ପୋଷ୍ଟ ମାଷ୍ଟରଙ୍କ ନାଁରେ ଜବ୍‌କାର୍ଡ

ଦିଗପହଣ୍ଡି,୧୧ା୧୨(ଡି.ଏନ୍‌.ଏ): ଦିଗପହଣ୍ଡି ବ୍ଲକ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଯୋଜନାରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଶ୍ରମିକ ବଦଳରେ ମେଶିନ ଜରିଆରେ କାମ କରାଯାଉଛି। ସେହିପରି କାମ କରି ନ ଥିବା ଲୋକଙ୍କ ନାଁରେ ମଷ୍ଟର ରୋଲ କରାଯାଇ ଅର୍ଥ ପ୍ରଦାନ କରାଯାଇଥିବା ଅଭିଯୋଗ ହୋଇଛି। ଦିଗପହଣ୍ଡି ବ୍ଲକ ଭ୍ରମରପୁର ଉପ ଡାକଘର ପୋଷ୍ଟମାଷ୍ଟର ସନ୍ତୋଷ କୁମାର ଭଟ୍ଟଙ୍କ ନାଁରେ ଜବକାର୍ଡ ରହିଥିବା ଘଟଣା ସାମ୍ନାକୁ ଆସିଛି, ଯାହାର ନଂ. ଓଆର-୧୨-୦୦୯-୦୦୮-୦୦୩/୧୮୦୪୩। ଶ୍ରମିକଙ୍କୁ ରୋଜଗାରକ୍ଷମ କରିବା ପାଇଁ ସରକାର ଶ୍ରମିକ ଚିହ୍ନଟ କରି ଜବକାର୍ଡ ଜରିଆରେ କାର୍ଯ୍ୟ ପ୍ରଦାନ କରିଥାନ୍ତି। ଜବ କାର୍ଡରେ ନାମ ଥିବା ପ୍ରତ୍ୟେକ ଶ୍ରମିକଙ୍କୁ ଶହେ ଦିନର କାର୍ଯ୍ୟ ଦିଆଯାଇପାରିବ ବୋଲି ବ୍ୟବସ୍ଥା ରହିଛି। ଗ୍ରାମାଞ୍ଚଳରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଏହି ଜବକାର୍ଡଧାରୀଙ୍କୁ ଶ୍ରମିକଭାବେ ନିୟୋଜିତ କରାଯାଇ ପ୍ରାପ୍ୟ ପ୍ରଦାନ କରାଯାଇଥାଏ। କିନ୍ତୁ ଜଣେ କାର୍ଯ୍ୟରତ ପୋଷ୍ଟମାଷ୍ଟରଙ୍କ ନଁାରେ ଜବକାର୍ଡ ପ୍ରଦାନ କରାଯାଇଥିବା ବେଳେ ପରିବାରର ୫ଜଣ ସଦସ୍ୟଙ୍କ ନାଁ ମଧ୍ୟ ଉଲ୍ଲେଖ ରହିଛି। ସେଥିରୁ ୨ ଜଣ ସରକାରୀ କର୍ମଚାରୀ ଓ ଜଣେ ୭୮ ବର୍ଷୀୟ ବୃଦ୍ଧାଙ୍କ ନାମ ରହିଛି, ଯାହାଙ୍କର ମୃତ୍ୟୁ ହୋଇସାରିଛି। ଖାଲି ଯେ ଜବକାର୍ଡ ପ୍ରଦାନ କରାଯାଇଛି ତାହା ନୁହେଁ, ନିର୍ଦ୍ଦିଷ୍ଟ ଏକ କାର୍ଯ୍ୟରେ ଜବକାର୍ଡରେ ଉଲ୍ଲେଖ ଥିବା ସଦସ୍ୟଙ୍କ ବ୍ୟାଙ୍କ ଖାତାକୁ ୧୨ ଦିନର ପ୍ରାପ୍ୟ ଆସିଛି। ଏହାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଗ୍ରାମର କୈଳାଶ ଚଣ୍ଡ, ଅଭିମନ୍ୟୁ ଷଡ଼ଙ୍ଗୀ, ରବି ମିଶ୍ର, ହରି ପ୍ରଧାନ, ମିଟୁ ଚଣ୍ଡ, ସୁଶାନ୍ତ ଷଡ଼ଙ୍ଗୀ ପ୍ରମୁଖ ଦାବି କରିଛନ୍ତି। ଏନେଇ ପୋଷ୍ଟ ମାଷ୍ଟରଙ୍କ ମତାମତ ଲୋଡାଯିବାରୁ ସେ କିଛି ଜାଣି ନ ଥିବା କହିଛନ୍ତି। ବିଡିଓ ହଳଧର ଶବରଙ୍କୁ ଯୋଗାଯୋଗ କରିବାରେ ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri