ବିବାହିତଙ୍କ ହାତ ଧରିଥିଲେ ଏସବୁ ନାୟିକା, ଦ୍ୱିତୀୟ ପତ୍ନୀ ହେବା ପରେ ସନ୍ତାନ ଜନ୍ମକୁ କହିଲେ ନା; କାରଣ କିଛି…

ବିବାହିତଙ୍କ ହାତ ଧରିଛନ୍ତି ଅନେକ ବଲିଉଡ୍‌ ଅଭିନେତ୍ରୀ। ଡ୍ରିମଗର୍ଲ ହେମାମାଳିନୀଙ୍କଠାରୁ ଆରମ୍ଭ କରି ଜୟାପ୍ରଦା,କିରଣ ଖେର,ମଧୁବାଲା ଆଦି ଅଭିନେତ୍ରୀ ପୂର୍ବରୁ ବିବାହିତ ଥିବା ବ୍ୟକ୍ତିଙ୍କ ହାତ ଧରିଥିଲେ। ହେଲେ ସେମାନଙ୍କ ମଧ୍ୟରୁ ଅନେକ ଆଜିବି ନିସନ୍ତାନ ଅଛନ୍ତି। ଆସନ୍ତୁ ସେମାନଙ୍କ ବିଷୟରେ ଜାଣିବା:
ଅଭିନେତ୍ରୀରୁ ରାଜନେତା ପାଲଟିଥିବା ଜୟା ପ୍ରଦା ପ୍ରଯୋଜକ ଶ୍ରୀକାନ୍ତ ନହାଟାଙ୍କୁ ବିବାହ କରିଥିଲେ। ଶ୍ରୀକାନ୍ତ ପୂର୍ବରୁ ବିବାହିତ ଥିଲେ। ପ୍ରଥମ ସ୍ତ୍ରୀଙ୍କଠାରୁ ତାଙ୍କର ୩ ସନ୍ତାନ ଥିଲା। ସ୍ତ୍ରୀଙ୍କୁ ଛାଡ଼ପତ୍ର ନ ଦେଇ ସେ ଜୟାପ୍ରଦାଙ୍କୁ ବିବାହ କରିନେଇଥିଲେ। ଏହି ବିବାହରୁ ଜୟା ପ୍ରଦାଙ୍କ କୌଣସି ସନ୍ତାନ ହୋଇ ନ ଥିଲା। କିଛି ବର୍ଷ ପରେ ଉଭୟଙ୍କ ସମ୍ପର୍କ ମଧ୍ୟ ତୁଟିଯାଇଥିଲା।
କିରଣ ଖେର ପୂର୍ବରୁ ବିବାହିତ ଅନୁପମ ଖେରଙ୍କୁ ବିବାହ କରିଥିଲେ। ଏହି ବିବାହରୁ କିରଣଙ୍କର କୌଣସି ସନ୍ତାନ ନାହିଁ। ହେଲେ ପୂର୍ବ ବିବାହରୁ କିରଣଙ୍କର ଏକ ପୁଅ ଥିଲା। ଅନୁପମଙ୍କୁ ବିବାହ କରିବା ପରେ ସେ ଦ୍ୱିତୀୟ ସନ୍ତାନ ଚାହିଁ ନ ଥିଲେ।
ମଧୁବାଲା ଗୋଟିଏ ସନ୍ତାନର ବାପା କିଶୋର କୁମାରଙ୍କୁ ବିବାହ କରିଥିଲେ। ହେଲେ ହୃଦରୋଗ କାରଣରୁ ସେ କେବେ ବି ମା’ ହୋଇପାରି ନ ଥିଲେ।
ସଙ୍ଗୀତା ବିଜଲାନୀ ଦୁଇ ସନ୍ତାନର ପିତା କ୍ରିକେଟର ମହମ୍ମଦ ଆଜାରୁଦ୍ଦିନଙ୍କୁ ବିବାହ କରିଥିଲେ। ଉଭୟ ୧୦ ବର୍ଷ ଧରି ଏକାଠି ରହିବା ପରେ ଛାଡ଼ପତ୍ର ନଦେଇ ଅଲଗା ହୋଇଯାଇଥିଲେ। ଏହି ବିବାହରୁ ସଙ୍ଗୀତାଙ୍କର କୌଣସି ସନ୍ତାନ ନାହିଁ।
ଶବାନା ଆଜମୀ ଛାଡ଼ପତ୍ର ପାଇଥିବା ଜାଭେଦ ଅଖତରଙ୍କ ହାତ ଧରିଥିଲେ। ଜାଭେଦଙ୍କ ପ୍ରଥମ ସ୍ତ୍ରୀଙ୍କଠାରୁ ୨ ସନ୍ତାନ ରହିଥିଲେ। ଶବାନା ଜାଭେଦଙ୍କ ସହ ବିବାହରେ ସନ୍ତାନ ଜନ୍ମ କରି ନ ଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri