Jio ଗ୍ରାହକଙ୍କୁ ଲାଗିପାରେ ବଡ଼ ଝଟକା! ଏକାଥରେ ଏତିକି ଟଙ୍କା ବଢ଼ିବ ରିଚାର୍ଜ ପ୍ଲାନ୍‌!

ନୂଆଦିଲ୍ଲୀ,୧୫।୧୦: ଦେଶର ସବୁଠାରୁ ବଡ଼ ଟେଲିକମ୍‌ କମ୍ପାନୀ Reliance Jio ଗ୍ରାହକଙ୍କୁ ପୁଣି ଲାଗିପାରେ ମହଙ୍ଗା ରିଚାର୍ଜର ଝଟକା। ଏକ ରିପୋର୍ଟ ଅନୁଯାୟୀ, କମ୍ପାନୀ ଆଗାମୀ ଦିନରେ ନିଜର ରିଚାର୍ଜ ପ୍ଲାନ୍‌ର ମୂଲ୍ୟ ବଢ଼ାଇପାରେ । ଏଥିରେ ପ୍ରାୟ ୧୨ ପ୍ରତିଶତ ଟାରିଫ୍‌ ବୃଦ୍ଧି ହେବାର ଆକଳନ କରାଯାଇଛି । କିନ୍ତୁ ଏନେଇ କମ୍ପାନୀ ପକ୍ଷରୁ କୌଣସି ଘୋଷଣା କରାଯାଇ ନାହିଁ ।

ଏହି ଖବର ଏପରି ସମୟରେ ଆସିଛି, ଯେତେବେଳେ Jioର IPOକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଦିଆଯାଇଥିବା ରିପୋର୍ଟ ଅନୁଯାୟୀ, IPO ଅକ୍ଟୋବର ୨୧ରେ ଖୋଲିବ ଏବଂ ଅକ୍ଟୋବର ୨୩ରେ ବନ୍ଦ ହେବ। ଏହା ଅଧୀନରେ ୨୭ କୋଟି ନୂଆ ସେୟାର ଜାରି କରାଯିବ ବୋଲି ଦାବି କରାଯାଇଛି। ରିପୋର୍ଟ ଅନୁଯାୟୀ, ପ୍ରତି ଗ୍ରାହକଙ୍କଠାରୁ ହେଉଥିବା ହାରାହାରି ଆୟ ବଢ଼ାଇବା ପାଇଁ Jio ଟାରିଫ୍‌ ବୃଦ୍ଧି କରିପାରେ। ଟେଲିକମ୍‌ କ୍ଷେତ୍ରରେ ଏହାକୁ ARPU (Average Revenue Per User) କୁହାଯାଏ। ଅର୍ଥାତ୍‌, ଜଣେ ସକ୍ରିୟ ଗ୍ରାହକଙ୍କଠାରୁ କମ୍ପାନୀ ମାସକୁ ହାରାହାରି କେତେ ଆୟ କରୁଛି, ତାହା ଏହି ମାପଦଣ୍ଡରୁ ଜଣାପଡ଼େ।

ଆକଳନ ଅନୁଯାୟୀ, ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ, ଅର୍ଥାତ୍‌ ଏପ୍ରିଲ୍‌ରୁ ଜୁନ୍‌ ୨୦୨୬ ମଧ୍ୟରେ Jioର ARPU ୨୧୫.୬ ଟଙ୍କାରେ ପହଞ୍ଚିଥିଲା। ଗତ ବର୍ଷ ସମାନ ସମୟରେ ଏହା ୨୦୮.୮ ଟଙ୍କା ଥିଲା। Jioର ଗ୍ରାହକ ସଂଖ୍ୟା ୫୩.୩ କୋଟି ଅତିକ୍ରମ କରିଥିବା ରିପୋର୍ଟରେ କୁହାଯାଇଛି। ପ୍ରତି ଗ୍ରାହକ ମାସକୁ ହାରାହାରି ୪୩.୭ GB ଡାଟା ବ୍ୟବହାର କରୁଛନ୍ତି। ପୂର୍ବରୁ ଏହି ପରିମାଣ ୩୭ GB ଥିଲା।

ସେହିପରି, Jioର ୫G ଗ୍ରାହକ ସଂଖ୍ୟା ୨୮.୫ କୋଟିରେ ପହଞ୍ଚିଥିବା ବେଳେ ହୋମ୍‌ ବ୍ରଡ୍‌ବ୍ୟାଣ୍ଡ୍‌ ଏବଂ JioAirFiber ଗ୍ରାହକଙ୍କ ସଂଖ୍ୟା ୨.୮ କୋଟି ଅତିକ୍ରମ କରିଛି। ତେବେ ରିଚାର୍ଜ ମୂଲ୍ୟ ବଢ଼ିଲେ ନୂଆ ଗ୍ରାହକ ଯୋଡ଼ିବାର ଗତି କମିପାରେ । ପୂର୍ବରୁ ଟାରିଫ୍‌ ବୃଦ୍ଧି ସମୟରେ କିଛି ଗ୍ରାହକ ଅନ୍ୟ ଟେଲିକମ୍‌ ନେଟୱର୍କକୁ ନମ୍ବର ପୋର୍ଟ କରିଥିବା ଦେଖାଯାଇଥିଲା।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?