ବନଖଣ୍ଡ ଅଧୀନକୁ ଚାଲିଯିବ।
ପ୍ରକାଶ ଯେ, ହିନ୍ଦୋଳ ରେଞ୍ଜ୍‌ର ନନ୍ଦିନିଆ ଓ କନ୍ଧରା ସଂରକ୍ଷିତ ଜଙ୍ଗଲ ସାତକୋଶିଆ ଅଭୟାରଣ୍ୟ ସୀମାକୁ ଲାଗିକରି ରହିଛି। ଫଳରେ ସାତକୋଶିଆରୁ ନନ୍ଦିନିଆ ଓ କନ୍ଧରା ବାଘଙ୍କ ଚଲାପଥ ଭାବେ ଚିହ୍ନଟ ହୋଇଛି। ଏହାକୁ ଦୃଷ୍ଟିରେ ରଖି ସାତକୋଶିଆ ବନଖଣ୍ଡ ବାଘ କରିଡରରେ ଏହି ଦୁଇଟି ସଂରକ୍ଷିତ ଜଙ୍ଗଲକୁ ଅନ୍ତର୍ଭୁକ୍ତ କରିବା ପାଇଁ ସାତକୋଶିଆ ବନଖଣ୍ଡ ଅଧିକାରୀ ପ୍ରସ୍ତାବ ଦେଇଥିବା ଢେଙ୍କାନାଳ ଜିଲା ବନଖଣ୍ଡ ସୂତ୍ରରୁ ଜଣାପଡିଛି। ଏଥିସହିତ ଆସନ୍ତା ବର୍ଷଠାରୁ ଢେଙ୍କାନାଳ ଜିଲାରେ ବାଘ ଗଣନା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ବର୍ତ୍ତମାନ ଢେଙ୍କାନାଳ ଜିଲାର ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ପ୍ରାୟ ୭ଟି ଲିଓପାର୍ଡ ରହିଥିବା ଜଣାପଡିଛି। ୬୦ଟି ଟ୍ରାପ୍‌ କ୍ୟାମେରା ମଧ୍ୟରୁ କିଛି କ୍ୟାମେରାରେ ବାଘ ଜଙ୍ଗଲ ମଧ୍ୟରେ ଚଲାବୁଲା କରୁଥିବା ଚିତ୍ର ଉତ୍ତୋଳନ ହୋଇଛି। ତେବେ କିଛିଦିନ ତଳେ ୩ଟି ଟ୍ରାପ କ୍ୟାମେରା ଶିକାରୀମାନେ ଚୋରି କରି ନେଇଥିବା ସନ୍ଦେହ କରାଯାଉଥିବାରୁ ବନବିଭାଗ ଏହାର ତଦନ୍ତ କରୁଛି। ବାଘ ଗଣନା ପୂର୍ବରୁ ବନ କର୍ମଚାରୀମାନଙ୍କୁ ତାଲିମ ଦିଆଯିବ। ଜିଲାରେ ଥିବା ସଂରକ୍ଷିତ ଜଙ୍ଗଲଗୁଡିକରେ ବାଘ ସଂଖ୍ୟା ବୃଦ୍ଧି କରିବା ପାଇଁ ବନବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି। ଏଥିପାଇଁ ଜଙ୍ଗଲ ମଧ୍ୟରେ ତୃଣଭୋଜି ପ୍ରାଣୀଙ୍କ ସଂଖ୍ୟା ବୃଦ୍ଧି ସହ ବିଭିନ୍ନ କିସମର ଘାସ ଲଗାଯିବାର ଯୋଜନା କରାଯାଉଛି। ଗ୍ରୀଷ୍ମ ଋତୁ ପୂର୍ବରୁ ଜଙ୍ଗଲ ମଧ୍ୟରେ ପୋଖରୀ ଓ ଜଳାଶୟ ବ୍ୟବସ୍ଥା କରାଯିବ। ଶିକାରୀ କବଳରୁ ବାଘ ସହ ଅନ୍ୟ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ପାଟ୍ରୋଲିଂକୁ କଡାକଡି କରାଯାଇଛି। ପ୍ରତିମାସରେ ଟ୍ରାପ କ୍ୟାମେରାର ଚିତ୍ର ଗୁଡିକୁ ଯାଞ୍ଚ କରାଯାଉଛି। ସେହିପରି କପିଳାସ ଅଭୟାରଣ୍ୟରେ ପର୍ଯ୍ୟଟକଙ୍କ ଆକର୍ଷଣ ପାଇଁ ସଫାରି ବ୍ୟବସ୍ଥା ଆରମ୍ଭ ହେବ। ପର୍ଯ୍ୟଟକଙ୍କୁ ଅଭୟାରଣ୍ୟର ୧୦ କିଲୋମିଟର ମଧ୍ୟରେ ବୁଲାଇବା ପାଇଁ ଗାଡିର ବନ୍ଦୋବସ୍ତ କରାଯିବ। ସରକାରଙ୍କୁ ଏ ସଂକ୍ରାନ୍ତରେ ଜଣାଇ ଦିଆଯାଇଛି। ଜିଲା ବନଖଣ୍ଡ ଅଧିକାରୀ ଡା. ପ୍ରକାଶଚାନ୍ଦ ଗୋଗିନେନି କହିଛନ୍ତି, ସାତକୋଶିଆ ବ୍ୟାଘ୍ର କରିଡରରେ ନନ୍ଦିନିଆ ଓ କନ୍ଧରା ସଂରକ୍ଷିତ ଜଙ୍ଗଲକୁ ଅନ୍ତର୍ଭୁକ୍ତ କରିବା ନିମନ୍ତେ ପ୍ରସ୍ତାବ ଯାଇଛି। ଢେଙ୍କାନାଳ ଜିଲାରେ ବାଘ ଗଣନା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। କପିଳାସ ଅଭୟାରଣ୍ୟରେ ସଫାରି ବ୍ୟବସ୍ଥା ନିମନ୍ତେ ଜଙ୍ଗଲ ମଧ୍ୟରେ ପାହାଡ ଦେଇ ଯାଇଥିବା ରାସ୍ତାକୁ ମରାମତି କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବଢ଼ିଲା କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ଅଡୁଆ, ହାଇକୋର୍ଟ ଦେଲେ ଏହି ନିର୍ଦ୍ଦେଶ

କଟକ,୨୫।୮(ପ୍ରଭୁକଲ୍ୟାଣ ପାଲ୍): କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡୁଆ । ନିମ୍ନ ଅଦାଲତରେ ବାରମ୍ବାର ସମୟ ନେଇ ହାଜର ନହେବାରୁ ହାଇକୋର୍ଟ ବିରକ୍ତ ପ୍ରକାଶ କରି…

ଆପରାଧିକ ମାନସିକତାରେ ପୋଲିସ ଅଧିକାରୀ: ଲୋକଙ୍କୁ ନ୍ୟାୟ ପରିବର୍ତ୍ତେ କରୁଛନ୍ତି ଶୋଷଣ

ଭୁବନେଶ୍ୱର,୨୫।୮(ତ୍ରିନାଥ ମହାନ୍ତି):ଖାକି ପୋଷାକରେ ଥାଇ ପୋଲିସ ଅଧିକାରୀ ଘଟାଉଛନ୍ତି ଅପରାଧ। କେଉଁଠି ସୁରକ୍ଷା ଆଳରେ ଶୋଷଣ ତ’ ଆଉ କେଉଁଠି ଲଭ୍‌ ସେକ୍ସ ଧୋକାର ସଙ୍ଗିନ ଅଭିଯୋଗ।…

ଛାତ୍ରୀ ଗାଧୋଉଥିବାବେଳେ ସ୍କାଏ ଲାଇଟ୍‌ ପଟେ ଭିଡିଓ ଶୁଟିଂ କରୁଥିଲେ ନାବାଳକ: ଆଉ ତା’ପରେ…

ଭୁବନେଶ୍ୱର,୨୫।୮(ପ୍ରସନଜିତ୍‌ ସାହୁ): ଇନ୍‌ଫୋଭ୍ୟାଲି ଥାନା ଅଞ୍ଚଳର ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଜଣେ ଛାତ୍ରୀଙ୍କ ଗାଧୋଇବା ସମୟର ଭିଡିଓ ଶୁଟିଂ କରି ଜଣେ ନାବାଳକ ବନ୍ଧା ହୋଇଛନ୍ତି।…

ଲଘୁଚାପ ସକ୍ରିୟ: ପ୍ରବଳ ବର୍ଷା ସମ୍ଭାବନା, ଚେତାବନୀ ଜାରି

ଭୁବନେଶ୍ୱର,୨୫ା୮(ବନ୍ଦନା ସେଠୀ):ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗାଙ୍ଗେଟିକ୍‌ ପଶ୍ଚିମବଙ୍ଗ ଓ ତା’ର ପାଖାପାଖି ଉତ୍ତର ଓଡ଼ିଶା ଏବଂ ଝାଡ଼ଖଣ୍ଡ ଅଞ୍ଚଳରେ ସକ୍ରିୟ ରହିଛି। ଏଥିସହ ସଂଲଗ୍ନ ଘୂର୍ଣ୍ଣିବଳୟ ସମୁଦ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

କୁରୁଗୁଡା-ମୁର୍ଲାପଦର ମୁଖ୍ୟ ରାସ୍ତାରେ ୫ଫୁଟ୍‌ର ପାଣି, ଯୋଗାଯୋଗ ବିଛିନ୍ନ

ଜୁନାଗଡ଼, ୨୪ା୮(ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲାରେ ଗତ ଦୁଇଦିନ ଧରି ଲଗାଣ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଏଥିଯୋଗୁ ବିଭିନ୍ନ ନଦୀନାଳରେ ଜଳସ୍ତର ବୃଦ୍ଧି ପାଇଛି।…

ଦିଗପହଣ୍ଡିରେ ଶ୍ରୀଗଣେଶ ପୂଜା ମହୋତ୍ସବ ପାଇଁ ଶୁଭଖୁଣ୍ଟି ସ୍ଥାପନ

ଦିଗପହଣ୍ଡି, ୨୪।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବଜାରସାହି ପୂଜା କମିଟି ପକ୍ଷରୁ ୪୬ତମ ଗଣେଶ ପୂଜା ମହୋତ୍ସବ ନିମନ୍ତେ ସୋମବାର ବଜାର…

ସ୍କୁଲ ଛାତ୍ରୀଛାତ୍ରଙ୍କୁ ନେଉଥିଲେ, ମାଡ଼ି ବସିଲା ପରିବହନ ବିଭାଗ

ବାଙ୍କୀ, ୨୪/୮ (ଶୁଭେନ୍ଦୁ ମହାପାତ୍ର): ଅସୁରକ୍ଷିତ ବସ୍‌ରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଯାତାୟାତ କରାଯାଉଥିବା ଅଭିଯୋଗରେ କଟକ ପରିବହନ ବିଭାଗ ବାଙ୍କୀ ଅଞ୍ଚଳରୁ ୩ଟି ଗାଡ଼ି ଜବତ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri