ମାଓବାଦୀଙ୍କ ଲ୍ୟାଣ୍ଡ୍‌ମାଇନ ବିସ୍ଫୋରଣରେ ଆଖିବୁଜିଲେ ‘ଧରିତ୍ରୀ’ ଖବରଦାତା

ଏମ୍‌.ରାମପୁର,୫ା୨(ଡି.ଏନ୍‌.ଏ.): ଖବର ସଂଗ୍ରହ କରିବାକୁ ଯାଇ ଶନିବାର ମାଓବାଦୀଙ୍କ ଲ୍ୟାଣ୍ଡ୍‌ମାଇନ ବିସ୍ଫୋରଣରେ ଆଖି ବୁଜିଛନ୍ତି ‘ଧରିତ୍ରୀ’ର ଖବରଦାତା ତଥା ଓଜେୟୁର ସକ୍ରିୟ ସଭ୍ୟ ରୋହିତ ବିଶ୍ୱାଳ (୪୭)। ତାଙ୍କ ଘର ମଦନପୁର ରାମପୁର ଥାନା ଅନ୍ତର୍ଗତ ମୋହନଗିରିରେ। ଏଭଳି ହୃଦୟ ବିଦାରକ ଘଟଣା କଳାହାଣ୍ଡି ଜିଲା ମାଓବାଦୀ ଅଧ୍ୟୁଷିତ ମଦନପୁର ରାମପୁର ଅଞ୍ଚଳରେ ଘଟିଛି। କଳାହାଣ୍ଡି ଜିଲାରେ ମାଓବାଦୀଙ୍କ ଲ୍ୟାଣ୍ଡ୍‌ମାଇନ ବିସ୍ଫୋରଣରେ ଖବରଦାତା ପ୍ରାଣ ହରାଇବା ପ୍ରଥମ ଘଟଣା।

କରଲାଖୁଣ୍ଟାରେ ମାଓବାଦୀଙ୍କ ପୋଷ୍ଟର ଏକ ଗଛରେ ଲାଗିଥିବା ବେଳେ ତଥ୍ୟ ସଂଗ୍ରହ ପାଇଁ ରୋହିତ ଉକ୍ତ ଗଛ ନିକଟକୁ ଯାଇଥିଲେ। ତେବେ ହଠାତ୍‌ ବିସ୍ଫୋରଣ ହେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ଘଟଣାସ୍ଥଳକୁ ବର୍ତ୍ତମାନ ସିଆରପିଏଫ୍‌ ଓ ପୋଲିସ ଛାଉଣୀ କରାଯାଇଛି। ବର୍ତ୍ତମାନ ସୁଦ୍ଧା ମୃତଦେହ ଜବତ ହୋଇପାରିନାହିଁ।

ସୂଚନାଯୋଗ୍ୟ, ମାଓବାଦୀମାନେ ଆଜି ଏହି ସ୍ଥାନରେ ଭୋଟ ବର୍ଜନ କରିବାକୁ ପୋଷ୍ଟର ମାରିଥିଲେ। ଏତଦ୍‌ବ୍ୟତୀତ କଳାହାଣ୍ଡି ଜିଲାର ବିଭିନ୍ନ ସୀମାନ୍ତ ଅଞ୍ଚଳରେ ଥିବା ପୋଲିସ ସିଆରପିଏଫ୍‌ କ୍ୟାମ୍ପକୁ ଉଠାଇବା ପାଇଁ ଏହି ପୋଷ୍ଟରରେ ଉଲ୍ଲେଖ କରିଛନ୍ତି। ଏଥିସହିତ ଆସନ୍ତା ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ମଧ୍ୟ ସେମାନେ ଆହ୍ବାନ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଦଳିବ ଶିଆଡିମାଳିଆର ରୂପରେଖ

ଆନନ୍ଦପୁର,୧୩। ୮(ସ୍ବ.ପ୍ର.)-କେନ୍ଦୁଝର ଜିଲା ଆନନ୍ଦପୁର ସହରରେ ଥିବା ଐତିହାସିକ କିମ୍ବଦନ୍ତୀ ଶିଆଡିମାଳିଆର ମା’ ଧନେଇ ଠାକୁରାଣୀଙ୍କ ପାରିପାର୍ଶ୍ୱିକ ସ୍ଥିତି ବଦଳିବାକୁ ଯାଉଛି। ଶିଆଡିମାଳିଆର ୪୦୦ ଏକର...

ଥମିଯାଇଛି ସ୍ଥାନୀୟ ନିଯୁକ୍ତି, ଦୁର୍ନୀତି ପ୍ରସଙ୍ଗ

ଯାଜପୁର,୨୯ା୭(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ରାଜନୀତିରେ ବିରୋଧୀଙ୍କ ଭୂମିକା ଅତି ନଗଣ୍ୟ। ତୃଣମୂଳସ୍ତରରେ ବିରୋଧୀଙ୍କ ସଂଗଠନ ଅତି ଦୁର୍ବଳ ରହିଥିବାବେଳେ ସବୁଠି ପ୍ରାୟ ଫାଳ ଫାଳ।...

ଖଣ୍ଡପଡ଼ା: ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ

ଖଣ୍ଡପଡ଼ା,୨ା୭(ସ୍ବ.ପ୍ର.)-ଖଣ୍ଡପଡ଼ାରେ ୨ଶହ ବର୍ଷ ଧରି ରଥଯାତ୍ରା ଅନୁଷ୍ଠିତ ହେଉଛି ବୋଲି ସ୍ଥାନୀୟ ଲୋକେ କହନ୍ତି ା ମାତ୍ର ଆଉ ୨ ଦିନ ରଥଯାତ୍ରା ଥିବାବେଳେ ରଥ...

ଭଞ୍ଜସେନାର ପ୍ରତିଷ୍ଠା ଦିବସ

ବାରିପଦା ଅଫିସ,୨୪ା୧- ମୟୂରଭଞ୍ଜ ଜିଲାର ଅଣରାଜନୈତିକ ଯୁବଛାତ୍ର ସଂଗଠନ ଭଞ୍ଜସେନାର ୨୨ତମ ପ୍ରତିଷ୍ଠା ଦିବସ ଗୁରୁବାର ପାଳିତ ହୋଇଯାଇଛି। ସେନାର ସଭାପତି ପିଣ୍ଟୁ ମାଇତିଙ୍କ ନେତୃତ୍ୱରେ...

କାନଝରୀ ଡ୍ୟାମ୍‌: କେମିତି ଯିବେ

କେନ୍ଦୁଝର ଜିଲା ଘଟଗାଁ ବ୍ଲକ ଅନ୍ତର୍ଗତ କାନଝରୀ ନଦୀରେ ବନ୍ଧାଯାଇଛି କାନଝରୀ ଡ୍ୟାମ୍‌। ଜଙ୍ଗଲ ପରିବେଷ୍ଟିତ ଏହି ଜଳଭଣ୍ଡାରର ସୌନ୍ଦର୍ଯ୍ୟ ବେଶ ମନରୋମ। ସଦର, ଘଟଗାଁ...

ଜିଲାସ୍ତରୀୟ କ୍ଷୁଦ୍ର ଲୋକ ଅଦାଲତ

କେନ୍ଦୁଝର,୧୧ା୭(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଜିଲା କୋର୍ଟ ମଧ୍ୟରେ ଜିଲାସ୍ତରୀୟ କ୍ଷୁଦ୍ର ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। କୋଭିଡ୍‌-୧୯ ମାର୍ଗଦର୍ଶିକା ଅନୁଯାୟୀ...

ମାପଚୁପକୁ ବିରୋଧ, ଉତ୍ତେଜନା

ପୁରୀ ଅଫିସ, ୭।୧୧: ପୁରୀର ବହୁ ପ୍ରତୀକ୍ଷିତ ସିଦ୍ଧମହାବୀର ରେଳ ଓଭରବ୍ରିଜ୍‌ (ଆର୍‌ଓବି) ପାଇଁ ଜମି ଅଧିଗ୍ରହଣ ନିମନ୍ତେ ମାପଚୁପ ଓ ସର୍ଭେ କାମ ଚାଲିଛି।...

ଛେଳିଗଡ ଜଳସେଚନ ପ୍ରକଳ୍ପ ପରିଦର୍ଶନ କଲେ ୫ଟି ସଚିବ

ଗଜପତି,୧୦।୫: ୫ଟି ସଚିବ ଭି କେ ପାଣ୍ଡିଆନ ବୁଧବାର ସକାଳେ ଜିରାଙ୍ଗ ସ୍ଥିତ ଏସିଆର ଦ୍ୱିତୀୟ ବୃହତମ ବୁଦ୍ଧ ମନ୍ଦିର ବୁଲି ଦେଖିବା ସହ ବୁଦ୍ଧ...

Advertisement
Archives

Model This Week