ମାତିଛନ୍ତି ଝାଡ଼ଖଣ୍ଡ ଲୁଟେରା

ଅନୁଗୋଳ ଅଫିସ,୩।୪: ଅନୁଗୋଳରେ ମାତିଛନ୍ତି ଝାଡ଼ଖଣ୍ଡୀ ଲୁଟେରା ଗ୍ୟାଙ୍ଗ୍‌। ସାମାନ୍ୟ ଅନ୍ୟମନସ୍କ ହେଲେ ଆଖି ପିଛୁଳାକେ ସେମାନେ ମୋବାଇଲ ଫୋନ୍‌ ଝାମ୍ପି ନେଇ ଚମ୍ପଟ ମାରୁଛନ୍ତି। ତାଲା ବନ୍ଦ ଘରକୁ ଟାର୍ଗେଟ କରି କଳାକନା ବୁଲାଉଛନ୍ତି। ରବିବାର ସାପ୍ତହିକ ହାଟରେ ମୋବାଇଲ ଚୋରି ଉଦ୍ୟମ କରୁଥିବାବେଳେ ଗ୍ୟାଙ୍ଗର ଜଣେ ନାବାଳକ ଧରାପଡ଼ିଛନ୍ତି। ତାଙ୍କୁ ପୋଲିସ ବାଳସ୍ବଧାର ଗୃହକୁ ପଠାଇ ଦେଇଛି।
ବାହାର ରାଜ୍ୟର ଅପରାଧୀ ଗୋଷ୍ଠୀ ପାଇଁ ଅନୁଗୋଳରେ ଅସାମାଜିକ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି। ବିଶେଷ କରି ଝାଡ଼ଖଣ୍ଡରୁ ଆସିଥିବା ଲୁଟେରା ଗୋଷ୍ଠୀ ସହରବାସୀଙ୍କ ନିଦ ହଜାଇ ଦେଇଛନ୍ତି। ଧରାପଡ଼ିଥିବା ଉକ୍ତ ଗ୍ୟାଙ୍ଗର ନାବାଳକଙ୍କୁ ପଚରାଉଚରା ପରେ ପୋଲିସ ହାତରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିଛି। ପୋଲିସ ସୂଚନା ଅନୁଯାୟୀ, ଟ୍ରେନ୍‌ ଏବଂ ବସ୍‌ରେ ଅନୁଗୋଳକୁ ବାହାର ରାଜ୍ୟରୁ ଥରକେ ୮ରୁ ୧୦ ନାବାଳକ ଲୁଟେରା ସଂଘବଦ୍ଧ ଭାବେ ଆସୁଛନ୍ତି। ସେମାନେ ଗୋଟିଏ ଜାଗାରେ ଏକାଠି ନ ରହି ଭିନ୍ନ ଭିନ୍ନ ଜାଗାରେ ଅପରାଧିକ କାର୍ଯ୍ୟକଳାପ ଘଟାଉଛନ୍ତି। ଜନଗହଳି ସୁଯୋଗରେ କିଏ ମୋବାଇଲ ଝାମ୍ପି ନେଉଛି ତ ଆଉ କିଏ ଘରେ ପଶି କଳାକନା ବୁଲାଇଛି। ସ୍ଥାନୀୟ ଅପରାଧୀ ଗୋଷ୍ଠୀ ସହ ମିଶି ବଡ଼ ବଡ଼ କାଣ୍ଡ ଭିଆଉଛନ୍ତି। ଅନୁଗୋଳରୁ ମୋବାଇଲ ଫୋନ୍‌ ଚୋରି କରି ଝାଡ଼ଖଣ୍ଡ, ବିହାର ଓ ପଶ୍ଚିମବଙ୍ଗରେ ବିକ୍ରି କରୁଛନ୍ତି। ଥରେ ମୋବାଇଲ ଫୋନ୍‌ ବାହାରକୁ ଯିବା ପରେ
ଅଭିଯୁକ୍ତଙ୍କ ନିକଟରେ ପହଞ୍ଚତ୍ବା ପୋଲିସ ପକ୍ଷେ କାଠିକର ପାଠ ହେଉଛି। ଅନେକ କ୍ଷେତ୍ରରେ ପୋଲିସ ମାମଲା ବନ୍ଦ କରିଦେଉଥିବା ଅଭିଯୋଗ ହେଉଛି।
ତେବେ ରବିବାର ସାପ୍ତାହିକ ହାଟରୁ ପରିବା କିଣୁଥିବାବେଳେ ଜଣେ ଶିମିଳିପଡ଼ା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ପକେଟରୁ ସମ୍ପୃକ୍ତ ନାବାଳକ କୌଶଳକ୍ରମେ ମୋବାଇଲ ଫୋନ୍‌ ନେଇଯାଇଥିଲା। ତେବେ ବ୍ୟକ୍ତିଜଣକ ପାଟି କରିବାରୁ ସେଠାରେ ଉପସ୍ଥିତ ଲୋକେ ନାବାଳକଙ୍କୁ କାବୁ କରିନେଇଥିଲେ। ସୂଚନା ପାଇ ପୋଲିସ ପହଞ୍ଚତ୍ ନାବାଳକଙ୍କୁ ହେପାଜତକୁ ନେଇଥିଲା। ତାଙ୍କ ନିକଟରୁ ଏକ ମୋବାଇଲ ଫୋନ୍‌ ଜବତ କରାଯାଇଛି। ଏହି ଗ୍ୟାଙ୍ଗରେ ଅନ୍ୟ କେଉଁମାନଙ୍କ ସମ୍ପୃକ୍ତି ରହିଛି, ତାହା ଜାଣିବା ପାଇଁ ପୋଲିସ ତନାଘନା ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri