ଜୀରାନଦୀ ଗୋଲ ଟେବୁଲ ବୈଠକ: ନଦୀକୁ ପ୍ରଦୂଷଣ, ଶୋଷଣ ଓ ଅତିକ୍ରମଣରୁ ମୁକ୍ତ କରିବାକୁ ଆହ୍ବାନ

ବରଗଡ଼,୨।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠରେ ବହି ଯାଇଥିବା ଜୀରାନଦୀ ଅସ୍ତିତ୍ୱ ହଜାଇ ବସିଛି। ଜମି ଓ ବାଲି ମାଫିଆମାନେ ଏହି ନଦୀକୁ ମାଡି ବସିଛନ୍ତି। ଫଳରେ ନଦୀ ସଂକୁଚିତ ହୋଇ ପଡୁଛି। ସେହିପରି ସହରରେ ରହିଥିବା ନର୍ଦ୍ଦମା ପାଣି ସିଧାସଳଖ ଜୀରାନଦୀ ପାଣିରେ ମିଶୁଛି। ଏହାଦ୍ବାରା ନଦୀ ପାଣି ମଧ୍ୟ ପ୍ରଦୂଷିତ ହେଉଛି। ଏଭଳି ସ୍ଥିତିରେ ଜୀରାନଦୀର ସୁରକ୍ଷା ପାଇଁ ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନ ଅଣ୍ଟା ଭିଡି ବାହାରିଛି। ଉକ୍ତ ସଂଗଠନ ପକ୍ଷରୁ ଜୀରାନଦୀ ବଞ୍ଚାଅ ଅଭିଯାନ ଚାଲିଛି। ଏହି କ୍ରମରେ ରବିବାର ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ପରିସରରେ ସଂଗଠନ ଏକ ଗୋଲ୍ ଟେବୁଲ ବୈଠକ ଆୟୋଜନ କରିଥିଲା।

ଉକ୍ତ ବୈଠକରେ ଜୀରା ନଦୀର ସୁରକ୍ଷା ଓ ପୁନରୁଦ୍ଧାର ପାଇଁ ଆଲୋଚନା ହୋଇଥିଲା। ବରଗଡ଼ ବିଧାୟକ ଅଶ୍ଵିନୀ ଷଡ଼ଙ୍ଗୀ, ପୌର ପରିଷଦ ଅଧ୍ୟକ୍ଷା କଳ୍ପନା ମାଝୀଙ୍କ ସମେତ ସ୍ଥାନୀୟ ଅନେକ ବୁଦ୍ଧିଜୀବୀ, ବିଭିନ୍ନ ରାଜନୈତିକ ଦଳର ନେତା, ସାମାଜିକ କର୍ମୀ, ଓକିଲ, ଡାକ୍ତର ପ୍ରମୁଖ ବୈଠଯୋଗ ଦେଇ ଜୀରା ନଦୀ ର ପୁନରୁଦ୍ଧାର ଓ ସୁରକ୍ଷା ପାଇଁ ନିଷ୍ପତି ସେମାନଙ୍କ ମତପ୍ରକାଶ କରିଥିଲେ। ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନର ଜିଲା ସଂଯୋଜକ ପାଣ୍ଡବ କର୍ଣ୍ଣଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି ଗୋଲ ଟେବୁଲ ବୈଠକରେ ଯୋଗ ଦେଇ ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ ଜୀରା ନଦୀରେ ସାମ୍ପ୍ରତିକ ସମସ୍ୟା ଓ ସଙ୍କଟ ବିଷୟରେ ଅବତାରଣା କରିବା ସହିତ ପ୍ରଦୂଷଣ, ଶୋଷଣ ଓ ଅତିକ୍ରମଣରୁ ନଦୀକୁ ମୁକ୍ତ କରିବା ପାଇଁ ବରଗଡ଼ବlସୀଙ୍କୁ ଆହ୍ବାନ କରିଥିଲେ l

ବରଗଡ଼ ବିଧାୟକ ଷଡ଼ଙ୍ଗୀ ଜୀରାନଦୀରେ ଆନିକଟ୍ ନିର୍ମାଣର ପ୍ରସ୍ତାବ ଖୁବ୍ ଶୀଘ୍ର ହେବ ବୋଲି ପ୍ରତିଶୃତି ଦେବା ସହିତ ନଦୀର ପୁନରୁଦ୍ଧାର ପାଇଁ ସମସ୍ତ ପ୍ରଚେଷ୍ଟା କରାଯିବ ବୋଲି କହିଥିଲେ l ବରଗଡ଼ରେ ଥିବା ଜଳାଶୟ ଗୁଡିକ ଏବେ ପୋତି ହୋଇଗଲାଣି ଓ ଅନେକ ଜମି ମାଫିଆ ମାନଙ୍କ କବଜାକୁ ଚାଲି ଗଲାଣି l ସେସବୁର ପୁନରୁଦ୍ଧାର ପାଇଁ ସେ ସମସ୍ତ ପ୍ରକାରର ପ୍ରଚେଷ୍ଟା କରିବେ ବୋଲି ଷଡଙ୍ଗୀ ପ୍ରତିଶୃତି ଦେଇଥିଲେ l ପୌର ପରିଷଦର ଅଧ୍ୟକ୍ଷl ମାଝୀ ସହରର ବର୍ଜ୍ୟବସ୍ତୁ ର ପରିଚାଳନା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ l

ଜୀରା ନଦୀ ଛତିଶଗଡ଼ରୁ ବାହାରି ୧୬୪ କି.ମି ଧରି ପ୍ରବାହିତ ହୋଇ ମହାନଦୀରେ ମିଶିଛି l ଏହାର ଅବବାହିକା ୫୬୮୫ ବର୍ଗ କି. ମି l ଜୀରାନଦୀକୁ ପୁନରୁଦ୍ଧାର କରି ଏହାକୁ ଆଗାମୀ ପିଢ଼ି ପାଇଁ ସୁରକ୍ଷିତ ରଖିବା ପାଇଁ ଏହାର ଅବବାହିକାର ସ୍ବାସ୍ଥ୍ୟ ଓ ପରିବେଶକୁ ସୁସ୍ଥ ରଖିବା ଦରକାର l ସେଥିପାଇଁ ଅବବାହିକାରେ ଜଳ ସଂରକ୍ଷଣ ସହିତ ବ୍ୟାପକ ବୃକ୍ଷରୋପଣ ଉପରେ ବୈଠକରେ ଗୁରୁତ୍ବାରୋପ କରାଯିବା ସହିତ ଏ ନେଇ ବିହିତ ପଦକ୍ଷେପ ନେବା ପାଇଁ ବୈଠକରେ ସରକାରଙ୍କୁ ନିବେଦନ କରାଯାଇଥିଲା l

ସେହିପରି ସହରର ପ୍ରଦୂଷିତ ପାଣିକୁ ନଦୀକୁ ସିଧସଳଖ ଭାବରେ ନ ଛାଡ଼ି ଏସଟିପି ଦ୍ଵାରା ବିଶୋଧନ କରି ଛାଡ଼ିବାକୁ ବୈଠକରେ ପ୍ରସ୍ତାବ ଦିଆ ଯାଇଥିଲା l ନଦୀରୁ ବାଲି ଉତ୍ତୋଳନ ବନ୍ଦ କରିବା ସହିତ ନଦୀ ପଠା ଓ ଶଯ୍ୟାକୁ ଜବର ଦଖଲ ରୁ ମୁକ୍ତ କରିବା ପାଇଁ ମଧ୍ୟ ବୈଠକରେ ପ୍ରସ୍ତାବ ପାରିତ ହୋଇଥିଲା l ବୈଠକରେ ଦୟା ନଦୀ ସୁରକ୍ଷା ଅଭିଯାନ ର ଆବାହକ ସଚ୍ଚିକାନ୍ତ ପ୍ରଧାନଙ୍କ ସମେତ ଉପସ୍ଥିତ ବୁଦ୍ଧିଜୀବୀ ଯୋଗ ଦେଇ ସେମାନଙ୍କ ମତାମତ ରଖିଥିଲେ l

ବୈଠକରେ ଡ଼ା. ରାମକୃଷ୍ଣ ପୁରୋହିତ, ହରଦିପ ସିଂ, ମନୋରଞ୍ଜନ ସାହୁ, କବି ନୀତିଶ ଆଚାର୍ଯ୍ୟ, ଦେବେନ୍ଦ୍ର ସାହୁ, ହୃଷୀକେଶ ଭୋଇ, ରଞ୍ଜନ ଦେବତା, ରମାକାନ୍ତ ରାଉତ, ଅଭିମନ୍ୟୁ ପଧାନ, ଲିପସିତ୍ ମିଶ୍ର, ମହେନ୍ଦ୍ର ସାହୁ, ଲଲାଟେନ୍ଦୁ ଦାଶ, ବଦ୍ରି ପ୍ରସାଦ ସାହୁ, ସୁନୀତା ବାଗ, ବାସମତି ବଞ୍ଛୋର୍, ପ୍ରିତମ ସିଂ, ଅନନ୍ତ ଶୟନ ପାଢ଼ୀ, ଗୁରୁବାରି ଭୁଏ, ରାଜେଶ୍ ସରାଫ, ସରୋଜ ମହାପାତ୍ର, ଡୋଲାମଣି ଶତପଥୀ, ଅଶୋକ ବାରିକ, ବିଜୟ ମିଶ୍ର, ମାମି ମିଶ୍ର, ସୁରେଶ ଦାସ, ଦେବୀ ପଟ୍ଟନାୟକ, ରାଜେନ୍ଦ୍ର ସିକନ୍ଦର, ବିକ୍କି ମଟାରି, ସଚ୍ଚିକାନ୍ତ ପଧାନ, ସଂଘମିତ୍ରା ପଟେଲ, ପଦ୍ମିନୀ ପଧାନ, ବିରେନ୍ ପଧାନ, ଅଶୋକ ପଶାୟତ, ମାରିଅମ୍ ବାର୍ଲା, ସମୀର କୁମାର ପଧାନ, ରାମ ବିଶ୍ଵାଳ, ରମଣି ରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ରହି ସେମାନଙ୍କ ମତ ରଖିଥିଲେ। ଶେଷରେ ଚାଷୀ ନେତା କିଶୋର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

ନିଶାଦ୍ରବ୍ୟ ସେବନ ବିରୋଧରେ ଶପଥ, ପଥଭ୍ରଷ୍ଟ ଯୁବବର୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ…

ଦିଗପହଣ୍ଡି/ଚିକିଟି,୨୨ା୮(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଆମ ପୋଲିସ ସମିତି ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୂଲ୍ୟରେ ଚିକିଟିଗଡ଼ ରାଜକବି ହାଇସ୍କୁଲ…

କୁଟ୍ରିଛାପର ପଞ୍ଚାୟତରେ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କଲେ ବିଧାୟକ, କହିଲେ ଆହୁରି…

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ କୁଟ୍ରିଛାପର ପଞ୍ଚାୟତରେ ୬୪ ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି। ବିକଶିତ…

ଚାଉଳ ବୋଝେଇ ଟ୍ରକ ପଛରେ ପିଟି ହେଲା ବାଇକ୍‌, ଆଉ ତା’ପରେ…

ଡୁଙ୍ଗୁରିପାଲି,୨୨।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ସ୍ଥିତ ୨୬ ନମ୍ବର ଜାତୀୟ ରାଜପଥ ଏଫ୍‌ସିଆଇ ଛକ ନିକଟରେ ଛିଡା ହୋଇଥିବା ଏକ ଚାଉଳ ବୋଝେଇ ଟ୍ରକର ପଛରେ…

ଚାଷୀ ପଞ୍ଜୀକରଣ କେନ୍ଦ୍ରରେ ଅଧିକାରୀଙ୍କୁ ତାଲା ପକାଇଲେ ଚାଷୀ

ଝାରବନ୍ଧ,୨୨ା୮(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଡଭା ପ୍ୟାକ୍ସ ଅନ୍ତର୍ଗତ ବିଳାସପୁର ଧାନ ପଞ୍ଜୀକରଣ କେନ୍ଦ୍ରରେ ତାଲା ପକାଇ ଦେଇଛନ୍ତି ଚାଷୀ। ଚାଷୀଙ୍କ ଦାବି ଅନୁସାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri